ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଯାଜପୁର-୨୮/୫(ଓଡିଆ ପୁଅ/ଏ.ରାଉତ) – ରାଜ୍ୟ ଓ କେନ୍ଦ୍ର ସରକାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟଗତ ଚିକିତ୍ସା ନିମନ୍ତେ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି। କିନ୍ତୁ ପ୍ରସାର ପ୍ରଚାର ଅଭାବ ଯୋଗୁ ବହୁ ଲୋକଙ୍କ ପାଖରେ ଉକ୍ତ ଯୋଜନା ପହଞ୍ଚି ପାରିନଥିବା ଦେଖିବାକୁ ମିଳିଛି। ଏପରିକି ଜଣେ ଗରିବ ଲୋକର ଚିକିତ୍ସା ନିମନ୍ତେ ଜିଲା ରେଡ଼କ୍ରସରୁ ସହାୟତା ପ୍ରଦାନ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପ୍ରଦାନ କରାଯାଇଛି। କିନ୍ତୁ ଏହା ସମସ୍ତ ସତ୍ୱେ ଜଣେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ମହିଳାଙ୍କ ଚିକିତ୍ସା ନିମନ୍ତେ ଅର୍ଥ ବାଧକ ସାଜିଥିବା ଦେଖିବାକୁ ମିଳିଛି। ଏପରି ଘଟଣା ଯାଜପୁର ବ୍ଲକ୍ ସାହାସପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ…

"ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ"

ବିପଦସଙ୍କୁଳ ହୋଇଛି ଯାଜପୁର-କୁଆଖିଆ ରାସ୍ତା

ଯାଜପୁର-୨୮/୫(ଓଡିଆ ପୁଅ/ଏ.ରାଉତ) ଦୀର୍ଘ ୨ ବର୍ଷରୁ ଅଧିକ ହେବ ଯାଜପୁର-କୁଆଖିଆ ଭାୟା ବରୁଆଁ ରାସ୍ତାକୁ ଜାତୀୟ ରାଜପଥକୁ ହସ୍ତାନ୍ତର କରାଯାଇଛି। ଜାତୀୟ ରାଜପଥ ପକ୍ଷରୁ ରାସ୍ତାର ପାଶ୍ୱର୍ରେ ୨୦ ନମ୍ବର ଜାତୀୟ ରାଜପଥ ବୋଲି ଫଳକ ଲଗାଯାଇଛି। କିନ୍ତୁ ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟିହେବା ଯୋଗୁ ଦୁର୍ଘଟଣା ବଢ଼ୁଛି। ରାଜପଥ ବିଭାଗ ରାସ୍ତା ନୂତନଭାବେ ନିର୍ମାଣ କରାଯିବ ବୋଲି ସଫେଇ ଦେଇ ରାସ୍ତା ମରାମତିରୁ ନିଜକୁ ଦୂରେଇ ରଖୁଥିବାରୁ ଉକ୍ତ ରାସ୍ତାଟି ଦିନକୁଦିନ ବିପଦସଙ୍କୁଳ ହୋଇପଡ଼ୁଥିବା ଦେଖିବାକୁ ମିଳିଛି। ଜାତୀୟ ରାଜପଥ ବିଭାଗ କେବଳ ରାସ୍ତାରେ ଗୋଟିଏ ଫଳକ ଲଗାଇ ନିଜ ଦାୟିତ୍ୱ ଶେଷ କରିଥିବା ଦେଖିବାକୁ ମିଳିଛି। ଯାଜପୁର-କୁଆଖିଆ ଭାୟା ବରୁଆଁ ରାସ୍ତା…

"ବିପଦସଙ୍କୁଳ ହୋଇଛି ଯାଜପୁର-କୁଆଖିଆ ରାସ୍ତା"

ଯାଜପୁର ବିଧାୟକ (ବବି)ଙ୍କ ଉଦ୍ୟମ ପାଇଁ ବଦଳୁଛି ଯାଜପୁର ସହରର ନକ୍ସା

ଯାଜପୁର, -୧୮/୫(ଓଡିଆ ପୁଅ/ଏ.ରାଉତ) ଉତ୍କଳର ପୁରାତନ ରାଜଧାନୀ ଯାଜପୁର। ଯେଉଁ ସହରର ପୈାରପାଳିକା ନିକଟରେ ପାଳନ କରିଛି ୧୫୦ ବର୍ଷ। ଏହା ସହିତ ଯାଜପୁର ଜିଲା ଗଠନକୁ ମଧ୍ୟ ପୁରିଛି ୨୫ ବର୍ଷ। ଯାଜପୁର ଜିଲାର ପ୍ରାଣକେନ୍ଦ୍ର ଭାବେ ଯାଜପୁର ସହର ଆଜି ଦଣ୍ଡାୟମାନ ହୋଇଛି। ଜିଲା ପ୍ରଶାସନର ପ୍ରମୁଖ ଜିଲାପାଳଙ୍କ କାର୍ଯ୍ୟାଳୟ ସହିତ, ଜିଲା ମୁଖ୍ୟ ଚିକିତ୍ସାଳୟ, ଜିଲା କୋର୍ଟ, ଜିଲା ପ୍ରକଳ୍ପ ନିର୍ଦେଶକଙ୍କ କାର୍ଯ୍ୟାଳୟ ସହିତ ପ୍ରାୟ ସମସ୍ତ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଏହି ସହରରେ ଅବସ୍ଥିତ। ସରକାରୀ କାର୍ଯ୍ୟାଳୟକୁ ଛାଡିଲେ ବିଭିନ୍ନ ବେସରକାରୀ କାର୍ଯ୍ୟାଳୟ ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ ଏହି ସହର ମଧ୍ୟରେ ଓ ସହର ସନ୍ନିକଟରେ ସ୍ଥାପିତ ହୋଇଛି। ଆଧ୍ୟାତ୍ମିକ…

"ଯାଜପୁର ବିଧାୟକ (ବବି)ଙ୍କ ଉଦ୍ୟମ ପାଇଁ ବଦଳୁଛି ଯାଜପୁର ସହରର ନକ୍ସା"

ବିଗିଡି ଗଲାଣି ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ବ୍ୟବସ୍ଥା ; ବିଭାଗୀୟଙ୍କ ନଜର ଟିକେ ପଡୁ

ଯାଜପୁର-୧୮/୫(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ବରୀ ବ୍ଲକର ୨୯ ପଂଚାୟତର ହଜାରହଜାର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ସମାଧାନ କରୁଥିବା ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ବିଗିଡି ଗଲାଣି। ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ଏପରି ଭାବେ ବିଗିଡି ଯାଇଛି ଯେ ଏହା କେତେବେଳେ କୋମାକୁ ଚାଲିଯିବାର ଭୟ ମଧ୍ୟ ସାଧାରଣରେ ସୃଷ୍ଟି ହୋଇଛି। ବାହାରକୁ ଖୁବ ସୁନ୍ଦର ଦେଖାଯାଉଥିବା ଏହି ଚିକିତ୍ସାଳୟ ଭିତରେ ବେଶ ରୋଗାକ୍ରାନ୍ତ ହୋଇ ପଡିଛି। ଚିକିତ୍ସାଳୟ ପରିସରରେ ଟାଟା ଷ୍ଟିଲ ଦ୍ୱାରା ନିର୍ମିତ ଗୃହରେ ପଡିଥିବା ଶଯ୍ୟା ଏହାର ସ୍ଥିତି ବୟାନ କରୁଛି। ଡାକ୍ତର ସମସ୍ୟାରେ ଥିବା ଏହି ଚିକିତ୍ସାଳୟରେ ଜଣେ ସ୍ଥାନୀୟ ଡାକ୍ତରଙ୍କ ସହିତ ଜଣେ ବାହାରର ଡାକ୍ତର ନିଯୁକ୍ତ ହୋଇଛନ୍ତି।…

"ବିଗିଡି ଗଲାଣି ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ବ୍ୟବସ୍ଥା ; ବିଭାଗୀୟଙ୍କ ନଜର ଟିକେ ପଡୁ"

ଯାଜପୁର ସହରରେ ବେଆଇନଭାବେ ଚାଲିଛି ପାଥୋଲ୍ୟାବ ; ବିଭାଗୀୟ ଚୁପ

ଯାଜପୁର -୧୮/୫(ଓଡିଆ ପୁଅ/ଏ.ରାଉତ) ଯାଜପୁର ସହରେ ମୁଖ୍ୟ ଚିକିତ୍ସାଳୟ ଥିବାବେଳେ ବହୁ ଘରୋଇ ରହିଛି। ପ୍ରତିଦିନ ଯାଜପୁର ଜିଲା ସମେତ ପଡ଼ୋଶୀ ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲାରୁ ହଜାର ହଜାର ସଂଖ୍ୟକ ରୋଗୀ ଚିକିତ୍ସା ନିମନ୍ତେ ଯାଜପୁରକୁ ଆସିଥାନ୍ତି। ରୋଗୀମାନଙ୍କୁ ଦୃଷ୍ଟିରେ ରଖି ଯାଜପୁର ସହର ସମେତ ଆଖପାଖ ଅଞ୍ଚଳରେ ଛତୁ ଫୁଟିଲା ପରି ପାଥୋଲ୍ୟାବ ଖୋଲାଯାଇଛି। ମାତ୍ର ୪ ଗୋଟି ପାଥୋଲ୍ୟାବକୁ ବାଦ୍ଦେଲେ ସମସ୍ତ ପାଥୋଲ୍ୟାବ ବେଆଇନଭାବେ ଚାଲିଥିବା ଦେଖିବାକୁ ମିଳିଛି। ଏହି ବେଆଇନ ପାଥୋଲ୍ୟାବରେ ଥିବା ଅନଭିଜ୍ଞ କର୍ମଚାରୀଙ୍କ ଦ୍ୱାରା ପରୀକ୍ଷା କରି ରୋଗୀ ଅଧିକା ଖର୍ଚ୍ଚାନ୍ତ ହୋଇ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଏହି ବେଆଇନ ପାଥୋଲ୍ୟାବ ବେଧଡ଼କଭାବେ ଚାଲୁଥିବାବେଳେ ଜିଲା…

"ଯାଜପୁର ସହରରେ ବେଆଇନଭାବେ ଚାଲିଛି ପାଥୋଲ୍ୟାବ ; ବିଭାଗୀୟ ଚୁପ"

ଅସୁରକ୍ଷିତ ଅଠରନଳା, ପ୍ରତ୍ନତତ୍ତ୍ୱ ବିଭାଗ ଚୁପ୍ କାହିଁକି ?

ଯାଜପୁର -୧୮/୫(ଓଡିଆ ପୁଅ/ଏ.ରାଉତ) ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ମନ୍ଦିରକୁ ଯିବା ରାସ୍ତାରେ ପଡ଼େ ଅଠରନଳା ପୋଲ। ଏହି ଅଠରନଳା ଏବେ ଅସୁରକ୍ଷିତ ଅବସ୍ଥାରେ ଥିବାବେଳେ ପ୍ରତ୍ନତତ୍ତ୍ୱ ବିଭାଗ ଚୁପ୍ ବସିଥିବା ଦେଖିବାକୁ ମିଳିଛି। ବିଭାଗ କେବଳ ସୂଚନା ଫଳକ ଲଗାଇ ନୀରବଦ୍ରଷ୍ଟା ସାଜିଛି। ଅଠରନଳା ପ୍ରାଚୀନ କୀର୍ତ୍ତିରାଜ ହୋଇଥିବାରୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ହାତରେ ରହିଛି। ବିଭାଗର ବିନା ଅନୁମତିରେ ଏହାକୁ କ୍ଷତି ପହଞ୍ଚାଇ ପାରିବ ନାହିଁ ବୋଲି ଲଗାଯାଇଥିବା ନିୟମ ଫଳକରେ, ସୂଚନା ଦିଆଯାଇଛି। ଏପରିକି ବିଭାଗର ବିନା ଅନୁମତିରେ ମରାମତି ମଧ୍ୟ କରାଯାଇପାରିବ ନାହିଁ। ଏହି କୀର୍ତ୍ତିରାଜି ପାଶ୍ୱର୍ରେ କୌଣସି ନିର୍ମାଣ କାର୍ଯ୍ୟ କରାଯାଇପାରିବ ନାହିଁ…

"ଅସୁରକ୍ଷିତ ଅଠରନଳା, ପ୍ରତ୍ନତତ୍ତ୍ୱ ବିଭାଗ ଚୁପ୍ କାହିଁକି ?"

ସଦର ଥାନା ପକ୍ଷରୁ ଗାଡ଼ିମଟର ଯାଞ୍ଚ

ଯାଜପୁର-୧୮/୫(ଓଡିଆ ପୁଅ/ଏ.ରାଉତ)- ଯାଜପୁର ସଦର ଥାନା ଅଞ୍ଚଳରେ ବାରମ୍ବାର ରାସ୍ତା ଦୁର୍ଘଟଣାମାନ ଘଟି ଧନଜୀବନ କ୍ଷୟକ୍ଷତି ଘଟୁଥିବାରୁ ଯାଜପୁର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶମତେ ଯାଜପୁର ସଦର ଥାନା ପକ୍ଷରୁ ବୁଧବାର ଦିନ ଗାଡ଼ିମଟର କାଗଜପତ୍ର ଯାଞ୍ଚକୁ ତ୍ୱରାନ୍ୱିତ କରାଯାଇଛି। ବିଶେଷକରି ଯାଜପୁର ରାସ୍ତା, ବରୁଆଁ ବରୀ ରାସ୍ତା, ବରୁଆଁ କୁଆଖିଆ ରାସ୍ତାମାନଙ୍କରେ ଯୁବପୀଢ଼ିମାନେ ବିନା ହେଲମେଟ୍ରେ ଦ୍ରୁତଗତିରେ ବାଇକ୍ ଚାଳନା କରି ବିଭିନ୍ନ ଜାଗାରେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି। ସେହିପରି ଉକ୍ତ ରାସ୍ତାଦେଇ ଯାଉଥିବା ବସ୍, ଟ୍ରକ୍, କାର ଓ ଭାରୀଯାନଗୁଡ଼ିକ କ୍ଷୀପ୍ର ଗତିରେ ଯାଇ ଡ୍ରାଇଭରମାନେ ବେପରୁଆଭାବେ ଗାଡ଼ି ଚାଳନା କରୁଥିବାରୁ ପ୍ରତି ସପ୍ତାହରେ ରାସ୍ତା ଦୁର୍ଘଟଣାମାନ ଘଟୁଛି।…

"ସଦର ଥାନା ପକ୍ଷରୁ ଗାଡ଼ିମଟର ଯାଞ୍ଚ"

ବର୍ଷାଜଳ ନିଷ୍କାସନ ନିମନ୍ତେ ଦାବି

ଯାଜପୁର-୧୭/୫(ଓଡିଆ ପୁଅ/ଏ.ରାଉତ)ଯାଜପୁର ବ୍ଲକ୍ ବିଚିତ୍ରପୁର ପଞ୍ଚାୟତ ଅନ୍ତର୍ଗତ ଲଳିତେଶ୍ୱର ନଗର ଓ ମହାବୀର ନଗରରୁ ବର୍ଷାଜଳ ନିଷ୍କାସନ ହୋଇପାରୁନଥିବାରୁ ଅଧିବାସୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜନସଂଖ୍ୟା ଦ୍ରୁତ ଅଭିବୃଦ୍ଧି ଘଟୁଥିବାରୁ ନୂତନ ରାସ୍ତା ନିର୍ମାଣ ସହ ପୁରାତନ ରାସ୍ତାର ପ୍ରଶସ୍ତିକରଣ ରାଜ୍ୟ ସରକାର ଅର୍ଥ ବ୍ୟୟକରି ନିର୍ମାଣ କରୁଛନ୍ତି। ଏପରିକି ଚାଷୀ ଓ ଚାଷର ସ୍ୱାର୍ଥରକ୍ଷା ନିମନ୍ତେ ଜଳ ଯେପରି ନଷ୍ଟ ନହୁଏ ଏବଂ ଚାଷକ୍ଷେତର ତଳମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚିପାରିବ ସେଥିନିମନ୍ତେ କେନାଲମାନଙ୍କର ପେଟଗୁଡ଼ିକ କଂକ୍ରିଟ୍ ଢଳାଇ କରିବା ସହିତ କେନାଲର ଦୁଇପାଶ୍ୱର୍କୁ କଂକ୍ରିଟ୍ ଢଳାଇ କରାଯାଉଛି। ମାତ୍ର ଏହିସବୁ କାର୍ଯ୍ୟ ଭିତରେ ବର୍ଷାଜଳ ଓ ଦୈନନ୍ଦିନ ନିତ୍ୟ ବ୍ୟବହାର୍ଯ୍ୟ କରୁଥିବା ଜଳ…

"ବର୍ଷାଜଳ ନିଷ୍କାସନ ନିମନ୍ତେ ଦାବି"

 ଶିଳ୍ପ ବିଭାଗର ଜମି ଜବରଦଖଲକାରୀଙ୍କ କବ୍ଜାରେ ; ବିଭାଗ ନୀରବଦ୍ରଷ୍ଟା

ଯାଜପୁର-୧୫/୫(ଓଡିଆ ପୁଅ/ଏ.ରାଉତ) ଶିଳ୍ପ ବିଭାଗ ଅଧିନରେ ଥିବା ବହୁ କୋଟି ଟଙ୍କାର ଜମି ଏବେ ଜବରଦଖଲକାରୀଙ୍କ କବ୍ଚାରେ ରହିଛି। ବିଭାଗ ସବୁ ଜାଣି ନୀରବଦ୍ରଷ୍ଟା ସାଜି ଚୁପ୍ ହୋଇ ବସିଥିବା ଦେଖିବାକୁ ମିଳିଛି। ଖାଲି ସେତିକିନୁହେଁ ଶିଳ୍ପ ବିଭାଗର କେତେ ଗୃହକୁ ମଧ୍ୟ ଜବରଦଖଲ କରାଯାଇଥିବା ଅଭିଯୋଗ ହେଉଛି। ଏପରିକି ଶିଳ୍ପ ବିଭାଗର ଅଧିନରେ ଥିବା କିଛି ଜମିରେ ଇନ୍ଦିରା ଆବାସ ନିର୍ମାଣ କରାଯାଇଥିଲେ ମଧ୍ୟ ବିଭାଗ ନୀରବଦ୍ରଷ୍ଟା ସାଜିଛି। ୧୯୬୩ ମସିହାରେ ଓଡ଼ିଶାର ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ସମୟରେ ପଞ୍ଚାୟତ ଶିଳ୍ପ ଉପରେ ଗୁରୁତ୍ୱ ଦେଇଥିଲେ। ଯେପରି ଯୁବକମାନେ ସ୍ୱାବଲମ୍ବୀ ହେବାସହ ଆତ୍ମନିର୍ଭରଶୀଳ ହୋଇପାରିବେ। ଗ୍ରାମ ଶିଳ୍ପ ଉନ୍ନତି ଯୋଜନାରେ…

" ଶିଳ୍ପ ବିଭାଗର ଜମି ଜବରଦଖଲକାରୀଙ୍କ କବ୍ଜାରେ ; ବିଭାଗ ନୀରବଦ୍ରଷ୍ଟା"

କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି ବୈଦ୍ୟରାଜପୁର ଗ୍ରାମର କଂସା ପିତ୍ତଳ କାରିଗର

ଯାଜପୁର -୧୫/୫(ଓଡିଆ ପୁଅ/ଏ.ରାଉତ) ଯାଜପୁର ପୌରାଞ୍ଚଳ ଅନ୍ତର୍ଗତ ବୈଦ୍ୟରାଜପୁର ଗ୍ରାମରେ କଂସା ପିତ୍ତଳ ସାମଗ୍ରୀ ନିର୍ମାଣ କରୁଥିବା କାରିଗରୀଙ୍କ ସଂଖ୍ୟା ସର୍ବାଧିକ। ଦିନ ଥିଲା ଉକ୍ତ ଗ୍ରାମର ସମସ୍ତ କଂସା ଓ ପିତ୍ତଳରେ ବାସନ ନିର୍ମାଣ କରି ବିକ୍ରି କରି ନିଜ ପରିବାର ଭରଣପୋଷଣ କରୁଥିଲେ। ବୈଦ୍ୟରାଜପୁର କାରିଗଙ୍କ ହାତି ତିଆରି ବାସନ ସମଗ୍ର ରାଜ୍ୟରେ ସୁନାମ ଅର୍ଜନ କରିଥିଲା। ଏହାର ହାତ ତିଆରି ନୋଟା ଏକ ବିଶେଷତ୍ୱ ଥିବାରୁ ଶୁଣିବାକୁ ମିଳୁଥିଲା। ସ୍ୱାଧୀନତା ବହୁ ପୂର୍ବରୁ ବୈଦ୍ୟରାଜପୁର ଗ୍ରାମରେ ଘରେ ଘରେ ଗଢ଼ିଉଠିଥିଲା କୁଟୀର ଶିଳ୍ପ। ଗ୍ରାମର ସମସ୍ତ ପରିବାର କଂସା ବାସନ ନିର୍ମାଣରେ ନିୟୋଜିତ ହେଉଥିଲେ। ଏହାର ଚାହିଦାକୁ ଦେଖି ୧୯୨୨ ମସିହାରେ…

"କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି ବୈଦ୍ୟରାଜପୁର ଗ୍ରାମର କଂସା ପିତ୍ତଳ କାରିଗର"