ସୁଇସ୍ ଗେଟ୍ ଖୋଲିବା ପରେ ୫ଟି ଗ୍ରାମର ଶହ ଶହ ଏକର ଧାନ ଓ ପରିବା ଚାଷ ନଷ୍ଠ

  ଯାଜପୁର-୫/୮(ଓଡିଆ ପୁଅ/ଏ.ରାଉତ) ମହାନଦୀ ନର୍ଥ ଡ଼ିଭିଜନ ଅଧିନ ଗେଙ୍ଗୁଟି ନଦୀର ଦକ୍ଷିଣ ପାଶ୍ୱରେ ଥିବା କୁଟୁରୀ ସୁଇସ୍ ଗେଟ୍ ଖୋଲିଯିବା ଫଳରେ ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଅଣକା ଗ୍ରାମପଞ୍ଚାୟତର ରାହଳ, ମହିପୁର, ରଘୁନାଥପୁର, ଭୁଲୁକା ଓ ମହାଦେଇପୁର ଗ୍ରାମର ଶହ ଶହ ଏକର ଧାନ ଫସଲ ଓ ପନିପରିବା ଚାଷ ଜମି ଜଳମଗ୍ନ ହୋଇଯାଇଥିଲା । ଦୀର୍ଘ ଦିନ ଧରି ବନ୍ୟା ପାଣି ବୁଡ଼ି ରହିବା ଫଳରେ ଧାନ ଓ ପରିପରିବା ଫସଲ ନଷ୍ଠ ହୋଇଯାଇଛି । ଗେଙ୍ଗୁଟି ନଦୀର ଜଳପତନ ବୃଦ୍ଧି ପାଇବାରୁ ସୁଇସ୍ ଗେଟ୍ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଦାୟିତ୍ୱ ହୀନତା ପାଇଁ ଏପରି ମନୁଷ୍ୟକୃତ ବନ୍ୟା ସୃଷ୍ଟି ହେଲା ବୋଲି…

"ସୁଇସ୍ ଗେଟ୍ ଖୋଲିବା ପରେ ୫ଟି ଗ୍ରାମର ଶହ ଶହ ଏକର ଧାନ ଓ ପରିବା ଚାଷ ନଷ୍ଠ"

ନଗଡ଼ାରେ ରାତିଟିଏ ରହିଲେ ବିଧାୟକ; ସ୍ୱପ୍ନ ଓ ବାସ୍ତବତାକୁ ପରଖନ୍ତୁ ବିରୋଧି-ପ୍ରୀତିରଂଜନ ଘଡାଇ

  ଯାଜପୁର-୫/୮(ଓଡିଆ ପୁଅ/ଏ.ରାଉତ) ଗତ ମଙ୍ଗଳବାର ରାତିରେ ଚର୍ଚ୍ଚିତ ନଗଡ଼ାରେ ରାତ୍ରୀ ଯାପନ କରିଛନ୍ତି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ । ଏକଦା ଅପହଂଚ ଓ ଅପପୁଷ୍ଟିର ଇଲାକା ଭାବେ ଚର୍ଚ୍ଚାର କେନ୍ଦ୍ରରେ ଥିବା ନଗଡ଼ର ବିକାଶ ପରେ ଏହି ସ୍ଥାନରେ ଯେକେହି ରହି ପାରିବେ ଏହାକୁ ପ୍ରମାଣିତ କରିବାକୁ ଯାଇ ଆଦିବାସୀଙ୍କ ମେଳରେ ରାତ୍ରୀ ଯାପନ କରିଥିବା ପ୍ରକାଶ କରିଛନ୍ତି ବିଧାୟକ ପ୍ରୀତିରଞ୍ଜନ(ଡ୍ୟାନି) । ନଗଡ଼ା ଉପରେ ନିଜ ପ୍ରତିକ୍ରିୟା ଦେବାକୁ ଯାଇ ବିରୋଧିଙ୍କୁ ବେଶ ଶାଣିତ ସ୍ୱରରେ ଆହ୍ୱାନ ଦେବାକୁ ମଧ୍ୟ ପଛାଇ ନାହାନ୍ତି ବିଧାୟକ । ବିଭିନ୍ନ ସମୟରେ ନଗଡ଼ା ବିକାଶକୁ ନେଇ ବିରୋଧି ମତ ମନ୍ତବ୍ୟ ଦେଇ ସାଧାରଣ ଜନତାଙ୍କୁ…

"ନଗଡ଼ାରେ ରାତିଟିଏ ରହିଲେ ବିଧାୟକ; ସ୍ୱପ୍ନ ଓ ବାସ୍ତବତାକୁ ପରଖନ୍ତୁ ବିରୋଧି-ପ୍ରୀତିରଂଜନ ଘଡାଇ"

ବନ୍ୟା ଭାଙ୍ଗିଦେଲା ଚାଷୀ ମାନଙ୍କ ମେରୁଦଣ୍ଡ

ଯାଜପୁର-୫/୮(ଓଡିଆ ପୁଅ/ଏ.ରାଉତ) ଜିଲାର ୭୦ ଭାଗ ଜନସାଧାରଣ ଚାଷ ଉପରେ ନିର୍ଭରଶୀଳ । ଚାଷକୁ ନେଇ ସେମାନଙ୍କ ପରିବାର ଆଗକୁ ବଢେ । ବହୁ ସମୟରେ ପ୍ରାକୃତିକ ଦୁର୍ବିପାକ ଏହି ଚାଷୀ କୂଳକୁ ଆଗକୁ ବଢିବା ବଦଳରେ ପଛକୁ ଠେଲି ଦେଇଥାଏ । ଫଳରେ ଚାଷକୁ ଜୀବନ ଜୀବିକା କରିଥିବା ଚାଷୀ ବହୁ ସମୟରେ ନିଜ ପରିବାର ପ୍ରତିପୋଷଣ କରିବାରେ ସମସ୍ୟାର ସମ୍ମୁଖିନ ହୁଏ । ଗୋଟିଏ ପଟେ ପ୍ରାକୃତିକ ଦୁର୍ବିପାକ ତ ଅନ୍ୟ ପଟେ ଭଲ ଅମଳ ହେଲେ ଅଭାବି ବିକ୍ରି ଚାଷୀକୁ ଚାପ ଗ୍ରସ୍ତ କରିଥାଏ । ଏହି ଭଳି ସମସ୍ୟା ଭିତରେ ଚାଷ ଉପରେ ଭରସା ନ ତୁଟାଇ ଚାଷୀ ସକାଳ…

"ବନ୍ୟା ଭାଙ୍ଗିଦେଲା ଚାଷୀ ମାନଙ୍କ ମେରୁଦଣ୍ଡ"

ଘାଇବନ୍ଧା କାଯ୍ୟପାଇଁ ଜଳସଂମ୍ପଦ ବିଭାଗ ରାତି ଦିନ ସମାନ

ଯାଜପୁର-୫/୮(ଓଡିଆ ପୁଅ.ଏ,ରାଉତ) ବାଙ୍କସାହୀ ନିକଟ ବ୍ରାହ୍ମଣୀ ନଦୀରେ ହୋଇଥିବା ଘାଇ ଦ୍ୱାରା ବରୀ ବ୍ଲକର ବିଭିନ୍ନ ପଂଚାୟତ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିଲା । ଘାଇ ସୃଷ୍ଟି ହେବା ପରେ ଜିଲାପାଳ ରଞ୍ଜନ କୁମାର ଦାସ ଓ ଉପଜିଲାପାଳ ନାରାୟଣଚନ୍ଦ୍ର ଧଳ ତୁରନ୍ତ ଘାଇ ନିକଟରେ ପହଂଚି ଏହାକୁ ତଦାରଖ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଘାଇ ପରିଦର୍ଶନ କରିଥିଲେ । ଏହା ପରେ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି, ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରଶାଦ ଶତପଥୀ, ବିଧାୟକ ଦେବାଶିଷ ନାୟକ ପ୍ରମୁଖ ମଧ୍ୟ ଘାଇ ସ୍ଥଳକୁ ଯାଇ ଏହାକୁ ବୁଲି ଦେଖିଥିଲେ । ଏହାପରେ ଯାଜପୁର ଠାରେ ଆୟୋଜିତ ହୋଇଥିବା ଜିଲା…

"ଘାଇବନ୍ଧା କାଯ୍ୟପାଇଁ ଜଳସଂମ୍ପଦ ବିଭାଗ ରାତି ଦିନ ସମାନ"

ନଜର ଦେବେକୀ ଜାତୀୟ ରାଜପଥ ବିଭାଗ——- ମରଣ ଯନ୍ତା ପାଲଟିଛି ବରୁଆଁ-ଯାଜପୁର ରାସ୍ତା

ଯାଜପୁର-୫୮(ଓଡିଆ ପୁଅ/ଏ.ରାଉତ) ଜିଲାର ଅନ୍ୟତମ ବ୍ୟସ୍ତ ବହୁଳ ରାସ୍ତାର ମାନ୍ୟତା ପାଇଛି ବରୁଆଁ-ଯାଜପୁର ରାସ୍ତା । ଏହି ରାସ୍ତା ଦେଇ ପ୍ରତିଦିନ ହଜାରହଜାର ସଂଖ୍ୟାର ବଡ ଓ ଛୋଟଗାଡି ଗତାଗତ କରୁଛନ୍ତି । ଜିଲା ମୁଖ୍ୟାଳୟ ଯାଜପୁର ସହର ସହିତ ବିଞ୍ଝାରପୁର, ସିଂହପୁର, ମଙ୍ଗଳପୁର ଆଦି ଅଂଚଳ ସହିତ ପଡୋଶୀ ଭଦ୍ରକ ଜିଲାକୁ ଏହି ବାଟ ଦେଇ ଗାଡି ଗତାଗତ କରୁଛି । ଏହା ସହିତ ପ୍ରତିଦିନ ଜିଲାର ବିଭିନ୍ନ ସ୍ଥାନରୁ ଏହି ରାସ୍ତା ଦେଇ ଲୋକମାନେ ଗତାଗତ କରୁଛନ୍ତି । ଫଳରେ ଏହି ରାସ୍ତାର ବ୍ୟସ୍ଥତା ଦିନକୁ ଦିନ ବଢି ଚାଲିଛି । ଅନ୍ୟ ପକ୍ଷରେ ବିଭାଗୀୟ ଅଣଦେଖାରୁ ଏହି ରାସ୍ତା ବର୍ତମାନ ମରଣ…

"ନଜର ଦେବେକୀ ଜାତୀୟ ରାଜପଥ ବିଭାଗ——- ମରଣ ଯନ୍ତା ପାଲଟିଛି ବରୁଆଁ-ଯାଜପୁର ରାସ୍ତା"

ଚାଷୀମୁଣ୍ଡରେ ଚଡକ ; ବନ୍ୟାରେ ୨ ହଜାର ଏକର ଚାଷଜମି ଜଳମଗ୍ନ

  ଯାଜପୁର-୨/୮(ଓଡିଆ ପୁଅ/ଏ.ରାଉତ) ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଦ୍ୱାରା ନଦୀପଠାରେ ଥିବା ଚାଷଜମି ଗୁଡିକରେ ପାଣି ପଶି ଲକ୍ଷାଧିକ ଟଙ୍କାର ଧାନଚାଷ ଏବଂ ବିଭିନ୍ନ ପନିପରିବା ଫସଲ ନଷ୍ଟ ହୋଇଥିବା ଜଣାଯାଇଛି । ସେହିପରି କୁଆଁରିଆ ନାଳର ଠେସାପାଣିରେ ମଧ୍ୟ କିଛି ଧାନଚାଷ ଓ ପନିପରିବା ଫସଲ ସଂପୁର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳୁଛି । ଫଳରେ ଚାଷୀ ମୁଣ୍ଡରେ ହାତଦେଇ ବସିଛି । ଏହିଭଳି କ୍ଷୟକ୍ଷତିରେ ଚାଷୀମାନେ ମର୍ମାହତ ହେବା ସହିତ ତାଙ୍କ ଜୀବିକା ହରାଇଥିବା ଜଣାଯାଇଛି । ଏବେ ନଦୀରୁ ବନ୍ୟାପାଣି ଖସୁଥିଲା ବେଳେ ବିଲରେ ପାଣି ଜମି ରହିଛି । ଯାହାଦ୍ୱାରା ଧାନ ବିଲରେ ପଟୁ ପଡିଯିବା ହେତୁ ଧାନ…

"ଚାଷୀମୁଣ୍ଡରେ ଚଡକ ; ବନ୍ୟାରେ ୨ ହଜାର ଏକର ଚାଷଜମି ଜଳମଗ୍ନ"

 ସଅରସାହିକୁ ଯାଇ ବନ୍ୟା ପରିସ୍ଥିତିକୁ ଅନୁଧ୍ୟାନ କଲେ ରାଜସ୍ୱମନ୍ତ୍ରୀ

ଯାଜପୁର-୧/୮(ଓଡିଆ ପୁଅ/ଏ.ରାଉତ) ବ୍ରାହ୍ମଣୀ ଓ ତାର ଶାଖାନଦୀ ଖରସ୍ରୋତରେ ଅଅସିଥିବା ବନ୍ୟାରେ ବ୍ୟାପକ ପ୍ରଭାବିତ ହୋଇଥିବା ବରୀ ନିର୍ବାଚନ ମଣ୍ଡଳୀକୁ ଆଜି ଗସ୍ତ କରିଥିଲେ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି । ମନ୍ତ୍ରୀଙ୍କ ସହିତ ଶାସକ ଦଳ ମୁଖ୍ୟ ସଚେତକ ତଥା ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଓ ବରୀ ବିଧାୟକ ଦେବାଶିଷ ନାୟକ ମଧ୍ୟ ଏହି ଗସ୍ତରେ ସାମିଲ ଥିଲେ । ମନ୍ତ୍ରୀ ଶ୍ରୀ ମହାନ୍ତି ଏରବାଙ୍କ ଦେଇ ପ୍ରଥମେ ବାଙ୍କସାହି ନିକଟ ବ୍ରାହ୍ମଣୀ ନଦୀ ବନ୍ଧରେ ହୋଇଥିବା ଘାଇ ସ୍ଥଳକୁ ଯାଇଥିଲେ । ସେଠାରେ ମନ୍ତ୍ରୀ ଜିଲାପାଳ ରଞ୍ଜନକୁମାର ଦାସ, ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ଓ ବିଭାଗୀୟ ଅଧିକାରୀଙ୍କ ସହିତ ଘାଇ…

" ସଅରସାହିକୁ ଯାଇ ବନ୍ୟା ପରିସ୍ଥିତିକୁ ଅନୁଧ୍ୟାନ କଲେ ରାଜସ୍ୱମନ୍ତ୍ରୀ"

ଅଛୁତପୁର ଗ୍ରାମରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ମୂଲ୍ୟର ସମ୍ପତି ପାଡି ପାଉଁଶ

ଯାଜପୁର-୧/୮(ଓଡିଆ ପୁଅ/ଏ.ରାଉତ) ଧର୍ମଶାଳା ତହସିଲ ଅନ୍ତର୍ଗତ ଅଛୁତପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ଦୃବୃତ୍ତ ନିଆଁ ଲଗାଇଦେବାରୁ ୪ଟି ପରିବାର ଘର ପୋଡି ପାଉଁଶ ହେବା ସହ ଏହି ଅଗ୍ନିକାଣ୍ଡରେ ଜଣେ ସାମାନ୍ୟ ପୋଡିଯାଇ ଥିଲା ବେଳେ ଗୋଟିଏ ଗାଈ ଓ ବାଛୁରୀ ଅଦ୍ଧଦଗ୍ଧ ହୋଇଛନ୍ତି । ଅଝୁତପୁର ଗ୍ରାମର ଅମର ଚାନ୍ଦ ପ୍ରଧାନ, ଦୁର୍ଯ୍ୟେଧନ ପ୍ରଧାନ, ଅବନି ପ୍ରଧାନ ଓ ଅତୁଲ୍ୟ ପ୍ରଧାନଙ୍କ ୬ ବଖରା ଘର ଗତକାଲି ବିଳ,ମ୍ବିତ କେହି ନିଆଁ ଲଗାଇ ଦେଇଥିଲେ ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଥିବାରୁ ଗ୍ୟହ ମଧ୍ୟରେ ଥିବା ଧାନ, ଚାଉଳ…

"ଅଛୁତପୁର ଗ୍ରାମରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ମୂଲ୍ୟର ସମ୍ପତି ପାଡି ପାଉଁଶ"

କାର୍ଯ୍ୟରେ ଅବହେଳା ଯୋଗୁ ୩ ପଂଚାୟତ ନିର୍ବାହୀ ଅଧିକାରୀ ନିଲମ୍ବିତ

ଯାଜପୁର-୩୧/୭(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକର ପଂଚାୟତ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ସେଠୀ, ବର୍ତଣ୍ଡା, ହରିପୁରର ପଂଚାୟତ ନିର୍ବାହୀ ଅଧିକାରୀ ରାମକୃଷ୍ଣ ଦେହୁରୀ ଓ ବଡଚଣା ବ୍ଲକର ପଂଚାୟତ ନିର୍ବାହୀ ଅଧିକାରୀ ଦାଶରଥି ଦଣ୍ଡଜେନାଙ୍କୁ କାର୍ଯ୍ୟରେ ଅବହେଳା କରିଥିବା ଯୋଗୁ ଜିଲ୍ଲାପାଳ ରଂଜନ କୁମାର ଦାସ ନିଲମ୍ବିତ କରିଛନ୍ତି । ଶ୍ରୀ ସେଠୀ କାର୍ଯ୍ୟରେ ଅବହେଳା, ବିନା ଅନୁମତିରେ ବାରମ୍ବାର ଛୁଟିନେବା ଓ ଦାୟିତ୍ୱ ନିର୍ବାହରେ ବିଳମ୍ବ ଯୋଗୁ ନିଲମ୍ବିତ ହୋଇଥିବା ବେଳେ ଶ୍ରୀ ଦେହୁରୀ ଗତ ଅପ୍ରେଲ ୩ତାରିଖ ଠାରୁ ବିନା ଅନୁମତିରେ ଛୁଟିରେ ରହିବା ନେଇ ଓ ଶ୍ରୀ ଦଣ୍ଡଜେନା ଦଶରଥପୁରରୁ ବଡଚଣା ବ୍ଲକକୁ ବଦଳି ହୋଇଥିଲେ ମଧ୍ୟ କାର୍ଯ୍ୟରେ…

"କାର୍ଯ୍ୟରେ ଅବହେଳା ଯୋଗୁ ୩ ପଂଚାୟତ ନିର୍ବାହୀ ଅଧିକାରୀ ନିଲମ୍ବିତ"

ସୁଦେଷ୍ଣାକୁ ଜିଲ୍ଲାପାଳଙ୍କ ପକ୍ଷରୁ ସମ୍ବର୍ଦ୍ଧନା

ଯାଜପୁର-୩୧/୭(ଓଡିଆ ପୁଅ/ଏ.ରାଉତ) ଭୁବନେଶ୍ୱରର ପଥ ଉତ୍ସବରେ ଟବାକୋ ବ୍ୟବହାରର ଅପକାରୀତା ସମ୍ପର୍କରେ ସଚେତନତା ପାଇଁ ଯାଜପୁର ମୁ୍ୟନିସିପାଲିଟି ଅନ୍ତର୍ଗତ ଶାସନ ଗ୍ରାମର ସୁଶାନ୍ତ କର ଓ ମମତାମୟୀ କରଙ୍କ ଝିଅ ସୁଦେଷ୍ଣା କର(୮)ଙ୍କୁ ଜିଲ୍ଲାପାଳ ରଂଜନ କୁମାର ଦାସ ଅଭିନନ୍ଦନ ଜଣାଇବା ସହ ସମ୍ବଦ୍ଧିତ କରିଛନ୍ତି । ସୁଦେଷ୍ଣା ନିଜ ନୃତ୍ୟ ଓ ଅଭିନୟ ମାଧ୍ୟମରେ ଏହି ସଚେତନତା ବାର୍ତା ପ୍ରଦର୍ଶନ କରିଥିବାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ନିଦେ୍ର୍ଦଶକ ଇନଷ୍ଟିଚୁ୍ୟଟ୍ ଅଫ୍ ହେଲ୍ଥ ଆଣ୍ଡ ଫ୍ୟାମିଲି ୱେଲଫେୟାର ଓଡ଼ିଶା ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ବ୍ରଜଗୋପାଳ ଆଚାର୍ଯ୍ୟ ଓ…

"ସୁଦେଷ୍ଣାକୁ ଜିଲ୍ଲାପାଳଙ୍କ ପକ୍ଷରୁ ସମ୍ବର୍ଦ୍ଧନା"