ବ୍ରେଥ୍ ଅନଲାନ ସାହଯ୍ୟରେ ମଦ୍ୟପ ଡ୍ରାଇଭରଙ୍କ ପରୀକ୍ଷା, ପୋଲିସଦ୍ୱାରା ଲାଇସେନ୍ସ ରଦ୍ଦ ପାଇଁ ସୁପାରିଶ

ବାହାନଗା/ ବାଲେଶ୍ୱର, ୨୩/୦୭(ଓଡ଼ିଆପୁଅ/ଭାରତୀ ଦାସ)- ଭଦ୍ରକ ଜିଲ୍ଲା ରାଣୀତାଲ ଠାରେ ଘଟିଥିବା ଟ୍ରକ ଟ୍ରାଜେଡ଼ି ପରେ ମଦ୍ୟପ ଗାଡ଼ିଚାଳକ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ପୋଲିସ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହି ଅବସରରେ ୧୬ନଂଜାତୀୟ ରାଜପଥ ସେରଗଡ଼ ଟୋଲଗେଟ ନିକଟରେ ଖନ୍ତାପଡ଼ା ଥାନା ପୋଲିସ ପକ୍ଷରୁ ମଦ୍ୟପ ଚାଳକ ମାନଙ୍କୁ ଧରିବା ପାଇଁ ବ୍ରେଥି ଅନଲାଇନ ସାହାଯ୍ୟରେ ଇଥାଇଲ ଆଲକୋହଲ ପରୀକ୍ଷା କରାଯାଇଛି। ଏହି ପରୀକ୍ଷାରେ ବାଲେଶ୍ୱରରୁ ପିକଅପ ନେଇ ଫେରୁଥିବା ସୋର ଥାନା ଅଧିନ ବାଜଣା ଗ୍ରାମର ରାମଚନ୍ଦ୍ର ସାମଲଙ୍କ ପୁଅ ନିରଞ୍ଜନ (୩୫)ବିଫଳ ହୋଇଥିବାର ଜଣାପଡ଼ିଥିଲା। ତେବେ ନିରଞ୍ଜନଙ୍କର ଏହି ବିଫଳରେ ତାଙ୍କ ଲାଇସେନ୍ସ ରଦ୍ଦ କରିବା ପାଇଁ ପୋଲିସ ପକ୍ଷରୁ…

"ବ୍ରେଥ୍ ଅନଲାନ ସାହଯ୍ୟରେ ମଦ୍ୟପ ଡ୍ରାଇଭରଙ୍କ ପରୀକ୍ଷା, ପୋଲିସଦ୍ୱାରା ଲାଇସେନ୍ସ ରଦ୍ଦ ପାଇଁ ସୁପାରିଶ"

କଲ୍ୟାଣୀ ସେବାସମବାୟ ସମିତିରେ, ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ବାହାନଗା/ ବାଲେଶ୍ୱର, ୩୦/୦୬(ଓଡ଼ିଆ ପୁଅ/ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର କଲ୍ୟାଣୀ ସେବାସମବାୟ ସମିତି ତରଫରୁ ନୂଆପୁର ବାତ୍ୟା ଆଶ୍ରୟ ସ୍ଥଳ ପରିସରରେ ଚାଷୀ ଭାଇଙ୍କ ସଚେତନତା କାର୍ଯ୍ୟକ୍ରମ “ସମବାୟ ଆପଣଙ୍କ ଦ୍ୱାରରେ” ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମିତି ସଭାପତି ଡା ଆଲୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ମୁଖ୍ୟ ଅତିଥି ଭାବେ ସୋର ବିଧାୟକ ପର୍ଶୁରାମ ଧଡ଼ା, ବାଲେଶ୍ୱର -ଭଦ୍ରକ ସମବାୟ ବ୍ୟାଙ୍କର ଏଜିଏମ ସନ୍ତୋଷ କୁମାର ବେହେରା, ଯୋଗ ଦେଇ ସମିତି ଓ ବ୍ୟାଙ୍କରୁ ଚାଷୀଙ୍କୁ ସ୍ୱଳ୍ପ ମିଆଦୀ ଋଣ, ଦୀର୍ଘ ମିଆଦି ଋଣ ସମ୍ପର୍କରେ ଚାଷୀଙ୍କୁ ସୂଚନା ଦେଇଥିଲେ। ସମ୍ମାନିତ ଅତିଥିଭାବେ ବାହାନଗା ଚେୟାରମ୍ୟାନ…

"କଲ୍ୟାଣୀ ସେବାସମବାୟ ସମିତିରେ, ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ"

ବାଣିଜ୍ୟ ପରିବହନ ସଚିବଙ୍କ ବାହାନଗା ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ

ବାହାନଗା/ବାଲେଶ୍ୱର, ୨୭/୦୬(ଓଡ଼ିଆ ପୁଅ/ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ବିଭିନ୍ନ ଅଞ୍ଚଳକୁ ରାଜ୍ୟ ସରକାରଙ୍କ ଶ୍ରମ, ବାଣିଜ୍ୟ ପରିବହନ ସଚିବ ଜି. ଶ୍ରୀନିବାସ ପରିଦର୍ଶନ କରିଥିବାର ଜଣାପଡ଼ିଛି। ଏହି ଗସ୍ତ ଅବସରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦେଖିବା ସହ ବିଭିନ୍ନ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆଜି ଅପରାହ୍ନରେ ସଚିବ ଶ୍ରୀ ଶ୍ରୀନିବାସ ବାହାନଗା ବ୍ଲକର ଖନ୍ତାପଡ଼ା ଦାଣ୍ଡକାଳୀ ସ୍ଥିତ ମା ମଙ୍ଗଳା ପ୍ରଡ୍ୟୁସର ଗ୍ରୁପ ରେ ପହଞ୍ଚି ଗ୍ରୁପ ସଦସ୍ୟଙ୍କ ଦ୍ୱାରା ନିର୍ମିତ ହେଉଥିବା ଠାକୁରଙ୍କର ପ୍ଲାଷ୍ଟିକ ଫୁଲହାର, ମୁକୁଟ ଓ ଅନ୍ୟାନ୍ୟ ହାତ ତିଆରି ସାମଗ୍ରୀ ପଦ୍ଧତି ଦେଖିବା ସହ ସଦସ୍ୟଙ୍କ ସହ କାରବାର ସମ୍ପର୍କରେ ପଚାରି ବୁଝିଥିଲେ। ଏହାପରେ…

"ବାଣିଜ୍ୟ ପରିବହନ ସଚିବଙ୍କ ବାହାନଗା ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ"

ଚାରି ମାସ ଧରି ମିଳୁନି ରେସନ, ଯୋଗାଣ ନିରୀକ୍ଷକାଙ୍କ ନିକଟରେ ଅଭିଯୋଗ ଆଣିଲେ ଗ୍ରାମବାସୀ

ବାହାନଗା/ବାଲେଶ୍ୱର, ୨୨/୦୬(ଓଡ଼ିଆ ପୁଅ/ଭାରତୀ ଦାସ )- ବାହାନଗା ବ୍ଲକ କୋଚିଆକୋଇଲି ପଞ୍ଚାୟତର କାନ୍ଥିଗଡ଼ିଆ, କୋଚିଆକୋଇଲି ମଳିକ ସାହି, ରାହାପଦା, ଅରଡ଼ା ଗ୍ରାମରେ ୪ମାସ ଧରି ଖାଉଟି ରେସନ ସାମଗ୍ରୀ ପାଇ ନଥିବାର ବ୍ଲକ ଯୋଗାଣ ନିରିକ୍ଷୀକାଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଡିଲର ସମରେନ୍ଦ୍ର ମଲ୍ଲିକ ରେସନ ସାମଗ୍ରୀ ଠିକ ସମୟରେ ପ୍ରଦାନ କରୁନାହାନ୍ତି। ଏପରିକି ମାସମାସ ଧରି ସେ ରେସନ କୋଟା ଉଠାଉଥିଲେ ମଧ୍ୟ ଉପଭୋକ୍ତାଙ୍କୁ ବଣ୍ଟନ ନକରି ହଡ଼ପ କରିଛନ୍ତି। ସୂଚନା ଅନୁସାରେ ଡିଲର ଶ୍ରୀ ମଲ୍ଲିକ ୧୨୪ଟି କାର୍ଡ଼ରେ ୫୪୫ଜଣ ସଦସ୍ୟ ପାଇଁ ପ୍ରତି ମାସ ୨୨.୯୨କ୍ୱିଣ୍ଟାଲ ଚାଉଳ, ୬.୮୩କ୍ୱିଣ୍ଟାଲ ଗହମ ଓ ୫୩୩ଲିଟର କିରୋସିନ ଉଠାଇ ଥନ୍ତି। ତେବେ…

"ଚାରି ମାସ ଧରି ମିଳୁନି ରେସନ, ଯୋଗାଣ ନିରୀକ୍ଷକାଙ୍କ ନିକଟରେ ଅଭିଯୋଗ ଆଣିଲେ ଗ୍ରାମବାସୀ"

ହାଇକୋର୍ଟକଙ୍କ ନିର୍ଦ୍ଦେଶ କାମ ଦେଉନି ଡିଜେ ସାଉଣ୍ଡ ପାଇଁ ଜନଜୀବନ ଅସ୍ତବ୍ୟସ୍ତ

ବାହାନଗା/ବାଲେଶ୍ୱର, ୨୨/୦୬ (ଓଡ଼ିଆ ପୁଅ/ଭାରତୀ ଦାସ ) – ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପ୍ରଶାସନ ପାଳନ କରିବାକୁ ନାରାଜ। ପ୍ରଶାସନର କୋହଳ ମନୋଭାବ ପାଇଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ। ମାନ୍ୟବର ହାଇକୋର୍ଟଙ୍କ ତରଫରୁ ଶବ୍ଦପ୍ରଦୁଷଣକୁ ନିୟନ୍ତ୍ରଣ କରିବା ପାଇଁ ୬୫ଡେସିବେଲରେ ମାଇକ ବା ଡିଜେ ସାଉଣ୍ଡ ବଜାଇବା ପାଇଁ ସିଧାସଳଖ ଭାବେ ନିର୍ଦ୍ଦେଶ ରହିଛି। ଏହା ମଧ୍ୟରେ ଭିଡ଼ ସ୍ଥାନ, ହସପିଟାଲ ସମ୍ମୁଖ ଓ ଶିକ୍ଷାନୁଷ୍ଠାନ ପାଖରେ ମାଇକ ବା ଡିଜେ ବଜାଇବା ପାଇଁ ଅନୁମତି ନାହିଁ। କିନ୍ତୁ ବାଲେଶ୍ୱର ଜିଲ୍ଲ। ବାହାନଗା ବ୍ଲକର ଗୋପାଳପୁର, ଖନ୍ତାପଡ଼ା ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଉଭୟ ସ୍ଥାନରେ ହସପିଟାଲ ଥିଲେ ମଧ୍ୟ ପ୍ରତିଯୋଗୀତା ଆଳରେ ଉଭୟ ସ୍ଥାନରେ…

"ହାଇକୋର୍ଟକଙ୍କ ନିର୍ଦ୍ଦେଶ କାମ ଦେଉନି ଡିଜେ ସାଉଣ୍ଡ ପାଇଁ ଜନଜୀବନ ଅସ୍ତବ୍ୟସ୍ତ"

ରେସନକାର୍ଡ଼ ପାଇଁ ତାତିଲେ ଜନପ୍ରତିନିଧି

ବାହାନଗା/ ବାଲେଶ୍ୱର, ୨୨/୦୬(ଓଡ଼ିଆପୁଅ/ଭାରତୀ ଦାସ )-ବାଳେଶ୍ୱର ଜିଲ୍ଲା ବାହାନଗା ବ୍ଲକରେ ରେସନ କାର୍ଡ଼ ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ନାହିଁ ନଥିବା ଦୁର୍ଦ୍ଦଶାର ଶିକାର ହେଉଛନ୍ତି। ଯୋଗ୍ୟ ହିତାଧିକାରୀ ରେସନକାର୍ଡ଼ ଖଣ୍ଡିଏ ପାଇବା ପାଇଁ ବାରମ୍ବାର ବ୍ଲକ ଦୌଡ଼ିଦୌଡ଼ି ନୟାନ୍ତ ହୋଇଛନ୍ତି। ଯାହାର ସିଧାସଳଖ ପ୍ରଭାବ ପଞ୍ଚାୟର ନିର୍ବାଚିତ ଜନପ୍ରତିନିଧିଙ୍କ ଉପରେ ପଡ଼ୁଛି। ଏନେଇ ଆଜି ତାଳକୁରୁଣିଆ ସରପଞ୍ଚ ବିଜୟ କୁମାର ସାହୁ, ସମିତିସଭ୍ୟ ଶତ୍ରୁଘ୍ନ ପରୀଡ଼ା, ସାହସପୁରା ସରପଞ୍ଚ ଅଞ୍ଜୁଲତା ସାହୁ, ଦାଣ୍ଡ ହରିପୁର ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ମଳିକ, ଚିତ୍ତଳ ସରପଞ୍ଚ ଗୀତାଞ୍ଜଳୀ ବାରିକ, ବରିପଦା ସରପଞ୍ଚ ନିବେଦିତା ନାୟକ, ଆରୁହାବାଡ଼ ସରପଞ୍ଚ ଶିଶିର କୁମାର ଅଗସ୍ତି, ଓଡ଼ଶାଳ ସରପଞ୍ଚ ଆରତୀ…

"ରେସନକାର୍ଡ଼ ପାଇଁ ତାତିଲେ ଜନପ୍ରତିନିଧି"

ନେସ୍କୋ ଦ୍ୱରା ସମୟ ପୂର୍ବରୁ ମିଳୁଛି ବିଲ, ସୋର ଡିଭିଜନ ଅଧିନ ବାହାନଗା ସବଡିଭିଜନରେ ଘଟିଛି ଏଭଳି ଘଟଣା

ବାହାନଗା, ବାଲେଶ୍ୱର, ୨୧/୦୬(ଓଡ଼ିଆ ପୁଅ/ଭାରତୀ ଦାସ)- ପ୍ରଚଣ୍ଡ ଗ୍ରୀଷ୍ମ ସହ ଅସହ୍ୟ ଗୁଳୁଗୁଳିରେ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ କିଛି ଦିନ ଧରି ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ଦିନ ଓ ରାତିରେ ଲୋକେ ଲୋ ଭୋଲଟେଜ ସମସ୍ୟାରେ ଖୁନ୍ଦି ହୋଇଥିଲେ। ତେବେ ନେସ୍କୋ ର ମନମାନି ଯୋଗୁଁ ନିର୍ଦ୍ଧାରିତ ତାରିଖ ପୁର୍ବରୁ ଗ୍ରାହକଙ୍କୁ ବିଦ୍ୟୁତ ବିଲ ପ୍ରଦାନ କରାଯାଇଥିବାର ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳର ଉପଭୋକ୍ତା କେବଳ ବିଲ ଦେଉଥିବା ବେଳେ ଏଭଳି ଗୁରୁତର ତୃଟି ଅଧିକାଂଶ ସମୟରେ ଲୋକ ଲୋଚନକୁ ଆସିପାରୁ ନଥିବାର ଜଣାପଡ଼ିଛି। ଘଟଣା କ୍ରମରେ ବାଲେଶ୍ୱର ଜିଲ୍ଲା ସୋର ଡିଭିଜନ ଅଧିନ ବାହାନଗା ସବଡିଭିଜନର ଗୋପାଳପୁର ସେକ୍ସନରେ ଏଭଳି ତ୍ରୁଟି…

"ନେସ୍କୋ ଦ୍ୱରା ସମୟ ପୂର୍ବରୁ ମିଳୁଛି ବିଲ, ସୋର ଡିଭିଜନ ଅଧିନ ବାହାନଗା ସବଡିଭିଜନରେ ଘଟିଛି ଏଭଳି ଘଟଣା"

ଦେଢଶୁର ମାଡ଼ରେ ଭାଇବୋହୂ ଆହତ, ଫାଣ୍ଡିରେ ଅଭିଯୋଗ

ବାହାନଗା/ ବାଲେଶ୍ୱର, ୨୧/୦୬(ଓଡ଼ିଆ ପୁଅ/ ଭାରତୀଦାସ)- ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅଧିନ ଓଡ଼ଶାଳ ଗ୍ରାମର ଟଙ୍କା ଦେଣନେଣକୁ ନେଇ ୨ଭାଇଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। ଦେଢଶୁର ମାଡ଼ରେ ଭାଇବୋହୂ ଆହତ ହୋଇ ଗୋପାଳପୁର ଫାଣ୍ଡିରେ ନ୍ୟାୟ ପାଇଁ ଆଶ୍ରୟ ନେଇଥିବାର ଜଣାପଡ଼ିଛି। ଅଭିଯୋଗ ଅନୁସାରେ ରବି କୁମାର ଜେନା ଓ ସ୍ତ୍ରୀ ସବିତା ଉଭୟ ଦିଲ୍ଲୀରେ ରହି କାମ କରନ୍ତି। ରବିଙ୍କ ପୁତୁରା ଗିରିଶ ତାଙ୍କ ଠାରୁ୬୯ହଜାର ଟଙ୍କା ଧାର ସୂତ୍ରରେ ନେଇ ଆଉ ଫେରାଇ ନଥିଲେ।। ଏପରିକି ଏହି ଘଟଣା ସରପଞ୍ଚ ଓ ଅନ୍ୟ ଭଦ୍ରଲୋକଙ୍କ ସମ୍ମୁଖରେ ରଫାନାମା କରାଯାଇଥିଲା। ମାତ୍ର ଏହି ରଫାନାମାକୁ ୧୬ମାସ ବିତିଥିଲେ ମଧ୍ୟ ରବିଙ୍କ ବଡ଼…

"ଦେଢଶୁର ମାଡ଼ରେ ଭାଇବୋହୂ ଆହତ, ଫାଣ୍ଡିରେ ଅଭିଯୋଗ"

ବିଶ୍ୱ ଯୋଗ ଦିବସ ପାଳିତ

ବାହାନଗା /ବାଲେଶ୍ୱର, ୨୧/୦୬(ଓଡ଼ିଆ ପୁଅ/ଭାରତୀ ଦାସ)- ସାରା ଦେଶରେ ଆଜି ବିଶ୍ୱ ଯୋଗ ଦିବସ ଅବସରରେ ଆଜି ବିଭିନ୍ନ ସ୍ଥାନରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଖନ୍ତାପଡ଼ା ମହିଳା (ଜୁନିଅର) ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଯୋଗ ଶିବିର ଆୟୋଜନ କରାଯାଇଥିଲାା ଏଥିରେ କଲେଜ ଅଧ୍ୟକ୍ଷା କବିତାମୟୀ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଯୋଗ ପ୍ରଶିକ୍ଷକ ସଞ୍ଜୟ କୁମାର ସାହୁ ଯୋଗ ଦେଇ ଯୋଗର ଉପକାରୀତା ବିଷୟରେ ଛାତ୍ରୀ ମାନଙ୍କୁ ବୁଝାଇ ଥିଲେ। ପରେ ଛାତ୍ରୀ ଓ ଅଧ୍ୟାପକଓ ଅଧ୍ୟାପିକା, କର୍ମଚାରୀ ମାନଙ୍କୁ ନେଇ ଯୋଗଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଶିକ୍ଷକ ସଞ୍ଜୟ ସାହୁ ସମସ୍ତଙ୍କୁ…

"ବିଶ୍ୱ ଯୋଗ ଦିବସ ପାଳିତ"

ବରଫ ଗାଡ଼ିକୁ ଧକ୍କା ଦେଲା ସ୍କର୍ପିଓ ଅଳ୍ପକେ ବର୍ତିଲେ ଡ୍ରାଇଭର

ବାହାନଗା/ ବାଲେଶ୍ୱର, ୨୦/୦୬( ଓଡ଼ିଆ ପୁଅ/ଭାରତୀ ଦାସ )- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ୧୬ନଂ ଜାତୀୟ ରାଜ ପଥର ନୂଆପଡ଼ା ଡାଇଭରସନ ନିକଟରେ ଏକ ବରଫ ଗାଡ଼ିକୁ ସ୍କର୍ପିଓ ପଛରୁ ଧକ୍କା ଦେବାରୁ ସ୍କର୍ପିଓ ଡ୍ରାଇଭର ଅଳ୍ପକେ ବର୍ତ୍ତି ଥିବାର ଜଣାପଡ଼ିଛି। ଘଟଣାକୁ କେନ୍ଦ୍ର କରି କିଛି ସମୟ ପାଇଁ ଜାତୀୟ ରାଜପଥ ଉପରେ ଉତ୍ତେଜନା ଦେଖାଦେଇଥିଲା। ଘଟଣା ସ୍ଥଳରେ ଖନ୍ତାପଡ଼ା ପୋଲିସ ପହଞ୍ଚି ଗାଡ଼ିକୁ ଜବଦ କରି ଥାନାକୁ ଆଣିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ସୂଚନା ଅନୁସାରେ ଓଳିଆପାଟଣା ନିକଟରେ ଥିବା ଏକ ଚିଙ୍ଗୁଡ଼ି କମ୍ପାନୀର ବରଫ ଗାଡ଼ି (ଓଡି ୦୨କ୍ୟୁ ୪୫୯୫)କମ୍ପାନୀରୁ କାମ ସାରି ନୂଆପଡ଼ା ଡାଇଭରସନ ନିକଟରେ ରାସ୍ତାର…

"ବରଫ ଗାଡ଼ିକୁ ଧକ୍କା ଦେଲା ସ୍କର୍ପିଓ ଅଳ୍ପକେ ବର୍ତିଲେ ଡ୍ରାଇଭର"