ଗାଡିସଂଘ ଟଙ୍କା ଲୁଟ ପାଟ ଟଙ୍କା ଜୈନିକ ଜିଲାପରିଷଦ ରାଣୀପଡାରେ ଜମି ଓ ବାଲେଶ୍ୱର ରେ ହୋଟେଲ କିଣା

ଯାଜପୁର ୨୧/୫ (ଓଡ଼ିଆ ପୁଅ/ଏ.ରାଉତ) କେନ୍ଦୁଝର ଜିଲ୍ଲା ଦୈତାରି ଲୌହ ପଥର ଖଣିରୁ ଲୌହପଥର ପରିବହନ ଦାୟିତ୍ୱ ବୁଝୁଥିବା ଏକ ଗାଡ଼ି ସଂଘର କିଛି ପଦାଧକାରୀ ସମେତ ଜୈନିକ ଜିଲାପରିଷଦ ଅସାଧୁ ଉପାୟରେ ବାର୍ଷିକ ୫୦କୋଟି ଟଙ୍କାରୁ ଉର୍ଦ୍ଧ ଟଙ୍କା ଲୁଟ୍ ପାଟ ଟଙ୍କାରେ ରାଣୀପଡାରେ ଏକର ଏକର ଜମି ସହିତ ବାଲେଶ୍ୱର ଜିଲାରେ ହୋଟେଲ କିଣା ହୋଇଛି ବୋଲି ଆଲୋଚନ ହୋଇଛି। କିଛି ଟ୍ରକ ମାଲିକ ମାନେ କହୁଛନ୍ତି ଏହି ଜିଲାପରିଷଦକୁ ଧର୍ମ ସହିବ ନାହିଁ।

"ଗାଡିସଂଘ ଟଙ୍କା ଲୁଟ ପାଟ ଟଙ୍କା ଜୈନିକ ଜିଲାପରିଷଦ ରାଣୀପଡାରେ ଜମି ଓ ବାଲେଶ୍ୱର ରେ ହୋଟେଲ କିଣା"

ନିର୍ମାଣ ସରି ଖତ ଖାଉଛି ନୂତନ ଥାନା ଗୃହ, ସ୍ଥାନାନ୍ତର କେବେ?

ଯାଜପୁର ୨୧/୫ (ଓଡ଼ିଆ ପୁଅ/ଏ.ରାଉତ) ଦୀର୍ଘମାସ ହେବ ସଦର ଥାନା ଗୃହ ନିର୍ମାଣ କାର୍ଯ୍ୟ ଶେଷହୋଇ ପଡ଼ିରହି ଖତ ଖାଇବାକୁ ବସିଲାଣି। ହେଲେ ଥାନା ସ୍ଥାନାନ୍ତର ଦେଇ ପୁଲିସ ଉଚ୍ଚ ଅଧିକାରୀ ନିରବ। ଏପଟେ ସ୍ଥାନ ହୋଇନପାରି ଓ ବିପଦସଙ୍କୁଳ ଗୃହରେ ଥାନାକାର୍ଯ୍ୟ ଚାଲିଥିବାରୁ ପୁଲିସ ଅଧିକାରୀ ଓ କର୍ମଚାରୀ ଚିନ୍ତାରେ ପଡ଼ିଥିବା ଦେଖିବାକୁ ମିଳିଛି। ଅଦିନିଆ ବର୍ଷା ଆସିଲେ ଚିନ୍ତାରେ ପଡ଼ିଯାଉଛନ୍ତି କର୍ମଚାରୀ। ସୂଚନାଯୋଗ୍ୟ ଯେ, ସାଧାରଣ ଜନତାଙ୍କୁ ପୁଲିସ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ୨୦୦୯ ମସିହାରେ ତକ୍ରାଳୀନ ଏସ୍.ପି ଡି.ଏସ୍. କୁଟେ ସଦର ଥାନା ବରୁଆଁରେ ପ୍ରତିଷ୍ଠା କରିଥିଲେ। ନୂତନ ଗୃହ ନଥିବାରୁ ପୂର୍ତ୍ତ ବିଭାଗର ଏକ କ୍ୱାର୍ଟରରେ ଥାନା କାର୍ଯ୍ୟ ଆରମ୍ଭ…

"ନିର୍ମାଣ ସରି ଖତ ଖାଉଛି ନୂତନ ଥାନା ଗୃହ, ସ୍ଥାନାନ୍ତର କେବେ?"

ଖରସ୍ରୋତା ନଦୀରୁ ବେଆଇନ ବାଲିଉଠାଣ ପ୍ରଶାସନର ଚଢ଼ାଉ

ଯାଜପୁର -୨୦/୫ (ଓଡ଼ିଆ ପୁଅ / ଏ.ରାଉତ) – ଯାଜପୁର ଦେଇ ପ୍ରବାହିତ ହେଉଥିବା ବୈତରଣୀ, ବୁଢ଼ା ଓ ଖରସ୍ରୋତା ନଦୀରୁ ବେଆଇନ ବାଲିଉଠାଣ ଦିନକୁ ଦିନ ବଢ଼ି ଚାଲିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ପୁଲିସ ଓ ତହସିଲ କର୍ମଚାରୀ (ଆର.ଆଇ)ଙ୍କ ବାଲି ମାଫିଆମାନେ ହାତ ବାରିସି କରି ବିଭିନ୍ନ ନଦୀଘାଟରୁ ବେଆଇନଭାବେ ବାଲି ଉଠାଣ କରୁଥିବା ଦେଖିବାକୁ ମିଳିଛି। ବାଲି ମାଫିଆମାନେ ନଦୀରୁ ଏପରି ବାଲିଉଠାଣ କରୁଛନ୍ତି ବନ୍ୟା ସମୟରେ ନଦୀର ଗତିପଥ ବଦଳିବାର ଆଶଙ୍କା ଦେଖାଦେଇଛି। ନଦୀର ଗତିପଥ ବଦଳିଲେ କେଉଁଠି ଗାଁ ନଦୀ ଗର୍ଭରେ ଲୀନ ହେବ ତ କେଉଁଠି ବିଦ୍ୟାଳୟ ନଦୀ ଗର୍ଭରେ ଲୀନ ହୋଇଯିବା ଆଶଙ୍କା ଦେଖାଦେଇଛି। ଯାଜପୁର…

"ଖରସ୍ରୋତା ନଦୀରୁ ବେଆଇନ ବାଲିଉଠାଣ ପ୍ରଶାସନର ଚଢ଼ାଉ"

ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ବିରଜା ମନ୍ଦିରରୁ ପ୍ରଚାର ପ୍ରସାର ଆରମ୍ଭ

ଯାଜପୁର ୨୦/୫-(ଓଡ଼ିଆ ପୁଅ / ଏ.ରାଉତ) ଯାଜପୁର ଜିଲା ଡୁବୁରୀସ୍ଥ କପିଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଚଳିତ ମାସ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ବିଷ୍ଣୁ ବିଶ୍ୱଶାନ୍ତି ମହାଯଜ୍ଞ ଶ୍ରୀଜଗନ୍ନାଥ ଚେତନା ଶିବିର ଓ ରାଜ୍ୟସ୍ତରୀୟ ସାଧୁ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିବାରୁ ପ୍ରଚାର ପ୍ରସାର କରିବାପାଇଁ ଶୁକ୍ରବାର ଦିନ ବିରଜା ମନ୍ଦିରରେ ଶୁଭାରମ୍ଭ ହୋଇଅଛି। ଏହି ପ୍ରଚାର ପ୍ରସାର ଶୁଭାରମ୍ଭକୁ ଯାଜପୁରର ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟଙ୍କ ସହ ସ୍ୱାମୀ ଉଦୟାନନ୍ଦ ପର୍ବତ ମହାରାଜ ଓ ସ୍ୱାମୀ ସଚ୍ଚିଦାନନ୍ଦ ମହାରାଜ ଉଦ୍ଘାଟନ କରିଥିଲେ। ଏହି ଅବସରରେ ମା’ ବିରଜାଙ୍କ ପୂଜାର୍ଚ୍ଚନା କରିବା ସହ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ…

"ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ବିରଜା ମନ୍ଦିରରୁ ପ୍ରଚାର ପ୍ରସାର ଆରମ୍ଭ"

ଋଣ ଦେବା କହି ଅର୍ଥ ଲୁଟୁଥିବା ଠକ ମହିଳାକୁ କୋର୍ଟ ଚାଲାଣ ମୁଖ୍ୟ ଆସାମୀ ଫେରାର

ଯାଜପୁର-୨୦/୫ (ଓଡ଼ିଆ ପୁଅ / ଏ.ରାଉତ) ) – ବିଭିନ୍ନ ବ୍ୟାଙ୍କରେ ଋଣ କରିଦେବା କହି ମହିଳାମାନଙ୍କଠାରୁ ଅର୍ଥ ଲୁଟ୍ କରୁଥିବା ମନ୍ଦାରଖଣ୍ଡ ଗ୍ରାମର ମହେଶ୍ୱର ତ୍ରିପାଠୀଙ୍କ ସ୍ତ୍ରୀ ଗୀତାଞ୍ଜଳି ଓ ତାହାର ସହଯୋଗୀ ରଞ୍ଜନ ଯେନା ଗୁରୁବାର ଦିନ ଯାଜପୁର ବ୍ଲକ୍ ଖଇରାବାଦ ପଞ୍ଚାୟତରେ ଧରାପଡ଼ିଥିଲା। ଯାଜପୁର ସଦର ଥାନା ଉକ୍ତ ମହିଳା ଓ ତାର ସହଯୋଗୀକୁ ଥାନାକୁ ନେଇ ପଚରା ଉଚରା ଜାରି ରଖିଥିଲେ। ପଚରା ଉଚରା ସମୟରେ ମୁଖ୍ୟ ସହଯୋଗୀ ଯାଜପୁର ସହରରେ ଥିବାର ଜଣାପଡ଼ିବାରୁ ସଦର ଥାନା ଯାଜପୁର ଥାନାକୁ ଉକ୍ତ ହସ୍ତାନ୍ତର କରିବାପରେ ଯାଜପୁର ଥାନା ପକ୍ଷରୁ ପଚରା ଉଚରା କରିବାରୁ ମୁଖ୍ୟ ସହଯୋଗୀ ସ୍ୱର୍ଣ୍ଣପ୍ରଭା ବରାଳ ଓରଫ୍…

"ଋଣ ଦେବା କହି ଅର୍ଥ ଲୁଟୁଥିବା ଠକ ମହିଳାକୁ କୋର୍ଟ ଚାଲାଣ ମୁଖ୍ୟ ଆସାମୀ ଫେରାର"

ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ପାଣିରେ ଗାର… ଜେନାପୁର ଷ୍ଟେସନରେ ଦ୍ରୁତଗାମୀ ରେଳ ରହଣୀପାଇଁ, ରେଳରୋକ ନିଷ୍ପତ୍ତି

ଯାଜପୁର ୨୦/୫(ଓଡିଆ ପୁଅ /ଏ.ରାଉତ) ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଷ୍ଟେସନରେ ଦ୍ରୁତଗାମୀ ଟ୍ରେନ ରହଣୀ ପାଇଁ ରେଳ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ପୁରଣ ନହେବାରୁ ତା’ର ପ୍ରତିବାଦରେ ଜେନାପୁରସ୍ଥିତ ରେଳ ବିକାଶ କମିଟି ପକ୍ଷରୁ ରେଳରୋକ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ରେଳ ଷ୍ଟେସନ ଶହେ ବର୍ଷରୁ ଉର୍ଦ୍ଧ ହୋଇଥିଲେ ମଧ୍ୟ ଏଯାବତ୍ ଏଠାରେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଦ୍ରୁତଗାମୀ ରେଳ ରହୁନଥିବାରୁ ଧର୍ମଶାଳା ଅଞ୍ଚଳରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଥିନେଇ ବହୁବାର ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ସମେତ ଯାଜପୁର ଜିଲ୍ଲାପାଳଙ୍କୁ ଲିଖିତଭାବେ ଜଣାଯାଇଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳିପାରୁନାହିଁ। ବ୍ରିଟିଶ୍ ଅମଳରୁ ନିର୍ମିତ…

"ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ପାଣିରେ ଗାର… ଜେନାପୁର ଷ୍ଟେସନରେ ଦ୍ରୁତଗାମୀ ରେଳ ରହଣୀପାଇଁ, ରେଳରୋକ ନିଷ୍ପତ୍ତି"

ଗାଡ଼ି ସଂଘି ଟଙ୍କା ଲୁଟ ପାଟ ଘଟଣା – ଜୈନିକ ଜିଲାପରିଷଦ ଜୈନିକ ମନ୍ତ୍ରୀଙ୍କ ସମ୍ପକୀୟଙ୍କ କଥାରେ ପରିଚାଳିତ

ଯାଜପୁର-୨୦/୫(ଓଡିଆ ପୁଅ / ଏ.ରାଉତ)କେନ୍ଦୁଝର ଜିଲ୍ଲା ଦୈତାରି ଲୌହ ପଥର ଖଣିରୁ ଲୌହପଥର ପରିବହନ ଦାୟିତ୍ୱ ବୁଝୁଥିବା ଏକ ଗାଡ଼ି ସଂଘର କିଛି ପଦାଧିକାରୀ ସମେତ ଜୈନିକ ଜିଲାପରିଷଦ ଅସାଧୁ ଉପାୟରେ ବାର୍ଷିକ ୫୦କୋଟି ଟଙ୍କାରୁ ଉର୍ଦ୍ଧ ଟଙ୍କା ଲୁଟ୍ ପାଟ ଘଟଣା ରେ ସମ୍ପୃକ୍ତ ଜନୈକ ଜିଲାପରିଷଦ ବାବୁ ଜଣଙ୍କ ଜୈନିକ ମନ୍ତ୍ରୀ ସମ୍ପର୍କୀୟ କଥାରେ ପରିଚାଳିତ ବୋଲି ଆଲୋଚନା ହେଉଛି। ଏହି ଦୁଇ ଜଣଙ୍କ ମନ ଓ ପ୍ରାଣ ଗୋଟିଏ ବୋଲି ଦେଖିବାକୁ ମିଳୁଛି। ବାବୁ ଦ୍ୱୟ ଗୋଟିଏ ଗାଡିରେ ବୁଲିବା ସହିତ ବିଭିନ୍ନ ବିଳାସପୁର୍ଣ୍ଣ ହୋଟେଲରେ ରାତ୍ର ଭୋଜନ କରୁଛନ୍ତି। ମନ୍ତ୍ରୀଙ୍କ ସମ୍ପକୀୟ ଯାହା କହୁଛନ୍ତ ଜିଲାପରିଷଦ ବାବୁ ତାହା କରୁଛନ୍ତି।…

"ଗାଡ଼ି ସଂଘି ଟଙ୍କା ଲୁଟ ପାଟ ଘଟଣା – ଜୈନିକ ଜିଲାପରିଷଦ ଜୈନିକ ମନ୍ତ୍ରୀଙ୍କ ସମ୍ପକୀୟଙ୍କ କଥାରେ ପରିଚାଳିତ"

ସୁଇଜ ଗେଟ୍ ର ପୁନରୁଦ୍ଧାର କେବେ ?

ଯାଜପୁର-୨୦/୫ (ଓଡିଆ ପୁଅ / ଏ.ରାଉତ) ବନ୍ୟା ଜଳରୁ ରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ନଦୀ ବନ୍ଧକୁ ସୁଦୃଢୀକରଣ ଓ ମରାମତି ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଉଛି। ହେଲେ ଏହି ନଦୀ ବନ୍ଧରେ ଥିବା ଦୀର୍ଘ ଦିନ ହେବ ସୁଇଜ ଗେଟ୍ ର ପୁନଃରୁଦ୍ଧାର ଓ ମରାମତି କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଳ ସମ୍ପଦ ବିଭାଗ ମୁହଁ ଖୋଲୁ ନ ଥିବା ସାଧାରଣରେ ଅଭିଯୋଗ ହୋଇଛି। ସାମ୍ଭବ୍ୟ ବନ୍ୟା ପୂର୍ବରୁ ଜାରକା ଜଳସେଚନ ବିଭାଗ ଅଧିନରେ ଥିବା କେଲୁଅ ନଦୀ ବନ୍ଧ ଉତରପ୍ରତାପ ଠାରୁ ଜନକ ପର୍ଯ୍ୟନ୍ତ ସମ୍ପ୍ରସାରଣ ଓ ମରାମତି କାର୍ଯ୍ୟ ଚାଲିଛି। ବନ୍ୟା…

"ସୁଇଜ ଗେଟ୍ ର ପୁନରୁଦ୍ଧାର କେବେ ?"

ବ୍ରାହ୍ମଣୀ ନଦୀକୁ ପୁନରୁଦ୍ଧାର ନହେଲେ ଆନ୍ଦୋଳନ ହେବ

ଯାଜପୁର-୨୦/୫ (ଓଡିଆ ପୁଅ/ଏ.ରାଉତ) ଚିରସ୍ରୋତା ବ୍ରାହ୍ମଣୀ ଆଜି ମୃତ ନଦୀରେ ପରିଣତ ହେବାକୁ ବସିଛି। ଫଳରେ ହଜାର ହଜାର ଗ୍ରାମ ଜଳ ସଂକଟ ମଧ୍ୟ ଦେଇ ଗତିକରୁଥିବା ଦେଖିବାକୁ ମିଳୁଛି। ନଦୀରେ ପାଣି ନଥିବାରୁ କୂଅ, ପୋଖରୀ ଜଳସ୍ତର କମିବା ସହିତ ନଦୀ,ନାଳ ମଧ୍ୟ ଶୁଖିଲା ପଡିଛି। ଏହାଦ୍ୱାରା ପାନୀୟ ଜଳ ସଂକଟ ବଢିବାରେ ଲାଗିଛି। ଏପରିକି କୃଷକମାନେ କୃଷି କାର୍ଯ୍ୟ ନିମନ୍ତେ ନଦୀ ଜଳକୁ ବ୍ୟବହାର କରିପାରୁ ନାହାଁନ୍ତି। ଯାହାଦ୍ୱାରା ନଦୀ ପଠାରେ ଥିବା ଶହ ଶହ ଏକର ଚାଷଜମି ପଡିଆ ପଡୁଛି। ଏଥିପାଇଁ କୃଷକମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେମାନେ କୃଷି କାର୍ଯ୍ୟଛାଡି ଜୀବିକା ନିର୍ବାହ ନିମନ୍ତେ ବାହାର ରାଜ୍ୟକୁ ଯାଇ…

"ବ୍ରାହ୍ମଣୀ ନଦୀକୁ ପୁନରୁଦ୍ଧାର ନହେଲେ ଆନ୍ଦୋଳନ ହେବ"

ରତ୍ନଗିରି ସଂଗ୍ରହାଳୟରେ ଆର୍ନ୍ତଜାତିକ ସଂଗ୍ରହାଳୟ ଦିବସ ପାଳିତ

ଯାଜପୁର-୧୯/୫ (ଓଡ଼ିଆ ପୁଅ/ଏ.ରାଉତ) ଯାଜପୁର ଜିଲା ବରୀ ବ୍ଲକ ସ୍ଥିତ ରତ୍ନଗିରିର ବିଶ୍ୱପ୍ରସିଦ୍ଧ ବୈାଦ୍ଧ ପୀଠର ସଂଗ୍ରହାଳୟ ପରିସରରେ ଆର୍ନ୍ତଜାତିକ ସଂଗ୍ରହାଳୟ ଦିବସ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ରତ୍ନଗିରି ସଂଗ୍ରହାଳୟର ସହାୟକ ଅଧିକ୍ଷକ ଡ. ସୁଶାନ୍ତ କୁମାର କର ସଭାପତିତ୍ତ୍ୱ କରିଥିଲାବେଳେ ମୁଖ୍ୟ ଅତିଥିଭାବେ ଉତ୍କଳ ସସ୍କୃତି ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର କମଳାକାନ୍ତ ମିଶ୍ର, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧିକ୍ଷକ ଜୀବନ କୁମାର ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ଭୁବନେଶ୍ୱର ସ୍ଥିତ ପ୍ରତ୍ନତତ୍ତ୍ୱ ବିଭାଗର ଉପ ଅଧିକ୍ଷକ ଡ. କାରବୀ ସାହା ଯୋଗଦାନ କରିଥିଲେ। ଅତିଥି ମାନେ ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରି ସଭାର ଶୁଭାରମ୍ଭ କରିଥିଲେ। ଏହା ପରେ…

"ରତ୍ନଗିରି ସଂଗ୍ରହାଳୟରେ ଆର୍ନ୍ତଜାତିକ ସଂଗ୍ରହାଳୟ ଦିବସ ପାଳିତ"