ଆଗରପଡ଼ାରେ ବୃକ୍ଷରୋପଣ

ଆଗରପଡ଼ା, ତା୨୭/୫ (ଓଡ଼ିଆ ପୁଅ/ଅକ୍ଷୟ ସିଂହ):ଆଗରପଡ଼ା ସ୍ଥିତ ଦୋଳ ମେଳଣ ପଡ଼ିଆରେ ରଜମହୋତ୍ସବ କମିଟି ଓ ପ୍ରକୃତି ମିତ୍ର ପରିବାର ପକ୍ଷରୁ ବୃକ୍ଷରୋପଣ କରାଯାଇଛି। ଅଧ୍ୟାପକ ଫକୀର ଚରଣ ଶଙ୍ଖୁଆ, ଚିନ୍ମୟ ମହାପାତ୍ର, ଶିକ୍ଷକ ପଦ୍ମନାଭ ସେଠୀ, ହିମାଂଶୁ ସାହୁ, ପରେଶ ନାୟକ, ରବିନ୍ଦ୍ର ଜେନା, ରମେଶ ବେହେରା, ଅଗ୍ନିଶମ ଅଧିକାରୀ ସଂଜୟ ପ୍ରଧାନଙ୍କ ସମେତ୍ ଆଗରପଡ଼ା ମହିଳା କଲେଜ, ବଉଳା କଲେଜ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

"ଆଗରପଡ଼ାରେ ବୃକ୍ଷରୋପଣ"

ଆଗରପଡ଼ା ଝିଅ ସୁପ୍ରଭା ଜିଲ୍ଲାରେ ଟପ୍ପର

ଆଗରପଡ଼ା, ତା୨୭/୫(ଓଡ଼ିଆ ପୁଅ/ଅକ୍ଷୟ ସିଂହ): ଆଗରପଡ଼ା ସ୍ଥିତ ମହାନ୍ତିପଡ଼ା ଗ୍ରାମର ସନ୍ତୋଷ ଦାଶଙ୍କ ଝିଅ ସୁପ୍ରଭା ପ୍ରିୟଦର୍ଶିନୀ ଚଳିତ ବର୍ଷ +୨ ବିଜ୍ଞାନ ପରୀକ୍ଷାରେ ଜିଲ୍ଲାରେ ଟପ୍ପର ହୋଇଛନ୍ତି। ସେ ୫୧୯ନମ୍ବର ରଖିଛନ୍ତି। ଏଥିପୂର୍ବରୁ ମହାନ୍ତିପଡ଼ା ଆଶାମଣୀ ଉଚ୍ଚ ବିଦ୍ୟାପୀଠରେ ଅଧ୍ୟୟନ କରି ମାଟ୍ରିକ ପରୀକ୍ଷାରେ ୯୪.୫ ପ୍ରତିଶତ ନମ୍ବର ରଖିଥିଲେ। ସେ ଭଦ୍ରକ ଜୁନିୟର କଲେଜରେ ଛାତ୍ରୀ ଅଟନ୍ତି। ଭବିଷ୍ୟତରେ ଆଇଏଏସ ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି। ତାଙ୍କର ଏହି ସଫଳତା ପାଇଁ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର ଜେନା, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନାଙ୍କ ସମେତ ଆଗରପଡ଼ା ଅଂଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସ୍ୱାଗତ୍ କରାଯିବା ସହ ଆଗରପଡ଼ାକୁ ଗୌରବାନ୍ୱିତ କରିବାରେ ସେ…

"ଆଗରପଡ଼ା ଝିଅ ସୁପ୍ରଭା ଜିଲ୍ଲାରେ ଟପ୍ପର"

ଚିକିତ୍ସା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ

ଆଗରପଡ଼ା, ତା୨୭/୫(ଓଡ଼ିଆ ପୁଅ/ଅକ୍ଷୟ ସିଂହ): ହାଟଡ଼ିହି ବ୍ଲକ ଢେଙ୍କା ପଂଚାୟତ ଅର୍ନ୍ତଗତ ବାରିଗାଁ ର ସୁରେନ୍ଦ୍ର ବିଶ୍ୱାଳଙ୍କ ପୁଅ ରୁଦ୍ରନାରାୟଣଙ୍କର ବର୍ତ୍ତମାନ ବୟସ ପାଖାପାଖି ୧୮ବର୍ଷ। ୪ମାସ ବୟସରୁୁ ହଠାତ ତାଙ୍କ ଛାତି ଓ ପିଠି ଫୁଲିବାକୁ ଲାଗିଥିଲା। ଡ଼ାକ୍ତରୀ ଚିକିତ୍ସା ହେବା ପରେ ସେ ସମ୍ପୁର୍ଣ୍ଣ ଆରୋଗ୍ୟ ହୋଇପାରି ନଥିଲେ। ତାଙ୍କର ବୟସ ବଢିବା ସଙ୍ଗେ ସଙ୍ଗେ ଛାତି ଓ ପିଠି ଫୁଲିବାକୁ ଲାଗିଥିଲା। ଏହି ସବୁ କଷ୍ଟ ଯନ୍ତ୍ରଣାକୁ ଭୃକ୍ଷେପ ନକରି ମ୍ୟାଟି୍ରକ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କ ଆଖି ୨ଟିର ଦୃଷ୍ଟି ଶକ୍ତି ହ୍ରାସ ପାଇଲା। ଯଦ୍ଦ୍ୱାରା ଅଧ୍ୟୟନ କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି ହେବାରୁ ମ୍ୟାଟି୍ରକ ପରୀକ୍ଷାରେ ଅକୃତକାର୍ଯ୍ୟ…

"ଚିକିତ୍ସା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ"

ବିଶଲକଣା ରାସ୍ତା ଶୋଚନୀୟ। ମରାମତି ନାହିଁ

ଆଗରପଡ଼ା, ତା୨୭/୫ (ଓଡ଼ିଆ ପୁଅ/ଅକ୍ଷୟ ସିଂହ): ଦୀର୍ଘ ବର୍ଷ ଧରି ବଡ଼ବର୍ଚ୍ଚକୟାଁ ପଞ୍ଚାୟତ ଅନ୍ତର୍ଗତ ବିଶଲକଣା ରାସ୍ତା ଟି ଶୋଚନୀୟ ଭାବେ ଖରାପ ହୋଇପଡ଼ିଥିଲେ ସୁଦ୍ଧା ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଆଜିଯାଏ ମରାମତି ହୋଇପାରି ନାହିଁ। ଏହି ଗାଁରେ ପାଖାପାଖି ୧ହଜାର ରୁ ଅଧିକ ଲୋକ ବସବାସ କରିଥାନ୍ତି। ଆଗରପଡ଼ା-ଭଦ୍ରକ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ଏହି ଗାଁ କୁ ରାସ୍ତାଟି ଲମ୍ବିଛି। ଏହି ରାସ୍ତାଟି ପାଖାପାଖି ୭୦୦ମିଟର ହେବ। ଏଥିମଧ୍ୟରୁ ୫ ବର୍ଷ ତଳେ ୨ଶହ ମିଟର ପାଖାପାଖି ରାସ୍ତା ଙ୍କକ୍ରିଟ ହୋଇଥିଲା। ଏହା ମଧ୍ୟ ଫାଟି ଅାଁ କରିଛି। ଅବଶିଷ୍ଟ ୫ଶହ ମିଟର ରାସ୍ତାରେ ଦୀର୍ଘ ବର୍ଷ…

"ବିଶଲକଣା ରାସ୍ତା ଶୋଚନୀୟ। ମରାମତି ନାହିଁ"

ଅବ୍ୟବସ୍ଥାରେ ତ୍ରିସାଲିଆ ବିଦ୍ୟାଳୟ

ଆଗରପଡ଼ା, ତା୨୭/୫ (ଓଡ଼ିଆ ପୁଅ/ଅକ୍ଷୟ ସିଂହ): ନା ଅଛି ଶ୍ରେଣୀ ଗୃହ, ନା ଅଛି କାର୍ଯ୍ୟାଳୟ, ନା ବ୍ୟବହାର ଯୋଗ୍ୟ ଶୌଚାଳୟ ତଥାବି ଚାଲିଛି ବିଦ୍ୟାଳୟ। ଏହିପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବନ୍ତ ବ୍ଲକ ଅର୍ନ୍ତଗତ ତୋଫାବିବି କ୍ଲଷ୍ଟର ଅଧିନସ୍ଥ ତ୍ରିସାଲିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ। ଶିକ୍ଷା ଅଧିକାର ଅଧିନିୟମ-୨୦୧୦ ଅନୁସାରେ ଶିକ୍ଷାକୁ ନାଗରିକର ମୈାଳିକ ଆବଶ୍ୟକତା ଭାବେ ଗ୍ରହଣ କରାଯାଇଥିବାରୁ ୬ ବର୍ଷରୁ ୧୪ ବର୍ଷର ସମସ୍ତ ପିଲାମାନେ ଯେପରି ବିଦ୍ୟାଳୟକୁ ଯିବେ ସେଥିପାଇଁ ଅଭିଭାବକଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟାଙ୍କ ଗୁରୁ ଦାଇତ୍ୱ ରହିଛି। ଉକ୍ତ ଯୋଜନାକୁ ସଫଳ…

"ଅବ୍ୟବସ୍ଥାରେ ତ୍ରିସାଲିଆ ବିଦ୍ୟାଳୟ"