ପ୍ରଧାନଶିକ୍ଷକଙ୍କୁ ୫ ବର୍ଷ କାରାଦଣ୍ଡ

ଯାଜପୁର -୨୧/୯(ଓଡିଆ ପୁଅ/ଏ.ରାଉତ) ପ୍ରଧାନଶିକ୍ଷକ ସ୍ତ୍ରୀକୁ ନିର୍ଯ୍ୟାତନା ଦେବା ଅଭିଯୋଗରେ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ଘଟଣା ଅନୁଯାୟୀ ଯାଜପୁର ସଦରଥାନା କଚେରୀ ଗାଁ ର ସୁଚିତ୍ରା ମହାନ୍ତି ନିଜ ବାପ ମାଆଙ୍କୁ ହରାଇବା ପରେ ନିରାଶ୍ରୟ ହୋଇଯାଇଥିଲେ । ଉଚ୍ଚ ଶିକ୍ଷିତା ଥିବାରୁ ବରୀରାମଚନ୍ଦ୍ରପୁର ଥାନା ବରଲାବାଗ ଗ୍ରାମର ଯଦୁନାଥ ଜେନାଙ୍କ ପୁତ୍ର ଅଞ୍ଜନକୁ ୨୦୦୩ ମସିହା ଜୁନ୍ ମାସରେ ବିବାହ କରିଥିଲେ । ବିବାହ ସମୟରେ ଅଞ୍ଜନ ନବରଙ୍ଗପୁର ଜିଲା ଉମରକୋଟ ପ୍ରାଇଭେଟ ସ୍କୁଲରେ ପ୍ରଧାନଶିକ୍ଷକଭାବେ କାର୍ଯ୍ୟରତ ଥିଲେ । ବିବାହ ପରେ ଅଞ୍ଜନ ସୁଚିତ୍ରାଙ୍କୁ ଉମରକୋଟ ନେଇଯାଇଥିଲେ ମାତ୍ର ବିବାହର କିଛିଦିନ ପରେ ଅଞ୍ଜନର ପରିବାର ସୁଚିତ୍ରା ଉପରେ…

"ପ୍ରଧାନଶିକ୍ଷକଙ୍କୁ ୫ ବର୍ଷ କାରାଦଣ୍ଡ"

ଗଡିଲା ବିରଜାଙ୍କ ରଥ

ଯାଜପୁର-୨୨/୯(ଓଡିଆ ପୁଅ/ଏ.ରାଉତ) ଆଶ୍ୱିନ ୪ ଦିନ ପ୍ରତିପଦା ବୁଧବାରଠାରୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରା ଆରମ୍ଭ ହୋଇଛି । ଗୁରୁବାର ଦ୍ୱିତୀୟ ଦିନ ମା’ ବିରଜାଙ୍କ ରଥଯାତ୍ରା ଅପରାହ୍ନରେ ଆରମ୍ଭ ହୋଇ ସନ୍ଧ୍ୟାରେ ଶେଷ ହୋଇଛି । ମା’ଙ୍କର ଏହି ବିଜୟା ରଥଯାତ୍ରା ବା ଦୁର୍ଗାପୂଜା ପାଇଁ ଶୁଭ ସୁନିଆଁରୁ କାଠ ଅନୁକୂଳ ହୋଇ ଆଶ୍ୱିନ ୩ ଦିନ ଅମାବାସ୍ୟା ଦିନ ରଥ ନିର୍ମାଣ ସରିବାପରେ ପ୍ରତିପଦା ଦିନ ରଥ ପ୍ରତିଷ୍ଠା ହୋଇ ରଥଯାତ୍ରା ଆରମ୍ଭ ହୋଇଥିଲା । ଏହି ଉପଲକ୍ଷେ ଦ୍ୱିତୀୟାଷ୍ଟମୀଠାରୁ ମା’ ବିରଜାଙ୍କ ବିଶେଷ ଷୋଡ଼ଶୋପଚାରପୂଜା ଆରମ୍ଭ ହୋଇଛି । ଦ୍ୱିତୀୟ ଦିନ ରଥଯାତ୍ରା ଓ ଦୁର୍ଗାପୂଜା ଉପଲକ୍ଷେ ଗୁରୁବାର…

"ଗଡିଲା ବିରଜାଙ୍କ ରଥ"

ଗାନ୍ଧୀ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ

ଯାଜପୁର-୨୨/୯(ଓଡିାା ପୁଅ/ଏ.ରାଉତ) ଯାଜପୁର ବ୍ଲକ୍ ରୁଦ୍ରପୁର ପଞ୍ଚାୟତ ରୁଦ୍ରପୁର ୟୁଜିଏମ୍ଇ ସ୍କୁଲ ପରିସରରେ ମହାତ୍ମାଗାନ୍ଧୀ ଓ ଉକ୍ରଳମଣି ଗୋପବନ୍ଧୁ ଦାଶଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ କରାଯାଇଛି । ସ୍କୁଲର ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଯାଜପୁର ବ୍ଲକ୍ ଶିକ୍ଷାଧିକାରୀ ଅଜୟ କୁମାର ଦାସ ଯୋଗଦେଇ ଦୁଇ ବରପୁତ୍ରଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ କରିଥିଲେ । ମୁଖ୍ୟ ବକ୍ତାଭାବେ ବିଆରସିସି ଶରଚ ଚନ୍ଦ୍ର ଦାସ ଯୋଗଦେଇ ବରପୁତ୍ରଙ୍କ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ । ଗାନ୍ଧୀ ଓ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାପାଇଁ ଉପସ୍ଥିତ ଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ଏବିଓ ମଧୁସୂଦନ ନାଥ, ଗଣେଶ୍ୱର ସାମନ୍ତ, କରୁଣାକର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ…

"ଗାନ୍ଧୀ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ"

ଚଣ୍ଡିଖୋଲର ବିକାଶ ପାଇଁ ବରିଷ୍ଠ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ

  ଯାଜପୁିର-୨୧/୯(ଓଡିଆ ପୁଅ/ଏ.ରାଉତ) -ଚଣ୍ଡିଖୋଲ ଛକର ଗୁରୁତ୍ୱ ସମଗ୍ର ଭାରତ ବର୍ଷ ପାଇଁ ଅତ୍ୟନ୍ତ ଆବଶ୍ୟକ । ଏଠାକାର ବିକାଶ ଓ ସୌନ୍ଦର୍ଯ୍ୟକରଣ ଅପରିହାର୍ଯ୍ୟ । ସରକାରୀ ପ୍ରୋତ୍ସାହନରେ ଏହି କାର୍ଯ୍ୟଗୁଡ଼ିକ କରିବାପାଇଁ ଆଜି କେନ୍ଦ୍ର ଓ ରାଜ୍ୟସରକାରଙ୍କ ସମସ୍ତ ବିଭାଗୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିବା ସଙ୍ଗେ ସଙ୍ଗେ ଏକ ସମୀକ୍ଷା ବୈଠକରେ ଏକତ୍ରିତ ହୋଇଥିଲେ । ଏଥିରେ ସରକାରଙ୍କ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥି ପୌରହିତ କରିଥିଲେ । ବଜାରର ଉଭୟ ପଟରେ ବସି ବ୍ୟବସାୟ କରୁଥିବା ଅସ୍ଥାୟୀ ବ୍ୟବସାୟୀ ମାନଙ୍କ ସ୍ଥାୟୀ ଥଇଥାନ ଅପରିହାର୍ଯ୍ୟ । ଚତ୍ତ୍ୱର୍ପାଶ୍ୱରେ ପଡ଼ିଥିବା ପାଣିଖାଲଗୁଡ଼ିକ ପୋତି ସେମାନଙ୍କୁ ଥଇଥାନ ଓ ସୌନ୍ଦର୍ଯ୍ୟକାରଣ ପାଇଁ ବାଟ…

"ଚଣ୍ଡିଖୋଲର ବିକାଶ ପାଇଁ ବରିଷ୍ଠ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ"

ଦୁର୍ଘଟଣାରେ ଆହତହୋଇଥିବା ଷଣ୍ଢକୁ ସହାୟତାର ହାତ ବଢାଇଲେ ଯୁବକ

ଯାଜପୁର-୨୧/୯(ଓଡିଆ ପୁଅ/ଏ.ରାଉତ) ରାସ୍ତାରେ ଗୁରୁତର ଆହତ ହୋଇ ଛଟପଟ ହେଉଥିବା ମଣିଷକୁ ଆଡେଇଦେଇ ଆଜିର ମଣିଷ ଚାଲିଯାଉଥିଲାବେଳେ ଦୁର୍ଘଟଣାରେ ଆହତ ହୋଇ ରାସ୍ତାରେ ପଡି ଛଟପଟ ହୋଇ ବିକଳ ରଡି କରୁଥିବା ଷଣ୍ଢକୁ ସହାୟତାର ହାତ ବଢାଇଛନ୍ତି ରାସ୍ତାରେ ଯାଇଥିବା ଯୁବକମାନେ । କେବଳ ତା ପାଖରେ ଛିଡା ହୋଇ ନାହାନ୍ତି; ତାକୁ ଉଦ୍ଧାର କରି ରାସ୍ତା କଡକୁ ଆଣି ତାର ସେବା ଯନô ମଧ୍ୟ କରିଛନ୍ତି । ମଙ୍ଗଳବାର ମଧ୍ୟାହ୍ନ ସମୟରେ ପାଣି କୋଇଲି ନିକଟ ଜାତୀୟ ରାଜପଥ କଡରେ ଚରୁଥିଲାବେଳେ ଅସାବଧାନତା ବସତଃ ରାସ୍ତା ଉପରକୁ ଚାଲି ଆସିଥିଲା ଷଣ୍ଢଟି । ଏହି ସମୟରେ ଦୃତ ଗତିରେ ଆସୁଥିବା ଏକ ଟ୍ରକ ଷଣ୍ଢକୁ…

"ଦୁର୍ଘଟଣାରେ ଆହତହୋଇଥିବା ଷଣ୍ଢକୁ ସହାୟତାର ହାତ ବଢାଇଲେ ଯୁବକ"

ଖଏରା ପଞ୍ଚାୟତରେ ଆମ ପୁଲିସ ସମିତି ବୈଠକ

ଯାଜପୁର-୨୨/୯(ଓଡିଆ ପୁଅ/ଏ.ରାଉତ) ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ରହିଥିଲେ ସୁସ୍ଥ ସମାଜ ଗଠନରେ ସହାୟତା ହୋଇପାରିବ ବୋଲି ଆମ ପୁଲିସ ସମିତି ବୈଠକରେ ଆଲୋକପାତ କରାଯାଇଛି । ବଡଚଣା ଆମ ପୁଲିସ ସମିତିର ସଭ୍ୟ ତଥା ଶିକ୍ଷାବିତ ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡିଏସପି ସସ୍ମିତା ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ଆମ ପୁଲିସ ଗଠନ କରାଯାଇଛି ଏବଂ ଏହି ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଉଭୟଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି କାମ କରିବା ପାଇଁ ଆହ୍ୱାନ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଥାନାଧିକାରୀ ସୁଧାକର ସାହୁ,…

"ଖଏରା ପଞ୍ଚାୟତରେ ଆମ ପୁଲିସ ସମିତି ବୈଠକ"

ନବୀନ ନିବାସରେ ଇତିଶ୍ରୀ, ବଢ଼ିଲା ବଡଚଣା ନିର୍ବାଚନ ମଣ୍ଡଳୀର ବିଜେଡି ଗୋଷ୍ଠୀ କନ୍ଦଳ!

ଯାଜପୁର-୨୨/୯(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ବଡଚଣା ନିର୍ବାଚନ ମଣ୍ଡଳୀରେ ପ୍ରାୟ ସବୁ ଦଳରେ ଗୋଷ୍ଠୀ କନ୍ଦଳ ଏକ ନିତିଦିନିଆ ଘଟଣା ହୋଇପଡିଛି । ଏବେ ଶାସକ ଦଳରେ ଏପରି ସ୍ଥିତିକୁ ନେଇ ସମଗ୍ର ନିର୍ବାଚନ ମଣ୍ଡଳୀରେ ବେଶ ଚର୍ଚ୍ଚା ହେଉଛିଥିବା ପରିଲକ୍ଷିତ ହୋଇଛି । ରାଜ୍ୟ ମହିଳା ବିଜେଡି ସାଧାରଣ ସଂପାଦିକା ତଥା ଜିଲାପରିଷଦ ସଭ୍ୟା ଇତିଶ୍ରୀ ସାମଲ ବୁଧବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ଘଟଣା ଏବେ ବଡଚଣା ବିଜେଡି ରାଜନିତିରେ ଏକ ରୋଚକ ମୋଡ ସୃଷ୍ଟିକରିଥିବା ଶୁଣିବାକୁ ମିଳିଛି । ବଡଚଣାରେ ଗତ କିଛି ଦିନହେବ ବିଧାୟକଙ୍କୁ ବିରୋଧ କରୁଥିବା ଇତିଶ୍ରୀ ସାମଲ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବା ଏବଂ ନିଜେ ନିଜ…

"ନବୀନ ନିବାସରେ ଇତିଶ୍ରୀ, ବଢ଼ିଲା ବଡଚଣା ନିର୍ବାଚନ ମଣ୍ଡଳୀର ବିଜେଡି ଗୋଷ୍ଠୀ କନ୍ଦଳ!"

ବିଧାୟକ ପ୍ରୀତିରଂଜନ ଘଡାଇ ସଫଳ ଗୋଟିଚାଳନାରେ ବିବ୍ରତ ହୋଇପଡିଲାଣି ସୁକିନ୍ଦା ବିଜେପି

ଯାଜପୁର-୨୨/୯(ଓଡିଆ ପୁଅ/ଏ.ରାଉତ) ନିଜର ବିଚକ୍ଷଣ ରାଜନୀତି ଗୋଟି ଚାଳନାରେ ଏକଦା କୋରେଇ ନିର୍ବାଚନ ମଣ୍ଡଳୀକୁ ବିଜେଡି ଗଡରେ ପରିଣତ କରିବା ସହିତ ବିରୋଧିଙ୍କୁ ଧୂଳି ଚଟାଇଥିଲେ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ । ଏହାପରେ ଦଳ ତରଫରୁ ତାଙ୍କୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢିବାକୁ ପରାମର୍ଶ ଦିଆଯାଇଥିଲା । ଯାହାକୁ ଗ୍ରହଣ କରିବା ସହିତ ହଜାରେ ବିରୋଧକୁ ଅତିକ୍ରମ କରି ବିଜୟୀ ହୋଇଥିଲେ ଏବର ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ(ଡ୍ୟାନି) । ବିଧାନସଭା କାର୍ଯ୍ୟ ଦିବସକୁ ଛାଡି ସର୍ବାଧିକ ସମୟ ନିଜ ନିର୍ବାଚନ ମଣ୍ଡଳୀରେ ସମୟ ଦେବା ସହିତ ଦଳର ସଂଗଠନକୁ ବଢାଇ ଚାଲିଛନ୍ତି ଡ୍ୟାନି । ଯାହାର ପ୍ରମାଣ ଚଳିତ ବର୍ଷର…

"ବିଧାୟକ ପ୍ରୀତିରଂଜନ ଘଡାଇ ସଫଳ ଗୋଟିଚାଳନାରେ ବିବ୍ରତ ହୋଇପଡିଲାଣି ସୁକିନ୍ଦା ବିଜେପି"

ସୁକିନ୍ଦାରେ ଆଦିବାସୀ ଓ ଅଣ ଆଦିବାସୀଙ୍କ ଜମି ପଟ୍ଟାର ଅଭାବ ରହିବନାହିଁ-ବିଧାୟକ ପ୍ରୀତିରଂଜନ ଘଡାଇ

ଯାଜପୁର-୨୨/୯(ଓଡିଆ ପୁଅ/ଏ.ରାଉତ) ଜମି ପଟ୍ଟା ନଥିବାରୁ ବିଭିନ୍ନ ସରକାରୀ ଯୋଜନାରେ ମିଳୁଥିବା ଗୃହ ଯୋଜନାରୁ ବଂଚିତ ହେଉଥିବା ଆଦିବାସୀ ଓ ଅଣ ଆଦିବାସୀଙ୍କୁ ଆଗାମି ତିନି ମାସ ମଧ୍ୟରେ ଜମି ପଟ୍ଟା ଯୋଗାଇ ଦେବା ସହିତ ସେମାନଙ୍କୁ ସ୍ଥାୟୀ ଗୃହ ଯୋଗାଇ ଦେବାର ବ୍ୟବସ୍ଥା ହେବ ବୋଲି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ପ୍ରକାଶ କରିଛନ୍ତି । ସୁକିନ୍ଦା ଓ ଦାନଗଦୀ ବ୍ଲକର ବିଭିନ୍ନ ହିତାଧିକାରୀଙ୍କୁ ସରକାରୀ ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇ ଗୃହ ଯୋଗାଣ କରାଯାଉଥିଲାବେଳେ ଜମି ପଟ୍ଟା ଅଭାବରୁ ସେମାନେ ଗୃହ ନିର୍ମାଣ କରି ପାରୁନଥିଲେ । ଫଳରେ ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଆଜି ଏ…

"ସୁକିନ୍ଦାରେ ଆଦିବାସୀ ଓ ଅଣ ଆଦିବାସୀଙ୍କ ଜମି ପଟ୍ଟାର ଅଭାବ ରହିବନାହିଁ-ବିଧାୟକ ପ୍ରୀତିରଂଜନ ଘଡାଇ"

ଧର୍ମଶାଳା ବିଧାୟକଙ୍କ ଦ୍ୱାରା ତେଜ୍ ହୋଣ୍ଡା ସୋରୁମ ଉଦଘାଟିତ

ଯାଜପୁର-୨୨/୯(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ଜାରକା ଠାରେ ତେଜ୍ ହୋଣ୍ଡାର ନୂତନ ସୋରୁମକୁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଉଦଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ତେଜ୍ ହୋଣ୍ଡା ସୋରୁମର ପ୍ରୋପାଇଟର ରାକେଶ ରାଉତ,ଧର୍ମଶାଳା ବ୍ଲକର ପୂବର୍ତ୍ତନ ଉପାଧ୍ୟକ୍ଷ ଜଳଧର ମହାନ୍ତି,ଜାରକା ସରପଂଚ ବିଭୁତି ପାଣିଗ୍ରାହୀ ସମେତ ବହୁ ବିଶିଷ୍ଟ ଉପସ୍ଥିତ ଥିଲେ

"ଧର୍ମଶାଳା ବିଧାୟକଙ୍କ ଦ୍ୱାରା ତେଜ୍ ହୋଣ୍ଡା ସୋରୁମ ଉଦଘାଟିତ"