୨ବାଇକ ମୁହାଁମୁହିଁ ୨ ଗୁରୁତର

ବାହାନଗା/ବାଲେଶ୍ୱର, ୧୫/୦୬(ଓଡ଼ିଆ ପୁଅ/ଭାରତୀ ଦାସ)- ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅଧିନ ଗୋପାଳପୁର – ଜୁଣିଆ ଆସ୍ତାରେ ଆଜି ୨ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣ ବାଇକ ଆରୋହୀ ଗୁରୁତର ହେବାର ଜଣାପଡ଼ିଛି। ସୂଚନା ଅନୁସାରେ ଆଜି ଓଡ଼ଶାଳ ଗ୍ରାମର ପ୍ରଦୀପ ମହାଳିକ (୩୦)ଏକ ପଲସର ବାଇକ ଯୋଗେ ତାଙ୍କର ସ୍ତ୍ରୀ ଓ ଛୁଆକୁ ବସାଇ ଅନ୍ତପୁର ଅଭିମୁଖେ ଯାଉଥିଲେ। ବିପରୀତ ଦିଗରୁ ଗୋପଳପୁର ଅଭିମୁଖେ ଆରୁହାବାଡ଼ ଗ୍ରାମର ଲମ୍ବୋଦର ସାହୁ(୨୨)ଏକ ପଲସର ବାଇକ ଯୋଗେ ଅସୁଥିଲେ। ଜୁଣିଆ – ଗୋପାଳପୁର ରାସ୍ତାର କଲେଜ ପାଖରେ ଦୁଇ ଗାଡ଼ି ମଧ୍ୟରେ ମୁହାଁ ମୁହିଁ ହୋଇଥିଲା। ଫଳରେ ଦୁଇ ବାଇକ ଅରୋହୀ ବାଇକ ସହ…

"୨ବାଇକ ମୁହାଁମୁହିଁ ୨ ଗୁରୁତର"

ରାଜସ୍ଥାନ ଉଦୟପୁରରେ ଆର୍କିଟେକଚର ଭାବେ କାର୍ଯ୍ୟରତ ଯୁବତୀଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ

ରେମୁଣା/ ବାଲେଶ୍ୱର, ୨୦/୦୫(ଓଡ଼ିଆ ପୁଅ/ଭଗବାନ ଦାସ)- ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଧିନ ବରୁଣସିଂ ଗ୍ରାମର ଯୁବତୀଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବାର ଜଣାପଡ଼ିଛି। ମୃତକ ଜଣକ ହେଲେ ସ୍ୱର୍ଗତ ନୀଳମାଧବ ଦାସ ପଟ୍ଟନାୟକଙ୍କ ସାନ ଝିଅ ବିଶ୍ୱଭାରତୀ(୨୮)। ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ବିଶ୍ୱଭାରତୀ ରାଜସ୍ଥାନର ଉଦୟପୁର ସହରରେ ଆର୍କିଟେକଚର ଭାବେ କାର୍ଯ୍ୟ କରୁଥିଲେ। ଗତ କାଲି ମଧ୍ୟାନ୍ନ ସମୟରେ ବିଶ୍ୱଭାରତୀ ନିଜ ଡିଜାଇନିଂ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ହଠାତ ବିଦ୍ୟୁତ ଆଘାତର ଶିକାର ହୋଇ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ତାଙ୍କ ସହକର୍ମୀ ମାନେ ତାଙ୍କୁ ତୁରନ୍ତ ଉଦୟପୁର ସିଟି ହସପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ…

"ରାଜସ୍ଥାନ ଉଦୟପୁରରେ ଆର୍କିଟେକଚର ଭାବେ କାର୍ଯ୍ୟରତ ଯୁବତୀଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ"

ବରୁଣସିଂ ପଂଚାୟତର ମାଳ ଗାଁରେ ଯୁବକକୁ କୁରାଢ଼ିରେ ହାଣି ହତ୍ୟା

ରେମୁଣା/ ବାଲେଶ୍ୱର, ୨୦/୦୫ (ଓଡ଼ିଆ ପୁଅ/ଭଗବାନ ଦାସ) – ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ବରୁଣସିଂ ପଂଚାୟତର ମାଳ ଗାଁରେ ଗତ ରାତିରେ ଏକ ବିଭତ୍ସ ହତ୍ୟାକାଣ୍ଡ ସମ୍ପୃକ୍ତ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି। ହତ୍ୟାକାଣ୍ଡର ଶିକାର ହୋଇ ମୃତ୍ୟୁବରଣ କରିଥିବା ଯୁବକ ଜଣକ ହେଲେ ଉକ୍ତ ଗ୍ରାମର ୪ନଂ ୱାର୍ଡ଼ ନିବାସୀ ପୂର୍ବତନ ସରପଞ୍ଚ ଅନନ୍ତ ଦାସ ପ୍ରଧାନଙ୍କ ସାନ ପୁଅ ଜୟଦେବ। ଉଭୟ ପୋଲିସ ଓ ପରିବାର ଲୋକଙ୍କଠାରୁ ମିଳିଥିବା ସୂଚନାନୁସାରେ ଶନିବାର ରାତିରେ ଅନନ୍ତ ଦାସ ପ୍ରଧାନଙ୍କ ପୁଅ ଜୟଦେବ (୪୨)ଙ୍କ ପରିବାର ଘରେ ଖାଇ ଶୋଇଥିଲେ। ବିଳମ୍ବିତ ରାତିରେ ଜୟଦେବଙ୍କ ୧୨ ବର୍ଷର ପୁଅ କ୍ରୀଷ୍ଣା ଚିତ୍କାର କରିବାରୁ ଅନ୍ୟ…

"ବରୁଣସିଂ ପଂଚାୟତର ମାଳ ଗାଁରେ ଯୁବକକୁ କୁରାଢ଼ିରେ ହାଣି ହତ୍ୟା"

ଅଙ୍ଗନୱାଡ଼ି କର୍ମୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ ଓ ଅସଦାଚରଣ କରିଥିବା ଅଭିଯୋଗ

ବାହାନଗା/ବାଲେଶ୍ୱର, ୧୧/୦୪(ଓଡ଼ିଆ ପୁଅ/ଭଗବାନ ଦାସ)ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକ ବରିପଦାପଞ୍ଚାୟତର ଅଟାସପୁର ଗ୍ରାମର ମଳିକ ସାହି ଅଙ୍ଗନୱାଡ଼ିରେରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ଏଠାରେ ଅଙ୍ଗନୱାଡ଼ି ସହାୟିକା ପାଇଁ ଗୋଟିଏ ପଦବୀ ଖାଲିପଡ଼ିଥିଲା। ଏହି ପଦବୀ ପାଇଁ ୪ଜଣ ପ୍ରାର୍ଥୀ ଆବେଦନ କରିଥିବା ବେଳେ ସେଥିରୁ ଭାରତୀ ଦାସଙ୍କୁ ଗ୍ରାମବାସୀଙ୍କ ଭୋଟ ମାଧ୍ୟମରେ ଚୟନ କରାଯାଇ ପୋଷ୍ଟିଙ୍ଗ ଲେଟର ବିଭାଗ ତରପରୁ ପଠାଯାଇଥିଲା। ଏହାପରେ ଅନ୍ୟ ୩ଜଣ ପ୍ରାର୍ଥୀ ଏହାକୁ ବିରୋଧ କରିଥିଲେ। ହେଲେ ବିବାଦୀୟ ଅବସ୍ଥା ଲାଗି ରହିଥିବା ଏହି କେନ୍ଦ୍ରରେ ଆଜି ଉଗ୍ର ରୂପ ନେଇଥିଲା। ସକାଳେ ଏହି କେନ୍ଦ୍ରର କର୍ମୀ ମାଳତୀ ମଲିକ କେନ୍ଦ୍ରରେ ପହଞ୍ଚି…

"ଅଙ୍ଗନୱାଡ଼ି କର୍ମୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ ଓ ଅସଦାଚରଣ କରିଥିବା ଅଭିଯୋଗ"

୧୦୦ଲିଟର ଦେଶୀ ମଦ ସହ ୩ ଗିରଫ

ରେମୁଣା/ବାଲେଶ୍ୱର, ୨୩/୦୩(ଓଡ଼ିଆ ପୁଅ/ ଭଗବାନ ଦାସ)- ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗଗ୍ରାମ ଓ ରସାଳପୁର ନିକଟରୁ ସଦର ଅବକାରୀ ବିଭାଗ ଓ ମୋବାଇଲ ସ୍କୁଆଡ଼ ବିପୁଳ ପରିମାଣର ଦେଶୀ, ବିଦେଶୀ ମଦ ଓ ପଲସର ବାଇକ ଜବଦ କରାଯିବା ସହ ୩ଜଣ ଗିରଫ ହୋଇଥିବାର ଜଣାପଡ଼ିଛି। ଅବକାରୀ ବିଭାଗ ତରଫରୁ ଆଜି ଭୋର ୫ଟା ସମୟରେ ଶ୍ରୀଜଙ୍ଗ ଗ୍ରାମର କମଳାକାନ୍ତ ଦାସଙ୍କ ଘରେ ଚଢଉ କରାଯାଇ ୨.୮ଲିଟର ବିଦେଶୀ ମଦ ଜବଦ କରି କମଳାକାନ୍ତକୁ ଗିରଫ କରିଥିଲାା ସେହିପରି ଶ୍ରୀଜଙ୍ଗ-ରସାଳପୁର ସଲ୍ଟ ରୋଡ଼ରେ ସକାଳ ୮ଟା ସମୟରେ ଏକ ପଲସର ବାଇକରେ ଦେଶୀ ମଦ ଚାଲାଣ କରୁଥିବା ସମୟରେ ଅବକାରୀ ବିଭାଗ ୨ଜଣଙ୍କୁ ଗୀରଫ କରିବା ସହ…

"୧୦୦ଲିଟର ଦେଶୀ ମଦ ସହ ୩ ଗିରଫ"

ସରପଞ୍ଚଙ୍କ ବିରୋଧରେ ଅଭିଯୋଗ ଆଣିଲେ ସମିତି ସଭ୍ୟା

ରେମୁଣା/ ବାଲେଶ୍ୱର, ୧୫/୦୩(ଓଡିଆ ପୁଅ/ ଭଗବାନ ଦାସ)- ସରପଞ୍ଚ ନିଜ କ୍ଷମତାର ଅପବ୍ୟବହାର କରି ପଞ୍ଚାୟତରେ ନିଜ ମର୍ଜୀରେ କାର୍ଯ୍ୟ କରୁଛନ୍ତି। ପଞ୍ଚାୟତରାଜ ନିର୍ଦ୍ଦେଷ ନାମାକୁ ଖୋଲାଖୋଲି ଉଲଙ୍ଘନ କରିବା ସହ ସମିତି ସଭ୍ୟାଙ୍କୁ ପଞ୍ଚାୟତ ବୈଠକକୁ ଡାକୁ ନାହାନ୍ତି। ଏଭଳି ଅଭିଯୋଗ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକର ଶ୍ରୀଜଙ୍ଗ ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଉକ୍ତ ପଞ୍ଚାୟତର ସମିତି ସଭ୍ୟା ଜିଲ୍ଲାପାଳଙ୍କ ଠାରେ ଆଣିଛନ୍ତି। ସମିତି ସଭ୍ୟା ପ୍ରିୟଦର୍ଶନୀ ଦାସଙ୍କ ଲିଖିତ ଅଭିଯୋଗ ଅନୁସାରେ ସେ ଜଣେ ହରିଜନ ମହିଳା ହୋଇଥିବାରୁ ସରପଞ୍ଚ କାର୍ତ୍ତୀକେଶ୍ୱର ବାରିକ ତାଙ୍କ ବିଷୟରେ କଟୁ ଶବ୍ଦ ପ୍ରୟୋଗ କରିବା ସହ କୌଣସି କାର୍ଯ୍ୟକ୍ରମରେ ନଡାକିବା ପାଇଁ ପଞ୍ଚାୟତ କର୍ମଚାରୀଙ୍କୁ ମୌଖିକ…

"ସରପଞ୍ଚଙ୍କ ବିରୋଧରେ ଅଭିଯୋଗ ଆଣିଲେ ସମିତି ସଭ୍ୟା"

ଅଙ୍ଗନୱାଡ଼ି କେନ୍ଦ୍ର ସମ୍ମୁଖରେ କର୍ମୀଙ୍କର ଅନିୟମିତତାକୁ ବିରୋଧ କରି ଧାରଣାରେ ବସିଲେ ଅଭିଭାବକ

ରେମୁଣା, ବାଲେଶ୍ୱର, ୧୩/୦୩ (ଓଡ଼ିଆ ପୁଅ/ ଭଗବାନ ଦାସ)- ଅଙ୍ଗନୱାଡ଼ି କର୍ମୀ ଓ ସୁପରଭାଇଜରଙ୍କ ମଧୁଚନ୍ଦି୍ରକାରେ ଅତିଷ୍ଠ ହୋଇ ଅଭିଭାବକ ମାନେ ଅଙ୍ଗନୱାଡ଼ି କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଲେ। ଅଭିଭାବକ ମାନେ କର୍ମୀ ଓ ସୁପରଭାଇଜରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରି ଧାରଣାରେ ବସିଥିବା ବେଳେ କର୍ମୀ ଦିନ ୧୨ଟାରେ କେନ୍ଦ୍ର ବନ୍ଦ କରି ଘରକୁ ପଳାଇଥିଲେ। ଅଭିଭାବକ ମାନେ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ ମଧ୍ୟ କୌଣସି ଉପରିସ୍ଥ ଅଧିକାରୀ ଘଟଣା ସ୍ଥଳରେ ନ ପହଞ୍ଚିବାରୁ କେନ୍ଦ୍ର ସମ୍ମୁଖରେ ଉତ୍ତେଜନା ଦେଖାଦେଇଥିଲା। ଏହି ଘଟଣା ରେମୁଣା ବ୍ଲକ ମହାରାଜପୁର ପଞ୍ଚାୟତର ଦହିଗଡ଼ିଆ ଅଙ୍ଗନୱାଡ଼ି କେନ୍ଦ୍ରରେ ଦେଖିବାକୁ ମିଳିଛି। ଅଭିଭାବକଙ୍କ ଅଭିଯୋଗ ଅନୁସାରେ କେନ୍ଦ୍ରରେ…

"ଅଙ୍ଗନୱାଡ଼ି କେନ୍ଦ୍ର ସମ୍ମୁଖରେ କର୍ମୀଙ୍କର ଅନିୟମିତତାକୁ ବିରୋଧ କରି ଧାରଣାରେ ବସିଲେ ଅଭିଭାବକ"

ରାସ୍ତା କାମ ୬ମାସ ନପୁରୁଣୁ ରାସ୍ତାର ଅବସ୍ଥା ଶୋଚନୀୟ ! ରାସ୍ତାକୁ ଖୋଳିବା ପାଇଁ ଗ୍ରାମବାସୀ ସଜବାଜ ହେଉଥିବା ବେଳେ, ରାସ୍ତା ମରାମତି ପାଇଁ ଠିକାଦାର ଓ ନିର୍ବାହୀ ଯନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ପ୍ରତିଶୃତି ଦେଲେ

ରେମୁଣା/ବାଲେଶ୍ୱର, ୧୨/୦୩(ଓଡ଼ିଆ ପୁଅ/ଭଗବାନ ଦାସ)- ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଅଧିନ ଖନ୍ତାପଡ଼ା ରେଳଷ୍ଟେସନ ଠାରୁ ଶ୍ରୀଜଙ୍ଗ ବୋଇତା ଛକ ପର୍ଯ୍ୟନ୍ତ ରାସ୍ତା ଉନ୍ନତି କରଣ ନିମନ୍ତେ ୪କୋଟି ୬୭ଲକ୍ଷ ବ୍ୟୟ ଅଟକଳରେ କାର୍ଯ୍ୟ ହୋଇଥିଲା। ରାସ୍ତାକୁ ଠିକାଦାର କମଳାକାନ୍ତ ପଣ୍ଡା କାର୍ଯ୍ୟାଦେଶ ନେଇ କାର୍ଯ୍ୟ କରିଥିଲେ। ଆରଡି ବିଭାଗ ଅଧିନରେ ଥିବାଏହି ରାସ୍ତା ୩୦/୧୦/୨୦୧୫ରୁ ଆରମ୍ଭ ହୋଇ ୨୯/୦୭/୨୦୧୬ରେ ଶେଷ ହେବା କଥା। ତେବେ ନିମ୍ନ ମାନର ରାସ୍ତା ଓ ନିର୍ମାଣରେ ଅହେତୁକ ବିଳମ୍ବ ଘଟିବା ଯୋଗୁଁ ରାସ୍ତା ଉପରେ ପ୍ରତ୍ୟକ୍ଷ ନିର୍ଭର କରୁଥିବା ୫ଖଣ୍ଡ ପଞ୍ଚାୟତର ଲୋକଙ୍କ ମଧ୍ୟରେ ଅସନ୍ତୋସ ଦେଖାଦେଇଥିଲା। ବିଳମ୍ବ ହେଲେବି ରାସ୍ତା ନିର୍ମାଣର ୬ମାସ ମଧ୍ୟରେ ନୂତନ ରାସ୍ତାଟି…

"ରାସ୍ତା କାମ ୬ମାସ ନପୁରୁଣୁ ରାସ୍ତାର ଅବସ୍ଥା ଶୋଚନୀୟ ! ରାସ୍ତାକୁ ଖୋଳିବା ପାଇଁ ଗ୍ରାମବାସୀ ସଜବାଜ ହେଉଥିବା ବେଳେ, ରାସ୍ତା ମରାମତି ପାଇଁ ଠିକାଦାର ଓ ନିର୍ବାହୀ ଯନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ପ୍ରତିଶୃତି ଦେଲେ"

ରୋକାଯାଇ ପାରୁନାହିଁ ଗୋଚାଲାଣ, ରାସ୍ତାରେ ମଲା ଗୋରୁ ଫିଙ୍ଗି ଦେଲେ ବେପାରୀ : ପ୍ରସାଶନ ନିରବ ଦ୍ରଷ୍ଟା

ରେମୁଣା/ବାଲେଶ୍ୱର, ୧୨/୦୩(ଓଡ଼ିଆ ପୁଅ/ଭଗବାନ ଦାସ) – ବେଆଇନ ଗୋ ଚାଲାଣ ଥମିବାର ନାହିଁ। ଯେକୌଣସି ପ୍ରକାରେ ଆଇନ ଓ ପ୍ରସାଶନ ଆଖିରେ ଆଙ୍ଗୁଠି ଗେଞ୍ଜି ଗୋ ଚାଲାଣ ହେଉଛି। ପୁର୍ବରୁ ୧୬ନଂ ଜାତୀୟ ରାଜପଥରେ ବେଆଇନ ଗୋଚାଲାଣ ହେଉଥିବା ବେଳେ ବାରମ୍ବାର ଧରପଗଡ଼ ଯୋଗୁଁ ଚୋରା ଗୋରୁ ବେପାରୀ ଗୋଚାଲାଣ ପାଇଁ ବାଲେଶ୍ୱର -ବାସୁଦେବପୁର ସଲ୍ଟ ରୋଡ଼ ଉପରେ ଆଡ୍ଡା ଜମାଇଛନ୍ତି। ଯାହାର ନମୁନା ଶନିବାର ସକାଳେ ଦେଖିବାକୁ ମିଳିଛି। ସକାଳେ ସଲ୍ଟରୋଡ଼ର ଭୀମପୁର ଛକ ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ପିକ୍ ଅପ ଭ୍ୟାନରୁ ୨ଟି ମଲା ଗୋରୁକୁ ଗାଡ଼ିରୁ କାଢି ବେପାରୀ ମାନେ ରାସ୍ତା କଡ଼ରେ ଫିଙ୍ଗି ଦେଇ ବାଲେଶ୍ୱର ଆଡ଼କୁ ଦୃତ…

"ରୋକାଯାଇ ପାରୁନାହିଁ ଗୋଚାଲାଣ, ରାସ୍ତାରେ ମଲା ଗୋରୁ ଫିଙ୍ଗି ଦେଲେ ବେପାରୀ : ପ୍ରସାଶନ ନିରବ ଦ୍ରଷ୍ଟା"

ଜବର ଦଖଲ କରି କ୍ଷୀରଚୋରା ଗୋପୀନାଥଙ୍କ ଜମିରେ ପକ୍କାଘର ନିର୍ମାଣ ଶ୍ରୀଜଙ୍ଗ ଆରଆଇଙ୍କ ଭୂମିକାକୁ ନେଇ ସନ୍ଦେହ

ରେମୁଣା/ବାଲେଶ୍ୱର, ୦୭/୦୩ (ଓଡ଼ିଆ ପୁଅ/ ଭଗବାନ ଦାସ) ରେମୁଣା ବ୍ଲକ ତୁଣ୍ଡରା ଗ୍ରାମରେ ଥିବା କ୍ଷୀରଚୋରା ଗୋପୀନାଥଙ୍କ ଜମିକୁ ଜବର ଦଖଲ କରି ତା ଉପରେ ପକ୍କାଘର ନିର୍ମାଣ କରାଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ବିରୋଧ ହେବା ଯୋଗୁଁ କାମ ବନ୍ଦ ରହିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ତୁଣ୍ଡରା ଓ ଇଂଚୁଡି ପଂଚାୟତ ମଝିରେ ଥିବା ଗୋପୀନାଥଙ୍କ ଜମିକୁ ଅବସର ପ୍ରାପ୍ତ ଆର୍ ଆଇ ହରେକୃଷ୍ଣ ଶତପଥୀ ଦୀର୍ଘ ଦିନ ଧରି ଜବର ଦଖଲ କରିରଖିଥିଲେ। ଏବେ ସେହି ଜମିକୁ ବାଲି ଚଉରିଆ ଗାଁର ଜଗନ୍ନାଥ ମଲିକଙ୍କୁ ଟଙ୍କା ନେଇ ବିନା କାଗଜ ପତ୍ରରେ ବିକ୍ରି କରିଛନ୍ତି। ସେହି ଜମି ଉପରେ ବୋରିଂ ଉଠାଇ…

"ଜବର ଦଖଲ କରି କ୍ଷୀରଚୋରା ଗୋପୀନାଥଙ୍କ ଜମିରେ ପକ୍କାଘର ନିର୍ମାଣ ଶ୍ରୀଜଙ୍ଗ ଆରଆଇଙ୍କ ଭୂମିକାକୁ ନେଇ ସନ୍ଦେହ"