ମା’ତାରିଣୀ ପୀଠରେ ଦଶହରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ

ଘଟଗାଁ,୨୦/୦୯(ଓଡିଆ ପୁଅ/ଭବାନୀ ପ୍ରସାଦ)-ଦଶହରା ଉପଲକ୍ଷେ ସବୁ ସ୍ଥାନରେ ପ୍ରସ୍ତୁତି କାର୍ଯ୍ୟ ଯୋର ସୋରରେ ଚାଲିଥିବା ବେଳେ କେନ୍ଦୁଝର ଜିଲ୍ଲା ଅଧିଷ୍ଟାତ୍ରୀ ଦେବୀ ମା ତାରିଣୀଙ୍କ ଦଶହରା ପୂଜା ପାଇଁ ପ୍ରସ୍ତୁତୀ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ମାଆଙ୍କ ମନ୍ଦିର ପରିଷର ଭିତରେ ମା ଦଶଭୁଜାଙ୍କ ମୂର୍ତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚି ଥିବା ବେଳେ ତୋରଣ କାର୍ଯ୍ୟ ଯୋରଦାରରେ ଚାଲିଛି । ଦଶହରା ଅବସରରେ ଅଧିକ ସଂଖ୍ୟାରେ ଭକ୍ତଙ୍କ ଆଗମନକୁ ଆଖି ଆଗରେ ରଖି ପ୍ରଶାସନ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି । ଶାରଦୀୟ ଦଶହରା ପର୍ବ ଉପଲକ୍ଷେ ବିଭିନ୍ନ ଶକ୍ତି ପିଠ ବେଶ ଚଳ ଚଂଚଳ ହୋଇ ଉଠିଛି । କେନ୍ଦୁଝର ଜିଲ୍ଲା ଅଧିଷ୍ଟାତ୍ରୀ…

"ମା’ତାରିଣୀ ପୀଠରେ ଦଶହରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ"

ତେଲକୁ ନେଇ ତାତି ,ଘଟଗାଁରେ ବିଜେଡିର ୫ ଘଣ୍ଟିଆ ହରତାଳ

ଘଟଗାଁ,୧୮/୦୯(ଓଡିଆ ପୁଅ/ଭବାନୀ ପ୍ରସାଦ)-ରାଜରାସ୍ତାରୁ ବିଧାନସଭା ସବୁଠି ସବୁଠି ପେଟ୍ରୋଲ ଦର ବୃଦ୍ଧିର ତାତି । ମୌସୁମୀ ଅଧିବେଶନର ଶେଷ ଦିନରେ ହୁଲୁସ୍ତୁଲ ହୋଇଥିଲା ଗୃହ । ଆଛେ ଦିନର ନାରା ଦେଇ କେନ୍ଦ୍୍ରରେ କ୍ଷମତାକୁ ଆସିଥିବା ମୋଦି ସରକାର ବ୍ୟବସାୟୀ ଫାଇଦା ପାଇଁ ପେଟ୍ରୋଲ ଓ ଡିଜେଲ ଦର ବଢାଇ ଚାଲିଥିବା ଅଭିଯୋଗ କରିଛି ବିଜେଡି । ତେବେ ତୈଳ ଦର ବୃଦ୍ଧିକୁ ନେଇ ଆଜି ବିଜେଡି ପକ୍ଷରୁ ରାଜ୍ୟବ୍ୟପୀ ୫ ଘଣ୍ଟିଆ ହରତାଳ କରାଯାଇଥିଲା । ଏହାର ପ୍ରଭାବ ଘଟଗାଁରେ ମଧ୍ୟ ଦେଖିବାକୁ ମିଳିଥିଲା । ସକାଳ ୭ଟାରୁ ୧୨ଟା ଯାଏ ବିଜେଡି କର୍ମକର୍ତା ମାନେ କେନ୍ଦ୍ରସରକାର ବିରୋଧରେ ବିଭିନ୍ନ ନାରାବାଜି ଦେଇ ୨୧୫ନଂ…

"ତେଲକୁ ନେଇ ତାତି ,ଘଟଗାଁରେ ବିଜେଡିର ୫ ଘଣ୍ଟିଆ ହରତାଳ"

ବିଭିନ୍ନ ଦାବି ନେଇ ମା’ ତାରିଣୀ ମନ୍ଦିର ଟ୍ରଷ୍ଟବୋଡ କାର୍ଯ୍ୟାଳୟ ସାମ୍ନାରେ ମହିଳାଙ୍କ ଧାରଣ

ଘଟଗାଁ,୧୪/୯(ଓଡିଆ ପୁଅ/ଭବାନୀ ପ୍ରସାଦ)-କେନ୍ଦୁଝର ଜିଲ୍ଲା ଘଟଗାଁ ତାରିଣୀ ମନ୍ଦିର କାର୍ଯ୍ୟାଳୟ ସମୁଖରେ ଆଜି ସ୍ଥାନୀୟ ମହିଳା ସଂୟସହାୟିକା ଗୋଷ୍ଟିର ମହିଳାଙ୍କ ସହ ଲୋକ ପ୍ରତିନିଧି ମାନେ ଧାରଣରେ ବସିଥିଲେ । ମନ୍ଦିରରେ ବିଭିନ୍ନ ସମୟରେ ଆନିୟମିତତା ଘଟଣାରେ ଟ୍ରଷ୍ଟବୋର୍ଡ ସଦସ୍ୟ ଓ କିଛି କର୍ମଚାରୀଙ୍କ ସଂପୃକ୍ତି ରହିଥିବା ଅଭିଯୋଗ କରିବା ସହ ବାରମ୍ବାର ଦେବୋତର ବିଭାଗର ଦ୍ୱାରସ୍ଥ ହୋଇଛନ୍ତି । ଏହା ମଧ୍ୟରେ ଗତ ସପ୍ତାହରେ ଦେବୋତର କମିସନର ଓ ସହକାରୀ କମିସନର ଦୁଇ ଦିନିଆ ଘଟଗାଁ ଗ୍ରସ୍ତ ଆସିଥିବା ବେଳେ ଅଭିଯୋଗକାରୀ ମାନେ ସେମାନଙ୍କ ପକ୍ଷ ରଖିଥିଲେ । ତେବେ ଗତ ମାସରେ ମନ୍ଦିର ପରିଷର ମଧ୍ୟରେ ପୂଜକ ଓ ଟ୍ରଷ୍ଟ ବୋର୍ଡ ସଦସ୍ୟ…

"ବିଭିନ୍ନ ଦାବି ନେଇ ମା’ ତାରିଣୀ ମନ୍ଦିର ଟ୍ରଷ୍ଟବୋଡ କାର୍ଯ୍ୟାଳୟ ସାମ୍ନାରେ ମହିଳାଙ୍କ ଧାରଣ"

ବାଲିଜୋଡି ଗ୍ରାମରେ ଖୁଦୁରୁକୁୁଣି ଓଷା ଓ ବୋଈତ ବନ୍ଦାଣ

ଘଟଗାଁ,୧୩.୦୯(ଓଡିଆ ପୁଅ/ଭବାନୀ ପ୍ରସାଦ)-ଖୁଦୁରୁକୁଣି ଓଷା, ମା ମଙ୍ଗଳାଙ୍କ ଓଷା । ଏହି ଓଷାରେ ଫୁଟି ଉଠେ ଗ୍ରାମୀଣ ଜୀବନଧାରା, ପ୍ରାଚୀନ ଓଡିଶାର ଗୌରବ ନୌବାଣିଜ୍ୟ ପରମ୍ପରା ସହିତ ମଧ୍ୟ ଜଡିତ । ଫୁଲତୋଳା ଠାରୁ ଖୁଦୁରୁକୁଣୀଙ୍କ ମାଟିର ପ୍ରତିମା ବିସର୍ଜନ ପର୍ଯ୍ୟନ୍ତ ସବୁଠାରେ ରହିଛି ଗ୍ରାମିଣ ଚିତ୍ର । ବିଲୁପ୍ତ ହେଇ ଯାଉଥିବା ଓଡିଶାର ସଂସ୍କୃତି, ସାହିତ୍ୟ, ଧର୍ମ, ଓ ଆର୍ଥିକ ଚିନ୍ତାଧାରା ଏବେବି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକର ବାଲିଯୋଡି ଗ୍ରାମରେ ଏହି ଓଷା ମାଧ୍ୟମରେ ବଂଚି ରହିଛି । ଯାହାର ଛବି ପ୍ରତିଫଳିତ ହୋଇଛି ଏହି ଗ୍ରାମରେ ପାଳିତ ହେଉଥିବା ଖୁଦୁରୁକୁଣି ଓଷା ଓ ବୋଇତ ବନ୍ଦାଣ ଉସôବରୁ । ଗ୍ରାମରେ ଭାଦ୍ରବ…

"ବାଲିଜୋଡି ଗ୍ରାମରେ ଖୁଦୁରୁକୁୁଣି ଓଷା ଓ ବୋଈତ ବନ୍ଦାଣ"

ସଡକ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ବାଇକ ରାଲି

ଘଟଗାଁ,୧୦.୦୯(ଓଡିଆ ପୁଅ/ଭବାନୀ ପ୍ରସାଦ)-କେନ୍ଦୁଝର ଜିଲ୍ଲାରେ ବଢୁଥିବା ସଡକ ଦୃଘଟଣା ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ବାଇକ ରାଲି ଅନୁଷ୍ଟିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ସହିତ ପୋଲିସ ପ୍ରଶାସନ, ପରିବହନ ବିଭାଗ ଓ ଘରୋଇ ବସ ମାଲିକ ସଂଘ ସହଯୋଗ କରିଛନ୍ତି । ସଚେତନତା ପାଇଁ ଆୟୋଜିତ ଏହି ବାଇକ ରାଲିରେ କେନ୍ଦୁଝର ଜିଲ୍ଲାପାଳ ଓ ଏସପିଙ୍କ ନେତୃତ୍ୱରେ ବହୁ ସରକାରୀ କର୍ମଚାରୀ କେନ୍ଦୁଝରରୁ ବାହାରି ଜିଲ୍ଲାର ସିମା ରାମଚନ୍ଦ୍ରପୁର ପର୍ଯ୍ୟନ୍ତ ଯାଇଥିଲେ । ବିଭିନ୍ନ ଛକରେ ସ୍ଥନୀୟ ଲୋକ ଓ ସ୍କୁଲ କଲେଜର ଛାତ୍ର ଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମକୁ ସମର୍ଥନ ଦେଇଛନ୍ତି । ତେବେ…

"ସଡକ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ବାଇକ ରାଲି"

ଶିକ୍ଷକ ରୋହିତ କୁମାର ବେହେରାଙ୍କୁ ରାଷ୍ଟ୍ରପତି ପୁରସ୍କାର

ଘଟଗାଁ,୯.୦୯(ଓଡିଆ ପୁଅ/ଭବାନୀ ପ୍ରସାଦ)-କେନ୍ଦୂଝର ଜିଲ୍ଲା ଘଟଗାଁ ବ୍ଲକ ବାରାହାଟିପୁରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୋହିତ କୁମାର ବେହେରା ପବିତ୍ର ଗୁରୁ ଦିବସ ଅବସରରେ ଜାତୀୟ ସ୍ତରରେ ରାଷ୍ଟ୍ରପତି ପୁରଷ୍କାର ପାଇ ଘଟଗାଁ ତଥା କେନ୍ଦୂଝର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଶିକ୍ଷକ ରୋହିତ ବେହେରା ଆଜି ଘଟଗାଁରେ ପହଚିଂବା ପରେ ବିଭିନ୍ନ ସଂଗଠନ, ସ୍ଲୁଲ ଛାତ୍ର ଛାତ୍ରୀ , ସହକର୍ମୀ, ବୁଦ୍ଧିଜୀବି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀଯୁକ୍ତ ବେହେରାଙ୍କ ସ୍ୱାଗତ ପାଇଁ ପୂର୍ବରୁ ଅପେକ୍ଷା କରିଥିବା ସ୍ଥାନୀୟ ଲୋକ ମାନେ ବାଜା ବାଣର ଶୋଭାଯାତ୍ରାରେ ତାଙ୍କୁ ପାଛୋଟି ଆଣିଥିଲେ । ଏହା ପରେ ପୂର୍ବରୁ ପ୍ରଧାନ ଶିକ୍ଷକତା କରୁଥିବା ଘଟଗାଁ…

"ଶିକ୍ଷକ ରୋହିତ କୁମାର ବେହେରାଙ୍କୁ ରାଷ୍ଟ୍ରପତି ପୁରସ୍କାର"

ଯୋଜନା କାହା ପାଇଁ ପରିଣତ ବୟସରେ ବି ମିଳୁନି ସରକାରୀ ସହାୟତ

ଘଟଗାଁ,୮.୦୯(ଓଡିଆ ପୁଅ/ଭବାନୀ ପ୍ରସାଦ)-ବୃଦ୍ଧ ବୃଦ୍ଧାଙ୍କ ପାଇଁ ଆମ ସରକାରଙ୍କ କେତେ କଣ ଯୋଜନା ପ୍ରଣୟନ କରୁଛନ୍ତି । ବିଶେଷ କରି ଅସହାୟ ବୃଦ୍ଧଙ୍କ ଥାଇଥାନ ଓ ରକ୍ଷଣ ବେକ୍ଷଣ ନିମନ୍ତେ ସରକାରୀ ଓ ବେସରକାରୀ ସ୍ତରରେ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି । ହେଲେ ଏତେ ସବୁ ଯୋଜନା ଥିଲେ ମଧ୍ୟ ଅନେକ ଅସହାୟ ବୃଦ୍ଧ ବୃଦ୍ଧା ଦୁଖଦ କାହାଣୀ ଆମେ ଦେଖିବାକୁ ପାଇଥାଉ । ଏସବୁ ଦେଖି ବେଳେ ବେଳେ ଆମ ମନରେ ଏକ ପ୍ରଶ୍ନ ଉଙ୍କି ମାରେ ଯେ ପ୍ରକୃତରେ ଏତେ ସବୁ ଯୋଜନା କାହା ପାଇଁ । ପରିଣତ ବୟସରେ ବି ବଂଚିବା ପାଇଁ କରିବାକୁ ପଡୁଛି ସଂଘର୍ଷ ଓ ଦିଓଳି…

"ଯୋଜନା କାହା ପାଇଁ ପରିଣତ ବୟସରେ ବି ମିଳୁନି ସରକାରୀ ସହାୟତ"

ଟେଣ୍ଡର କୁ ନେଇ ଘଟଗାଁ ତହସିଲରେ ତୁୁମୁଳକାଣ୍ଡ

ଘଟଗାଁ,୬.୦୯(ଓଡିଆ ପୁଅ/ଭବାନୀ ପ୍ରସାଦ)-କେନ୍ଦୂଝର ଜିଲ୍ଲା ଘଟଗାଁ ତହସିଲରେ ପଥର ଓ ବାଲି ଖାଦାନ ନିଲାମ ସମୟରେ ଉତେଜନା ଦେଖାଯାଇଥିଲା । ଟେଣ୍ଡର ପେପରକୁ ଜାଲିଆତି କରାଯାଇଥିବା ଅଭିଯୋଗରେ ତହସିଲ କାର୍ଯ୍ୟଳୟରେ ବ୍ୟାପକ ଭଙ୍ଗାରୁଜା କରାଯାଇଛି । ଗତ ୨ ଦିନ ତଳେ ଘଟଗାଁ ତହସିଲ ଅଂଚଳରେ ଥିବା ବିଭିନ୍ନ ପଥର ଖାଦାନ ଓ ବାଲି ଘାଟକୁ ନିଲାମ ପାଇଁ ଟେଣ୍ଡର ପେପର ଦାଖଲ ହୋଇଥିଲା । ଆଜି ଟେଣ୍ଡର ପେପର ଖୋଲାଯିବା ବେଳେ ରୁଟିସିଳା ପଥର ଖାଦନ ପାଇଁ ପକା ଯାଇଥିବା କିଛି ବ୍ୟକ୍ତିଙ୍କ ଟେଣ୍ଡର ବାକ୍ସରେ ଆବଶ୍ୟକ କାଗଜ ପତ୍ର ଗାୟବ ଥିବା ସଂପୃକ୍ତ ବ୍ୟକ୍ତି ଅଭିଯୋଗ କରିଛନ୍ତି । ତହସିଲ କାର୍ଯ୍ୟାଳୟର କିଛି…

"ଟେଣ୍ଡର କୁ ନେଇ ଘଟଗାଁ ତହସିଲରେ ତୁୁମୁଳକାଣ୍ଡ"

ସଂକଟ ରେ ମଲ୍ଲାର ଆଦିମ ଜନଜାତି

ଘଟଗାଁ,୫.୦୯(ଓଡିଆ ପୁଅ/ଭବାନୀ ପ୍ରସାଦ)- ଆମ ସଭ୍ୟ ସମାଜର ମୁଖ୍ୟ ସ୍ରୋତରୁ ବହୁ ଦୂରେର ଏବେବି ଅନେକ ଆଦିମ ଜନଜାତି । ସରକାରଙ୍କ ଇଚ୍ଛାଶକ୍ତି ଅଭାବ ହେଉକି ପ୍ରଶାସନିକ ସ୍ତରରେ ଅବେହେଳା କାରଣରୁ ଏବେ ଏହି ଆଦିମ ଜନଜାତି ଗୁଡିକ ଧିରେ ଧିରେ ଲୋପ ପାଇବାକୁ ବସିଲେଣି । କିନ୍ତୁ ବିଡମ୍ବନାର ବିଷୟ ଏମାନଙ୍କ ପାଇଁ ଅନେକ ସରକାରୀ ଯୋଜନା ଥିବା ସତ୍ୱେ ଯୋଜନାକୁ କାର୍ଯ୍ୟକାରି କରିବାରେ ପ୍ରଶାସନିକ ସ୍ଥରରେ କାହିଁ କି କୁଣ୍ଠାବୋଧ କରାଯାଉଛି ତାହା ବୁଝାପଡୁନାହିଁ । ତେବେ ଏଭଳି ଏକ ଜନଜାତି ହେଉଛି ମଲ୍ଲାର ସଂପ୍ରହାୟର ଆଦିମ ଜନଜାତି ସମାଜରର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଇଚ୍ଛାଥିଲେ ମଧ୍ୟ କୌଣସି ସରକାରୀ ସହାୟତ…

"ସଂକଟ ରେ ମଲ୍ଲାର ଆଦିମ ଜନଜାତି"

ନ୍ୟାୟ ଅପେକ୍ଷାରେ ମହିଳା,ନ୍ୟାୟ ନପାଇଲେ ଦେବେ ଆତ୍ମହୁତି

ଘଟଗାଁ, ତା୦୨/୦୯(ଓଡିଆ ପୁଅ /ଭବାନୀ ପ୍ରସାଦ )-ନ୍ୟାୟ ନପାଇଲେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଝିଅ ସହ ଆତ୍ମହୁତି ଦେବେ ଏପରି ଏକ କଠୋର ନିଷ୍ପତି ନେଇଛନ୍ତି କେନ୍ଦୂଝର ଜିଲ୍ଲା ଘଟଗାଁ ସୋଭାଗ୍ୟନଗର ର ସୁଜାତା ସାହୁ । ସ୍ୱାମୀ ପରିତ୍ୟକ୍ତା ମହିଳା ସୁଜାତା ନିଜର ଦୁଇ ଝିଅ ର ଭରଣ ପୋଷଣ ସହ ସମାଜରେ ଆତ୍ମସମ୍ମାନର ସହ ବଂଚିବା ପାଇଁ ମାନ୍ୟବର କୋର୍ଟ ତାଙ୍କର ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଇଥିବା ସତ୍ଵେ ଆଜି ପର୍ଯ୍ୟନ୍ତ ନ୍ୟାୟ ନପାଇ ମାନସିକ ସ୍ତରରେ ଦୋହଲି ଯାଇ ଏହି ପରି ନିଷ୍ପତି ନେଇଥିବା କହିଛନ୍ତି । ସୁଜାତା ସାହୁ ଗତ ୨୦୦୧ ମସିହାରେ ବୈଦିକ ରିତୀରେ ଚମ୍ପୁଆ ଥାନା ଗୁଣ୍ଡୁଣିଆ…

"ନ୍ୟାୟ ଅପେକ୍ଷାରେ ମହିଳା,ନ୍ୟାୟ ନପାଇଲେ ଦେବେ ଆତ୍ମହୁତି"