ଦିବାରାତ୍ରୀ ଭଲିବଲ୍ ପ୍ରତିଯୋଗିତା, ଥୋରିଆ ପଡା ଚମ୍ପିୟନ୍

ଜଗତସିଂହପୁର, ୫-୧୨(ଓଡିଆ ପୁଅ/ଅର୍ଚ୍ଚନା ଦ୍ୱିବେଦୀ):ଜଗତସିଂହପୁର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆରେ ଏକ ଦିବାରାତ୍ରୀ ଭଲିବଲ୍ ପ୍ରତିଯୋଗିତା ଉଦ୍ୟାପିତ ହେବା ସହ ଜିଲ୍ଲା ଭଲିବଲ ଦଳ ପାଇଁ ଖେଳାଳି ଚୟନ ହୋଇଯାଇଛି। ଏଥିରେ ଜିଲ୍ଲାର ୮ଟି ଦଳ ଅଂଶଗ୍ରହଣ କରିଥିଲେ। ସେମାନେ ହେଲେ ବାଗଲପୁର, ଆଶ୍ରମପାଟଣା, କବିରପାଟଣା, ସନ୍ଲାଇଡ, ଏରସମା, ଥୋରିଆପଡା, ଟ୍ରାକ କ୍ଲବ, ବାପୁଜୀ ଭଲିବଲ୍ ଓ ଜଗତସିଂହପୁର ଜୁନିୟର। ଫାଇନାଲ ରେ ଥୋରିଆପଡା ଓ ଆଶ୍ରମପାଟଣା ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ହୋଇଥିଲା। ଶେଷରେ ଥୋରିଆପଡା ଆଶ୍ରମପାଟଣାକୁ ୨/୧ ସେଟ୍ ରେ ହରାଇ ଚାମ୍ପିଅନ୍ ହୋଇଥିଲା। ଉକ୍ତ ପ୍ରତିଯୋଗିତାକୁ କ୍ରୀଡା ସଂସଦର ସଂପାଦକ ଦୋଳଗୋବିନ୍ଦ ଦାଶ ଉଦ୍ଘାଟନ କରିଥଇବା…

"ଦିବାରାତ୍ରୀ ଭଲିବଲ୍ ପ୍ରତିଯୋଗିତା, ଥୋରିଆ ପଡା ଚମ୍ପିୟନ୍"

ବିଶ୍ୱ ହିନ୍ଦୁ ପରିଷଦ ମହା ଅଧିବେସନରେ ଜଗତସିଂହପୁରରୁ ଯୋଗଦେବେ ୨ହଜାର କର୍ମକର୍ତ୍ତା

ଜଗତସିଂହପୁର, ୫-୧୨(ଓଡିଆ ପୁଅ/ଅର୍ଚ୍ଚନା ଦ୍ୱିବେଦୀ)ଆସନ୍ତା ଡିସେମ୍ବର ୨୪ରୁ ୩୦ ପର୍ଯ୍ୟନ୍ତ ବିଶ୍ୱ ହିନ୍ଦୁ ପରିଷଦର ମହାଧିବେସନ ଭୁବନେଶ୍ୱର ସ୍ୱାଧିନତା ସଂଗ୍ରାମୀ ପଡିଆରେ ଅନୁଷ୍ଠିତ ହେବ। ଆସନ୍ତା ୨୯ରେ ସାଧାରଣ ସଭା ଅନୁଷ୍ଠିତ ହେବ। ଏଥିରେ ଆନ୍ତଃରାଷ୍ଟ୍ର ମହାମନ୍ତ୍ରୀ ପ୍ରବୀଣ ଭାଇ ତୋଗାଡିଆ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଉପଲକ୍ଷେ ିଜଗତସିଂହପୁର ସୋମନାଥ ମନ୍ଦିର ପରିସରରେ ବିଶ୍ୱ ହିନ୍ଦୁ ପରିଷଦର ସାଂଗଠନିକ ପ୍ରସ୍ତୁତି ବୈଠକ ଗୌରାଙ୍ଗ ଚରଣ ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାନ୍ତ ସ୍ତରରୁ କଲିକତା, ଗୌହାଟି କ୍ଷେତ୍ରର ବଜରଙ୍ଗ ଦଳ ପ୍ରମୁଖ ମନୋଜ କୁମାର ସାହୁ, ଓଡିଶା ପ୍ରାନ୍ତଃ ପ୍ରମୁଖ ଅଜୟ କୁମାର ଦାଶ, ସଂପାଦକ ପୂର୍ବ ପ୍ରାନ୍ତ ପ୍ରଶାନ୍ତ ପଣ୍ଡା, ଜିଲ୍ଲା…

"ବିଶ୍ୱ ହିନ୍ଦୁ ପରିଷଦ ମହା ଅଧିବେସନରେ ଜଗତସିଂହପୁରରୁ ଯୋଗଦେବେ ୨ହଜାର କର୍ମକର୍ତ୍ତା"

ଯଁକୋଟି ଗ୍ରାମ ପଞ୍ଚାୟତରେ ନୂତନ ଭତ୍ତା ବଣ୍ଟନ

ଜଗତସିଂହପୁର, ୨୯/୧୧(ଓଡ଼ିଆ ପୁଅ/ଅର୍ଚ୍ଚନା ଦ୍ୱିବେଦୀ)ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଯଁକୋଟି ଗ୍ରାମ ପଞ୍ଚାୟତ ଠାରେ ଆଜି ଭତ୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯଁକୋଟି ପଞ୍ଚାୟତର ସରପଞ୍ଚ ମାନସ ରଂଜନ ସେଠୀଙ୍କ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ୨ନଂ ଜୋନ୍ର ଜିଲ୍ଲା ପରିଷଦ ସଭ୍ୟ ଜଗନ୍ନାଥ ମୁଦୁଲି ଓ ମୁଖ୍ୟବକ୍ତା ଭାବେ ବ୍ଲକ ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ପ୍ରସନ୍ନ କୁମାର ମହାନ୍ତି ଓ ସମିତି ସଭ୍ୟା ବିଷ୍ଣୁପ୍ରିୟା ମଲ୍ଲିକ ପ୍ରମୁଖ ଯୋଗଦେଇ ୩୨ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଏବଂ ଅନ୍ୟାନ୍ୟ ଭତ୍ତା ବଣ୍ଟନ କରିଥିଲେ।

"ଯଁକୋଟି ଗ୍ରାମ ପଞ୍ଚାୟତରେ ନୂତନ ଭତ୍ତା ବଣ୍ଟନ"

ଜଗତସିଂହପୁରରେ ପାଳନ ହେଲା ବିଶ୍ୱ ମଧୁମେହ ଦିବସ

ଜଗତସିଂହପୁର, ୨୯/୧୧(ଓଡ଼ିଆ ପୁଅ/ଅର୍ଚ୍ଚନା ଦ୍ୱିବେଦୀ)ଜିଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଚକ୍ଷୁ ବିଭାଗ ସମ୍ମିଳନୀ କକ୍ଷରେ ବିଶ୍ୱ ମଧୁମେହ ଦିବସ – ୨୦୧୭ ଆଜି ପାଳିତ ହୋଇଯାଇଛି। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ମହେଶ୍ୱର ପ୍ରଧାନ, ଏଡିଏମଓ ଡଃ ଭି ବସନ୍ତ ଭଟ୍ଟ.ଏଡିଏମ ପରିବାର କଲ୍ୟାଣ ପ୍ରଭାତ କୁମାର ବସ୍ତିଆ ପ୍ରମୁଖ ଯୋଗଦେଇ ମଧୁମେହ ରୋଗର କାରଣ ସଂପର୍କରେ ଆଲୋଚନା କରିବା ସହ ଖାଦ୍ୟ ଠିକ୍ ସମୟରେ ନଖାଇ ଅଧିକ ମସଲାଯୁକ୍ତ ଖାଦ୍ୟ ଯଥା ସ୍ପାଇସ ଫୁଡ ଖାଇବା ଦ୍ୱାରା ଅଧିକ ମଧୁମେହ ହୋଇଥାଏ। ଶରୀରରେ ରକ୍ତ ସର୍କରା ଅଂଶ ବଢିଲେ ଏହା ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଡିପିଏଚସିଓ ତ୍ରିଲୋଚନ…

"ଜଗତସିଂହପୁରରେ ପାଳନ ହେଲା ବିଶ୍ୱ ମଧୁମେହ ଦିବସ"

ଅଧସ୍ତନ କର୍ମଚାରୀଙ୍କୁ ଅସଦାଚରଣ କରି ଅଡୁଆରେ ନିର୍ବାହୀ ଅଧିକାରୀ

ଜଗତସିଂହପୁର, ୨୯/୧୧(ଓଡ଼ିଆ ପୁଅ/ଅର୍ଚ୍ଚନା ଦ୍ୱିବେଦୀ)ଜଗତସିଂହପୁର ପୌର ପରିଷଦର ନିର୍ବାହୀ ଅଧିକାରୀ ଏବେ ଅଡୁଆ ପରିସ୍ଥିତିରେ ପଡିଛନ୍ତି। ନିଜ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରି ଫସି ଯାଇଛନ୍ତି। ଏ ନେଇ କର୍ମଚାରୀ ଜଣକ ଜଗତସିଂହପୁର ଥାନା ଓ ଜିଲ୍ଲାପାଳଙ୍କ ନିକଟରେ ପୃଥକ ପୃଥକ ଭାବେ ଅଭିଯୋଗ କରିବା ପରେ ତଦନ୍ତ କାର୍ଯ୍ୟ ଆରମ୍ଭ ହୋଇଛି। ଏହାକୁ ନେଇ ଜଗତସିଂହପୁରରେ ଚର୍ଚ୍ଚା ଜୋର ଧରିଛି। ଏହାକୁ ନିର୍ବାହୀ ଅଧିକାରୀ ଜଣକ ଅସ୍ୱିକାର କରିଥିଲେ ମଧ୍ୟ ମହିଳାଙ୍କ ପକ୍ଷରୁ ଏହାକୁ ଗୁରୁତର ଭାବେ ବିଚାର କରିବାକୁ କୁହାଯାଇଛି। ଏହି ଘଟଣା ଜଗତସିଂହପୁରରେ ଚର୍ଚ୍ଚା ଜୋର ଧରିଛି। ଅଭିଯୋଗ ମୁତାବକ ଜଗତସିଂହପୁର ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଉକ୍ତ…

"ଅଧସ୍ତନ କର୍ମଚାରୀଙ୍କୁ ଅସଦାଚରଣ କରି ଅଡୁଆରେ ନିର୍ବାହୀ ଅଧିକାରୀ"

ଜଗତସିଂହପୁରରେ ନବକୃଷ୍ଣ ଚୌଧୁରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଓ ଜୟକିଶାନ ସମାବେଶ

ଜଗତସିଂହପୁର, ୨୩/୧୧(ଓଡିଆ ପୁଅ/ଅର୍ଚ୍ଚନା ଦ୍ୱିବେଦୀ):ଜଗତସିଂହପୁର ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଳ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆରେ ନବକୃଷ୍ଣ ଚୌଧୁରୀଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଓ ଜୟକିଶାନ ସମାବେଶ ଆଜି ଅନୁଷ୍ଠିତ ହୋଇଯାଇଛି।ଏହି ସମାବେଶରେ ଯୋଗଦେଇ ରାଷ୍ଟ୍ରୀୟ ଦୁର୍ନୀତି ବିରୋଧୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଯୋଗଦେଇ କହିଲେ କୃଷକଙ୍କ ସ୍ୱାଧିନତା ପାଇଁ ସାରା ଦେଶରେ ଆନ୍ଦୋଳନ କରାଯିବ। କୃଷକଙ୍କୁ ସେମାନଙ୍କ ଉତ୍ପାଦନର ଖର୍ଚ୍ଚର ଦେଢ଼ ଗୁଣା ମୂଲ୍ୟ ପ୍ରଦାନ କରିବା ସହିତ୬୦ବର୍ଷ ପରେ ପେନସନ୍ ପ୍ରଦାନ କରାଯିବା ଦରକାର ବୋଲି କହିଥିଲେ। ସେହିପରି ନବକୃଷ୍ଣ ଚୌଧୁରୀ ଜୟନ୍ତୀ ଅବସରରେ ନିଶାପାନରୁ ସମସ୍ତଙ୍କୁ ନିବୃତ୍ତ ରହିବାକୁ ସେ ଆହ୍ୱାନ ଦେଇଥିଲେ। ଏହି ସମାବେଶରେ ଯୋଗଦେଇ ନବନିର୍ମାଣ…

"ଜଗତସିଂହପୁରରେ ନବକୃଷ୍ଣ ଚୌଧୁରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଓ ଜୟକିଶାନ ସମାବେଶ"

ଅବକାରୀ ଚଢଉ, ମଦ ଜବତ ଓ ୨କୋର୍ଟ ଚାଲଣ

ଜଗତସିଂହପୁର ସଦର, ୨୧/୧୧(ଓଡିଆ ପୁଅ/ଅର୍ଚ୍ଚନା ଦ୍ୱିବେଦୀ) ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ସବ୍ ଇନ୍ସପେକ୍ଟର ରଂଜିତ କୁମାର ମହାନ୍ତିଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ଏରସମା ଥାନା ଅନ୍ତର୍ଗତ ଗୋଡା ଗ୍ରାମର ଭାଗ୍ୟଧର ସାହୁଙ୍କ ଠାରୁ ୧୭ବୋତଲ ବିଦେଶୀ ଚୋରା ମଦ ଜବତ କରିବା ସହ ତାକୁ ଗିରଫ କରିଛନ୍ତି।ସେହି ଥାନା ଅନ୍ତର୍ଗତ ଆମ୍ବିକି ବଜାରରୁ ଗୁରୁ ଦାସ ଠାରୁ ୨୬ବୋତଲ ଦେଶୀ ଚୋରାମଦ ଜବତ କରାଯିବା ସହ ଗୁରୁକୁ ଗିରଫ କରାଯାଇଛି। ଉକ୍ତ ଚଢାଉରେ କନେଷ୍ଟବଳ ବିଷ୍ଣୁ ନାୟକ, ବଳରାମ ଦାଶ, ବିଶ୍ୱନାଥ ମୁଣ୍ଡା, ସବିତା ନାୟକ ପ୍ରମୁଖ ସାମିଲ ଥିଲେ। ଉକ୍ତ ଆସାମି ଭାଗ୍ୟଧର ଓ ଗୁରୁ କୁ ଜିଲ୍ଲା ଅବକାରୀ…

"ଅବକାରୀ ଚଢଉ, ମଦ ଜବତ ଓ ୨କୋର୍ଟ ଚାଲଣ"

ନୂତନ ବାର୍ଦ୍ଧକ୍ୟ ଭତ୍ତାରେ ଅନିୟମିତତା, ଜିଲ୍ଲାପାଳଙ୍କୁ ଅଭିଯୋଗ

ଜଗତସିଂହପୁର, ୨୧/୧୧(ଓଡିଆ ପୁଅ/ଅର୍ଚ୍ଚନା ଦ୍ୱିବେଦୀ) ଜଗତସିଂହପୁର ବ୍ଲକ ଅନ୍ତର୍ଗତ ମୁଦୁପୁର ଗ୍ରାମପଞ୍ଚାୟତର ନୂତନ ବାର୍ଦ୍ଧକ୍ୟ ଦେବାରେ ଅନିୟମିତତାକୁ ନେଇ ଆଜି ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଛି। ଅଭିଯୋଗ ମତାବକୁ ମୁଦୁପୁର ଗ୍ରାମ ପଞ୍ଚାୟତର ନୂତନ ବାର୍ଦ୍ଧକ୍ୟ ଭତ୍ତା ଦେବାରେ ହିତାଧିକାରୀ ମାନଙ୍କର ବୟସ ସୀମା ତର୍ଜମା କରାନଯାଇ ପ୍ରଦାନ କରାଯାଉଛି। ଏପରିକି ବୟସ ହୋଇଥିବା ପ୍ରକୃତ ହିତାଧିକାରୀ ମାନଙ୍କୁ ଭତ୍ତାରୁ ବଞ୍ଚିତ କରାଯାଇ କମ୍ ବୟସ ହୋଇଥିବା ବ୍ୟକ୍ତି ମାନଙ୍କୁ ଭତ୍ତା ପ୍ରଦାନ କରାଯାଉଛି। ଭତ୍ତାଧାରୀ ମୃତ୍ୟୁ ପରେ ତାଙ୍କ ପତ୍ନୀଙ୍କୁ ତୁରନ୍ତ ଭତ୍ତା ଦେବା ବ୍ୟବସ୍ଥା ଥିଲେ ମଧ୍ୟ ସେମାନଙ୍କୁ ପ୍ରଦାନ କରାଯାଉନାହିଁ।ସେମାନଙ୍କ ମଧ୍ୟରେ ପ୍ରମିଳା ପ୍ରଧାନ, ପଦ୍ମଚରଣ ବେହେରା, ହାରାମଣି ସେନାପତି, ରବିନ୍ଦ୍ର ବେହେରା,…

"ନୂତନ ବାର୍ଦ୍ଧକ୍ୟ ଭତ୍ତାରେ ଅନିୟମିତତା, ଜିଲ୍ଲାପାଳଙ୍କୁ ଅଭିଯୋଗ"

ସୁନାମୀ ମକ୍ଡ୍ରିଲ୍ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ଜଗତସିଂହପୁର, ୨୧/୧୧(ଓଡିଆ ପୁଅ/ଅର୍ଚ୍ଚନା ଦ୍ୱିବେଦୀ) ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ଠାରେ ଆସନ୍ତା ନଭେମ୍ବର ୨୪ ତାରିଖରେ ସୁନାମୀ ମକ୍ଡ୍ରିଲ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ ଅଧ୍ୟକ୍ଷତା କରି କହିଲେ ଆମ ଜିଲ୍ଲାରେ ତୃତୀୟ ବର୍ଷ ପାଇଁ ସୁନାମୀ ମକ୍ଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଉଅଛି। ସମୁଦ୍ର ଭିତରେ ଭମିକମ୍ପ ହେଲେ ସାମୁଦ୍ରିକ ଜୁଆର ସ୍ଥଳଭାଗକୁ ମାଡିଆସି ବ୍ୟାପକ ଧନ ଜୀବନ କ୍ଷତି ପହଞ୍ଚା ଏହି ସୁନାମୀ ଆସିବା ସତର୍କତା ମିଳିଲା ପରେ ୨ ଘଣ୍ଟା ଭିତରେ ସ୍ଥାନାନ୍ତରିତ ହେବାକୁ ହୁଏ। ସୁନାମୀ ସଂଗଠିତ ହେଲେ ଯେପରି କୈଣସି ବ୍ୟକ୍ତିି ମୃତ୍ୟୁବରଣ ନକରନ୍ତି ସେଥିପ୍ରତି…

"ସୁନାମୀ ମକ୍ଡ୍ରିଲ୍ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ"

ନଭେମ୍ବର ୨୩ ଜୟ କିଶାନ ସମାବେଶକୁ ପ୍ରଭାବଶାଳୀ କରିବା ପାଇଁ ନବନିର୍ମାଣ ସଂଗଠନର ଜୋରଦାର ପ୍ରସ୍ତୁତି

ଜଗତସିଂହପୁର, ୨୧/୧୧(ଓଡିଆ ପୁଅ/ଅର୍ଚ୍ଚନା ଦ୍ୱିବେଦୀ) ନଭେମ୍ବର ୨୩ରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆରେ ନବକୃଷ୍ଣ ଚୌଧୁରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଓ ଜୟ କିଶାନ ସମାବେଶ ଉପଲକ୍ଷେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ସଂଗଠନର ରଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଦୁଇ ରାଜ୍ୟ ସହ-ସଂଯୋଜକ ଉମାକାନ୍ତ ଭାରତ ଓ ରଶ୍ମିରଂଜନ ସ୍ୱାଇଁଙ୍କ ସହ ସମସ୍ତ ବ୍ଳକ ସଂଯୋଜକ ମାନେ ଗାଁ ଗାଁ ବୁଲି ପାଣ୍ଠି ସଂଗ୍ରହ କରିବା ସହ ସମାବେଶ କିଭଳି ପ୍ରଭାବଶାଳୀ ହୋଇପାରିବ ସେଥିପାଇଁ ପୁରାଦମ୍ ଳଗାଇଛନ୍ତି।ଏପରିକି କେନ୍ଦୁଝର, ନୟାଗଡ, କେନ୍ଦ୍ରାପଡା, ଯାଜପୁର ଓ କଟକ ଜିଲ୍ଲାର ଆଗୁଆ କର୍ମୀ ମାନେ ଆସି ଗାଁ…

"ନଭେମ୍ବର ୨୩ ଜୟ କିଶାନ ସମାବେଶକୁ ପ୍ରଭାବଶାଳୀ କରିବା ପାଇଁ ନବନିର୍ମାଣ ସଂଗଠନର ଜୋରଦାର ପ୍ରସ୍ତୁତି"