ବରଫ ଗାଡ଼ିକୁ ଧକ୍କା ଦେଲା ସ୍କର୍ପିଓ ଅଳ୍ପକେ ବର୍ତିଲେ ଡ୍ରାଇଭର

ବାହାନଗା/ ବାଲେଶ୍ୱର, ୨୦/୦୬( ଓଡ଼ିଆ ପୁଅ/ଭାରତୀ ଦାସ )- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ୧୬ନଂ ଜାତୀୟ ରାଜ ପଥର ନୂଆପଡ଼ା ଡାଇଭରସନ ନିକଟରେ ଏକ ବରଫ ଗାଡ଼ିକୁ ସ୍କର୍ପିଓ ପଛରୁ ଧକ୍କା ଦେବାରୁ ସ୍କର୍ପିଓ ଡ୍ରାଇଭର ଅଳ୍ପକେ ବର୍ତ୍ତି ଥିବାର ଜଣାପଡ଼ିଛି। ଘଟଣାକୁ କେନ୍ଦ୍ର କରି କିଛି ସମୟ ପାଇଁ ଜାତୀୟ ରାଜପଥ ଉପରେ ଉତ୍ତେଜନା ଦେଖାଦେଇଥିଲା। ଘଟଣା ସ୍ଥଳରେ ଖନ୍ତାପଡ଼ା ପୋଲିସ ପହଞ୍ଚି ଗାଡ଼ିକୁ ଜବଦ କରି ଥାନାକୁ ଆଣିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ସୂଚନା ଅନୁସାରେ ଓଳିଆପାଟଣା ନିକଟରେ ଥିବା ଏକ ଚିଙ୍ଗୁଡ଼ି କମ୍ପାନୀର ବରଫ ଗାଡ଼ି (ଓଡି ୦୨କ୍ୟୁ ୪୫୯୫)କମ୍ପାନୀରୁ କାମ ସାରି ନୂଆପଡ଼ା ଡାଇଭରସନ ନିକଟରେ ରାସ୍ତାର…

"ବରଫ ଗାଡ଼ିକୁ ଧକ୍କା ଦେଲା ସ୍କର୍ପିଓ ଅଳ୍ପକେ ବର୍ତିଲେ ଡ୍ରାଇଭର"

୧୬ନଂ ଜାତୀୟରାଜପଥ ଦହିସଡ଼ା ନିକଟ ରାସ୍ତା ଉପରୁ ମିଳିଲା ମହିଳାଙ୍କ ଉଲଗ୍ନ ମୃତ ଦେହ

ବାହାନଗା/ ବାଲେଶ୍ୱର, ୧୯/୦୬(ଓଡ଼ିଆ ପୁଅ/ଭାରତୀ ଦାସ )- ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟରାଜପଥ ଦହିସଡ଼ା ନିକଟ ରାସ୍ତା ଉପରୁ ମିଳିଛି ଏକ ମହିଳାଙ୍କର ମୃତ ଦେହ। ସୂଚନା ଅନୁସାରେ ଆଜି ସକାଳେ ଦହିସଡ଼ା ନିକଟ ଜାତୀୟରାଜପଥ ଉପରେ ମହିଳାଙ୍କର ଉଲଗ୍ନ ମୃତ ଦେହ ରାସ୍ତାରେ ପଡ଼ି ରହିଥିବାର ଦେଖିବାକୁ ମିଳିଥିଲା। ମହିଳାଙ୍କର ବୟସ ୩୦ହେବ ବୋଲି ଅନୁମାନ କରାଯାଏ। ସକାଳେ ପଥଚାରୀ ମାନେ ଦେଖି ପୋଲିସକୁ ଖବର ଦେଇଥିଲେ। ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତନାଘନା କରୁଛି। ମହିଳା ଜଣକ କିଏ, ମାନସିକ ଅନଗ୍ରସର କିମ୍ବା ବଳତ୍କାର ପରେ ହତ୍ୟା କରି କିଏ ଫିଙ୍ଗି ଦେଇଛି କି ଯାତ୍ରା କରୁଥିବା ବେଳେ ବସରୁ…

"୧୬ନଂ ଜାତୀୟରାଜପଥ ଦହିସଡ଼ା ନିକଟ ରାସ୍ତା ଉପରୁ ମିଳିଲା ମହିଳାଙ୍କ ଉଲଗ୍ନ ମୃତ ଦେହ"

ବାହାନଗା ବ୍ଲକରେ ବିଭିନ୍ନ ସ୍ଥାନରେ ୪୦ଡିଗ୍ରୀ ଡେଇଁଲା ପାରଦ

– ବାହାନଗା ବ୍ଲକରେ ଅଗ୍ନି ବର୍ଷା, ତାପମାତ୍ରା ୪୦ଡିଗ୍ରି ଟପିଲା – ଯିବନଯାତ୍ରା ହେଉନି ସହଜ, ବର୍ଷାକୁ ଚାହିଁ ଚାଷିକୂଳ ଚିନ୍ତାରେ ବାହାନଗା/ବାଲେଶ୍ୱର, ୧୮/୦୬(ଓଡିଆ ପୁଅ/ଭାରତୀ ଦାସ)- ପାଣିପାଗର ସମସ୍ୟା ବଡ଼ ବିଚିତ୍ର ଗ୍ରୀଷ୍ମରେ ଦିନରେ ବର୍ଷା ଲାଗି ରହିଥିଲା। କିନ୍ତୁ ବର୍ଷା ଋତୁକୁ ଗ୍ରୀଷ୍ମ ଦଖଲ କରିଛି। ଯାହା ଫଳରେ ଆଷାଢ ମାସ ବର୍ଷା ସମୟରେ ପାଦ ୪୦ଡିଗ୍ରି ଡେଇଁବାର ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ବିଭିନ୍ନ ସ୍ଥାନରେ ଆଜି ତାପମାତ୍ରା ୪୦ଡିଗ୍ରୀ ପାର ହୋଇଛି। ଫଳରେ ଅଗ୍ନି ବର୍ଷା ହେବା ସହ ଯିବନଯାତ୍ରା ସହଜ ହେଉନି। ଏହି ଅଞ୍ଚଳରେ ଥିବା ସାଧାରଣ ଜୀବନ ଯାପନ କଷ୍ଟ ହୋଇଛି। ଫଳରେ ସକାଳ ଛଅଟାରୁ…

"ବାହାନଗା ବ୍ଲକରେ ବିଭିନ୍ନ ସ୍ଥାନରେ ୪୦ଡିଗ୍ରୀ ଡେଇଁଲା ପାରଦ"

ଓଲଟିଲା ଯାତ୍ରୀବାହୀ ବସ ୧ ମୃତ,  ୨୦ ଆହତ

ବାହାନଗା/ବାଲେଶ୍ୱର, ୧୮/୦୬(ଓଡିଆ ପୁଅ/ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବେଗୁନିଆ ଛକ ନିକଟରେ ଏକ ଯାତ୍ରୀ ବାହୀ ବସ ନୟନଜୋରୀକୁ ଖସିପଡ଼ିବା ଫଳରେ ଜଣେ ଯୁବତୀଙ୍କର ମୃତ୍ୟୁ ହେବା ସହ ୨୦ଜଣ ଆହତ ହୋଇଥିବାର ଜଣାପଡ଼ିଛି। ଖବର ଅନୁସାରେ ହାଓଡ଼ାରୁ ଏକ ଯାତ୍ରୀ ବାହୀ ବସ ଧାମନଗର ଅଭିମୁଖେ ୬୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା। ହଠାତ ସକାଳେ ବସଟି ଭାରସାମ୍ୟ ହରାଇ ବେଗୁନିଆ ଛକ ନିକଟରେ ନୟନ ଜୋରୀକୁ ଖସିପଡ଼ିଥିଲା। ସେଥିରେ ଚାପି ହୋଇ ନାସିରିମ ବେଗମ ନାମକ ଯୁବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ଜଣ ଆହତ ହୋଇଥିବାର ଜଣାପଡ଼ିଛି। ଖବର ପାଇ ଖନ୍ତାପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକମାନଙ୍କ…

"ଓଲଟିଲା ଯାତ୍ରୀବାହୀ ବସ ୧ ମୃତ,  ୨୦ ଆହତ"

ବାହାନଗା ଲେବଲକ୍ରସିଂ ଠାରେ ଗଳା ପୋଲ ନିମନ୍ତେ ଦାବି ହୋଇଥିଲେ ମଧ୍ୟ କିଛି ଫଳ ମିଳୁନି

ବାହାନଗା/ବାଲେଶ୍ୱର, ୧୭/୦୬ ( ଓଡ଼ିଆ ପୁଅ/ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ୨୪ଟି ପଞ୍ଚାୟତକୁ ନେଇ ଗଠିତ। ଏହି ବ୍ଲକଟି ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଅବସ୍ଥିତ ଥିବା ବେଳେ। ତାର ଅଧିକାଂଶ ପଞ୍ଚାୟତ ବଙ୍ଗୋପ ସାଗର ଉପକୁଳବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଯାହାକି ବ୍ଲକ କାର୍ଯ୍ୟାଳୟକୁ ଏହି ପଞ୍ଚାୟତ ବାସୀ କାର୍ଯ୍ୟ ପାଇଁ ଗଲେ ରେଲୱେ ଲେବଲ କ୍ରସିଂ ପାର ହେବାକୁ ଯିବାକୁ ପଡ଼ିଥାଏ। ଯାହାକି ଏହା ବାହାନଗା ବଜାରର ଅନତି ଦୁରରେ ଅ୍ରବସ୍ଥିତ ଯାହକି ଏହି ଲେବଲକ୍ରସିଂ “କ”ଶ୍ରେଣୀର ମାନ୍ୟତା ପାଇଛି। କିନ୍ତୁ ଏକ କାଳିନ ଯଦି ୨ଟି କିମ୍ବା ୩ଟି ଟ୍ରେନ ଚଳାଚଳ କରେ ତାହେଲେ ଯାତ୍ରୀଙ୍କ ଅବସ୍ଥା ବେହାଲ ହୋଇଯାଏ।…

"ବାହାନଗା ଲେବଲକ୍ରସିଂ ଠାରେ ଗଳା ପୋଲ ନିମନ୍ତେ ଦାବି ହୋଇଥିଲେ ମଧ୍ୟ କିଛି ଫଳ ମିଳୁନି"

ସାହାସପୁରାରେ ଇପ୍ତିଆର ପାର୍ଟି

ବାହାନଗା/ବାଲେଶ୍ୱର, ୧୫/୦୬( ଓଡ଼ିଆ ପୁଅ/ଭାରତୀ ଦାସ)- ବାହାନଗା ବ୍ଲକ ସାହାସପୁରାରେ କଂଗ୍ରେସ ତରଫରୁ ପବିତ୍ର ରମଜାନ ଅବସରରେ ଇଫତାର ପାର୍ଟିର ଆୟୋଜନ କରାଯାଇଛି। ସ୍ଥାନୀୟ ସମିତି ସଭ୍ୟ ସୁଶାନ୍ତ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଇଂ ଶରତ ରାଜ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ପଥରପେଣ୍ଠ ସରପଞ୍ଚ ଦେବାନନ୍ଦ ମଳିକ, ବିଷ୍ଣୁପୁର ସମିତି ସଭ୍ୟ ସାଧୁ ଚରଣ ପରିଡ଼ା, ବସନ୍ତ କୁମାର ସାହୁ, ଦିଲ୍ଲିପ କୁମାର ପଣ୍ଡା, ବେଣୁଧର ଜେନା, ହକିବୁଲ ସାହା, ମଲ୍ଲିକ ଇଜରାଇଲ, ମଲ୍ଲିକ ଫିରୋଜ, ହାଡ଼ି ସାହା, ଜିଲାନି ସାହା, ଅବଦୁଲ କରିମ ହବିବ, ରାମଜାନି ସାହା, ବସିରୁଦ୍ଦିନ ସାହା ପ୍ରମୁଖ ଯୋଗ…

"ସାହାସପୁରାରେ ଇପ୍ତିଆର ପାର୍ଟି"

ଗୋପାଳପୁରରେ ରଜ ଉତ୍ସବ ପାଳିତ

ବାହାନଗା/ବାଲେଶ୍ୱର, ୧୫/୦୬(ଓଡ଼ିଆ ପୁଅ/ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ମଣିଭଦ୍ର ନେଡାଲ ହାଇସ୍କୁଲ ପରିସରରେ ଗୋପାଳପୁର ରଜ କମିଟି, ନାଗରିକ ମଞ୍ଚର ଆବାହକ ସୁଦର୍ଶନ ମହାପାତ୍ରଙ୍କ ତତ୍ୱାବଧାନରେ ଧୂମଧାମରେ ପାଳିତ ହୋଇଯାଇଛି। ପ୍ରାମ୍ଭରେ ସ୍ଥାନୀୟ ସମିତି ସଭ୍ୟା ତୁଷାରକାନ୍ତି ମହାପାତ୍ର, ସଂଯୁକ୍ତା ମିଶ୍ର, ଶୈଳବାଳା ଖଟୁଆ ସ୍କୁଲ ପରିସରରେ ଥିବା ମନିଷି ମାନଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ସଂଯୁକ୍ତା ମିଶ୍ରଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ତୁଷାରକାନ୍ତି ମହାପାତ୍ର, ସମ୍ମାନିତ ଅତିଥିଭାବେ ସୁଚିତ୍ରା ସାହୁ ରଜ ବାବଦରେ ନିଜନିଜର ବକ୍ତବ୍ୟ ରଖିଥିଲୋ କାର୍ଯ୍ୟକମରେ ଶଙ୍ଖଫୁଙ୍କା, ମ୍ୟୁଜିକ ଚେୟାର, ପୁଚି, ହୁଳହୁଳି, ଦୌଡ଼ି ଟଣା, ଜଲପିଖିଆ,…

"ଗୋପାଳପୁରରେ ରଜ ଉତ୍ସବ ପାଳିତ"

ନାବାଳିକାକୁ ଅସଦାଚରଣ ଉଦ୍ୟମ, ଅଭିଯୁକ୍ତ କୋର୍ଟ ଚାଲାଣ

ବାହାନଗା/ବାଲେଶ୍ୱର, ୧୨/୦୬(ଓଡ଼ିଆ ପୁଅ/ଭାରତୀ ଦାସ)- ପୋଲିସ ବିଭାଗ ତରଫରୁ ପ୍ରତ୍ୟେକ ଥାନାଅଞ୍ଚଳ ନାବାଳିକା ଦୁସ୍କର୍ମ ରୋକିବା ପାଇଁ ପ୍ରଚାର ପ୍ରସାର ହେଉଥିବା ବେଳେ ଜନ ସାଧାରଣଙ୍କ ଉପରେ ତାହାର ପ୍ରଭାବ କୌଣସି ପଡ଼ୁଥିବାର ନଜିର ଖନ୍ତାପଡ଼ା ଥାନା କସବାଜୟପୁର ପଞ୍ଚାୟତରେ ଦେଖିବାକୁ ମିଳିଛି। ଗତ କାଲି ଏହି ଗ୍ରାମର କ୍ଷେତ୍ରମୋହନ ଚୌଧୂରୀଙ୍କ ପୁଅ ଉମାଶଙ୍କର(୨୪) ନିଶାଶକ୍ତ ଅବସ୍ଥାରେ ଉକ୍ତ ଗ୍ରାମର ୧୦ମଶ୍ରେଣୀ ଛାତ୍ରୀ(ଜୁଲି)ଛଦ୍ମନାମ ଅସଦାଚରଣ ଉଦ୍ୟମ କରି ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବାର ଜଣାପଡ଼ିଛି। ମାଆ ବାସନ୍ତି ବିଶ୍ୱାଳଙ୍କ ଅଭିଯୋଗ ଅନୁଯାୟୀ ଗତକାଲି ଦିନ ୪ଟାବେଳେ ଝିଅ ଜୁଲି ଟିଉସନ ସାରି ଘରକୁ ଫେରୁଥିଲେ। ଏହି ଗ୍ରାମର ଗଡ଼ଚଣ୍ଡି ମନ୍ଦିର ନିକଟରେ…

"ନାବାଳିକାକୁ ଅସଦାଚରଣ ଉଦ୍ୟମ, ଅଭିଯୁକ୍ତ କୋର୍ଟ ଚାଲାଣ"

ବାହାନଗାତହସିଲରେ ନୂତନ ତହହସିଲଦାରଙ୍କ ଦାୟିତ୍ୱ ଗ୍ରହଣ

ବାହାନଗା/ବାଲେଶ୍ୱର, ୧୨/୦୬( ଓଡ଼ିଆ ପୁଅ/ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ସ୍ଥିତ ପାଇକାସ୍ତାରେ ଥିବା ତହସିଲରେ ଦୀର୍ଘଦିନ ଧରି ସ୍ଥାୟୀ ତହସିଲଦାର ନଥିଲେ। ତହସିଲଦାର ଦାୟିତ୍ୱ ସୋର ଅତିରିକ୍ତ ତହସିଲଦାର ପ୍ରିୟବ୍ରତ ପାଢୀଙ୍କୁ ଦିଆଯାଇଥିବା ବେଳେ ଆଜି ତାହାର ଯବନିକା ପଡ଼ି ନୂତନ ତହସିଲଦାର ଭାବେ ଦେବଯାନୀ ଭୁୟାଁ ଦାୟିତ୍ୱ ଗ୍ରହଣ ଥିବାର ଜଣାପଡ଼ିଛି। ତେବେ ଦେବଯାନୀ ଭୂୟାଁ ଯୋଗ ଦେବାପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ କରାଯାଇଥିବାର ଜଣାପଡ଼ିଛି। ଅମଲାସଙ୍ଘ କିଛିଦିନ କାର୍ଯ୍ୟବନ୍ଦ ଅନ୍ଦୋଳନ କରିଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କର ଏଡ଼ମିଶନ ପାଇଁ ବିଭିନ୍ନ ପ୍ରକାର ସାର୍ଟିଫିକେଟ ଆବଶ୍ୟତା ହେଉଥିବା ବେଳେ ତାହା ଠିକ ସମୟରେ ହେବା ସମ୍ଭବ ହେଉନଥିଲା…

"ବାହାନଗାତହସିଲରେ ନୂତନ ତହହସିଲଦାରଙ୍କ ଦାୟିତ୍ୱ ଗ୍ରହଣ"

ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର

ବାହାନଗା/ବାଲେଶ୍ୱର, ୧୧/୦୬(ଓଡ଼ିଆପୁଅ/ଭାରତୀ ଦାସ)- ଖନ୍ତାପଡ଼ା ଥାନା ବିଷ୍ଣୁପୁର ଗ୍ରାମ ବାସୁଳି ସାହିରେ ରବିବାରଦିନ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ରବିବାରଦିନ ବିଷ୍ଣୁପୁର ଗ୍ରାମର ରନ୍ନାକର ବେହେରା(୫୦) ଅନ୍ୟ୪ଜଣଙ୍କ ସହ ପୂଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ଘର ତିଆରି କରୁଥିଲେ। ତେବେ ସନ୍ଧ୍ୟା ୬ଟାରେ କାମ ସାରି ଘରକୁ ଫେରୁଥିବାବେଳେ କାଳବୈଶାଖି ଜନୀତ ବଜ୍ରାଘାତ ହୋଇଥିଲା। ଉକ୍ତ ଘଟଣାରେ ରତ୍ନାକର ମୃତ୍ୟୁବରଣ କରିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ଗୁରୁତର ହୋଇ ଗୋପାଳପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବାର ଜଣାପଡ଼ିଛି। ମୃତ ରତ୍ନାକର ଦାରିଦ୍ରସୀମାରେଖା ତଳେ ଗତିକରୁଥିବାର ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

"ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର"