ମୁଁ ଓଡ଼ିଶା, ମୁଁ ହିରୋ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାହାନଗା/ବାଲେଶ୍ୱର, ୦୯/୦୯(ଓଡ଼ିଆ ପୁଅ/ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସ୍ଥିତ ଗୋପାଳପୁର ମହାବିଦ୍ୟାଳୟରେ ମୁଁ ଓଡ଼ିଶା ମୁଁ ହିରୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ସଭାରେ ଅଧ୍ୟକ୍ଷତା କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ନରେଶ ଚନ୍ଦ୍ର ପାଢୀ। ମୁଖ୍ୟ ଅତିଥିଭାବେ ଅଲଓଡ଼ିଶା ବିଜୁ ଯୁବବାହୀନିର ସଭାପତି ଅରୁଣ ପଟ୍ଟନାୟକ ଯୋଗଦେଇଥିଲେ। ସମ୍ମାନିତ ଅତିଥିଭାବେ ସୋର ବିଧାୟକ ପର୍ଶୁରାମ ଧଡ଼ା, ନୀଳଗିରି ବିଧାୟକ ଇ. ସୁକାନ୍ତ ନାୟକ, ଭଦ୍ରକ ସାଂସଦ ଅର୍ଜ୍ଜୁନ ଚରଣ ସେଠୀ ଯୋଗ ଦେଇ ଯୁବ ବାହୀନି ଆଗାମୀ ଦିନର ଭବିଷ୍ୟତ, ସେମାନେ ଶୃଙ୍ଖଳିତ ଭାବରେ ରାଜ୍ୟକୁ ଶକ୍ତ ସରକାର ଗଠିନ କରିବାର ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି…

"ମୁଁ ଓଡ଼ିଶା, ମୁଁ ହିରୋ କାର୍ଯ୍ୟକ୍ରମ ଅନୁଷ୍ଠିତ"

ପ୍ରଧାନମନ୍ତ୍ରୀଙ୍କ ମୋ ଆଦର୍ଶ ଗ୍ରାମ ଯୋଜନାରେ ନୂଆପୁରକୁ ସାମିଲ

ବାହାନଗା /ବାଲେଶ୍ୱର, ୦୯/୦୯(ଓଡ଼ିଆ ପୁଅ/ ଭାରତୀ ଦାସ)- ପ୍ରଧାନମନ୍ତ୍ରୀଙ୍କ ମୋ ଆଦର୍ଶ ଗ୍ରାମ ଯୋଜନାରେ ବହୁ ଗ୍ରାମ ସାମିଲ ହେଉଥିବା ବେଳେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକର ନୂଆପୁର ପଞ୍ଚାୟତର ନୂଆପୁର ଗ୍ରାମକୁ ଏଥିରେ ସାମିଲ କରାଯାଇଥିବାର ଜଣାପଡ଼ିଛି। ଏହି ଯୋଜନାରେ ଗ୍ରାମ ସାମିଲ ହେବା ପରେ ସରପଞ୍ଚ ମନୋରମା ମଳିକଙ୍କ ଅଧ୍ୟକ୍ଷତାରେ ପୁର୍ବାହ୍ନ ୧୧ଟାରେ ୧ନଂ ୱାର୍ଡ଼ ଅଧିନ ମହାଦେବ ମନ୍ଦିର ବେଢାରେ ପଲ୍ଲିସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଜଳ, ଆଲୋକ, ପରିମଳ, ଡ୍ରେନ ପ୍ରଭୃତି ଉପରେ ଗୁରୁତ୍ୱ ଦେଇ ପ୍ରେଜେକ୍ଟ ଦିଆଯଇଥିବାର ଜଣାପଡ଼ିଛି। କାର୍ଯ୍ୟକ୍ରମରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସସ୍ମିତା ସିଂ ଓ ଯନ୍ତ୍ରୀ ନନ୍ଦୀ ବାବୁ ଉପସ୍ଥିତ ରହିବା…

"ପ୍ରଧାନମନ୍ତ୍ରୀଙ୍କ ମୋ ଆଦର୍ଶ ଗ୍ରାମ ଯୋଜନାରେ ନୂଆପୁରକୁ ସାମିଲ"

ବାରିକପୁର ହାଟ ନିକଟରେ ଆକ୍ଟିଭା ଉପରେ ଚଢିଲା ଟ୍ରକ, ଆରୋହୀ ମୃତ ୧ଘଣ୍ଟା ଧରି ରାସ୍ତା ଅବରୋଧ

ବାହାନଗା/ ବାଲେଶ୍ୱର, ୩୧/୦୮(ଭାରତୀ ଦାସ/ଓଡ଼ିଆପୁଅ)- ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ବାରିକପୁର ସ୍ଥିତ ମାଂସ ହାଟ ନିକଟରେ ଆକ୍ଟିଭା ଆରୋହୀ ଉପରେ ଟ୍ରକ ଚଢିଯିବାରୁ ଘଟଣା ସ୍ଥଳରେ ଆରୋହୀ ଜଣକ ମୃତ୍ୟୁବରଣ କରିଛନ୍ତି। ମୃତଆରୋହୀ ଜଣକ ହେଲେ ଔପଦା ଥାନା ଅଧିନ ଅଘିରାପଦା ପଞ୍ଚାୟତ ଚିଞ୍ଚିଡ଼ା ଗ୍ରାମର ରାମଚନ୍ଦ୍ର ମହାନ୍ତି(୪୦)। ତେବେ ଦୁର୍ଘଟଣା ପରେ ଟ୍ରକ ଚାଳକ ଗାଡ଼ି ଛାଡ଼ି ଫେରାର ଥିବା ବେଳେ ହେଲପର ଜଣକ ଲୋକଙ୍କ ହାବୁଡ଼ରେ ପଡ଼ି ନିସ୍ତୁକ ଛେଚା ଖାଇଛନ୍ତି। ତେବେ ଶୁକ୍ରବାର ହାଟବାରି ଥିବାରୁ ସ୍ଥାନୀୟ ଲୋକେ ହାଟବାରି ଦିନ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ମୃତୟନ ଦାବିରେ ଘଣ୍ଟାଏ କାଳ ରାସ୍ତାରୋକ ହୋଇଥିବାର ଜଣାପଡ଼ିଛି। ସୂଚନା…

"ବାରିକପୁର ହାଟ ନିକଟରେ ଆକ୍ଟିଭା ଉପରେ ଚଢିଲା ଟ୍ରକ, ଆରୋହୀ ମୃତ ୧ଘଣ୍ଟା ଧରି ରାସ୍ତା ଅବରୋଧ"

ସାମାନ୍ୟ ଯୁକ୍ତିତର୍କକୁ କେନ୍ଦ୍ର କରି ଛାତ୍ର ନେତାଙ୍କୁ ଆକ୍ରମଣ, ଘଟଣା ସ୍ଥଳରେ ପୋଲିସ ମୁତୟନ

ବାହାନଗା/ବାଲେଶ୍ୱର, ୨୭/୦୮( ଓଡ଼ିଆପୁଅ/ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର କଲେଜରେ ସାମାନ୍ୟ ବଚସାକୁ ନେଇ ଛାତ୍ର ନେତାଙ୍କୁ ଆକ୍ରମଣ କରାଯାଇଥିବାର ଜଣାପଡ଼ିଛି। ଆକ୍ରମଣରେ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ କୌସର ଖାନ ଓ ଅନ୍ୟ ଜଣେ ଛାତ୍ର ଜତୀନ ରାଉତ ଆହତ ହୋଇଥିବାର ଜଣାପଡ଼ିଛି। ସୂଚନା ଅନୁସାରେ +୨କଳା ପ୍ରଥମ ବର୍ଷର ଛାତ୍ର ଦୀପକ ବାଇକ ନେଇ କଲେଜ କ୍ୟାମ୍ପସ ଭିତରକୁ ପଶାଇ ଥିଲେ। ତେବେ ଭିତରକୁ ବାଇକ ନନେବାକୁ କିଛି ଛାତ୍ର ବାରଣ କରିଥିଲେ। ତେବେ ଏହାକୁ ନେଇ ୨ପକ୍ଷଙ୍କ ମଧ୍ୟରେ କଥା କଟାକଟି ହେବା ସହ ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଫଳରେ ମାଡ଼ ଖାଇ ପ୍ରଥମ…

"ସାମାନ୍ୟ ଯୁକ୍ତିତର୍କକୁ କେନ୍ଦ୍ର କରି ଛାତ୍ର ନେତାଙ୍କୁ ଆକ୍ରମଣ, ଘଟଣା ସ୍ଥଳରେ ପୋଲିସ ମୁତୟନ"

ବ୍ଲକ ପରିସରରେ ଯୁଗ୍ମ ଜନଶୁଣାଣୀ ଶିବିର

ବାହାନଗା/ବାଲେଶ୍ୱର, ୨୭/୦୮( ଓଡ଼ିଆପୁଅ/ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକରେ ଜିଲ୍ଲାପାଳ ରମେଶ ରାଉତଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନଶୁଣାଶୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ ୧୬୦ଟି ଅଭିଯୋଗର ଶୁଣାଣୀ ହୋଇଥିବା ବେଳେ ୩ଅଭିଯୋଗକାରୀଙ୍କୁ ଜରୁରୀ କାଳୀନ ସହାୟତା ପ୍ରଦାନକରାଯାଇଛି। ଏହି ଯୁଗ୍ମ ଜନଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କ ସହ ଜିଲ୍ଲା ଆରକ୍ଷୀଅଧିକ୍ଷକ ବି. ଯୁଗଳ କିଶୋର କୁମାର, ଉପଜିଲ୍ଲାପାଳ ନିଲୁ ମହାପାତ୍ର, ଏପିଡ଼ି(ଫାଇନାନ୍ସ) ଅଜୟ କୁମାର ସେଠୀ, ସିଡ଼ିଏମଓ ବିବେକାନନ୍ଦ ଦାସ, ଡିପିଓ ବଶିଂଧର ସିଂ, ବିଡ଼ିଓ ଉମାକାନ୍ତ ନାୟକ, ଡିଏସଡବ୍ଲୁ କୁନ୍ତଳା ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷାଧିକାରୀ କମଳାକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ଅଭିଯୋଗର ଶୁଣାଣୀ କରିଥିଲେ। ଶିବିରକୁ ବାହାନଗା ବ୍ଳକ ଅଧ୍ୟକ୍ଷା…

"ବ୍ଲକ ପରିସରରେ ଯୁଗ୍ମ ଜନଶୁଣାଣୀ ଶିବିର"

ଗୋପାଳପୁର ମହାବିଦ୍ୟାଳୟରେ +୩ ବର୍ଦ୍ଧିତ ଫି ପ୍ରତ୍ୟାହାର ଦାବି: ଛାତ୍ର ଅଶାନ୍ତି, ଗେଟରେ ତାଲା

ବାହାନଗା/ ବାଲେଶ୍ୱର, ୦୮/୦୮ ( ଭାରତୀ ଦାସ/ ଓଡ଼ିଆ ପୁଅ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ମହାବିଦ୍ୟାଳୟରେ +୩ ୨ୟ ଓ ୩ୟ ବାର୍ଷିକ ଛାତ୍ରଛାତ୍ରୀଙ୍କ ବର୍ଦ୍ଧିତ ରି ଏଡ଼ମିଶନ ଫି ପ୍ରତ୍ୟାହାର ଦାବିରେ ପୁଣି ଛାତ୍ର ଅଶାନ୍ତି ଦେଖାଦେଇଛି। ଅସନ୍ତୁଷ୍ଟ ଛାତ୍ରଗୋଷ୍ଠୀ ମୁଖ୍ୟ ଫାଟକରେ ତାଲା ପକାଇ ନିଜର ଅସନ୍ତୋଷ ଜାହିର କରିଛନ୍ତି। ପରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଛାତ୍ର ଗୋଷ୍ଠୀଙ୍କ ସହ ଆଲୋଚନା ପରେ ମହା ବିଦ୍ୟାଳୟରେ ପରିସ୍ଥିତି ସ୍ୱାଭାବିକ ହୋଇଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ଚଳିତ ବର୍ଷ ରାଜ୍ୟସରକାରଙ୍କ ଉଚ୍ଚ ଶିକ୍ଷାବିଭାଗ ତରଫରୁ ଫି ବୃଦ୍ଧି ପାଇଁ ଚିଠି ଆସିଥିବାରୁ ଗୋପାଳପୁର ମହାବିଦ୍ୟାଳୟରେ +୩ ୨ୟ ଓ ୩ୟ ବାର୍ଷିକ ଛାତ୍ରଛାତ୍ରୀଙ୍କର…

"ଗୋପାଳପୁର ମହାବିଦ୍ୟାଳୟରେ +୩ ବର୍ଦ୍ଧିତ ଫି ପ୍ରତ୍ୟାହାର ଦାବି: ଛାତ୍ର ଅଶାନ୍ତି, ଗେଟରେ ତାଲା"

ସ୍ତ୍ରୀକୁ ପିଟିପିଟି ମାରିଦେଲା ନିଜେ ଆତ୍ମହତ୍ୟା କଲା

ବାହାନଗା/ ବାଲେଶ୍ୱର, ୨୭/୦୭(ଭାରତୀ ଦାସ/ ଓଡ଼ିଆ ପୁଅ)- ସାରାଓଡ଼ିଶାରେ ମଦ ବନ୍ଦର ନାରାବାଜି ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ, ଏନଜିଓ ଓ ବଭିନ୍ନ ସଂଗଠନ ପକ୍ଷରୁ ଡାକରା ଦେଇ ବନ୍ଦ କରୁଥିବା ବେଳେ ବି ଗ୍ରାମାଞ୍ଚଳ ମାନଙ୍କରେ ଅବାଧରେ ମଦ ବିକ୍ରି ଚାଲିଛି। ସେହି ମଦ ପିଇ ଯୁବକମାନେ ବିଭିନ୍ନ କାଣ୍ଡ ଘଟାଉଥିବା ବେଳେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତର ପାଢୀ ସାହିରେ। ସ୍ୱାମୀ ମଦପିଇ ଆସି ସ୍ତ୍ରୀକୁ ଠେଙ୍ଗାରେ ବାଢେଇ ମାରି ନିଜେ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଛି। ସୂଚନା ଅନୁସାରେ ଏହି ପଞ୍ଚାୟତ ପାଢୀ ସାହିରେ ବୁଦ୍ଧିରାମ ମାଝୀ (୩୫) ବାହାରେ…

"ସ୍ତ୍ରୀକୁ ପିଟିପିଟି ମାରିଦେଲା ନିଜେ ଆତ୍ମହତ୍ୟା କଲା"

ବ୍ରେଥ୍ ଅନଲାନ ସାହଯ୍ୟରେ ମଦ୍ୟପ ଡ୍ରାଇଭରଙ୍କ ପରୀକ୍ଷା, ପୋଲିସଦ୍ୱାରା ଲାଇସେନ୍ସ ରଦ୍ଦ ପାଇଁ ସୁପାରିଶ

ବାହାନଗା/ ବାଲେଶ୍ୱର, ୨୩/୦୭(ଓଡ଼ିଆପୁଅ/ଭାରତୀ ଦାସ)- ଭଦ୍ରକ ଜିଲ୍ଲା ରାଣୀତାଲ ଠାରେ ଘଟିଥିବା ଟ୍ରକ ଟ୍ରାଜେଡ଼ି ପରେ ମଦ୍ୟପ ଗାଡ଼ିଚାଳକ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ପୋଲିସ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହି ଅବସରରେ ୧୬ନଂଜାତୀୟ ରାଜପଥ ସେରଗଡ଼ ଟୋଲଗେଟ ନିକଟରେ ଖନ୍ତାପଡ଼ା ଥାନା ପୋଲିସ ପକ୍ଷରୁ ମଦ୍ୟପ ଚାଳକ ମାନଙ୍କୁ ଧରିବା ପାଇଁ ବ୍ରେଥି ଅନଲାଇନ ସାହାଯ୍ୟରେ ଇଥାଇଲ ଆଲକୋହଲ ପରୀକ୍ଷା କରାଯାଇଛି। ଏହି ପରୀକ୍ଷାରେ ବାଲେଶ୍ୱରରୁ ପିକଅପ ନେଇ ଫେରୁଥିବା ସୋର ଥାନା ଅଧିନ ବାଜଣା ଗ୍ରାମର ରାମଚନ୍ଦ୍ର ସାମଲଙ୍କ ପୁଅ ନିରଞ୍ଜନ (୩୫)ବିଫଳ ହୋଇଥିବାର ଜଣାପଡ଼ିଥିଲା। ତେବେ ନିରଞ୍ଜନଙ୍କର ଏହି ବିଫଳରେ ତାଙ୍କ ଲାଇସେନ୍ସ ରଦ୍ଦ କରିବା ପାଇଁ ପୋଲିସ ପକ୍ଷରୁ…

"ବ୍ରେଥ୍ ଅନଲାନ ସାହଯ୍ୟରେ ମଦ୍ୟପ ଡ୍ରାଇଭରଙ୍କ ପରୀକ୍ଷା, ପୋଲିସଦ୍ୱାରା ଲାଇସେନ୍ସ ରଦ୍ଦ ପାଇଁ ସୁପାରିଶ"

କଲ୍ୟାଣୀ ସେବାସମବାୟ ସମିତିରେ, ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ବାହାନଗା/ ବାଲେଶ୍ୱର, ୩୦/୦୬(ଓଡ଼ିଆ ପୁଅ/ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର କଲ୍ୟାଣୀ ସେବାସମବାୟ ସମିତି ତରଫରୁ ନୂଆପୁର ବାତ୍ୟା ଆଶ୍ରୟ ସ୍ଥଳ ପରିସରରେ ଚାଷୀ ଭାଇଙ୍କ ସଚେତନତା କାର୍ଯ୍ୟକ୍ରମ “ସମବାୟ ଆପଣଙ୍କ ଦ୍ୱାରରେ” ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମିତି ସଭାପତି ଡା ଆଲୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ମୁଖ୍ୟ ଅତିଥି ଭାବେ ସୋର ବିଧାୟକ ପର୍ଶୁରାମ ଧଡ଼ା, ବାଲେଶ୍ୱର -ଭଦ୍ରକ ସମବାୟ ବ୍ୟାଙ୍କର ଏଜିଏମ ସନ୍ତୋଷ କୁମାର ବେହେରା, ଯୋଗ ଦେଇ ସମିତି ଓ ବ୍ୟାଙ୍କରୁ ଚାଷୀଙ୍କୁ ସ୍ୱଳ୍ପ ମିଆଦୀ ଋଣ, ଦୀର୍ଘ ମିଆଦି ଋଣ ସମ୍ପର୍କରେ ଚାଷୀଙ୍କୁ ସୂଚନା ଦେଇଥିଲେ। ସମ୍ମାନିତ ଅତିଥିଭାବେ ବାହାନଗା ଚେୟାରମ୍ୟାନ…

"କଲ୍ୟାଣୀ ସେବାସମବାୟ ସମିତିରେ, ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ"

ବାଣିଜ୍ୟ ପରିବହନ ସଚିବଙ୍କ ବାହାନଗା ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ

ବାହାନଗା/ବାଲେଶ୍ୱର, ୨୭/୦୬(ଓଡ଼ିଆ ପୁଅ/ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ବିଭିନ୍ନ ଅଞ୍ଚଳକୁ ରାଜ୍ୟ ସରକାରଙ୍କ ଶ୍ରମ, ବାଣିଜ୍ୟ ପରିବହନ ସଚିବ ଜି. ଶ୍ରୀନିବାସ ପରିଦର୍ଶନ କରିଥିବାର ଜଣାପଡ଼ିଛି। ଏହି ଗସ୍ତ ଅବସରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦେଖିବା ସହ ବିଭିନ୍ନ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆଜି ଅପରାହ୍ନରେ ସଚିବ ଶ୍ରୀ ଶ୍ରୀନିବାସ ବାହାନଗା ବ୍ଲକର ଖନ୍ତାପଡ଼ା ଦାଣ୍ଡକାଳୀ ସ୍ଥିତ ମା ମଙ୍ଗଳା ପ୍ରଡ୍ୟୁସର ଗ୍ରୁପ ରେ ପହଞ୍ଚି ଗ୍ରୁପ ସଦସ୍ୟଙ୍କ ଦ୍ୱାରା ନିର୍ମିତ ହେଉଥିବା ଠାକୁରଙ୍କର ପ୍ଲାଷ୍ଟିକ ଫୁଲହାର, ମୁକୁଟ ଓ ଅନ୍ୟାନ୍ୟ ହାତ ତିଆରି ସାମଗ୍ରୀ ପଦ୍ଧତି ଦେଖିବା ସହ ସଦସ୍ୟଙ୍କ ସହ କାରବାର ସମ୍ପର୍କରେ ପଚାରି ବୁଝିଥିଲେ। ଏହାପରେ…

"ବାଣିଜ୍ୟ ପରିବହନ ସଚିବଙ୍କ ବାହାନଗା ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ"