ସିନାପାଲି- ସୋଲାର ପ୍ଲେଟ୍ ଚୋରୀ ଅଭିଯୋଗରେ ତିନି ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ

ସିନାପାଲି ୨୨/୦୬ (ଓଡ଼ିଆ ପୁଅ/ ଅଶ୍ବିନୀ କୁମାର ପତି ) ସିନାପାଲି ଥାନା ଅନ୍ତର୍ଗତ ନାଗଝର ଗ୍ରାମର ଜନୈକ ଚାଷୀଙ୍କ ସୋଲାର୍ ପ୍ଲେଟ ଚୋରୀ ଅଭିଯୋଗରେ ତିନିଜଣ ଯୁବକ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ଗିରଫ ଯୁବକମାନେ ହେଲେ ମକରାଗୁଡା ଗ୍ରାମର ରେମଲ ମାଝୀ ଓ କୋଦୋବେଡା ଗ୍ରାମର ନନ୍ଦକିଶୋର ମାଝୀ ଓ ମୋତିଲାଲ ମାଝୀ। ଘଟଣାରୁ ପ୍ରକାଶ ଯେ ଗତ ୧୭ ତାରିଖ ଦିନ ନାଗଝର ଗ୍ରାମର ଦେବଦର୍ଶନ ଘିଭେଲାଙ୍କ ଜମିରେ ଲାଗିଥିବା ନଅଟି ସୋଲାର ପ୍ଲେଟ ମଧ୍ୟରୁ ତିନିଗୋଟି ପ୍ଲେଟ୍ ଚୋରି ହୋଇଯାଇଥିଲା। ସେ ୧୯ ତାରିଖ ଦିନ ଥାନାରେ ଅଭିଯୋଗ କଲା ପରେ ସିନାପାଲି ଥାନା କେଶ୍ ନଂ. ୧୦୮…

"ସିନାପାଲି- ସୋଲାର ପ୍ଲେଟ୍ ଚୋରୀ ଅଭିଯୋଗରେ ତିନି ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ"

ସିନାପାଲି କଲେଜ ସଭାପତି ପଦରୁ ହଟିଲେ ତୁଳସୀ ଜଗତ

ସିନାପାଲି ୭/୬ – (ଓଡ଼ିଆ ପୁଅ/ଅଶ୍ବିନୀ କୁମାର ପତି) – ସିନାପାଲି ମହାବିଦ୍ୟାଳୟର ଯୁକ୍ତଦୁଇ ଓ ଯୁକ୍ତତିନି ପରିଚାଳନା କମିଟିର ସଭାପତି ପଦରୁ ତୁଳସୀ ଜଗତଙ୍କୁ ବିଦାୟ ନେବାକୁ ପଡିଛି। ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପତ୍ରାଙ୍କ.୧୪୫୬୯ / ତା.୦୫.୦୬.୨୦୧୭ ଅନୁସାରେ ଯୁକ୍ତଦୁଇ ଓ ଯୁକ୍ତତିନି ବିଦ୍ୟାଳୟ ପରିଚାଳନା କମିଟିରେ ନୂଆପଡା ଉପ-ଜିଲ୍ଲାପାଳଙ୍କୁ ସଂପୃକ୍ତ ବିଭାଗ ସଭାପତି ଦାୟିତ୍ୱ ପ୍ରଦାନ କରିଛି। ଏଠାରେ ସୂଚନାଯୋଗ୍ୟ ଯେ, ଦୁଇବର୍ଷ ହେବ ସିନାପାଲି ମହାବିଦ୍ୟାଳୟର ସଭାପତି ଭାବରେ ତୁଳସୀ ଜଗତଙ୍କୁ ଉଚ୍ଚଶିକ୍ଷା ବିଭାଗ ସଭାପତି ପଦବୀରେ ଅବସ୍ଥାପିତ କରିଥିଲେ। ମହାବିଦ୍ୟାଳୟରେ ହଠାତ୍ ଫି ବୃଦ୍ଧି ଯୋଗୁଁ ଛାତ୍ର ଆନ୍ଦୋଳନ ଦେଖା ଦେଇଥିଲା। ତୁଳସୀ ଜଗତଙ୍କୁ ବହିଷ୍କାର କରିବା ନେଇ…

"ସିନାପାଲି କଲେଜ ସଭାପତି ପଦରୁ ହଟିଲେ ତୁଳସୀ ଜଗତ"

ସିନାପାଲିରେ ରଥାଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ସିନାପାଲି ୭/୬ – (ଓଡ଼ିଆ ପୁଅ/ଅଶ୍ବିନୀ କୁମାର ପତି) ଜଗନ୍ନାଥ ମହାପ୍ରଭୁଙ୍କ ଆଗାମୀ ରଥାଯାତ୍ରାକୁ ଶୃଙ୍ଖଳିତ ଭାବରେ ପରିଚାଳନା କରିବା ପାଇଁ ଗତ ତା. ୦୪.୦୬.୨୦୧୭ ରବିବାର ଅପରାହ୍ନ ୫ ଘଣ୍ଟା ସମୟରେ ସିନାପାଲି ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟିର ସଭାପତି ଶ୍ରୀ ବୈଶମ୍ପାୟନ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସ୍ନାନଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବରେ ପରିଚାଳନା କରିବା ପାଇଁ ଶତାଧିକ ସେବାୟତଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି। ରଥଯାତ୍ରାରେ ଆଖପାଖ ଅଳରୁ ସହସ୍ରାଧିକ ଭକ୍ତଙ୍କ ସମାଗମ ସହ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳା ଭକ୍ତ ଟାଣୁ ଥିବାରୁ ସୁରକ୍ଷା…

"ସିନାପାଲିରେ ରଥାଯାତ୍ରା ପାଇଁ ପ୍ରସ୍ତୁତି ବୈଠକ"

ଉଦନ୍ତୀ ନଦୀ ପଠାରେ ଏକ ଉଲଗ୍ନ ମୃତଦେହ ଠାବ –ଥାନାରେ ଅପମୃତ୍ୟୁ ମାମଳା ରୁଜ୍ଜୁ

ସିନାପାଲି-୨୮/୫ (ଓଡ଼ିଆ ପୁଅ/ଅଶ୍ୱିନୀ କୁମାର ପତି) ସିନାପାଲି ଥାନା ଅନ୍ତର୍ଗତ ଉଦନ୍ତୀ ନଦୀ ମଧ୍ୟରେ ଚଲନା ଘାଟ ନିକଟରେ ଏକ ମୃତଦେହ ଠାବ ହୋଇଛି। ମୃତକ ଜଣକ ନଦୀଗାଁ ର କ୍ଷୀରସିନ୍ଧୁ ପ୍ରଧାନୀ ୫୦ବର୍ଷ ବୋଲି ଜଣାପଡିଛି। ଆଜି ସକାଲ୧୦ ଘଣ୍ଟା ସମୟରେ ନିକଟସ୍ଥ ଚଲନା ସାପ୍ତାହୀକ ବଜାରକୁ ସଉଦା କରିଯାଉଥିବା କିଛିଲୋକ ଉଦନ୍ତୀ ନଦୀ ବାଲିରେ ଏକ ଉଲଗ୍ନ ମୃତଦେହ ପଡିଥିବା ଦେଖିଥିଲେ। ଘଟଣା ଚର୍ଚ୍ଚା ହେବା ପରେ ତାହା ନଦୀଗାଁ ନିବାସୀ କ୍ଷୀରସିନ୍ଧୁଙ୍କ ମୃତଦେହ ବୋଲି ଜଣା ପଡିଥିଲା। ଘଟଣାରୁ ପ୍ରକାଶେଯେ ଗତ ୨୬ ତାରିଖ ଦିନ କ୍ଷୀରସିନ୍ଧୁ ପ୍ରଧାନୀ ଖଢିଆଲ ଯାଇ ଏକ ପୋଢ ହଳ କିଣି ଘରକୁ ଆସିଥିଲେ। ହେଲେ…

"ଉଦନ୍ତୀ ନଦୀ ପଠାରେ ଏକ ଉଲଗ୍ନ ମୃତଦେହ ଠାବ –ଥାନାରେ ଅପମୃତ୍ୟୁ ମାମଳା ରୁଜ୍ଜୁ"

ଗଣ୍ଡଗୋଳ ଘଟଣାରେ ଆହତ ବୃଦ୍ଧଙ୍କ ମୃତ୍ୟୁ – ଶବ ରଖି ଚଲନା ଗାଁ ଲୋକଙ୍କ ରାସ୍ତାରୋକ

ସିନାପାଲି ୨୦/୦୫ – (ଓଡ଼ିଆ ପୁଅ/ଅଶ୍ବିନୀ କୁମାର ପତି) ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଚଲନା ଗ୍ରାମରେ ଗତ ୧୩ ତାରିଖରେ ଘଟିଥିବା ଏକ ପାରିବାରିକ ଗଣ୍ଡଗୋଳରେ ଆହତ ହୋଇଥିବା ବୃଦ୍ଧଙ୍କ ଗତକାଲି ଶୁକ୍ରବାର ରାତ୍ରିରେ ମୃତ୍ୟୁ ଘଟିଥିବା ବେଳେ ଘଟଣାକୁ ନେଇ ଚଲନା ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି ସକାଳୁ ଗାଁ ଲୋକେ ମୃତକଙ୍କ ଶବକୁ ରାସ୍ତା ଉପରେ ରଖି ସିନାପାଲି ଧର୍ମଗଡ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ଘଟଣାର ଉଚିତ୍ ତଦନ୍ତ କରି ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଗାଁ ଲୋକେ ଅଡି ବସିଥିଲେ। ସିନାପାଲି ତହସିଲଦାର ଗଣ୍ଡରାମ ଖମାରୀ ଏବଂ ଥାନାଧିକାରୀ ଜୟ କୁମାର ପଟ୍ଟନାୟକ ସଦଳ ବଳେ…

"ଗଣ୍ଡଗୋଳ ଘଟଣାରେ ଆହତ ବୃଦ୍ଧଙ୍କ ମୃତ୍ୟୁ – ଶବ ରଖି ଚଲନା ଗାଁ ଲୋକଙ୍କ ରାସ୍ତାରୋକ"

ସିନାପାଲି ଠାରେ ଦମକଳ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶେଷ; କାର୍ଯ୍ୟକ୍ଷମ ହେବ କେବେ ?

ସିନାପାଲି-୧୭/୫ (ଓଡିଆ ପୁଅ/ଅଶ୍ବିନୀ କୁମାର ପତି ) ସିନାପାଲି ଠାରେ ନିର୍ମିତ ହୋଇଥିବା ଦମକଳ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନାହିଁ। ପ୍ରାୟ ପା ବର୍ଷ ପୂର୍ବେ ଏଠାରେ ଦମକଳ କେନ୍ଦ୍ର ସ୍ଥାପନ ପାଇଁ ମଞ୍ଜୁରୀ ହୋଇଥିଲେ ମଧ୍ୟ ବିଭିନ୍ନ କାରଣ ଯୋଗୁଁ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଥିଲା। ପ୍ରଥମେ ସ୍ଥାନ ନିରୁପଣକୁ ନେଇ ଦ୍ୱନ୍ଦ ଦେଖାଦେଇଥିବାରୁ ଟେଣ୍ଡର ବାତିଲ ହୋଇଥିଲା। ପରେ ପୋଲିସ ହାଉସିଂ ବୋର୍ର ପ୍ରତ୍ୟକ୍ଷ ତତ୍ୱାବଧାନରେ ଦୁଇ ବର୍ଷ ତଳେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ବର୍ତ୍ତମାନ ଶେଷ ହୋଇସାରିଛି। ୫୭ ଲକ୍ଷ ୨୫ ହଜାର ୧୦୦ ଟଙ୍କା ବ୍ୟୟ ଅଟକଳ ମୂଲ୍ୟରେ ନିର୍ମିତ ଏହି ଦମକଳ…

"ସିନାପାଲି ଠାରେ ଦମକଳ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶେଷ; କାର୍ଯ୍ୟକ୍ଷମ ହେବ କେବେ ?"

ଖଡିଆଳ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଭିନ୍ନ ସମସ୍ୟାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ସିନାପାଲି ୧୪/୦୫ (ଓଡ଼ିଆ ପୁଅ/ଅଶ୍ୱିନୀ କୁମାର ପତି) -ଭୁବନେଶ୍ୱର ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଶନିବାର ଖଡିଆଳ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମୀକ୍ଷା ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ଖଡିଆଳ ନିର୍ବାଚନ ମଣ୍ଡଳୀର ଖଡିଆଳ, ସିନାପାଲି, ବୋଡେନ ବ୍ଲକ୍ର ବିଭିନ୍ନ ସମସ୍ୟା ବିଷୟରେ ଅବଗତ ହେବା ସହ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଥିବା ଜଣାପଡିଛି। ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗାଣ ମନ୍ତ୍ରୀ ସୂର୍ଯନାରାୟଣ ପାତ୍ର, ବିଧାୟକ ଅରୁଣ ସାହୁ, ଦେବାଶିଷ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହିଥିଲେ। ବୈଠକରେ ନୂଆପଡା ଜିଲ୍ଲା ବିଜେଡି ସାଧାରଣ ସଂପାଦକ ତଥା ଜିଲ୍ଲା ପରିଷଦ ସଭ୍ୟ ଲମ୍ବୋଦର ନିଆଲ,…

"ଖଡିଆଳ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଭିନ୍ନ ସମସ୍ୟାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ"