ଚାରି ମାସ ଧରି ମିଳୁନି ରେସନ, ଯୋଗାଣ ନିରୀକ୍ଷକାଙ୍କ ନିକଟରେ ଅଭିଯୋଗ ଆଣିଲେ ଗ୍ରାମବାସୀ

ବାହାନଗା/ବାଲେଶ୍ୱର, ୨୨/୦୬(ଓଡ଼ିଆ ପୁଅ/ଭାରତୀ ଦାସ )- ବାହାନଗା ବ୍ଲକ କୋଚିଆକୋଇଲି ପଞ୍ଚାୟତର କାନ୍ଥିଗଡ଼ିଆ, କୋଚିଆକୋଇଲି ମଳିକ ସାହି, ରାହାପଦା, ଅରଡ଼ା ଗ୍ରାମରେ ୪ମାସ ଧରି ଖାଉଟି ରେସନ ସାମଗ୍ରୀ ପାଇ ନଥିବାର ବ୍ଲକ ଯୋଗାଣ ନିରିକ୍ଷୀକାଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଡିଲର ସମରେନ୍ଦ୍ର ମଲ୍ଲିକ ରେସନ ସାମଗ୍ରୀ ଠିକ ସମୟରେ ପ୍ରଦାନ କରୁନାହାନ୍ତି। ଏପରିକି ମାସମାସ ଧରି ସେ ରେସନ କୋଟା ଉଠାଉଥିଲେ ମଧ୍ୟ ଉପଭୋକ୍ତାଙ୍କୁ ବଣ୍ଟନ ନକରି ହଡ଼ପ କରିଛନ୍ତି। ସୂଚନା ଅନୁସାରେ ଡିଲର ଶ୍ରୀ ମଲ୍ଲିକ ୧୨୪ଟି କାର୍ଡ଼ରେ ୫୪୫ଜଣ ସଦସ୍ୟ ପାଇଁ ପ୍ରତି ମାସ ୨୨.୯୨କ୍ୱିଣ୍ଟାଲ ଚାଉଳ, ୬.୮୩କ୍ୱିଣ୍ଟାଲ ଗହମ ଓ ୫୩୩ଲିଟର କିରୋସିନ ଉଠାଇ ଥନ୍ତି। ତେବେ…

"ଚାରି ମାସ ଧରି ମିଳୁନି ରେସନ, ଯୋଗାଣ ନିରୀକ୍ଷକାଙ୍କ ନିକଟରେ ଅଭିଯୋଗ ଆଣିଲେ ଗ୍ରାମବାସୀ"

ହାଇକୋର୍ଟକଙ୍କ ନିର୍ଦ୍ଦେଶ କାମ ଦେଉନି ଡିଜେ ସାଉଣ୍ଡ ପାଇଁ ଜନଜୀବନ ଅସ୍ତବ୍ୟସ୍ତ

ବାହାନଗା/ବାଲେଶ୍ୱର, ୨୨/୦୬ (ଓଡ଼ିଆ ପୁଅ/ଭାରତୀ ଦାସ ) – ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପ୍ରଶାସନ ପାଳନ କରିବାକୁ ନାରାଜ। ପ୍ରଶାସନର କୋହଳ ମନୋଭାବ ପାଇଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ। ମାନ୍ୟବର ହାଇକୋର୍ଟଙ୍କ ତରଫରୁ ଶବ୍ଦପ୍ରଦୁଷଣକୁ ନିୟନ୍ତ୍ରଣ କରିବା ପାଇଁ ୬୫ଡେସିବେଲରେ ମାଇକ ବା ଡିଜେ ସାଉଣ୍ଡ ବଜାଇବା ପାଇଁ ସିଧାସଳଖ ଭାବେ ନିର୍ଦ୍ଦେଶ ରହିଛି। ଏହା ମଧ୍ୟରେ ଭିଡ଼ ସ୍ଥାନ, ହସପିଟାଲ ସମ୍ମୁଖ ଓ ଶିକ୍ଷାନୁଷ୍ଠାନ ପାଖରେ ମାଇକ ବା ଡିଜେ ବଜାଇବା ପାଇଁ ଅନୁମତି ନାହିଁ। କିନ୍ତୁ ବାଲେଶ୍ୱର ଜିଲ୍ଲ। ବାହାନଗା ବ୍ଲକର ଗୋପାଳପୁର, ଖନ୍ତାପଡ଼ା ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଉଭୟ ସ୍ଥାନରେ ହସପିଟାଲ ଥିଲେ ମଧ୍ୟ ପ୍ରତିଯୋଗୀତା ଆଳରେ ଉଭୟ ସ୍ଥାନରେ…

"ହାଇକୋର୍ଟକଙ୍କ ନିର୍ଦ୍ଦେଶ କାମ ଦେଉନି ଡିଜେ ସାଉଣ୍ଡ ପାଇଁ ଜନଜୀବନ ଅସ୍ତବ୍ୟସ୍ତ"

ରେସନକାର୍ଡ଼ ପାଇଁ ତାତିଲେ ଜନପ୍ରତିନିଧି

ବାହାନଗା/ ବାଲେଶ୍ୱର, ୨୨/୦୬(ଓଡ଼ିଆପୁଅ/ଭାରତୀ ଦାସ )-ବାଳେଶ୍ୱର ଜିଲ୍ଲା ବାହାନଗା ବ୍ଲକରେ ରେସନ କାର୍ଡ଼ ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ନାହିଁ ନଥିବା ଦୁର୍ଦ୍ଦଶାର ଶିକାର ହେଉଛନ୍ତି। ଯୋଗ୍ୟ ହିତାଧିକାରୀ ରେସନକାର୍ଡ଼ ଖଣ୍ଡିଏ ପାଇବା ପାଇଁ ବାରମ୍ବାର ବ୍ଲକ ଦୌଡ଼ିଦୌଡ଼ି ନୟାନ୍ତ ହୋଇଛନ୍ତି। ଯାହାର ସିଧାସଳଖ ପ୍ରଭାବ ପଞ୍ଚାୟର ନିର୍ବାଚିତ ଜନପ୍ରତିନିଧିଙ୍କ ଉପରେ ପଡ଼ୁଛି। ଏନେଇ ଆଜି ତାଳକୁରୁଣିଆ ସରପଞ୍ଚ ବିଜୟ କୁମାର ସାହୁ, ସମିତିସଭ୍ୟ ଶତ୍ରୁଘ୍ନ ପରୀଡ଼ା, ସାହସପୁରା ସରପଞ୍ଚ ଅଞ୍ଜୁଲତା ସାହୁ, ଦାଣ୍ଡ ହରିପୁର ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ମଳିକ, ଚିତ୍ତଳ ସରପଞ୍ଚ ଗୀତାଞ୍ଜଳୀ ବାରିକ, ବରିପଦା ସରପଞ୍ଚ ନିବେଦିତା ନାୟକ, ଆରୁହାବାଡ଼ ସରପଞ୍ଚ ଶିଶିର କୁମାର ଅଗସ୍ତି, ଓଡ଼ଶାଳ ସରପଞ୍ଚ ଆରତୀ…

"ରେସନକାର୍ଡ଼ ପାଇଁ ତାତିଲେ ଜନପ୍ରତିନିଧି"

ନେସ୍କୋ ଦ୍ୱରା ସମୟ ପୂର୍ବରୁ ମିଳୁଛି ବିଲ, ସୋର ଡିଭିଜନ ଅଧିନ ବାହାନଗା ସବଡିଭିଜନରେ ଘଟିଛି ଏଭଳି ଘଟଣା

ବାହାନଗା, ବାଲେଶ୍ୱର, ୨୧/୦୬(ଓଡ଼ିଆ ପୁଅ/ଭାରତୀ ଦାସ)- ପ୍ରଚଣ୍ଡ ଗ୍ରୀଷ୍ମ ସହ ଅସହ୍ୟ ଗୁଳୁଗୁଳିରେ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ କିଛି ଦିନ ଧରି ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ଦିନ ଓ ରାତିରେ ଲୋକେ ଲୋ ଭୋଲଟେଜ ସମସ୍ୟାରେ ଖୁନ୍ଦି ହୋଇଥିଲେ। ତେବେ ନେସ୍କୋ ର ମନମାନି ଯୋଗୁଁ ନିର୍ଦ୍ଧାରିତ ତାରିଖ ପୁର୍ବରୁ ଗ୍ରାହକଙ୍କୁ ବିଦ୍ୟୁତ ବିଲ ପ୍ରଦାନ କରାଯାଇଥିବାର ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳର ଉପଭୋକ୍ତା କେବଳ ବିଲ ଦେଉଥିବା ବେଳେ ଏଭଳି ଗୁରୁତର ତୃଟି ଅଧିକାଂଶ ସମୟରେ ଲୋକ ଲୋଚନକୁ ଆସିପାରୁ ନଥିବାର ଜଣାପଡ଼ିଛି। ଘଟଣା କ୍ରମରେ ବାଲେଶ୍ୱର ଜିଲ୍ଲା ସୋର ଡିଭିଜନ ଅଧିନ ବାହାନଗା ସବଡିଭିଜନର ଗୋପାଳପୁର ସେକ୍ସନରେ ଏଭଳି ତ୍ରୁଟି…

"ନେସ୍କୋ ଦ୍ୱରା ସମୟ ପୂର୍ବରୁ ମିଳୁଛି ବିଲ, ସୋର ଡିଭିଜନ ଅଧିନ ବାହାନଗା ସବଡିଭିଜନରେ ଘଟିଛି ଏଭଳି ଘଟଣା"

ଦେଢଶୁର ମାଡ଼ରେ ଭାଇବୋହୂ ଆହତ, ଫାଣ୍ଡିରେ ଅଭିଯୋଗ

ବାହାନଗା/ ବାଲେଶ୍ୱର, ୨୧/୦୬(ଓଡ଼ିଆ ପୁଅ/ ଭାରତୀଦାସ)- ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅଧିନ ଓଡ଼ଶାଳ ଗ୍ରାମର ଟଙ୍କା ଦେଣନେଣକୁ ନେଇ ୨ଭାଇଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। ଦେଢଶୁର ମାଡ଼ରେ ଭାଇବୋହୂ ଆହତ ହୋଇ ଗୋପାଳପୁର ଫାଣ୍ଡିରେ ନ୍ୟାୟ ପାଇଁ ଆଶ୍ରୟ ନେଇଥିବାର ଜଣାପଡ଼ିଛି। ଅଭିଯୋଗ ଅନୁସାରେ ରବି କୁମାର ଜେନା ଓ ସ୍ତ୍ରୀ ସବିତା ଉଭୟ ଦିଲ୍ଲୀରେ ରହି କାମ କରନ୍ତି। ରବିଙ୍କ ପୁତୁରା ଗିରିଶ ତାଙ୍କ ଠାରୁ୬୯ହଜାର ଟଙ୍କା ଧାର ସୂତ୍ରରେ ନେଇ ଆଉ ଫେରାଇ ନଥିଲେ।। ଏପରିକି ଏହି ଘଟଣା ସରପଞ୍ଚ ଓ ଅନ୍ୟ ଭଦ୍ରଲୋକଙ୍କ ସମ୍ମୁଖରେ ରଫାନାମା କରାଯାଇଥିଲା। ମାତ୍ର ଏହି ରଫାନାମାକୁ ୧୬ମାସ ବିତିଥିଲେ ମଧ୍ୟ ରବିଙ୍କ ବଡ଼…

"ଦେଢଶୁର ମାଡ଼ରେ ଭାଇବୋହୂ ଆହତ, ଫାଣ୍ଡିରେ ଅଭିଯୋଗ"

ବିଶ୍ୱ ଯୋଗ ଦିବସ ପାଳିତ

ବାହାନଗା /ବାଲେଶ୍ୱର, ୨୧/୦୬(ଓଡ଼ିଆ ପୁଅ/ଭାରତୀ ଦାସ)- ସାରା ଦେଶରେ ଆଜି ବିଶ୍ୱ ଯୋଗ ଦିବସ ଅବସରରେ ଆଜି ବିଭିନ୍ନ ସ୍ଥାନରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଖନ୍ତାପଡ଼ା ମହିଳା (ଜୁନିଅର) ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଯୋଗ ଶିବିର ଆୟୋଜନ କରାଯାଇଥିଲାା ଏଥିରେ କଲେଜ ଅଧ୍ୟକ୍ଷା କବିତାମୟୀ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଯୋଗ ପ୍ରଶିକ୍ଷକ ସଞ୍ଜୟ କୁମାର ସାହୁ ଯୋଗ ଦେଇ ଯୋଗର ଉପକାରୀତା ବିଷୟରେ ଛାତ୍ରୀ ମାନଙ୍କୁ ବୁଝାଇ ଥିଲେ। ପରେ ଛାତ୍ରୀ ଓ ଅଧ୍ୟାପକଓ ଅଧ୍ୟାପିକା, କର୍ମଚାରୀ ମାନଙ୍କୁ ନେଇ ଯୋଗଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଶିକ୍ଷକ ସଞ୍ଜୟ ସାହୁ ସମସ୍ତଙ୍କୁ…

"ବିଶ୍ୱ ଯୋଗ ଦିବସ ପାଳିତ"

ବରଫ ଗାଡ଼ିକୁ ଧକ୍କା ଦେଲା ସ୍କର୍ପିଓ ଅଳ୍ପକେ ବର୍ତିଲେ ଡ୍ରାଇଭର

ବାହାନଗା/ ବାଲେଶ୍ୱର, ୨୦/୦୬( ଓଡ଼ିଆ ପୁଅ/ଭାରତୀ ଦାସ )- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ୧୬ନଂ ଜାତୀୟ ରାଜ ପଥର ନୂଆପଡ଼ା ଡାଇଭରସନ ନିକଟରେ ଏକ ବରଫ ଗାଡ଼ିକୁ ସ୍କର୍ପିଓ ପଛରୁ ଧକ୍କା ଦେବାରୁ ସ୍କର୍ପିଓ ଡ୍ରାଇଭର ଅଳ୍ପକେ ବର୍ତ୍ତି ଥିବାର ଜଣାପଡ଼ିଛି। ଘଟଣାକୁ କେନ୍ଦ୍ର କରି କିଛି ସମୟ ପାଇଁ ଜାତୀୟ ରାଜପଥ ଉପରେ ଉତ୍ତେଜନା ଦେଖାଦେଇଥିଲା। ଘଟଣା ସ୍ଥଳରେ ଖନ୍ତାପଡ଼ା ପୋଲିସ ପହଞ୍ଚି ଗାଡ଼ିକୁ ଜବଦ କରି ଥାନାକୁ ଆଣିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ସୂଚନା ଅନୁସାରେ ଓଳିଆପାଟଣା ନିକଟରେ ଥିବା ଏକ ଚିଙ୍ଗୁଡ଼ି କମ୍ପାନୀର ବରଫ ଗାଡ଼ି (ଓଡି ୦୨କ୍ୟୁ ୪୫୯୫)କମ୍ପାନୀରୁ କାମ ସାରି ନୂଆପଡ଼ା ଡାଇଭରସନ ନିକଟରେ ରାସ୍ତାର…

"ବରଫ ଗାଡ଼ିକୁ ଧକ୍କା ଦେଲା ସ୍କର୍ପିଓ ଅଳ୍ପକେ ବର୍ତିଲେ ଡ୍ରାଇଭର"

୧୬ନଂ ଜାତୀୟରାଜପଥ ଦହିସଡ଼ା ନିକଟ ରାସ୍ତା ଉପରୁ ମିଳିଲା ମହିଳାଙ୍କ ଉଲଗ୍ନ ମୃତ ଦେହ

ବାହାନଗା/ ବାଲେଶ୍ୱର, ୧୯/୦୬(ଓଡ଼ିଆ ପୁଅ/ଭାରତୀ ଦାସ )- ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟରାଜପଥ ଦହିସଡ଼ା ନିକଟ ରାସ୍ତା ଉପରୁ ମିଳିଛି ଏକ ମହିଳାଙ୍କର ମୃତ ଦେହ। ସୂଚନା ଅନୁସାରେ ଆଜି ସକାଳେ ଦହିସଡ଼ା ନିକଟ ଜାତୀୟରାଜପଥ ଉପରେ ମହିଳାଙ୍କର ଉଲଗ୍ନ ମୃତ ଦେହ ରାସ୍ତାରେ ପଡ଼ି ରହିଥିବାର ଦେଖିବାକୁ ମିଳିଥିଲା। ମହିଳାଙ୍କର ବୟସ ୩୦ହେବ ବୋଲି ଅନୁମାନ କରାଯାଏ। ସକାଳେ ପଥଚାରୀ ମାନେ ଦେଖି ପୋଲିସକୁ ଖବର ଦେଇଥିଲେ। ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତନାଘନା କରୁଛି। ମହିଳା ଜଣକ କିଏ, ମାନସିକ ଅନଗ୍ରସର କିମ୍ବା ବଳତ୍କାର ପରେ ହତ୍ୟା କରି କିଏ ଫିଙ୍ଗି ଦେଇଛି କି ଯାତ୍ରା କରୁଥିବା ବେଳେ ବସରୁ…

"୧୬ନଂ ଜାତୀୟରାଜପଥ ଦହିସଡ଼ା ନିକଟ ରାସ୍ତା ଉପରୁ ମିଳିଲା ମହିଳାଙ୍କ ଉଲଗ୍ନ ମୃତ ଦେହ"

ବାହାନଗା ବ୍ଲକରେ ବିଭିନ୍ନ ସ୍ଥାନରେ ୪୦ଡିଗ୍ରୀ ଡେଇଁଲା ପାରଦ

– ବାହାନଗା ବ୍ଲକରେ ଅଗ୍ନି ବର୍ଷା, ତାପମାତ୍ରା ୪୦ଡିଗ୍ରି ଟପିଲା – ଯିବନଯାତ୍ରା ହେଉନି ସହଜ, ବର୍ଷାକୁ ଚାହିଁ ଚାଷିକୂଳ ଚିନ୍ତାରେ ବାହାନଗା/ବାଲେଶ୍ୱର, ୧୮/୦୬(ଓଡିଆ ପୁଅ/ଭାରତୀ ଦାସ)- ପାଣିପାଗର ସମସ୍ୟା ବଡ଼ ବିଚିତ୍ର ଗ୍ରୀଷ୍ମରେ ଦିନରେ ବର୍ଷା ଲାଗି ରହିଥିଲା। କିନ୍ତୁ ବର୍ଷା ଋତୁକୁ ଗ୍ରୀଷ୍ମ ଦଖଲ କରିଛି। ଯାହା ଫଳରେ ଆଷାଢ ମାସ ବର୍ଷା ସମୟରେ ପାଦ ୪୦ଡିଗ୍ରି ଡେଇଁବାର ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ବିଭିନ୍ନ ସ୍ଥାନରେ ଆଜି ତାପମାତ୍ରା ୪୦ଡିଗ୍ରୀ ପାର ହୋଇଛି। ଫଳରେ ଅଗ୍ନି ବର୍ଷା ହେବା ସହ ଯିବନଯାତ୍ରା ସହଜ ହେଉନି। ଏହି ଅଞ୍ଚଳରେ ଥିବା ସାଧାରଣ ଜୀବନ ଯାପନ କଷ୍ଟ ହୋଇଛି। ଫଳରେ ସକାଳ ଛଅଟାରୁ…

"ବାହାନଗା ବ୍ଲକରେ ବିଭିନ୍ନ ସ୍ଥାନରେ ୪୦ଡିଗ୍ରୀ ଡେଇଁଲା ପାରଦ"

ଓଲଟିଲା ଯାତ୍ରୀବାହୀ ବସ ୧ ମୃତ,  ୨୦ ଆହତ

ବାହାନଗା/ବାଲେଶ୍ୱର, ୧୮/୦୬(ଓଡିଆ ପୁଅ/ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବେଗୁନିଆ ଛକ ନିକଟରେ ଏକ ଯାତ୍ରୀ ବାହୀ ବସ ନୟନଜୋରୀକୁ ଖସିପଡ଼ିବା ଫଳରେ ଜଣେ ଯୁବତୀଙ୍କର ମୃତ୍ୟୁ ହେବା ସହ ୨୦ଜଣ ଆହତ ହୋଇଥିବାର ଜଣାପଡ଼ିଛି। ଖବର ଅନୁସାରେ ହାଓଡ଼ାରୁ ଏକ ଯାତ୍ରୀ ବାହୀ ବସ ଧାମନଗର ଅଭିମୁଖେ ୬୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା। ହଠାତ ସକାଳେ ବସଟି ଭାରସାମ୍ୟ ହରାଇ ବେଗୁନିଆ ଛକ ନିକଟରେ ନୟନ ଜୋରୀକୁ ଖସିପଡ଼ିଥିଲା। ସେଥିରେ ଚାପି ହୋଇ ନାସିରିମ ବେଗମ ନାମକ ଯୁବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ଜଣ ଆହତ ହୋଇଥିବାର ଜଣାପଡ଼ିଛି। ଖବର ପାଇ ଖନ୍ତାପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକମାନଙ୍କ…

"ଓଲଟିଲା ଯାତ୍ରୀବାହୀ ବସ ୧ ମୃତ,  ୨୦ ଆହତ"