ରୋକାଯାଇ ପାରୁନାହିଁ ଗୋଚାଲାଣ, ରାସ୍ତାରେ ମଲା ଗୋରୁ ଫିଙ୍ଗି ଦେଲେ ବେପାରୀ : ପ୍ରସାଶନ ନିରବ ଦ୍ରଷ୍ଟା

ରେମୁଣା/ବାଲେଶ୍ୱର, ୧୨/୦୩(ଓଡ଼ିଆ ପୁଅ/ଭଗବାନ ଦାସ) – ବେଆଇନ ଗୋ ଚାଲାଣ ଥମିବାର ନାହିଁ। ଯେକୌଣସି ପ୍ରକାରେ ଆଇନ ଓ ପ୍ରସାଶନ ଆଖିରେ ଆଙ୍ଗୁଠି ଗେଞ୍ଜି ଗୋ ଚାଲାଣ ହେଉଛି। ପୁର୍ବରୁ ୧୬ନଂ ଜାତୀୟ ରାଜପଥରେ ବେଆଇନ ଗୋଚାଲାଣ ହେଉଥିବା ବେଳେ ବାରମ୍ବାର ଧରପଗଡ଼ ଯୋଗୁଁ ଚୋରା ଗୋରୁ ବେପାରୀ ଗୋଚାଲାଣ ପାଇଁ ବାଲେଶ୍ୱର -ବାସୁଦେବପୁର ସଲ୍ଟ ରୋଡ଼ ଉପରେ ଆଡ୍ଡା ଜମାଇଛନ୍ତି। ଯାହାର ନମୁନା ଶନିବାର ସକାଳେ ଦେଖିବାକୁ ମିଳିଛି। ସକାଳେ ସଲ୍ଟରୋଡ଼ର ଭୀମପୁର ଛକ ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ପିକ୍ ଅପ ଭ୍ୟାନରୁ ୨ଟି ମଲା ଗୋରୁକୁ ଗାଡ଼ିରୁ କାଢି ବେପାରୀ ମାନେ ରାସ୍ତା କଡ଼ରେ ଫିଙ୍ଗି ଦେଇ ବାଲେଶ୍ୱର ଆଡ଼କୁ ଦୃତ…

"ରୋକାଯାଇ ପାରୁନାହିଁ ଗୋଚାଲାଣ, ରାସ୍ତାରେ ମଲା ଗୋରୁ ଫିଙ୍ଗି ଦେଲେ ବେପାରୀ : ପ୍ରସାଶନ ନିରବ ଦ୍ରଷ୍ଟା"

ଜବର ଦଖଲ କରି କ୍ଷୀରଚୋରା ଗୋପୀନାଥଙ୍କ ଜମିରେ ପକ୍କାଘର ନିର୍ମାଣ ଶ୍ରୀଜଙ୍ଗ ଆରଆଇଙ୍କ ଭୂମିକାକୁ ନେଇ ସନ୍ଦେହ

ରେମୁଣା/ବାଲେଶ୍ୱର, ୦୭/୦୩ (ଓଡ଼ିଆ ପୁଅ/ ଭଗବାନ ଦାସ) ରେମୁଣା ବ୍ଲକ ତୁଣ୍ଡରା ଗ୍ରାମରେ ଥିବା କ୍ଷୀରଚୋରା ଗୋପୀନାଥଙ୍କ ଜମିକୁ ଜବର ଦଖଲ କରି ତା ଉପରେ ପକ୍କାଘର ନିର୍ମାଣ କରାଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ବିରୋଧ ହେବା ଯୋଗୁଁ କାମ ବନ୍ଦ ରହିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ତୁଣ୍ଡରା ଓ ଇଂଚୁଡି ପଂଚାୟତ ମଝିରେ ଥିବା ଗୋପୀନାଥଙ୍କ ଜମିକୁ ଅବସର ପ୍ରାପ୍ତ ଆର୍ ଆଇ ହରେକୃଷ୍ଣ ଶତପଥୀ ଦୀର୍ଘ ଦିନ ଧରି ଜବର ଦଖଲ କରିରଖିଥିଲେ। ଏବେ ସେହି ଜମିକୁ ବାଲି ଚଉରିଆ ଗାଁର ଜଗନ୍ନାଥ ମଲିକଙ୍କୁ ଟଙ୍କା ନେଇ ବିନା କାଗଜ ପତ୍ରରେ ବିକ୍ରି କରିଛନ୍ତି। ସେହି ଜମି ଉପରେ ବୋରିଂ ଉଠାଇ…

"ଜବର ଦଖଲ କରି କ୍ଷୀରଚୋରା ଗୋପୀନାଥଙ୍କ ଜମିରେ ପକ୍କାଘର ନିର୍ମାଣ ଶ୍ରୀଜଙ୍ଗ ଆରଆଇଙ୍କ ଭୂମିକାକୁ ନେଇ ସନ୍ଦେହ"

୨୭ ତାରିଖ ମଧ୍ୟ ରାତ୍ରିରେ ହାଣି ଲୁଟିବା ଘଟଣା ! ଜଣକୁ ଗିରଫ ସହ ୩ ବାଇକ ଜବଦ କଲା ପୋଲିସ

– ଏବାବଦରେ ଖନ୍ତାପଡ଼ା ଥାନାରେ ବଲେଶ୍ୱର ଏସପିଙ୍କ ପ୍ରେସମିଟ ବାହାନଗା/ବାଲେଶ୍ୱର, ୦୭/୦୩(ଓଡିଆ ପୁଅ/ ଭଗବାନ ଦାସ)- ଖନ୍ତାପଡ଼ା ଥାନା ଅଧିନ ଗୋପାଳପୁର ଫାଣ୍ଡି ଅଞ୍ଚଳରୁ ୨୭ତାରିଖ ମଧ୍ୟ ରତ୍ରରେ ଦୁର୍ବୁତ ମାନେ ହାଣି ଲୁଟିଥିବାର ଘଟଣାରେ ଖନ୍ତାପଡ଼ା ପୋଳିସକୁ ସଫଳତା ମିଳିଥିବାର ଜଣାପଡ଼ିଛି। ଏବାବଦରେ ଖନ୍ତାପଡ଼ା ଥାନାରେ ଜିଲ୍ଲାଆରକ୍ଷୀ ଅଧିକ୍ଷକ ନୀତି ଶେଖର ଏକ ପ୍ରେସ ମିଟ ଜରିଆରେ ଖୋଲାସା କରିଛନ୍ତି। ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ପୋଲିସର ମିଳିତ ଉଦ୍ୟମରେ ବରିପଦା ଗ୍ରାମର କମଳାକାନ୍ତ ମଳିକଙ୍କ ପୁଅ ଅଜୁ ଓରଫ ଅଜୟ ମଳିକ ଗିରଫ ହେବା ସହ ଆଜି କୋର୍ଟ ଚାଲାଣ ହୋଇଥିବାର ଆଜି ପ୍ରେସମିଟ ଜରିଆରେ ବାଲେଶ୍ୱର ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି।…

"୨୭ ତାରିଖ ମଧ୍ୟ ରାତ୍ରିରେ ହାଣି ଲୁଟିବା ଘଟଣା ! ଜଣକୁ ଗିରଫ ସହ ୩ ବାଇକ ଜବଦ କଲା ପୋଲିସ"

୬ବର୍ଷର ଶିଶୁକୁ ଚେଙ୍କ ଦେବା ଘଟଣା : ଜିଲ୍ଲା ପ୍ରସାଶନ ହେପାଜତରେ ଶିଶୁ, ସୋର ଥାନାରେ ମାମଲାରୁଜୁ କଲା ଅଜା

ବାହାନଗା/ବାଲେଶ୍ୱର, ୦୬/୦୩(ଓଡ଼ିଆ ପୁଅ /ଭଗବାନ ଦାସ)-ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଦାଣ୍ଡହରିପୁର ପଞ୍ଚାୟତର ମୁଗୁନିପୁର ଗ୍ରାମର ଦମ୍ପତି ଜଣେ ୬ବର୍ଷିଆ ଶିଶୁକୁ ଦୀର୍ଘଦିନ ଧରି ନିର୍ଯ୍ୟାତନା ଦେବା ସହ ଦେହର ବିଭିନ୍ନ ଜାଗାରେ ଚେଙ୍କ ଦେବା ଭଳି ସମ୍ବେଦନଶୀଳ ଘଟଣା ଗତ ୨୭ତାରିଖ ଦିନ ଲୋକ ଲୋଚନକୁ ଆସିଥିଲା।।କୌଣସି ସୂତ୍ରରୁ ଶିଶୁର ଅଜା ଚେଙ୍କ ଦିଆଯାଇଥିବାର ଖବର ପାଇ ଶିଶୁଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ଘଟଣା ଲୋକଲୋଚନକୁ ଆସିବା ପରେ ପ୍ରଶାସନିକ ସ୍ତରରେ ଯାଞ୍ଚ ଆରମ୍ଭ ହେବା ସହ ଶିଶୁକୁ ଜିଲ୍ଲା ପ୍ରଶାସନ ନିଜ ହେପାଜତକୁ ନେଇଥିଲା।ଘଟଣାକୁ ୮ଦିନ ବିତିଯାଇଥିବା ବେଳେ ଶିଶୁଟି ଜିଲ୍ଲା ମୁଖ୍ୟ…

"୬ବର୍ଷର ଶିଶୁକୁ ଚେଙ୍କ ଦେବା ଘଟଣା : ଜିଲ୍ଲା ପ୍ରସାଶନ ହେପାଜତରେ ଶିଶୁ, ସୋର ଥାନାରେ ମାମଲାରୁଜୁ କଲା ଅଜା"

ହୋଟେଲରୁ ଶିଶୁ ଶ୍ରମିକ ଉଦ୍ଧାର, କାର୍ଯ୍ୟାନୁଷ୍ଠାନ ନହେବା ନେଇ ପ୍ରଶ୍ନବାଚୀ!

ବାହାନଗା/ବାଲେଶ୍ୱର, ୦୬/୦୩(ଓଡ଼ିଆ ପୁଅ/ଭଗବାନ ଦାସ)- ଶିଶୁ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ ନ କରିବାକୁ ନିୟମ ରହିଥିବା ବେଳେ ବିଭିନ୍ନ ହୋଟେଲ, ଢାବା ମାନଙ୍କରୁ ପ୍ରାୟତଃ ସବୁ ସମୟରେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିବା ଘଟଣା ଚର୍ଚ୍ଚା ହୋଇ ଆସୁଥିବା ବେଳେ ଏଭଳି ଏକ ଘଟଣା ଆଜି ଦେଖିବାକୁମିଳିଛି। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ବିଜୟାଞ୍ଜଳୀ ଛକ ଠାରେ ଅବସ୍ଥିତ ରବିପ୍ଲାଜା ହୋଟେଲରେ। ସୂଚନା ଅନୁସାରେ ଏହି ହୋଟେଲ ରେ ଦୀର୍ଘ ଦିନ ଧରି ଶିଶୁ ଶ୍ରମିକ ଖଟୁଥିବାର ଅଭିଯୋଗ ଉଠିଥିଲା। ତେବେ ଅଭିଯୋଗ ପାଇ ଖଇରା ଚାଇଲ୍ଡଲାଇନ ନିର୍ଦ୍ଦେଷକ ମଦନମୋହନ ବେହେରାଙ୍କ ନିର୍ଦ୍ଦେଷରେ ଟିମ ସଦସ୍ୟ ପଞ୍ଚାନନ ତ୍ରିପାଠୀ…

"ହୋଟେଲରୁ ଶିଶୁ ଶ୍ରମିକ ଉଦ୍ଧାର, କାର୍ଯ୍ୟାନୁଷ୍ଠାନ ନହେବା ନେଇ ପ୍ରଶ୍ନବାଚୀ!"

ମହାରାଜପୁର ପଞ୍ଚାୟତର ନିର୍ବାଚନୀ ମାମଲା : କୋର୍ଟରେ ଖାରଜ

ବାହାନଗା/ବଲେଶ୍ୱର/୦୪/୦୩(ଓଡ଼ିଆ ପୁଅ/ଭଗବାନ ଦାସ)- ରେମୁଣା ବ୍ଲକ ମହାରାଜପୁର ପଞ୍ଚାୟତର ସରପଞ୍ଚ ନିର୍ବାଚନକୁ ନେଇ ପରାଜିତ ସରପଞ୍ଚ ପ୍ରାର୍ଥୀନିଙ୍କ ତରଫରୁ ଏକ ମାମଲା ରୁଜୁ କରାଯାଇଥିଲା। ତେବେ ମାନ୍ୟବର ବାଲେଶ୍ୱର ସିଭିଲ ଜଜକୋର୍ଟରେ ମାମଲାକୁ ଖାରଜ କରାଯାଇଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ୧୯/୦୨/୨୦୧୭ମସିହାରେ ମହାରାଜପୁର ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନରେ ସୁହାସିନୀ ଲେଙ୍କା ୧୩୧୮ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ଲତିକା ପାଣି ୧୨୯୬ ଖଣ୍ଡ ଭୋଟ ପାଇ ୨୨ ଖଣ୍ଡ ଭୋଟରେ ପରାଜୟ ବରଣ କରିଥିଲେ। ନିର୍ବାଚନ ଫଳାଫଳକୁ ନେଇ ପରାଜିତ ପ୍ରାର୍ଥିନୀ ଶ୍ରୀମତୀ ପାଣି ବାଲେଶ୍ୱର ସିଭିଲ କୋର୍ଟରେ ପୁନଃଗଣତି ନିମନ୍ତେ ୨୮/୨୦୧୭ନଂରେ ମାମଲା ରୁଜୁ କରିଥିଲେ।…

"ମହାରାଜପୁର ପଞ୍ଚାୟତର ନିର୍ବାଚନୀ ମାମଲା : କୋର୍ଟରେ ଖାରଜ"

ମଧ୍ୟରାତ୍ରିରେ ଛିନତାଇ : ବାଇକ ସହ ଦୁର୍ବୁତ ଲୁଟିଲେ, ମୋବାଇଲ, ଟଙ୍କା ଓ ଲାପଟପ

ବାହାନଗା/ବାଲେଶ୍ୱର, ୨୮/୦୨(ଓଡ଼ିଆ ପୁଅ /ଭଗଗବାନ ଦାସ)- ଖନ୍ତାପଡ଼ା ଥାନା ଅଧିନବାହନଗା -ରଢୁଆ ଓ ମାଗୁରା ରାସ୍ତାରେ ଗତକାଲି ମଧ୍ୟରାତ୍ରୀରେ ଦୁର୍ବୁତ ମାନେ ବାଇକ ସହ ମୋବାଇଲ, ଟଙ୍କା ଓ ଲାପଟପ ଲୁଟି ନେଇଥିବାର ଜଣାପଡ଼ିଛି। ଖବର ଅନୁସାରେ ରଢୁଆ ଗ୍ରାମର ରମାକାନ୍ତ ବେହେରାଙ୍କ ପୁଅ କେଶବ ବେହେରା(୩୫) କଲିକତାରଏକ ଘରୋଇ କମ୍ପାନିର ଚାକିରୀ କରନ୍ତି। ସେ ଗତ କାଲି ମଧ୍ୟରାତ୍ରୀରେ କଲିକତାରୁ ନିଜ ଗ୍ରାମ ରଢୁଆକୁ ଫେରୁଥିଲେ। ସେ ବାହାନଗାରେ ଉହ୍ଲାଇ ତାଙ୍କର ବଡ଼ ଭାଇ ତ୍ରୈଲୋକ୍ୟ ବେହେରାଙ୍କୁ ଫୋନ ଯୋଗେ ବାଇକ ନେଇ ବାହାନଗାକୁ ଆସିବାକୁ କହିଥିଲେ। ତ୍ରୈଲୋକ୍ୟ ବାଇକ ସହିତ ତାଙ୍କ ପଡ଼ୋଶୀ କାର୍ତ୍ତକ ବେହେରାଙ୍କୁ ସାଙ୍ଗରେ ଧରି ବାହାନଗା ଯାଇଥିଲେ। ବାହାନଗା…

"ମଧ୍ୟରାତ୍ରିରେ ଛିନତାଇ : ବାଇକ ସହ ଦୁର୍ବୁତ ଲୁଟିଲେ, ମୋବାଇଲ, ଟଙ୍କା ଓ ଲାପଟପ"

ପାଳିତା ମାଆର ନିର୍ଯାତନାରେ ଶିକାର ହେଲେ ୬ବର୍ଷର ଶିଶୁ :ଚେଙ୍କରେ ସିଝିଲା ସାରା ଦେହ ଓ ମୁଣ୍ଡ

ବାହାନଗା/ ବାଲେଶ୍ୱର, ୨୭/୦୨(ଓଡ଼ିଆ ପୁଅ/ ଭଗବାନ ଦାସ)-ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଦାଣ୍ଡହରିପୁର ପଞ୍ଚାୟତ ବାହାବଳପୁର ଗ୍ରାମର ଦମ୍ପତି ଜଣେ ୬ବର୍ଷିଆ ନାବାଳକୁ ଦୀର୍ଘଦିନ ଧରି ନିର୍ଯାତନା ଦେବା ସହ ଦେହର ବିଭିନ୍ନ ଜାଗାରେ ଚେଙ୍କ ଦେବା ସହ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆଘାତ କରିବା ଭଳି ସମ୍ବେଦନଶୀଳ ଘଟଣା ଆଜି ବାଲେଶ୍ୱର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ ନବାଳକକୁ ନିର୍ଯାତନା ସହ ଚେଙ୍କ ଦିଆଯାଇଥିବା ଖବର ପାଇ ନାବାଳକର ଅଜା ଉପେନ୍ଦ୍ର ମଳିକ ଶିଶୁଟିକୁ ଉଦ୍ଧାର କରି ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବାରୁ ଚିକିତ୍ସାଳୟରେ ଏଭଳି ଘଟଣା ଦେଖିବା ପାଇଁ ସ୍ଥାନୀୟ ଅଂଚଳବାସୀଙ୍କ ସହ ଗଣମାଧ୍ୟମ ପ୍ରତିନିଧିଙ୍କ ନାହିଁ ନଥିବା ଭିଡ଼ ଜମିବାରେ ଲାଗିଛି।…

"ପାଳିତା ମାଆର ନିର୍ଯାତନାରେ ଶିକାର ହେଲେ ୬ବର୍ଷର ଶିଶୁ :ଚେଙ୍କରେ ସିଝିଲା ସାରା ଦେହ ଓ ମୁଣ୍ଡ"

ଅଙ୍ଗନୱାଡ଼ି କେନ୍ଦ୍ରରୁ ୨ ପିଲା ଖାଦ୍ୟ ନପାଇ ଭୋକିଲା ଫେରିବା ଘଟଣା : ସିଡିପିଓଙ୍କ ନିର୍ଦ୍ଦେଶକୁ ଅବମାନନା କଲେ ଉଭୟ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା !

ବାହାନଗା/ବାଲେଶ୍ୱର, ୨୬ /୦୨(ଓଡ଼ିଆ ପୁଅ/ଭଗବାନ ଦାସ)- ବାଲେଶ୍ୱର ଜିଲ୍ଲାର ଏକ ଗୁରୁତ୍ୱପୁର୍ଣ୍ଣ ଓ ସମ୍ବେଦନଶୀଳ ଘଟଣା ଭାବେ କିଛିଦିନ ହେଲା ଚର୍ଚ୍ଚା ପାଲଟିଥିବା ଅଙ୍ଗନୱାଡିକେନ୍ଦ୍ରରୁ ଖାଦ୍ୟ ନପାଇ ଭୋକରେ ୨ ପିଲା ଫେରିବା ଘଟଣାର ଭିନ୍ନ ମୋଡ଼। ସମ୍ମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ (ସଡ଼ିପିଓ) ଙ୍କ ନିର୍ଦ୍ଦେଶକୁ ଉଭୟ କର୍ମୀ ଓ ସହାୟିକା ଅବମାନନା କରିଥିବା ଘଟଣା ପଦାରେ ପଡ଼ିଛି। ଖବର ଅନୁସାରେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଜେନା ସାହି ଅଙ୍ଗନୱାଡି କେନ୍ଦ୍ରରେ ଗତ ୧୬ ତାରିଖ ଦିନ ୧୦ ଗୋଟି ପିଲାଙ୍କୁ ଖାଦ୍ୟ ଖାଇବାକୁ ଦିଆଯାଇଥିବା ବେଳେ ୨ ଗୋଟି ପିଲାଙ୍କୁ ଖାଦ୍ୟ ଖାଇବାକୁ ଦିଆଯାଇନଥିଲା। ଶେଷରେ ପିଲାଦ୍ୱୟ ଭୋକରେ ଫେରିଥିଲେ…

"ଅଙ୍ଗନୱାଡ଼ି କେନ୍ଦ୍ରରୁ ୨ ପିଲା ଖାଦ୍ୟ ନପାଇ ଭୋକିଲା ଫେରିବା ଘଟଣା : ସିଡିପିଓଙ୍କ ନିର୍ଦ୍ଦେଶକୁ ଅବମାନନା କଲେ ଉଭୟ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା !"

ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚକ୍ଷୁସହାୟକଙ୍କ ଆଉଟଡୋର ଛାତରୁ ଖସିଲା କଂକ୍ରିଟ ଅଳ୍ପକେ ବର୍ତ୍ତିଲେ ଚିକିତ୍ସିତ ହେବାକୁ ଆସିଥିବା ଛାତ୍ରୀ

ବାହାନଗା/ବାଲେଶ୍ୱର, ୨୬/୦୨(ଓଡ଼ିଆ ପୁଅ /ଭଗବାନ ଦାସ)-ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଚକ୍ଷୁସହାୟକ କେନ୍ଦ୍ରରେ ହଠାତ୍ ଛାତରୁ କଂକ୍ରିଟ ଖସିପଡ଼ିବାରୁ ଚକ୍ଷୁ ଚିକିତ୍ସାହେବା ପାଇଁ ଆସିଥିବା ଜଣେ ଛାତ୍ରୀ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି। ସୂଚନା ଅନୁସାରେ ଏହି ଚକ୍ଷୁ ସହାୟକ କେନ୍ଦ୍ର ଦାୟିତ୍ୱରେ ଥିବା ଚକ୍ରଧର ଧର ଦାସଙ୍କ ନିକଟକୁ ଚକ୍ଷୁ ପରୀକ୍ଷା ପାଇଁ ପଣ୍ଡାଶୁଣୀ ଗ୍ରାମର ପ୍ରଭାକର ମାଝୀ(୪୫) ଓ ତାଙ୍କ ଝିଅ ଯଶୋସ୍ମିତା ମାଝୀ(୧୨)ଆସିଥିଲେ। ଚିକିତ୍ସା ସମୟରେ ହଠାତ୍ ଛାତରୁ କଂକ୍ରିଟ ଖସିପଡ଼ିବାରୁ ଛାତ୍ରୀ ଟିକେ ପାଖକୁ ଚାଲିଯାଇଥିଲେ ଫଳରେ କଂକ୍ରୀଟ ଖଣ୍ଡ ତାଙ୍କ ଉପରେ ନପଡ଼ି ତାଙ୍କ ପାଖରେ ପଡ଼ିଯାଇଥିଲା। ଫଳରେ ଛାତ୍ରୀ ଜଣଙ୍କ ଅଳ୍ପକେ ବର୍ତ୍ତୀ…

"ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚକ୍ଷୁସହାୟକଙ୍କ ଆଉଟଡୋର ଛାତରୁ ଖସିଲା କଂକ୍ରିଟ ଅଳ୍ପକେ ବର୍ତ୍ତିଲେ ଚିକିତ୍ସିତ ହେବାକୁ ଆସିଥିବା ଛାତ୍ରୀ"