କେନ୍ଦୁଝର:ମନ୍ତ୍ରୀଙ୍କ ପୁଅ ଗିରଫଦାରୀକୁ ନେଇ ରାଜନୀତି ସରଗରମ:ସନା ଶିବିରରେ ଖୁସିର ଲହରୀ

କେନ୍ଦୁଝର, ୨୧.୯.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ଙ୍କ ପୁଅର ହଠାତ୍ ଗିରଫଦାରୀକୁ ନେଇ କେନ୍ଦୁଝର ଜିଲ୍ଲାରେ ରାଜନୈତିକ ପାଣିପାଗ ବେଶ ଉଷ୍ମ ହୋଇ ପଡିଥିବା ବେଳେ ଏହାର ଅନ୍ତରାଳର ଦଳର ଏକ ପ୍ରଭାବଶାଳୀ ଗୋଷ୍ଠୀ ଙ୍କର ଜିଲ୍ଲାର ସ୍ୱାଧିନ ବିଧାୟକ ସନାତନ ମହାକୁଡଙ୍କ ପତିଆରା ବଢାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଗୋଟି ଚାଳନାର ଏହା ଅଂଶ ବିଶେଷ ବୋଲି ଚର୍ଚ୍ଚା ଜୋର ଧରିଛି। ନିର୍ବାଚନ ପୂର୍ବରୁ, ଆରମ୍ଭ ଏହି ରାଜନୈତିକ ଖେଳର ଅନ୍ତରାଳେ ଅର୍ଥ ର ଗୁରୁତ୍ୱପୁର୍ଣ୍ଣ ଭୁମିକା ରହିଥିବା କୁହାଯାଉଛି। ବିଧାୟକ ସନାଙ୍କ ସହ ସଂପର୍କରେ, ରହିଥବା ତୃତୀୟ ମହଲା ର ଛାୟାମୁଖ୍ୟମନ୍ତ୍ରୀ…

"କେନ୍ଦୁଝର:ମନ୍ତ୍ରୀଙ୍କ ପୁଅ ଗିରଫଦାରୀକୁ ନେଇ ରାଜନୀତି ସରଗରମ:ସନା ଶିବିରରେ ଖୁସିର ଲହରୀ"

‘ଗରିବି’ ସଜାଇଲା ଶିଶୁ ଶ୍ରମିକ:କାହାପାଇିଁ ମାଳମାଳ ସରକାରୀ ଯୋଜନା

କେନ୍ଦୁଝର ୧୬-୯ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଗରିବ ଅସହାୟ ମାନଙ୍କ ପାଇିଂ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି କିନ୍ତୁ ଉକ୍ତ ଯୋଜନା ଗୁଡିକରୁ ଉଚିତ ହିତାଧିକାରୀମାନେ କେତେଦୂର ଉପକୃତ ହୋଇପାରୁଛନ୍ତି କିମ୍ବା ବାଟମାରଣ ହେଉଛି ତାକୁ ଅନୁଶୀଳନ କରିବା ଦିଗରେ ଦାୟିତ୍ୱରେ ଥିବା ଅଧିକାରୀ କିମ୍ବା ଲୋକପ୍ରତିନିଧି ମାନଙ୍କ ମଧ୍ୟରେ ହୁଏତ ଆଗ୍ରହ ନାହିଁ। ଯେଉଁଥିପାଇିଁ ମାତ୍ର ୧୫ ବର୍ଷ ବୟସରେ ପରିବାରର ବୋଝକୁ କାନ୍ଧରେ ବୋହି ଚାଲିଥିବା ଚନ୍ଦନ ମୁଣ୍ଡା ଆଜି ବି ଗରିବ ବାପର ଚିକିତ୍ସା ପାଇିଁ ଅସହାୟ ହୋଇପଡିଛି। ଗରିବି ଚନ୍ଦନକୁ ଶିଶୁଶ୍ରମିକ ସଜାଇ ଦେଇଛି।ଖଣି କ୍ଷତିଗ୍ରସ୍ତ ଅଞ୍ଝଳର ଏହି ଗରିବ ପରିବାରଟି ପାଖରେ ନା ଅଛି ସରକାରୀ…

"‘ଗରିବି’ ସଜାଇଲା ଶିଶୁ ଶ୍ରମିକ:କାହାପାଇିଁ ମାଳମାଳ ସରକାରୀ ଯୋଜନା"

ବାଃ, ବାଃ ଓଡ଼ିଶା ପୋଲିସ୍ ପ୍ରଶାସନ! କେନ୍ଦୁଝର ଜିଲ୍ଲାରେ ପରୀ-୨ ନାମରେ ପୋଲିସ ପ୍ରଶାସନର ମାନବିକତା ଶୂନ୍ୟ ଅଭିଯାନ

– କୋମଳମତୀ ଶିଶୁ ଓ ତାଙ୍କ ପରିବାର ନିର୍ଯାତିତ – ସ୍କୁଲ ପଢୁଆ ଶିଶୁଙ୍କୁ ଶ୍ରମିକ ସଜାଇ ଶସ୍ତା ବାଃବାଃ ସାଉଁଟି ଲକ୍ଷ୍ୟରେ ପୋଲିସ ପ୍ରଶାସନ – ନିଖୋଜ ୧୦ କମୋଳମତି ଶିଶୁଙ୍କ ବାପା ମା’ଙ୍କ ଆକୁଳ ନିବେଦନକୁ ଜିଲ୍ଲାପାଳ ଓ ଏସ୍.ପିଙ୍କ ହେୟ ଜ୍ଞାନ କେନ୍ଦୁଝର ୫-୯ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରେ ପରୀ-୨ ନାମରେ ପୋଲିସ ପ୍ରଶାସନ ଚଲାଇଅଛି ମାନବିକତା ଶୂନ୍ୟ ଅଭିଯାନ। କୋମଳମତୀ ଶିଶୁ ଓ ତାଙ୍କ ପରିବାରକୁ ଦିଆଯାଉଛି ନିର୍ଯାତନା। ସ୍କୁଲ ପଢୁଆ ପିଲାଙ୍କୁ ଶିଶୁ ଶ୍ରମିକ ସଜାଇ ଉଠାଇ ନେଇ ଶସ୍ତା ବାଃ ବାଃ ସାଉଁଟିବା ଲକ୍ଷ୍ୟରେ ବ୍ୟସ୍ତ ପୋଲିସ ପ୍ରଶାସନ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ…

"ବାଃ, ବାଃ ଓଡ଼ିଶା ପୋଲିସ୍ ପ୍ରଶାସନ! କେନ୍ଦୁଝର ଜିଲ୍ଲାରେ ପରୀ-୨ ନାମରେ ପୋଲିସ ପ୍ରଶାସନର ମାନବିକତା ଶୂନ୍ୟ ଅଭିଯାନ"

କେନ୍ଦୁଝର: ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ“ପୋଷକ”ର ଶୁଭାରମ୍ଭ କଲେ ମନ୍ତ୍ରୀ

କେନ୍ଦୁଝର ୧-୯ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରେ ମଧ୍ୟାହ୍ନ ଭୋଜନକୁ ଅଧିକ ପୁଷ୍ଟିକର କରିବା ଉଦ୍ଦେଶ୍ୟରେ ଜିଲ୍ଲା ଖଣିଜ ପାଣ୍ଠି ଆନୁକୂଲ୍ୟରେ ପୋଷକ କାର୍ଯ୍ୟକ୍ରମର ଗୁରୁବାର ଶୁଭାରମ୍ଭ କରିଛନ୍ତି ଓଡିଶା ବିଦ୍ୟାଳୟ ଓ ଗଣଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। ଜିଲ୍ଲା ପ୍ରଶାସନ ଓ ଡି.ଏମ୍ .ଏଫ୍ .ର ମିଳିତ ଆନୁକୂଲ୍ୟରେ ଡି.ଏନ୍ . ହାଇସ୍କୁଲର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ପାତ୍ର ଏହାର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ଉଦ୍ ବୋଧନ ଦେଇ ମୁଖ୍ୟ ଅତିଥି ଶ୍ରୀ ପାତ୍ର…

"କେନ୍ଦୁଝର: ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ“ପୋଷକ”ର ଶୁଭାରମ୍ଭ କଲେ ମନ୍ତ୍ରୀ"

କେନ୍ଦୁଝର: “ଆମ ଗାଁ ଆମ ବିକାଶ” କାର୍ଯ୍ୟକ୍ରମରେ ୧୭୬ଟି ପ୍ରକଳ୍ପ ପାଇଁ ୬ କୋଟି ଟଙ୍କା ମଂଜୁର

କେନ୍ଦୁଝର, ତା୨୫.୮.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାର ସଦର ବ୍ଲକ୍ ଅନ୍ତର୍ଗତ ପଦ୍ମପୁରଠାରେ ଚଳିତ ଶନିବାର ଦିନ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏ ସଦର ବ୍ଲକ୍ ର ବିଭିନ୍ନ ପଂଚାୟତର ୧୭୬ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ କୋଟି ଟଙ୍କା ମଂଜୁର କରିଛନ୍ତି। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ପାଇଁ ସଦର ବ୍ଲକ୍ ଅଚଂଳରେ ଜନସାଧାରଣଙ୍କ ମଧ୍ୟରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ପଦ୍ମପୁର ଗ୍ରାମର ଲକ୍ଷ୍ମୀ ପଡ଼ିଆଠାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ନିମନ୍ତେ ବ୍ୟାପକ ଆୟୋଜନ କରାଯାଇଥିଲା। ରାଜଧାନୀ ଭୁବନେଶ୍ୱରରୁ ପଦ୍ମପୁର ଲକ୍ଷ୍ମୀ…

"କେନ୍ଦୁଝର: “ଆମ ଗାଁ ଆମ ବିକାଶ” କାର୍ଯ୍ୟକ୍ରମରେ ୧୭୬ଟି ପ୍ରକଳ୍ପ ପାଇଁ ୬ କୋଟି ଟଙ୍କା ମଂଜୁର"

ବିଡିଓଙ୍କର ଦବଙ୍ଗଗିରୀ ଭିଡିଓ ଭାଇରାଲ : ଠେଙ୍ଗାଧରି ପିଟିବାକୁ ଗୋଡାଉଛନ୍ତି ଜଣେ ଅଭିଯୋଗକାରୀଙ୍କୁ : ସୁରକ୍ଷା ପାଇିଁ ଅଣ୍ଟା ଭିଡିଲା ସଙ୍ଘ

କେନ୍ଦୁଝର, ୨୫.୮.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ରେ ବିଡିଓ ଙ୍କର ଦବଙ୍ଗଗିରୀ ଭିଡିଓ ଭାଇରାଲ ହୋଇଛି। ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା କହିବାରୁ ଠଙ୍ଗାଧରି ଗୋଡାଉଛନ୍ତିା। ଏପଟେ ସୁରକ୍ଷା ଦେବାକୁ ସଙ୍ଘ ଅଟାଂ ଭିଡିଥିବା ଅଭିଯୋଗ ଆସିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରର ହରିଚନ୍ଦନପୁର ବ୍ଲକରେ। ଗତ ୨୧ ତାରିଖ ଦିନ ହରିଚନ୍ଦନପୁର ବ୍ଳକର ବିଡିଓ ବିଜୟାନନ୍ଦ ସେଠୀ ହୁଣ୍ଡା ଗାଁ କୁ କ୍ଷେତ୍ର ପରିଦର୍ଶନରେ ଯାଇଥିବା ବେଳେ, ଜନୈକ ବ୍ୟକ୍ତଙ୍କ ଆକ୍ରମଣର ଶୀକାର ହୋଇଥବା ସଂପର୍କରେ ତାଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଆକ୍ରମଣର ୨୪ ଘଣ୍ଟା ପରେ ମଧ୍ୟ ଆକ୍ରମଣକାରୀ ଗିରଫ କରା ନ ଯିବା…

"ବିଡିଓଙ୍କର ଦବଙ୍ଗଗିରୀ ଭିଡିଓ ଭାଇରାଲ : ଠେଙ୍ଗାଧରି ପିଟିବାକୁ ଗୋଡାଉଛନ୍ତି ଜଣେ ଅଭିଯୋଗକାରୀଙ୍କୁ : ସୁରକ୍ଷା ପାଇିଁ ଅଣ୍ଟା ଭିଡିଲା ସଙ୍ଘ"

ହରିଚନ୍ଦନପୁର ବିଡିଓଙ୍କ ଆକ୍ରମଣକାରୀଙ୍କ ଗିରଫ ଦାବିରେ କଲମଛାଡ

କେନ୍ଦୁଝର ୨୩.୮.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଳକ ବିଡିଓ ବିଜୟାନନ୍ଦ ସେଠୀ କ୍ଷେତ୍ର ପରିଦର୍ଶନରେ ଯାଇଥିବା ବେଳେ ତାଙ୍କୁ ଜଣେ ବ୍ୟକ୍ତି ଆକ୍ରମଣ କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା। ଏବଂ ଏ ସଂପର୍କରେ ଥାନାରେ ମଧ୍ୟ ଏତଲା ହୋଇଥିଲା। ଏହି ଘଟଣା ବୁଧବାର ଦିନ ଘଟିଥିବା ବେଳେ ସେହିଦିନ ମଧ୍ୟ ପଣ୍ଡାପଡା ଥାନାରେ ବିଡିଓଙ୍କ ପକ୍ଷରୁଏତଲା ଦିଆଯାଇଥିଲା। ବିଡିଓଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ଜଣକ ନାମ ପ୍ରଶନ୍ନ ନାଏକ ଓ ସେ ବିଜେପି ଦଳର ସକ୍ରୀୟ କର୍ମୀ ବୋଲି କୁହାଯାଇଛି। ବିଡିଓଙ୍କ କହିବାନୁଶାରେ ସେ ହୁଣ୍ଢା ଅଞ୍ଚଳକୁ କ୍ଷେତ୍ରପରିଦର୍ଶନରେ ଯାଇଥିବା ବେଳେ ସେହିଦିନ ଗ୍ରାମ…

"ହରିଚନ୍ଦନପୁର ବିଡିଓଙ୍କ ଆକ୍ରମଣକାରୀଙ୍କ ଗିରଫ ଦାବିରେ କଲମଛାଡ"

ସାବଧାନ୍ ! କେନ୍ଦୁଝରରେ ଛୁଆ ବିକ୍ରି ରାକେଟ ସକ୍ରିୟ! ମଧ୍ୟସ୍ଥି ସାଜିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କେତେଜଣ ଦିଦି

କେନ୍ଦୁଝର ୨୪.୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରେ ସକ୍ରୀୟ ହୋଇଉଠିଛି ଛୁଆ ବିକ୍ରି ରାକେଟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କେତେଜଣ ନର୍ସ ଦିଦି ଏହାର ସୂତ୍ରଧର ସାଜିଥିବା ଅଭିଯୋଗ ଆସିଛି। ଏପରି ଏକ ଘଟଣା ସାମନାକୁ ଆସିଛି, ଯେତେବେଳେ ଜଣେ ନିରାଶ୍ରୟ ଗରୀବ ଅଶିକ୍ଷିତ ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରାଦାୟର ମହିଳାଙ୍କ କୋଳରୁ ତାଙ୍କ ୨ ଦିନ ଶିଶୁ ପୁତ୍ରକୁ ଏକ ହଜାର ଟଙ୍କା ଓ ଏକ ନୂଆ ଶାଢୀ ବଦଳେର ଛଡେଇ ନିଆଯାଇଅଛି। କେନ୍ଦୁଝର ଜିଲ୍ଲା ଆଦିବାସୀ ବହୁଳ ବାଂଶପାଳ ବ୍ଲକ ଗୁପ୍ତଗଙ୍ଗା ଗ୍ରାମର ଜଣେ ଗରିବ ନିରୀହ ଜୁଆଙ୍ଗ ମହିଳା ଦୁଇଦିନ ତଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ…

"ସାବଧାନ୍ ! କେନ୍ଦୁଝରରେ ଛୁଆ ବିକ୍ରି ରାକେଟ ସକ୍ରିୟ! ମଧ୍ୟସ୍ଥି ସାଜିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କେତେଜଣ ଦିଦି"

କେନ୍ଦୁଝର: ଭଗବାନଙ୍କ ଭରସାରେ ଗର୍ଭବତୀ ମହିଳା: ହୁଲିଡଙ୍ଗା ସାଜିଛି ଏକମାତ୍ର ସାହା

କେନ୍ଦୁଝର ୨୦.୮.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଭୂମି ତଳେ ଖଣିଜ ସଂପଦର ରତ୍ନଭଣ୍ଡାର ଉପରେ ଦୟନୀୟ ସ୍ଥିତିରେ ଏହାର ଅଧିବାସୀ। ଏ ହେଉଛି ଆଦିବାସୀ ବହୁଳ ଅବିଭକ୍ତ କେନ୍ଦୁଝର ଜିଲ୍ଲାର ନିଚ୍ଛକ ଚିତ୍ର। ଫଳରେ ଦେଶ ସ୍ୱାଧୀନ ହେବାର ୭୨ ବର୍ଷ ପରେ ମଧ୍ୟ ଏହି ଧନୀ ଜିଲ୍ଲାର ଛୋଟ ଛୋଟ ପିଲା ପାଠ ପଢିବା ପାଇିଁ ନିଜ ଜୀବନକୁ ବାଜି ଲଗାଉଥିବା ବେଳେ ଗର୍ଭବତୀ ମହିଳାଙ୍କ ଆଜି ବି ଉଛୁଳା ନଦୀରେ ଆମ୍ବୁଲାନ୍ସ ସାଜୁଛି ହୁଲି ଡଙ୍ଗା। କିନ୍ତୁ ଏଭଳି ଅଞ୍ଚଳ ଓ ଅଞ୍ଚଳବାସୀଙ୍କ ଜିଲ୍ଲା ପ୍ରଶାସନର କିମ୍ବା ରାଜନେତାଙ୍କର ଦୃଷ୍ଟି ପଡି ପାରୁନାହିଁ। ଏହାଠାରୁ ବଳି ଦୁର୍ଭାଗ୍ୟପୁର୍ଣ୍ମ ଘଟଣା ଜିଲ୍ଲାବାସୀଙ୍କ ପାଇିଁ…

"କେନ୍ଦୁଝର: ଭଗବାନଙ୍କ ଭରସାରେ ଗର୍ଭବତୀ ମହିଳା: ହୁଲିଡଙ୍ଗା ସାଜିଛି ଏକମାତ୍ର ସାହା"

ଉଚ୍ଛୁଳା ନଦୀରେ ବାଜିରେ ଲାଗିଛି ଛାତ୍ରଙ୍କ ଜୀବନ: ନାଉରୀଆ ଭୁମିକାରେ ଛାତ୍ର

କେନ୍ଦୁଝର ତା୧୯.୮.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଏହି ସ୍ୱାଧୀନ ଭାରତରେ ଆଜି ବି ପାଠପଢିବା ଲାଗି ବାଜିରେ ଲାଗିଛି ଜୀବନ। ସରକାରଙ୍କ ପକ୍ଷରୁ ‘ସମସ୍ତେ ପଢିବେ ସମସ୍ତେ ବଢିବେ’ ସ୍ଳୋଗାନ ସହ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇିଁ ମୋ ସ୍କୁଲ ଯୋଜନା, ସବୁଦିନ ଯିବା ସ୍କୁଲ ଭଳି ଯୋଜନା ଉପରେ ଯୋଜନା କରାଯାଉଥିବା ବେଳେ ଗାଁ ବିକାଶର ଭଳି ବହୁତ ବଡବଡ କଥା କୁହାଯାଉଛି। କିନ୍ତୁ ଏ ସମସ୍ତ ଯୋଜନା ଓ ବିକାଶ ଆଦି ଯେ ବାସ୍ତବତା ଠାରୁ ବହୁ ଦୂରରେ ତାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ଯେତେବେଳେ କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଳକ ଅଞ୍ଚଳରେ ପାଠ ପଢିବାକୁ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ…

"ଉଚ୍ଛୁଳା ନଦୀରେ ବାଜିରେ ଲାଗିଛି ଛାତ୍ରଙ୍କ ଜୀବନ: ନାଉରୀଆ ଭୁମିକାରେ ଛାତ୍ର"