ସୁକିନ୍ଦା ବିଧାୟକଙ୍କ ଉଦ୍ୟମ ପାଇଁ ଡୁବୁରୀ ଛକରେ ନିର୍ମାଣ ହେବା ଅତ୍ୟାଧୁନିକ ବସ ଷ୍ଟାଣ୍ଡ

ଯାଜପୁର,-୧୪/୯(ଓଡିଆ ପୁଅ/ଏ.ରାଉତ) ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଡୁବୁରୀ ଛକରେ ନିର୍ମାଣ ହେବ ଅତ୍ୟାଧୁନିକ ବସ ଷ୍ଟାଣ୍ଡ । ଏ ନେଇ ରାଜ୍ୟ ସଡକ ପରିବହନ ବିଭାଗ ପକ୍ଷରୁ ଜିଲାପାଳ ରଞ୍ଜନ କୁମାର ଦାସଙ୍କ ନିକଟକୁ ଏକ ପତ୍ର ଲେଖାଯାଇ ଡୁବୁରୀ ଛକରେ ୧ ଏକରରୁ ଦେଢ ଏକର ଜମି ଚିହ୍ନଟ କରିବାର ପ୍ରକ୍ରିୟା ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଛି । ଜମି ଚିହ୍ନଟ ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ନିର୍ଦେଶ ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏହା ଏକ ପ୍ରମୁଖ ଅଂଚଳ ହୋଇଥିବାରୁ ଏହି ସ୍ଥାନରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ବହୁ ବସ ଗତାଗତ କରିଥାଏ । ବସ ଷ୍ଟାଣ୍ଡର ସୁବିଧା ନଥିବାରୁ ବହୁ…

"ସୁକିନ୍ଦା ବିଧାୟକଙ୍କ ଉଦ୍ୟମ ପାଇଁ ଡୁବୁରୀ ଛକରେ ନିର୍ମାଣ ହେବା ଅତ୍ୟାଧୁନିକ ବସ ଷ୍ଟାଣ୍ଡ"

ଧର୍ମଶାଳା ; ବିଜେଡିରେ ସାମଲି ହେଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ

ଯାଜପୁର-୧୪/୯(ଓଡିଆ ପୁଅ/ଏ.ରାଉତ) ଧର୍ମଶାଳା ନିର୍ବାଚନମଣ୍ଡଳୀର ବିଭିନ୍ନ ପଂଚାୟତରେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଦଳ ପରିତ୍ୟାଗ କରି ଆଜି ବିଜେଡିରେ ସାମିଲ ହୋଇଛନ୍ତି । ନୀଳ ଚକ୍ର ନିର୍ମାଣ ଶ୍ରମିକ ସଙ୍ଘ ଟ୍ରେଡ ୟୁନିୟନ ସାଧରଣ ସମ୍ପାଦକ ଧିରେନ୍ଦ୍ର ନାୟକ,ଜିଲା ସମ୍ପାଦକ ବିଶ୍ୱଜିତ ନାୟକ ଜିଲା ଉପଦେଷ୍ଟା ଲୋକନାଥ ପଲେଇ,ଜିଲା ଟ୍ରେଡ ୟୁନିୟନ ଉପସଭାପତି ଚନ୍ଦ୍ରମଣି ନାୟକ ଓ ରସୁଲପୁର ବ୍ଲକ ସଂଯୋଜକ ବାବୀନା ରାଉତଙ୍କ ନେତୃତ୍ୟରେ ସାହାଣୀଢୀୟ ଓ ପୁରୁଣାବଉଳମାଳର ପଂଚାୟତରେ ୧୦୦ ଉର୍ଦ୍ଧ ବିଜେପି ଓ କଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନିତୀ ଆଦର୍ଶ ଓ କାର୍ଯ୍ୟ ଶୈଳୀ ଆନୁପ୍ରାଣିତ…

"ଧର୍ମଶାଳା ; ବିଜେଡିରେ ସାମଲି ହେଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ"

୪ ମାସ ତଳେ ମରାମତି ହୋଇ ଥିବା ୫୩ନଂ ଜାତୀୟ ରାଜପଥ ଖାଲଖମାରେ ଭର୍ତ୍ତି ହେଲାଣି

ଯାଜପୁର-୧୪/୯(ଓଡିଆ ପୁଅ/ଏ.ରାଉତ) ଚଣ୍ଡିଖୋଲରୁ ଶିଳ୍ପା ଅଞ୍ଚଳ କଳୀଙ୍ଗ ନଗର ଦେଇ କନକତୁରା ଯାଇଥିବା ୫୩ନଂ ଜାତୀୟ ରାଜପଥ ୪ମାସ ତଳେ ମରାମତି ହୋଇଥିବା ବେଳେ ଏବେ ଏହାର ଅବସ୍ଥା ସଙ୍ଗିନ ହୋଇ ପଡିଛି । ଏନଏଚ୍ଏଆଇ କତ୍ତୃପକ୍ଷ ଓ ଠିକାଦାରଙ୍କ ମିଲିଭଗତରେ ମରାମତିକୁ ଗୁରୁତ୍ୱ ଦିଆଯାଇନଥିବା ପରି ମନେହେଉଛି । ଗତ ୨ମାସ ହେବ ଭାରିଯାନ ଚଳାଚଳକୁ ବନ୍ଦ କରାଯାଇ କବାଟବନ୍ଧ ଠାରେ ଥିବା ବ୍ରାହ୍ମଣୀ ସେତୁର ଉପର ଭାଗ ଓ ତଳେଥିବା ବ୍ୟାରିଙ୍ଗ୍ , ସିମେଣ୍ଟ୍ର ଖଞ୍ଜା ଓ ଉଇଙ୍ଗସ୍ ଗୁଡିକ ମରାମତି କରି କତ୍ତୃପକ୍ଷ ଭାରି ଯାନ ଚଳାଚଳ ପାଇଁ ସଜହେଲେଣି । ହେଲେ ଚଣ୍ଡିଖୋଲ ଠାରୁ କବାଟ ବନ୍ଧ ପର୍ଯ୍ୟନ୍ତ ମରାମତି…

"୪ ମାସ ତଳେ ମରାମତି ହୋଇ ଥିବା ୫୩ନଂ ଜାତୀୟ ରାଜପଥ ଖାଲଖମାରେ ଭର୍ତ୍ତି ହେଲାଣି"

କବାଟବନ୍ଧରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଛାତ୍ରଛାତ୍ରୀ

  ଯାଜପୁର-୯/୯(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ଧର୍ମଶାଳା ବ୍ଲକ କବାଟବନ୍ଧ ନୋଡାଲ ଉଚ୍ଚ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଶନିବାର ପୂର୍ବାହ୍ନରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ଜଣାଯାଇଛି । ସଚେତନ ନାଗରିକ ମଞ୍ଚର ଆବାହକ ସରୋଜକାନ୍ତ ବେହେରାଙ୍କ ନେତୃତ୍ୱରେ ଶତାଧିକ ଯୁବକ ସ୍କୁଲ ପରିସରରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କୁ କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସଂପର୍କରେ ଅବଗତ କରାଇଥିଲେ । କବାଟବନ୍ଧ ସମେତ ନିକଟସ୍ଥ ପଞ୍ଚାୟତର ଲୋକମାନେ ଉକ୍ତ ଡାକ୍ତରଖାନା ଉପରେ ନିର୍ଭରଶୀଳ ବୋଲି ସେମାନଙ୍କୁ ଜଣାଇଥିଲେ । ନିକଟରେ ଜାତୀୟ ରାଜପଥ ଯିବା ସହିତ ରାସ୍ତା କଡକୁ ଲାଗି କଳାପଥର ପାହାଡ ରହିଥିବାରୁ ଲୋକମାନେ ଖଣି…

"କବାଟବନ୍ଧରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଛାତ୍ରଛାତ୍ରୀ"

ନିମ୍ନ ମାନର କାମର ନମୁନା ; ଧସୁଛିି ଏରଡ଼ା ସେତୁ ସଂଯୋଗୀକରଣ ରାସ୍ତା, ଚିନ୍ତାରେ ଗ୍ରାମବାସୀ

ଯାଜପୁର-୯/୯(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ବରୀ ବ୍ଲକରେ ପ୍ରବାହିତ ଖରସ୍ରୋତା ଶାଖା ନଦୀ ନୂଆନଈ ଉପରେ ନିର୍ମାଣ ହୋଇଥିବା ଏରଡା ସେତୁର ସଂଯୋଗୀ କରଣ ରାସ୍ତା ଦବୁଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଗ୍ରାମବାସୀ ଚିନ୍ତାରେ ପଡିଛନ୍ତି । ଯଦି ଦବୁ ଥିବା ରାସ୍ତା ସଂଫୂର୍ଣ୍ଣ ଦବି ଯାଇ ନଦୀ ଗର୍ଭକୁ ଚାଲିଯାଏ ତେବେ ଏହି ରାସ୍ତାରେ ଗତାଗତ ସଂପୂର୍ଣ୍ଣ ବ୍ୟାହାତ ହେବା ସହିତ ଲୋକମାନେ ପୂନର୍ବାର ଡଙ୍ଗା ଉପରେ ନିର୍ଭର କରିବାକୁ ବାଧ୍ୟ ହେବେ । ଏହି ନଦୀ ଉପରେ ନିକଟରେ ସେତୁ ନିର୍ମାଣ ହୋଇଥିଲା । ଫଳରେ ଆଜକୁ ଦୀର୍ଘ ବର୍ଷ ହେଲା ଏହି ଗ୍ରାମବାସୀଙ୍କ ଦାବି ପୂରଣ ହେବା ସହିତ…

"ନିମ୍ନ ମାନର କାମର ନମୁନା ; ଧସୁଛିି ଏରଡ଼ା ସେତୁ ସଂଯୋଗୀକରଣ ରାସ୍ତା, ଚିନ୍ତାରେ ଗ୍ରାମବାସୀ"

କ୍ଲବ ଘରେ ମଦ୍ୟପଙ୍କ ଆଡ୍ଡା

ଯାଜପୁର-୯/୯(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ବରୀ ବ୍ଲକ ଅର୍ନ୍ତଗତ ବାଲିଆ ଗ୍ରାମ ପଂଚାୟତର ନହଣ ଗ୍ରାମରେ ଥିବା ଏକ କ୍ଲବ ଘରେ ମଦ୍ୟପ ମାନେ ଆଡ୍ଡା କରୁଥିବା ଅଭିଯୋଗ ହୋଇଛି । ଏକ ସରକାରୀ ଯାଗାରେ ଏହି କ୍ଲବ ନିର୍ମାଣ ହୋଇଛି । ପ୍ରତିଦିନ ଗ୍ରାମର କିଛି ଆସାମାଜିକ ଯୁବକ ସେଠାରେ ଏକତ୍ରିତ ହେବା ସହିତ ମଦ୍ୟପାନ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମଦ୍ୟପ ମାନେ ମଦ୍ୟପାନ କରି ରାସ୍ତାରେ ଗତାଗତ କରିଥିବା ପଥଚାରୀଙ୍କୁ ଅଶ୍ରାବ୍ୟ ଭାଷାରେ ବିଭିନ୍ନ ସମୟରେ ଗାଳି ଗୁଲଜ କରୁଛନ୍ତି । ଏହା ସହିତ ଦିନରେ ଏହି ଯୁବକମାନେ ମଦ୍ୟପାନ କରୁଥିବାରୁ ନିକଟରେ ଥିବା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ…

"କ୍ଲବ ଘରେ ମଦ୍ୟପଙ୍କ ଆଡ୍ଡା"

ଗାଁ ମାଟିର ଝିଅ ଦୂତି ଚାନ୍ଦଙ୍କୁ ଜାରକା ଠାରେ ଭବ୍ୟ ସଂବର୍ଦ୍ଧନା

ଯାଜପୁର-୮/୯(ଓଡିଆ ପୁଅ/ଏ.ରାଉତ) ଆର୍ନ୍ତଜାତିକ ଖ୍ୟାତି ସଂପନ୍ନା ଧାବିକା ଦୂତିଚାନ୍ଦ ଏସିୟ କ୍ରିଡାରେ ୨ଟି ରୋପ୍ୟ ପଦକ ହାସଲ ପରେ ଶନିବାର ନିଜ ଘର ଚକଗୋପାଳକୁ ଆସିଛନ୍ତି। ନିଜ ଗାଁକୁ ଯିବା ବଳେ ଆଜି ଅପରାହ୍ନରେ ଜାରକା ଠାରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ତାଙ୍କୁ ଭବ୍ୟ ସଂବର୍ଦ୍ଧନା ଦିଆଯାଇଛି। ଜାରକା ପୁଜାମଣ୍ଡପ ଠାରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଦୁତିଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଜଣାଇବା ସହ ତାଙ୍କର ଉତ୍ତରୋତ୍ତର କାମନା କରିଥିଲେ। ସେହିଭଳି ଧର୍ମାଶାଳା ମହୋତ୍ସବ ପୂଜା କମିଟି ସଭାପତି ଜଳଧର ମହାନ୍ତି, ଜାରକା ବଡ ବଜାର କମିଟିର ସଭାପତି କିଶୋର ନାୟକ, ପ୍ରେସକ୍ଲବ ଉପଦେଷ୍ଟା ରମାକାନ୍ତ ଜେନା, ବଟକୃଷ୍ଣ ପରିଡା, ସଭାପତି ଇନ୍ଦ୍ରମଣି ନାୟକ,…

"ଗାଁ ମାଟିର ଝିଅ ଦୂତି ଚାନ୍ଦଙ୍କୁ ଜାରକା ଠାରେ ଭବ୍ୟ ସଂବର୍ଦ୍ଧନା"

ସୁକିନ୍ଦା; ତୈଳଦର ବୃଦ୍ଧି ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଓଲାଇଲା ବିଜେଡି

ଯାଜପୁର-୮/୯(ଓଡିଆ ପୁଅ/ଏ.ରାଉତ) ତୈଳଦର ବୃଦ୍ଧି ଯୋଗୁ ଏହାର ପ୍ରଭାବ ପରିବହନ ଉପରେ ପଡୁଥବା ଯୋଗୁ ଖାଦ୍ୟପେୟ ଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀର ଦର ବଡିଚାଲିଛି। ଏହାର ପ୍ରତିବାଦରେ ସୁକିନ୍ଦା ବିଜେଡି, ଯୁବବିଜେଡି, ଛାତ୍ରବିଜେଡି ଓ ମହିଳା ବିଜେଡି ତରଫରୁ ଶନିବାର ଦିନ ନିର୍ବାଚନ ମଣ୍ଡଳୀର ବିଭିନ୍ନି ପ୍ରେଟୋ୍ରଲ୍ ପମ୍ପରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା କରାଯାଇଛି। ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ପ୍ରଦୀପ କୁମାର ମହାନ୍ତଙ୍କ ନେତୃତ୍ୱ ରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦୀ ଓ ଡୁବୁରି ସମେତ ସମେତ ବିଭିନ୍ନ ପେଟ୍ରୋଲ୍ ପମ୍ପ ମାନଙ୍କରେ ବିଜେଡି ଦଳତରଫରୁ ଶାନ୍ତିପୂର୍ଣ୍ଣ ଧାରଣା କରାଯାଇଥିଲା। ବାଇକ୍ ଆରୋହୀ ଓ ଅନ୍ୟାନ୍ୟ ଗାଡିଚାଳକ ମାନଙ୍କୁ ତୈଳଦର…

"ସୁକିନ୍ଦା; ତୈଳଦର ବୃଦ୍ଧି ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଓଲାଇଲା ବିଜେଡି"

ତୈଳଦର ବୃଦ୍ଧି ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଓଲାଇଲା ବିଜେଡି

ଯାଜପୁର-୮/୯(ଓଡିଆ ପୁଅ/ଏ.ରାଉତ) ତୈଳଦର ବୃଦ୍ଧି ଯୋଗୁ ଏହାର ପ୍ରଭାବ ପରିବହନ ଉପରେ ପଡୁଥବା ଯୋଗୁ ଖାଦ୍ୟପେୟ ଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀର ଦର ବଡିଚାଲିଛି। ଏହାର ପ୍ରତିବାଦରେ ଧର୍ମଶାଳା ବିଜେଡି, ଯୁବବିଜେଡି, ଛାତ୍ରବିଜେଡି ଓ ମହିଳା ବିଜେଡି ତରଫରୁ ଶନିବାର ଦିନ ନିର୍ବାଚନ ମଣ୍ଡଳୀର ବିଭିନ୍ନି ପ୍ରେଟୋ୍ରଲ୍ ପମ୍ପରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯାଇଛି। ଆଜି ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶଙ୍ଖାରିଡିହ, ରିଲାଏନ୍ସ ପେଟୋ୍ରଲ୍ ପମ୍ପ୍ ରଥିଆ ସ୍ଥିତ ରାଉତ୍ ପେଟ୍ରେଲ୍ ପମ୍ପ୍ ଶାନ୍ତିବଜାର ସ୍ଥିତ ସଂଜୀବନୀ ପେଟ୍ରୋଲ୍ ପମ୍ପ୍,  କନ୍ତପଡା ପେଟ୍ରୋଲ୍ ପମ୍ପ୍, ନୁଆଗାଁ ସ୍ଥିତ ପିସିଆର୍ ପେଟ୍ରୋଲ୍ ପମ୍ପ ମାନଙ୍କରେ ଶାନ୍ତିପୂର୍ଣ୍ଣ ଭାବେ ବିଜେଡି ଦଳତରଫରୁ ପ୍ରତିବାଦ ଓ ଆନ୍ଦୋଳନ…

"ତୈଳଦର ବୃଦ୍ଧି ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଓଲାଇଲା ବିଜେଡି"

ମୋମୋ ଚ୍ୟାଲେଞ୍ଜ ; ଏକ ଭୟଙ୍କର ଜୀବନଘାତକ ମୋବାଇଲ ଖେଳ; ପିଲାଙ୍କ ଗତିବିଧି ଉପରେ ନଜର ରଖିବା ଜରୁରୀ

  ଯାଜପୁର-୫/୯(ଓଡିଆ ପୁା/ଏ.ରାଉତ) ଓଡଗତବର୍ଷ ଠିକ ଏହି ଅଗଷ୍ଟ ସେପ୍ଟେମ୍ବର ମାସରେ ମୋବାଇଲରେ ଖେଳ କେତେ ଭୟଙ୍କର ଆଉ କେମିତି କୋମଳମତି ପିଲାଙ୍କୁ ମୃତ୍ୟୁମୁଖକୁ ଟାଣି ନେଉଥିଲା ତାହା ଆମେ ଇଂଟରନେଟ୍ ସୁଇସାଇଡ ଗେମ୍ ବ୍ଲ ହ୍ୱେଲ ଖେଳରୁ ଜାଣିଛୁ । ତେବେ ଏନେଇ ଜନ ସଚେତନତା ସମଗ୍ର ଦେଶରେ ଜାରି ହେବାପରେ ଏହି ଖେଳ ଉପରେ ଅଙ୍କୁଶ ଲାଗିଛି ଓ ଆଉ ଆମ ଦେଶରେ ଏହି ଅଘଟଣ ଦେଖିବାକୁ ମିଳିନାହିଁ । ଏବେ ମୋମୋ ଚ୍ୟାଲେଞ୍ଜ ଏହିଭଳି ଏକ ମାରାତ୍ମକ ମୋବାଇଲ ଖେଳ ଚିହ୍ନଟ ହୋଇ ଏମିତି ଚିନ୍ତା ବଢ଼ାଇ ଦେଇଛି ଯାହା କବଳରେ ଥରେ କୋମଳମତି ପିଲାମାନେ ପଡିଗଲେ ମୃତ୍ୟୁ ବ୍ୟତିତ ଅନ୍ୟ…

"ମୋମୋ ଚ୍ୟାଲେଞ୍ଜ ; ଏକ ଭୟଙ୍କର ଜୀବନଘାତକ ମୋବାଇଲ ଖେଳ; ପିଲାଙ୍କ ଗତିବିଧି ଉପରେ ନଜର ରଖିବା ଜରୁରୀ"