ଗୋପାଳପୁର ଉପଡାକଘରେ ବ୍ୟାପକ ଅବ୍ୟବସ୍ଥା

ବାହାନଗା/ବାଲେଶ୍ୱର, ୨୫/୦୨(ଓଡ଼ିଆ ପୁଅ/ ଭଗବାନ ଦାସ)-ବାହାନଗା ବ୍ଲକ ଗୋପାଳପୁର ସ୍ଥିତ ଉପଡାକଘରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଚଳିତ ମାସ ୧୫ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଡାକ ବ୍ୟବସ୍ଥାର ସୁଧାର ଆଣିବା ତଥା ଗ୍ରାହକଙ୍କ ସୁବିଧା ନିମନ୍ତେ ନିଆ ଯାଇଥିବା କାର୍ଯ୍ୟକ୍ରମ ଶେଷରେ ଗ୍ରାହକଙ୍କ ପାଇଁ କାଳ ହୋଇଥିବାର ଜଣାପଡ଼ିଛି।ଅବ୍ୟବସ୍ଥା ସମ୍ପର୍କରେ କାର୍ଯ୍ୟରତ ପୋଷ୍ଟମାଷ୍ଟର ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ବାରମ୍ବାର ସୂଚନା ଦେଇ ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଧାର ଆସି ନଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ଚଳିତ ମାସ ୧୫ରୁ ୨୦ ତାରିଖ ମଧ୍ୟରେ ଡାକ ବିଭାଗର ସୁଧାରନିମନ୍ତେ ସିଏସଆଇ ରେ ଶତପ୍ରତିଶତ ନେଟ କାର୍ଯ୍ୟକ୍ରମ ପାଇଁ…

"ଗୋପାଳପୁର ଉପଡାକଘରେ ବ୍ୟାପକ ଅବ୍ୟବସ୍ଥା"

ମଜୁରୀ ଲାଗିବାକୁ ଯାଇ ଦୁର୍ଘଟଣା, ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ

ବାହାନଗା/ ବାଲେଶ୍ୱର, ୨୨/୦୨(ଓଡ଼ିଆ ପୁଅ /ଭଗବାନ ଦାସ)-ଖନ୍ତାପଡ଼ା ଥାନା ଟିଣା ଗ୍ରାମର ଲକ୍ଷ୍ମଣ ମଳିକ(୨୪) ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବାର ଜଣାପଡ଼ିଛି। ତେବେ ଲକ୍ଷ୍ମଣଙ୍କ ମୃତ୍ୟୁ କୁ ନେଇ ତାଙ୍କ ମାଆ ପ୍ରଶ୍ନ ଉଠାଇଛନ୍ତି, ଏନେଇ ପୋଲିସରେ ଅଭିଯୋଗ ଦାଖଲ ପରେ ମାମଲା ରୁଜୁ କରାଯାଇଛି। ସୂଚନା ଅନୁସାରେ ଲକ୍ଷ୍ମଣ ଚଳିତ ମାସ ୮ତାରିଖ ଗୁରୁବାର ଦିନ ମଧ୍ୟାନ୍ନରେ ଗ୍ରାମର ରମେଶ ମଳିକ ସେହି ଗ୍ରାମର ବିଜୟ ଦାସଙ୍କ ବାଡ଼ିକୁ ମୂଲ ଲାଗିବାକୁ ଡାକିନେଇଥିଲେ। ସେଠାରେ ଲକ୍ଷ୍ମଣ ଓ ଆଉ ଜଣେ ଶ୍ରମିକ କଣ୍ଟା ବାଉଁଶ ଗଛ ସଫା କରୁଥିଲେ। ତେବେ କାମ କରୁଥିବା ସମୟରେ ବାଉଁଶ ବୁଦାର ୩୦ଫୁଟ ଉପରି ଲକ୍ଷ୍ମଣ ଖସିପଡ଼ି…

"ମଜୁରୀ ଲାଗିବାକୁ ଯାଇ ଦୁର୍ଘଟଣା, ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ"

ସୂଚନା ଅଧିକାର ଆଇନ ବଳରେ ମିଳିଲା ତଥ୍ୟ। ସରକାରୀ ନିୟମକୁ ଖୋଲାଖୋଲି ଉଲଙ୍ଘନ, ଦୀର୍ଘବର୍ଷଧରି ଗାଦିମାଡ଼ି ବସିଛନ୍ତି ଏକାଧିକ ସରକାରୀ କର୍ମଚାରୀ। ଜିଲ୍ଲା ପ୍ରଶାସନ ଚୁପ

ବାହାନଗା/ ବାଲେଶ୍ୱର, ୨୨/୨(ଓଡ଼ିଆ ପୁଅ/ଭଗବାନ ଦାସ)- ରାଜ୍ୟସରକାର ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଗୋଟିଏ କାର୍ଯ୍ୟାଳୟରେ ରହିବା ର ନିୟମ ରହିଛି। ଏ ନେଇ ଜଣେ ସରକାରୀ କର୍ମଚାରୀ ସର୍ବାଧିକ ୩ବର୍ଷ ରହିବାର ନିୟମ ଥିବାବେଳେ ଏହାର ଖୋଲାଖୋଲି ଉଲଙ୍ଘନ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ କାର୍ଯ୍ୟାଳୟ ଠାରେ। ଖବର ଅନୁସାରେ ଉକ୍ତ କାର୍ଯ୍ୟାଳୟଟି ୧୯୯୦ମସିହାରେ ସ୍ଥାପିତ ହୋଇଥିବା ବେଳେ ଉକ୍ତ କାର୍ଯ୍ୟାଳୟରୁ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ୯ଜଣ ସରକାରୀ ସୁପରଭାଇଜର ଏବଂ ମୁଖ୍ୟ କିରାଣୀ ଯଥାକ୍ରମେ ୫-୭ବର୍ଷ, ୭-୧୧ବର୍ଷ ଧରି ବାହାନଗା…

"ସୂଚନା ଅଧିକାର ଆଇନ ବଳରେ ମିଳିଲା ତଥ୍ୟ। ସରକାରୀ ନିୟମକୁ ଖୋଲାଖୋଲି ଉଲଙ୍ଘନ, ଦୀର୍ଘବର୍ଷଧରି ଗାଦିମାଡ଼ି ବସିଛନ୍ତି ଏକାଧିକ ସରକାରୀ କର୍ମଚାରୀ। ଜିଲ୍ଲା ପ୍ରଶାସନ ଚୁପ"

ନାଗରିକ ମଂଚର ୧୭୬ତମ ସାପ୍ତାହୀକ ସଫେଇ

ବାହାନଗା/ବାଲେଶ୍ୱର, ୨୧/୦୨(ଓଡ଼ିଆ ପୁଅ /ଭଗବାନ ଦାସ )-ବାହାନଗା ବ୍ଲକ ଗୋପାଳପୁରରେ ଥିବା ନାଗରିକ ମଂଚର ୧୭୬ତମ ସଫେଇ ଆବାହକ ସୁଦର୍ଶନ ମହାପାତ୍ରଙ୍କ ଆବାହନ କ୍ରମେ ହୋଇଯାଇଛି। ଏସପ୍ତାହର ସଫେଇ ସୋରରେ ହୋଇଥିବା ମହୋତ୍ସବ ପଡ଼ିଆରେ ହୋଇଯାଇଛିା ସୋର ମହୋତ୍ସବ ପରେ ମହୋତ୍ସବ ପଡ଼ିଆଟି ଅଳିଆ ଅବର୍ଜନାରେ ଭର୍ତ୍ତିହୋଇଥିଲା। ଏହି ମଂଚର ୮୦ରୁ ଉର୍ଦ୍ଧ କର୍ମୀ ଏହି ସଫେଇ କାର୍ଯ୍ୟରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟରେ ସୋର ମହୋତ୍ସବ କମିଟିର ସଦସ୍ୟ ମଧ୍ୟ ସହଯୋଗ କରିଥିବାର ଜଣାପଡ଼ିଛି। ଏତତ କାର୍ଯ୍ୟ ପାଇଁ ସୋର ଅଂଚଳରୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିଛି ବୋଲି ଆବାହକ ଶ୍ରୀ ମାହାପାତ୍ର ପ୍ରକାଶ କରିଛନ୍ତି। ଏହିଭଳି କାର୍ଯ୍ୟ ପାଇଁ ଅଧିକରୁ ଅଧିକ ଆହ୍ୱାନ…

"ନାଗରିକ ମଂଚର ୧୭୬ତମ ସାପ୍ତାହୀକ ସଫେଇ"

ତୁଣ୍ଡୁରା ପଞ୍ଚାୟତକୁ୨୫ବର୍ଷ ପୁରିଲା

ବାହାନଗା/ ବାଲେଶ୍ୱର, ୨୧/୦୨(ଓଡ଼ିଆ ପୁଅ/ଭଗବାନ ଦାସ )-ଖନ୍ତାପଡ଼ା ଥାନା ତୁଣ୍ଡରା ପଞ୍ଚାୟତର ୨୫ବର୍ଷ ପୁର୍ତ୍ତ ପାଳନ ଦୁଇଦିନ ବ୍ୟାପି ଧୂମଧାମରେ ପାଳିତ ହୋଇଯାଇଛି। ଶନିବାର ଉଦଘାଟନୀ ସନ୍ଧ୍ୟାରେ ସରପଞ୍ଚଅଜୟ ବାରିକଙ୍କ ନେତୃତ୍ୱରେ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ବିଭିନ୍ନ ବାଦ୍ୟ, ବ୍ୟାଣ୍ଡପାର୍ଟି, ରଙ୍ଗିନ ଆଲୋକ ତ୍ୱରଣର ମେଢ ସହ ପଞ୍ଚାୟତ ପରିକ୍ରମା କରିଥିଲେ। ରବିବାର ସନ୍ଧ୍ୟାରେ ପଞ୍ଚାୟତ ପ୍ରାଙ୍ଗଣରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ପୂର୍ବତନ ଜିଲ୍ଲାପରିସଦ ସଭ୍ୟ ରାମନାରାୟଣ ଶତପଥି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକ ଅରୁଣ ଦେ ଯୋଗ ଦେଇ ୨୫ବର୍ଷ ତଳର ସ୍ମୃତିକୁ ବଖାଣି ଥିଲେ। ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଦିଲ୍ଳିପ ରଥ, ସମ୍ମାନିତ…

"ତୁଣ୍ଡୁରା ପଞ୍ଚାୟତକୁ୨୫ବର୍ଷ ପୁରିଲା"

କଂଗ୍ରେସରେ ମିଶିଲେ ଅନ୍ୟଦଳର କର୍ମୀ

ବାହାନଗା/ବାଲେଶ୍ୱର୧୬/୦୨/୧୮(ଓଡ଼ିଆପୁଅ/ଭଗବାନ ଦାସ)-ବାଲେଶ୍ୱର ଜିଲ୍ଲା ମହାରାଜପୁର ପଞ୍ଚାୟତର ଆଜି ୧୨ବିଜେଡ଼ି ପରିବାର କଂଗ୍ରେସ ଦଳରେ ଯୋଗ ଦେଇଥିବାର ଜଣାପଡ଼ିଛି। ଆଜି ପବିତ୍ର ଜାଗର ଅବସରରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ଭରସା କରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ଏନେଇ ମହାରାଜପୁର ବଜାର ଠାରେ ସୁଶାନ୍ତ କୁମାର ଦାସ ଓ କାର୍ତ୍ତୀକ ନାୟକଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ପୂଜା କରାଯାଇ ବେଣୁଧର ପାତ୍ର, ଗୌତମ ସାମଲ, କାଙ୍ଗାଳି ଚରଣ ଦାସ, ଶିବପ୍ରସାଦ ନାୟକ, ଶଙ୍କର୍ଷଣ ଦାସ, ଉପେନ୍ଦ୍ର ବେହେରା, ଶ୍ରୀକାନ୍ତ ଆଚାର୍ଯ୍ୟ, ନିରଞ୍ଜନ ଦାସ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ପର୍ଶୁରାମ ବେହେରା, ପ୍ରାଣବନ୍ଦୁ ମହାପାତ୍ର, ମୁକ୍ତିକାନ୍ତ ପାଣିଗ୍ରାହୀ ପ୍ରମୁଖ କଂଗ୍ରେସରେ…

"କଂଗ୍ରେସରେ ମିଶିଲେ ଅନ୍ୟଦଳର କର୍ମୀ"

ଶୀତରେ ସହିଲେ ଗ୍ରୀଷ୍ମ ସହିବେ! ମରାମତି ନାଁରେ୧୪ ପଞ୍ଚାୟତ ବାସୀ ବିଜୁଳି କାଟର ଶିକାର

ବାହାନଗା/ବାଲେଶ୍ୱର, ୧୬/୦୨/୨୦୧୮(ଓଡ଼ିଆ ପୁଅ/ଭଗବାନ ଚନ୍ଦ୍ର ଦାସ)-ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ରେ ଶୀତ ଦିନରୁ ବିଜୁଳି କାଟ ଆରମ୍ଭ ହୋଇ ଗ୍ରୀଷ୍ମ ଛୁଇଁ ବାକୁ ବସିଲାଣି। ହେଲେ ମରାମତି ନାମରେ ହେଉଥିବା ବିଜୁଳି କାଟ ଶେଷ ହେବାର ନାଁ ଗନ୍ଧ ନାହିଁ। ହେଲେ ବିଜଳି କାଟ ଜନିତ ଅସୁବିଧାକୁ ବିଭାଗ ଅଣ ଦେଖା କରୁଥିବାରୁ ଜନ ଅସନ୍ତୋଷ ଦେଖାଦେବା ସହ ୧୪ ପଞ୍ଚାୟତର ୧୪ ହଜାରରୁ ଉର୍ଦ୍ଧ ଉପଭୋକ୍ତଙ୍କ ଆନ୍ଦୋଳନକୁ ଉହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ସୂଚନା ଅନୁସାରେ ବାହାନଗା ଫିଡର ବାହାନଗା -ସୋର ୩୩କେଭି ବିଦ୍ୟୁତ ଲାଇନ ମରାମତି ଓ ପୁନରୁଦ୍ଧାର ପାଇଁ ଗତ ଡିସେମ୍ବର ୧୬ତାରିଖରୁ ଆଜି ପର୍ଯ୍ୟନ୍ତ ଫିଡର ଅଧିନ ବାହାନଗା,…

"ଶୀତରେ ସହିଲେ ଗ୍ରୀଷ୍ମ ସହିବେ! ମରାମତି ନାଁରେ୧୪ ପଞ୍ଚାୟତ ବାସୀ ବିଜୁଳି କାଟର ଶିକାର"