ଯାଜପୁର ଜିଲାପାଳ ୧୦ ଜଣ ଭୂମିହୀନଙ୍କୁ ଘର ଡିହ ପଟ୍ଟା ବଣ୍ଟନ

ଯାଜପୁର-୫/୯(ଓଡିଆ ପୁଅ / ଏ.ରାଉତ)ଯାଜପୁର ତହସିଲ ଅଧିନସ୍ଥ ୧୦ ଜଣ ଭୂମିହୀନଙ୍କୁ ଘର ଡିହ ପଟ୍ଟା ପ୍ରଦାନ କରାଯାଇଚ୍ଥି । ମଙ୍ଗଳବାର ପୂର୍ବାହ୍ନରେ ଜିଲାପାଳ ରଂଜନ କୁମାର ଦାସ ଏହି ୧୦ ଜଣ ଭୂମି ହୀନଙ୍କୁ ପଟ୍ଟା ବଣ୍ଟନ କରିବା ସହ ଜମିର ଉପଯୁକ୍ତ ଯନô, ସୁରକ୍ଷା ଓ ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ମାଳଆନ୍ଦପୁରର ଗଣେଷ ରାଉତ, କାର୍ତ୍ତିକ ରାଉତ, ଶ୍ରୀକାନ୍ତ ରାଉତ, ଭାଷ୍କର ରାଓ, ଶିବ ରାଓ, ସଂଜୁ ରାଉତ, ସେବତୀ ରାଉତ, ମହେଶ ରାଉତ, ବ୍ରଜରାଜ ନଗରର ଗୋପାଳ ଚନ୍ଦ୍ର ଘଡାଇ,…

"ଯାଜପୁର ଜିଲାପାଳ ୧୦ ଜଣ ଭୂମିହୀନଙ୍କୁ ଘର ଡିହ ପଟ୍ଟା ବଣ୍ଟନ"

ଯାଜପୁର ଜେଲ ପ୍ରାଚୀର ଭଙ୍ଗା ଘଟଣା ; ସୁରକ୍ଷା ବ୍ୟବସ୍ଥା କଡାକଡି ସହିତ ପ୍ରାଚୀର ନିର୍ମାଣ କାର୍ଯ୍ୟ ଆରମ୍ଭ

ଯାଜପୁର-୩/୯(ଓଡିଆ ପୁଅ/ଏ.ରାଉତ) ଗତ ଶୁକ୍ରବାର ରାତିରେ ପ୍ରବଳ ବର୍ଷାରେ ଯାଜପୁର ଉପ କରାଗାର ପ୍ରାଚୀର ଭାଙ୍ଗି ଯାଇଥିଲା। ପ୍ରାୟ ୮୦ ମିଟରରୁ ଉର୍ଦ୍ଧ୍ୱ ଜେଲ ପ୍ରାଚୀର ସଂପୂର୍ଣ୍ଣ ଭୁଷୁଡି ପଡିଥିଲାବେଳେ ଏହା ଦ୍ୱାରା ଜେଲ ପରିସରରେ ଥିବା ଶୈାଚାଳୟ ସହିତ ଛାତ ଉପରେ ଥିବା କିଛି ପାଣି ଟାଙ୍କି କ୍ଷତିଗ୍ରସ୍ତ ହୋଇଥିଲା। ଘଟଣା ପରେ ଜେଲ ବିଭାଗର ଅତିରିକ୍ତ ଡିଜି ବିନୟାନନ୍ଦ ଝା ଜେଲକୁ ଆସି ସ୍ଥିତିର ଅନୁଧ୍ୟାନ କରିବା ସହିତ ଜିଲା ପ୍ରଶାସନ ସହିତ ଏ ନେଇ ଆଲୋଚନା କରିଥିଲେ। ଜିଲାପାଳ ରଞ୍ଜନ କୁମାର ଦାସ ପୁର୍ତ ବିଭାଗକୁ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ନିର୍ଦେଶ ଦେଇଥିଲାବେଳେ ଏସପି ଚରଣ ସିଂ ମୀନା…

"ଯାଜପୁର ଜେଲ ପ୍ରାଚୀର ଭଙ୍ଗା ଘଟଣା ; ସୁରକ୍ଷା ବ୍ୟବସ୍ଥା କଡାକଡି ସହିତ ପ୍ରାଚୀର ନିର୍ମାଣ କାର୍ଯ୍ୟ ଆରମ୍ଭ"

ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ଅଛି: ଜଳସମ୍ପଦ ବିଭାଗର ନିର୍ବାହୀଯନ୍ତ୍ରୀ – ଧନେଶ୍ୱର ସାମଲ

ଯାଜପୁର-୩/୯(ଓଡିଆ ପୁଅ/ଏ.ରାଉତ) ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ଯାଜପୁର ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ତାର ଶାଖା ବୁଢା ନଦୀରେ ଚଳିତ ବର୍ଷର ସର୍ବାଧିକ ବନ୍ୟା ଆସିଥିବା ଦେଖିବାକୁ ମଳିଥିଲା। କିନ୍ତୁ ଆଜି ବୈତରଣୀ ଓ ତାର ଶାଖା ନଦୀର ଜଳ ପତନ ବିପଦ ସଙ୍କେତ ତଳେ ଅଛି ବୋଲି ଜଳସମ୍ପଦ ବିଭାଗର ନିର୍ବାହୀଯନ୍ତ୍ରୀ ଧନେଶ୍ୱର ସାମଲ କହିଛନ୍ତି।

"ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ଅଛି: ଜଳସମ୍ପଦ ବିଭାଗର ନିର୍ବାହୀଯନ୍ତ୍ରୀ – ଧନେଶ୍ୱର ସାମଲ"

ଡିଏମଏଫ ବୈଠକ ;ଖଣି ପ୍ରଭାବିତ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଆନୁସଙ୍ଗିକ ବିକାଶ ପାଇଁ ଜିଲା ଖଣିଜ ନ୍ୟାସ ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆ ଯାଇ ଏହାର କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ସହିତ ଏହାକୁ ସଂପୂର୍ଣ୍ଣ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି ; ବିଧାୟକ ସୁକିନ୍ଦା

ଯାଜପୁର-୨/୯(ଓଡିଆ ପୁଅ/ଏ.ରାଉତ) ଦୀର୍ଘ ଦିନ ପରେ ଶନିବାର ଦିନ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ବୈଠକ ଗୃହରେ ଡିଏମଏଫ(ଜିଲା ଖଣିଜ ନ୍ୟାସ ପ୍ରତିଷ୍ଠାନ) ବୈଠକ ଅନୁଷ୍ଠିତ ହୋଇଛି । ଜିଲାପାଳ ରଞ୍ଜନକୁମାର ଦାସଙ୍କ ଦ୍ୱାରା ଆହୁତ ବୈଠକରେ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜ ଘଡାଇ, ପ୍ରକଳ୍ପ ନିର୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟଙ୍କ ସହିତ ଅନ୍ୟାନ୍ୟ ଅଧିକାରୀ ଓ ସଦସ୍ୟ ମାନେ ଯୋଗଦାନ କରିଥିଲେ । ବୈଠକରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ସୁକିନ୍ଦା ଓ ଦାନଗଦୀ ବ୍ଲକର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକୁ ନେଇ ଆଲୋଚନା ହୋଇଥିଲା । ଆଲୋଚନାରେ ମୁଖ୍ୟତ ଖଣି ପ୍ରଭାବିତ ଅଂଚଳର ରାସ୍ତା ଘାଟର ବିକାଶ ସହିତ ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ଉପରେ ପ୍ରାଧାନ୍ୟ…

"ଡିଏମଏଫ ବୈଠକ ;ଖଣି ପ୍ରଭାବିତ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଆନୁସଙ୍ଗିକ ବିକାଶ ପାଇଁ ଜିଲା ଖଣିଜ ନ୍ୟାସ ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆ ଯାଇ ଏହାର କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ସହିତ ଏହାକୁ ସଂପୂର୍ଣ୍ଣ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି ; ବିଧାୟକ ସୁକିନ୍ଦା"

ଯାଜପୁରରେ ବର୍ଷାର ତାଣ୍ଡବ ; ଘର ଭିତରେ ଆଣ୍ଠୁଏ ପାଣି, ରକ୍ଷାକାଳୀ ମନ୍ଦିର ଉପରେ ବଜ୍ରପାତ

ଯାଜପୁର-୨/୯(ଓଡିଆ ପୁଅ/ଏ.ରାଉର)ଶୁକ୍ରବାର ମଧ୍ୟରାତ୍ରୀରୁ ଯାଜପୁରରେ ବର୍ଷା ଓ ଘଡ଼ଘଡ଼ିର ତାଣ୍ଡବ ଦେଖିବାକୁ ମିଳିଥିଲା । ମଧ୍ୟରାତ୍ର ପ୍ରାୟ ୧ଟା ବେଳୁ ଏହା ଆରମ୍ଭ ହୋଇଥିଲା । ବଜ୍ରପାତ ସହିତ ଅତିପ୍ରବଳ ବର୍ଷା ହୋଇଥିଲା । ଲଗାତାର ବଜ୍ରପାତ ଫଳରେ ଲୋକମାନେ ଘରେ ରହିବାକୁ ମଧ୍ୟ ଭୟ କରିଥିଲେ । ଦୀର୍ଘ ସମୟ ଧିରି ଏହି ବଜ୍ରପାତ ହୋଇଥିଲାବେଳେ ଏହାକୁ ନେଇ ଜନସାଧାରଣ ଆତଙ୍କିତ ହୋଇ ପଡିଥିଲେ । ବଜ୍ରପାତ ସହିତ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା । ରାତି ୧ଟାରୁ ଆରମ୍ଭ ହୋଇଥିବା ବର୍ଷା ପ୍ରାୟ ସକାଳ ୬ଟା ପର୍ଯ୍ୟନ୍ତ ଚାଲିଥିଲା । ପ୍ରବଳ ବର୍ଷା ଫଳରେ ବିଭିନ୍ନ ସ୍ଥାନରେ ପାଣି ଜମିବା ସହିତ କିଛି…

"ଯାଜପୁରରେ ବର୍ଷାର ତାଣ୍ଡବ ; ଘର ଭିତରେ ଆଣ୍ଠୁଏ ପାଣି, ରକ୍ଷାକାଳୀ ମନ୍ଦିର ଉପରେ ବଜ୍ରପାତ"

ପ୍ରବଳ ବର୍ଷାରେ ଧାନ ଚାଷ ଓ ପରିବା ଚାଷ କ୍ଷତିଗ୍ରସ୍ତ ; ଚିନ୍ତାରେ ଚାଷୀ

ଯାଜପୁର -୨/୯(ଓଡିଆ ପୁଅ/ଏ.ରାଉତ) ଗତ ଗୁରୁବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ଧାନ ଚାଷ କ୍ଷତିଗ୍ରସ୍ତ ହେବା ସହ ପରିବା ଚାଷ କ୍ଷତି ହୋଇଥିବା ଦେଖିବାକୁ ମିଳିଛି । ଧାନ କ୍ଷେତରେ ୫ଫୁଟ ଉଚ୍ଚର ବର୍ଷା ଜଳ ନିଷ୍କାସନ ହୋଇନପାରି ଜମି ରହିବା ଫଳରେ ଧାନ ଗଛ ପଚି ନଷ୍ଟ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି । ସେହିପରି ବର୍ଷା ଜଳ ମାଡ଼ି ଯିବା ଦ୍ୱାରା ପରିବା ଚାଷ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ପରିବା ଚାଷ କରାଯାଇଥିବା ଜମିରେ ବର୍ଷା ଜଳ ମାଡ଼ି ଯିବା ଯୋଗୁଁ ଜହ୍ନି, ଭେଣ୍ଡି, କାକୁଡ଼ି, କଲରା, ବାଇଗଣ, ଝୁଡ଼ଙ୍ଗ ପ୍ରଭୃତି ପରିବା ଚାଷ ପ୍ରଭାବିତ ହୋଇଛି ।…

"ପ୍ରବଳ ବର୍ଷାରେ ଧାନ ଚାଷ ଓ ପରିବା ଚାଷ କ୍ଷତିଗ୍ରସ୍ତ ; ଚିନ୍ତାରେ ଚାଷୀ"

ବ୍ୟାସନଗର ପୌର ପରିଷଦର ସ୍ୱାୟତ୍ତ ଶାସନ ଦିବସ ଓ ପ୍ରତିଭା ପୂଜା

ଯାଜପୁର-୧/୯(ଓଡିଆ ପୁଅ/ଏ.ରାଉତ) ବ୍ୟାସନଗର ପୌର ପରିଷଦ ପକ୍ଷରୁ ଆଜି ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଓ ପ୍ରତିଭା ପୂଜା କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ସକାଳେ ସହରର ପୌର ପରିଷଦ ପକ୍ଷରୁ ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ, ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତଫେରୀ କରାଯାଇଥିଲା । ପୌର କାର୍ଯ୍ୟାଳୟରେ ପୌରାଧ୍ୟକ୍ଷା ସବିତା ରାଉତ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବ୍ୟାସନଗର ତହସିଲ ପରିସରରେ ଏକ ସାଧାରଣ ସଭା ପୌରାଧ୍ୟକ୍ଷାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବ୍ୟାସନଗର ସହରକୁ ପଲିଥିନ୍ ମୁକ୍ତ କରିବାକୁ ଶିକ୍ଷାନୁଷ୍ଠାନ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସଚେତନତା ଶୋଭାଯାତ୍ରା କରାଯାଇଥିଲା । ସନ୍ଧ୍ୟାରେ ପୌର ପରିଷଦ ଆନୁକୂଲ୍ୟରେ…

"ବ୍ୟାସନଗର ପୌର ପରିଷଦର ସ୍ୱାୟତ୍ତ ଶାସନ ଦିବସ ଓ ପ୍ରତିଭା ପୂଜା"

ପାଣିକୋଇଲିଠାରେ ମେଡିକାଳ କଲେଜ ପ୍ରତିଷ୍ଠା ପାଇଁ ଜନସଂପର୍କ ଯାତ୍ରା ଓ ପଥପ୍ରାନ୍ତ ସଭା

ଯାଜପୁର-୧/୯(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲାର କେନ୍ଦ୍ରସ୍ଥଳ ପାଣିକୋଇଲିଠାରେ ପ୍ରସ୍ତାବିତ ଶହେ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ପ୍ରତିଷ୍ଠା ହେଉବୋଲି ମେଡିକାଲ କଲେଜ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟି ଦୁଇମାସ ହେଲା ଦାବି କରିଆସୁଥିବାବେଳେ ଏନେଇ ଉଚ୍ଚ ନ୍ୟାୟାଳୟରେ ମଧ୍ୟ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛି । ତେବେ ଜିଲାର ସର୍ବ ସାଧାରଣଙ୍କୁ ଏନେଇ ସଚେତନ ଓ ଜାଗ୍ରତ କରିବାକୁ କମିଟି ପକ୍ଷରୁ ଗତକାଲିଠାରୁ ଜନସଂପର୍କ ଯାତ୍ରା ମଧ୍ୟମରେ ଘରକୁ ଘର ବୁଲି ପ୍ରଚାର ପତ୍ର ବଂଟନ କରାଯିବାସହ ପଥପ୍ରାନ୍ତ ସଭା ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି । କମିଟିର ସଭ୍ୟମାନେ ଛାତ୍ର, ବ୍ୟବସାୟୀ, ବୁଦ୍ଧିଜୀବୀ,ସାହିତ୍ୟିକଙ୍କ ସମେତ ଘର ଘର ବୁଲି ପାଣିକୋଇଲି ଅଂଚଳରେ ୨ଶହ…

"ପାଣିକୋଇଲିଠାରେ ମେଡିକାଳ କଲେଜ ପ୍ରତିଷ୍ଠା ପାଇଁ ଜନସଂପର୍କ ଯାତ୍ରା ଓ ପଥପ୍ରାନ୍ତ ସଭା"

ଗୋପବନ୍ଧୁ ସମ୍ମାନରେ ସମ୍ମାନୀତ ଶ୍ରେଷ୍ଠ ବିଧାୟକ ପ୍ରୀତିରଞ୍ଜନଙ୍କୁ କର୍ମଭୂମୀରେ ବିପୁଳ ସମ୍ବର୍ଦ୍ଧନା

ଯାଜପୁର-୩୧/୮(ଓଡିଆ ପୁଅ/ଏ.ରାଉତ) ରାଜ୍ୟ ସରକାରଙ୍କ ତରଫରୁ ଶ୍ରେଷ୍ଠ ବିଧାୟକଭାବେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କୁ ଉକôଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ସମ୍ମାନରେ ସମ୍ମାନୀତ କରାଯାଇଛି । ବିଧାନସଭାରେ ଓଡିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାନପତ୍ର,ଉପଢ଼ୌକନ ଓ ଅର୍ଥରାଶି ପ୍ରଦାନ କରି ତାଙ୍କୁ ଗତ ୨୪ ତାରିଖର ଉକ୍ତ ବିଶେଶ ସମ୍ମାନରେ ସମ୍ମାନୀତ କରିଛନ୍ତି । ଏହି ଖବର ପ୍ରଚାରିତ ହେବାପରେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ବିଧାୟକ ଶ୍ରୀ ଘଡାଇଙ୍କର କର୍ମଭୂମୀ ପ୍ରିୟ ସୁକିନ୍ଦା ମାଟିରେ ନିରନ୍ତର କାର୍ଯ୍ୟଧାରା, କର୍ତବ୍ୟ ପରାୟଣତା ଓ ଲୋକାଭୀମୁଖୀ କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରିବାସହ ତାଙ୍କୁ ଅଶେଷ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ତାଙ୍କ କର୍ମଭୂମୀ ସୁକିନ୍ଦା…

"ଗୋପବନ୍ଧୁ ସମ୍ମାନରେ ସମ୍ମାନୀତ ଶ୍ରେଷ୍ଠ ବିଧାୟକ ପ୍ରୀତିରଞ୍ଜନଙ୍କୁ କର୍ମଭୂମୀରେ ବିପୁଳ ସମ୍ବର୍ଦ୍ଧନା"

ବୁରୁସାହିର ଲୋକ ସେବା ନପାଇ ମୃତୁ୍ୟ ମୁଖରେ ପଡୁଛନ୍ତି ଶିଶୁ ଓ ପ୍ରସୂତୀ

ଯାଜପୁର-୩୧/୮(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଞ୍ଜିରା ପଞ୍ଚାୟତ ବୁରୁସାହି ଏକ ଆଦିବାସୀ ବସ୍ତି ହୋଇଥିଲେ ମଧ୍ୟ ଏଯାବତ୍ ସେଠାକୁ ରାସ୍ତା ନିର୍ମାଣ କରାଯାଇନାହିଁ । ଫଳରେ ଲୋକମାନେ ଅନ୍ୟତ୍ର ଯିବାକୁ ବହୁ ଅସୁବିଧାର ସମ୍ମୁଖିତ ହେଉଛନ୍ତି । ସେହିପରି ରୋଗୀମାନେ ଚିକିତ୍ସା ନିମନ୍ତେ ଅନ୍ୟତ୍ର ଯିବାକୁ ମଧ୍ୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଥିନେଇ ବହୁ ଶିଶୁ ପ୍ରସୂତୀ ମୃତୁ୍ୟ ମୁଖରେ ପଡୁଥିବା ଦେଖିବାକୁ ମିଳୁଛି । ଏହାକୁ ନେଇ ସାହିର ମହିଳାମାନେ ବହୁବାର ଅଭିଯୋଗ କରିଥିଲେ ମଧ୍ୟ ତାହାର ସୁଫଳ ମିଳୁପାରୁନାହିଁ । ଏହି ଘଟଣା ସମ୍ପର୍କରେ ମଧ୍ୟ ସମାଜରେ ବହୁବାର ଖବର ପ୍ରକାଶିତ ହେବାପରେ ସେଠାରେ ସରକାରଙ୍କ ପକ୍ଷରୁ…

"ବୁରୁସାହିର ଲୋକ ସେବା ନପାଇ ମୃତୁ୍ୟ ମୁଖରେ ପଡୁଛନ୍ତି ଶିଶୁ ଓ ପ୍ରସୂତୀ"