ସି.ବି.ଏସ୍.ଇ ପରୀକ୍ଷାରେ ଟପ୍ପର ଦିପାଶା ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ଅନୁଗୋଳ,୬/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବିଜୁ କନ୍ୟା ରତ୍ନ ଯୋଜନାର ପ୍ରଚାର ଓ ପ୍ରସାର ଉଦେ୍ଦଶ୍ୟରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରୁଥିବା ଝିଅମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଉଛି । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ସି.ବି.ଏସ୍.ଇ ଦ୍ୱାଦଶ ଶ୍ରେଣୀ କଳା ପରୀକ୍ଷାରେ ରାଜ୍ୟରେ ଟପ୍ପର ହୋଇଥିବା ତାଳଚେରର ଦିପାଶା ରଥଙ୍କୁ ଅନୁଗୋଳ ଜିଲ୍ଲାପାଳ ଅନିଲ କୁମାର ସାମଲ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସମ୍ବର୍ଦ୍ଧିତ କରିଛନ୍ତି । ପାଠ ପଢ଼ି ଭବିଷ୍ୟତରେ ଜଣେ ସଫଳ ବିଚାରପତି ହେବାର ଲକ୍ଷ୍ୟ ରଖିଥିବା ଦିପାଶା ଏହି ସମ୍ମାନ ପାଇଥିବାରୁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଭୂବନେଶ୍ୱର କିଟ୍ ଇଂଟରନ୍ୟାସନାଲ ସ୍କୁଲରୁ ଉତୀର୍ଣ୍ଣ ହୋଇଥିବା…

"ସି.ବି.ଏସ୍.ଇ ପରୀକ୍ଷାରେ ଟପ୍ପର ଦିପାଶା ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ"

ଅନୁଗୋଳରେ କିଟ୍ ଓ କିସ୍ ପକ୍ଷରୁ ପରିବେଶ ଦିବସ ପାଳିତ

ଅନୁଗୋଳ,୫/୬ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କିଟ୍ ଓ କିସ୍ ପକ୍ଷରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗତ ୧ତାରିଖରୁ ୫ତାରିଖ ପର୍ଯ୍ୟନ୍ତ ବୃକ୍ଷରୋପଣ ଏବଂ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ସଫଳ ଭାବେ ରୂପାୟନ ହୋଇଛି। ଅନୁଗୋଳ ଜିଲ୍ଲାର ପାଲଲହଡ଼ା ବ୍ଲକର ନଗିରାଠାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିବାବେଳେ ଟିକରପଡ଼ାଠାରେ ମଧ୍ୟ ସଫଳ ଭାବେ କାର୍ଯ୍ୟକ୍ରମ କରାଯାଇଥିଲା। ସୋମବାର ଦିନ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ କିଟ୍ ଓ କିସର କାର୍ଯ୍ୟକର୍ତ୍ତାଙ୍କ ସହ ସଚେତନ ନାଗରିକଙ୍କ ଦ୍ୱାରା ଅନୁଗୋଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଏବଂ ବୃକ୍ଷରୋପଣ କରାଯାଇଥିଲା। ସେହିପରି ଜିଲ୍ଲା ଡି.ଆର.ଡି.ଏ ସମ୍ମିଳନୀ କକ୍ଷରେ ବିଶ୍ୱ ପରିବେଶ…

"ଅନୁଗୋଳରେ କିଟ୍ ଓ କିସ୍ ପକ୍ଷରୁ ପରିବେଶ ଦିବସ ପାଳିତ"

ଶକ୍ତି ମନ୍ତ୍ରୀଙ୍କ ଦ୍ୱାରା ହାଇମାଷ୍ଟ ଲାଇଟ୍ ଓ ବିଦ୍ୟୁତ୍ ସବଷ୍ଚେସନ ଉଦଘାଟିତ

ତାଳଚେର,୫/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ରାଜ୍ୟ ଇସ୍ପାତ,ଖଣି ଓ ଶକ୍ତିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସୋମବାର ଦିନ ତାଳଚେର ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ଲୋକାର୍ପିତ କରିଛନ୍ତି। ଶ୍ରୀ ମଲ୍ଲିକ ତାଳଚେର ଗସ୍ତରେ ଆସି ପ୍ରଥମେ ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମା’ହିଙ୍ଗୁଳାଙ୍କ ଗୋପାଳ ପ୍ରସାଦସ୍ଥିତ ପୀଠକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଏକ ବିରାଟ ଶୋଭାଯାତ୍ରାରେ ତାଳଚେରର ଡଅଁରାଠାରେ ପହଞ୍ଚି ସେଠାରେ ଏକ ହାଇମାଷ୍ଟ ଲାଇଟ ୟୁନିଟ୍କୁ ଲୋକଙ୍କ ଉଦେ୍ଦଶ୍ୟରେ ସମର୍ପଣ କରିଥିଲେ। ଏହାପରେ ଡଅଁରା ଗ୍ରାମ ପରିକ୍ରମା କରି ସେଠାରେ ଏକ ନୂତନ ୩୩/୧୧ କେ.ଭି ବିଦ୍ୟୁତ ସବ୍ଷ୍ଟେସନର ଉଦଘାଟନୀ ଉସôବରେ ମୂଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଏବଂ ସବ୍ ଷ୍ଟେସନକୁ ବୁଲି…

"ଶକ୍ତି ମନ୍ତ୍ରୀଙ୍କ ଦ୍ୱାରା ହାଇମାଷ୍ଟ ଲାଇଟ୍ ଓ ବିଦ୍ୟୁତ୍ ସବଷ୍ଚେସନ ଉଦଘାଟିତ"

ତାଳଚେର: ସଚିବ ପରିଦର୍ଶନ କଲେ ତାଳଚେରର ବିଭିନ୍ନ ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପ

ତାଳଚେର,୩/୬ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁସୂଚିତ ଜାତି, ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର କମିଶନର ତଥା ସଚିବ ସୁରେନ୍ଦ୍ର କୁମାର ଗତ ୨ତାରିଖରେ ତାଳଚେର ଗସ୍ତରେ ଆସି ବିଭିନ୍ନ ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପକୁ ବୁଲି ଦେଖିଥିଲେ। ପ୍ରକଳ୍ପଗୁଡ଼ିକର ବ୍ୟୟ ଅଟକଳ,କେତେ ପରିବାର ପାଣି ପାଇଛନ୍ତି,ନିର୍ମାଣାଧିନ ପ୍ରକଳ୍ପଗୁଡ଼କ କେବେ ସମ୍ପୂର୍ଣ୍ଣ ହେବ ତାହା ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିଥିଲେ। ସଚିବ ଶ୍ରୀ କୁମାର ପ୍ରଥମେ ତାଳଚେର ବ୍ଲକର ଗୁରୁଜାଙ୍ଗ ପୁରୁଣା ସାହିଠାରେ ଜଳ ପ୍ରକଳ୍ପକୁ ଅନୁଧ୍ୟାନ କରିବାସହ ସ୍ଥାନୀୟ ଜନପ୍ରତିନିଧି ଏବଂ ଲୋକଙ୍କ ସହ ସେ ସମ୍ପର୍କରେ ଆଲୋଚନା କରିଥିଲେ। ପାଇପ ଲାଇନଗୁଡ଼ିକ ମାଟି ଉପରେ…

"ତାଳଚେର: ସଚିବ ପରିଦର୍ଶନ କଲେ ତାଳଚେରର ବିଭିନ୍ନ ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପ"

ନାଟକ “ଚନ୍ଦ୍ରଗୁପ୍ତ ଜନ୍ମ ମୃତ୍ୟୁ ସମ୍ବାଦ” ଜାତୀୟସ୍ତରରେ ପୁରସ୍କୃତ

ତାଳଚେର,୩/୬ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରସ୍ଥିତ ଏମ୍.ସି.ଏଲ ଭରତପୁର କ୍ଷେତ୍ରରେ ଥିବା ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ “ରବୀନ୍ଦ୍ର ଭାରତୀ କଲଚ୍ୟୁରାଲ ଆସୋସିଏସନ”ର ମଞ୍ଚସ୍ଥ ନାଟକ “ଚନ୍ଦ୍ରଗୁପ୍ତ ଜନ୍ମ ମୃତ୍ୟୁ ସମ୍ବାଦ” ଜାତୀୟସ୍ତରୀୟ ନାଟ୍ୟ ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରିଛି। ସାଂସ୍କୃତିକ ଅନୁଷ୍ଠାନ ନେଭ୍(ନର୍ଥ ଇଷ୍ଟ ଭିଜନ୍) ଆନୁକୂଲ୍ୟରେ ଆୟୋଜିତ ଏହି ନାଟ୍ୟ ପ୍ରତିଯୋଗିତା ଆସାମର ରାଜଧାନୀ ଗୌହାଟୀସ୍ଥିତ ଜିଲ୍ଲା ପାଠାଗାରଠାରେ ଗତ ମେ ମାସ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ “ରବୀନ୍ଦ୍ର ଭାରତୀ କଲଚ୍ୟୁରାଲ ଆସୋସିଏସନ” ପକ୍ଷରୁ ଓଡିଶାର ପ୍ରତିଷ୍ଠିତ ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ରଚିତ ତଥା ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ମୁକୁନ୍ଦ ଶତପଥୀଙ୍କ ନିର୍ଦ୍ଦେଶନାରେ…

"ନାଟକ “ଚନ୍ଦ୍ରଗୁପ୍ତ ଜନ୍ମ ମୃତ୍ୟୁ ସମ୍ବାଦ” ଜାତୀୟସ୍ତରରେ ପୁରସ୍କୃତ"

ହେଁସମୂଳ ପୁନର୍ବସତି ଅଂଚଳ, ମେଡ଼ିକାଲ ନିର୍ମାଣସ୍ଥଳୀ ପରିଦର୍ଶନ କଲେ ଜିଲ୍ଲାପାଳ

ତାଳଚେର,୨/୬ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲାପାଳ ଅନିଲ କୁମାର ସାମଲ ଶୁକ୍ରବାର ପୂର୍ବାହ୍ନରେ ତାଳଚେରର ସାଉଥ ବଲଣ୍ଡା ଆସି ହେଁସମୂଳ ଗ୍ରାମ ପାଇଁ ଉଦ୍ଦିଷ୍ଟ ପୁନର୍ବସତି ଅଂଚଳର ମ୍ୟାପକୁ ତର୍ଜମା କରିବାସହ ସ୍ଥାନକୁ ବୁଲିଦେଖିଥିଲେ। ସେଠାରେ ବର୍ତମାନ ବସବାସ କରୁଥିବା ଲୋକଙ୍କୁ ଶୀଘ୍ର ହଟାଇବାପାଇଁ ଶ୍ରୀ ସାମଲ ତାଳଚେର ଉପଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହପରି ପୁନର୍ବସତି ସ୍ଥାନର ବିଦ୍ୟୁତ ଓ ଜଳଯୋଗାଣ କାର୍ଯ୍ୟକୁ ଶୀଘ୍ର ସମାପ୍ତ କରିବାପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତତ୍ ପରେ ଶ୍ରୀ ସାମଲ ଏମ୍.ସି.ଏଲ ଭୁବନେଶ୍ୱରୀ କୋଇଲାଖଣିର ୮ନଂ କୋଲ ୟାର୍ଡ଼କୁ ବୁଲି ଦେଖିବା ସହ ଏଥିସହିତ ଜଡ଼ିତ ସମସ୍ୟାଗୁଡ଼ିକ ବିଷୟରେ ଅଧିକାରୀଙ୍କ…

"ହେଁସମୂଳ ପୁନର୍ବସତି ଅଂଚଳ, ମେଡ଼ିକାଲ ନିର୍ମାଣସ୍ଥଳୀ ପରିଦର୍ଶନ କଲେ ଜିଲ୍ଲାପାଳ"

ତାଇକୋଣ୍ଡୋ ପ୍ରତିଯୋଗିତାରେ ପଦକ ବିଜେତାଙ୍କୁ ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନା

ଅନୁଗୋଳ,୨/୬ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଗତ ମଇ ମାସ ୨୬ତାରିଖରେ ଗଞ୍ଜାମ ଜିଲ୍ଲାର ଛତ୍ରପୁରସ୍ଥିତ ଅନସ୍କୋ ଷ୍ଟାଡିୟମଠାରେ ଆୟୋଜିତ ରାଜ୍ୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅନୁଗୋଳ ଜିଲ୍ଲା ପାଇଁ ୧୯ ପଦକ ହାସଲ କରି ଗୌରବ ଆଣି ଦେଇଥିବା ବିଜେତାମାନଙ୍କୁ ଜିଲ୍ଲାପାଳ ଅନିଲ କୁମାର ସାମଲ ସମ୍ବର୍ଦ୍ଧିତ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ସାମଲ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏହି ପଦକ ବିଜେତାମାନଙ୍କୁ ସମ୍ବର୍ଦ୍ଧନା ଜଣାଇବାସହ ସେମାନଙ୍କର ଉଜ୍ଜଳ ଭବିଷ୍ୟତର କାମନା କରିଛନ୍ତି। ଏପରି ଖେଳ ବଜାୟ ରଖିବା ତଥା ଆଗକୁ ଆହୁରି ସଫଳତା ହାସଲ କରି ଅନୁଗୋଳ ଜିଲ୍ଲାକୁ ଗୌରବାନ୍ୱିତ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବା ପାଇଁ ଶ୍ରୀ ସାମଲ…

"ତାଇକୋଣ୍ଡୋ ପ୍ରତିଯୋଗିତାରେ ପଦକ ବିଜେତାଙ୍କୁ ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନା"

ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

ଅନୁଗୋଳ,୨/୬ (ଓଡ଼ିଆ ପୁଅ/ଅଜିତ ବେହେରା): ଅନୁଗୋଳ ଜିଲ୍ଲା ପୁରୁଣାକୋର୍ଟ ରେଞ୍ଜ ଅନ୍ତର୍ଗତ କନ୍ଧକୋଇଲି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତକ ବୃଦ୍ଧା ଜଣକ ହେଲେ ନୁହୁରାଣୀ ପଧାନ। ଗତ କିଛିଦିନ ଧରି ଜଙ୍ଗଲୀ ହାତୀଗୁଡ଼ିକ ଅବାଧରେ ଗ୍ରାମଗୁଡ଼ିକରେ ପଶି ନିରୀହ ଲୋକେ ହାତୀ ଆକ୍ରମଣର ଶିକାର ହେଉଛନ୍ତି। ସୂଚନାରୁ ପ୍ରକାଶ ଏହିପରି ହାତୀଙ୍କ ଅବାଧ ପ୍ରବେଶ ସହ ସେମାନଙ୍କ ଆକ୍ରମଣରୁ ବର୍ତ୍ତିବାପାଇଁ ନୁହୁରାଣୀ ଗତକାଲି ପାଖ ଗାଁକୁ ଶୋଇବାକୁ ଯାଇଥିଲେ। ତେବେ ଭୋରରୁ ଫେରିବାବେଳେ ନରହନ୍ତା ଦନ୍ତା ହାତୀ କବଳରେ ପଡ଼ିଯାଇଥିଲେ। ଦନ୍ତା ହାତୀଟି ତାଙ୍କୁ କଲବଲ କରି ମାରି ଦେଇଥିଲା। ସୂଚନାପାଇ ଗ୍ରାମବାସୀ ମୃତକଙ୍କ ପରିବାରର ଜଣକୁ ନିଯୁକ୍ତି ଓ…

"ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ"

ସାତକୋଶିଆରେ ଅସୁସ୍ଥ ମାଇ ହାତୀର ମୃତ୍ୟୁ

ଅନୁଗୋଳ,୧/୬ (ଓଡ଼ିଆ ପୁଅ/ଅଜିତ୍ ବେହେରା): ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଅନ୍ତର୍ଗତ କଳାଗଣ୍ଠି ପାହାଡ଼ ନିକଟରେ ଏକ ଅସୁସ୍ଥ ମାଇ ହାତୀର ଗୁରୁବାର ଦିନ ମୃତ୍ୟୁ ଘଟିଛି। ମଙ୍ଗଳବାର ଦିନ ଅସୁସ୍ଥ ଅବସ୍ଥାରେ ଉକ୍ତ ହାତୀକୁ ଉଦ୍ଧାର କରାଯାଇଥିଲା। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଏବଂ ଜଳାଭାବ ଯୋଗୁଁ ଉକ୍ତ ହାତୀଟି ଅସୁସ୍ଥ ହୋଇପଡ଼ିଥିଲା। ଖବର ପାଇ ବନବିଭାଗ ପଶୁ ଚିକିତ୍ସକ ଉକ୍ତ ମାଇ ହାତୀଟିକୁ ଚିକିତ୍ସା କରିଥିଲେ। ତେବେ ବନ ବିଭାଗ ହତୀକୁ ବଞ୍ଚାଇବାପାଇଁ ସକ୍ଷମ ହୋଇପାରିନଥିଲେ। ହାତୀର ଶବକୁ ବ୍ୟବଚ୍ଛେଦ କରାଯିବା ପରେ ପୋତି ଦିଆଯାଇଛି। ମାଇ ହାତୀର ବୟସ ପ୍ରାୟ ୪୦ବର୍ଷ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।

"ସାତକୋଶିଆରେ ଅସୁସ୍ଥ ମାଇ ହାତୀର ମୃତ୍ୟୁ"

ତାଳଚେର ବିଧାୟକଙ୍କ ପତ୍ନୀ ଦାବୀ କରୁଥିବା ମହିଳା କୋର୍ଟ ପରିସରରେ

ତାଳଚେର,୩୧/୫ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ପତ୍ନୀ ବୋଲି ଦାବୀ କରୁଥିବା ସୋନାଲିକା ମହାନ୍ତି ନାମକ ମହିଳା ମଙ୍ଗଳବାର ଦିନ ୩ୟ ଥର ନିମନ୍ତେ  ତାଳଚେରକୁ ଆସିବାପରେ ବ୍ୟାପକ ହଟଚମଟ ସୃଷ୍ଟି ହୋଇଛି। ମଙ୍ଗଳବାର ମଧ୍ୟାହ୍ନରେ ଉକ୍ତ ମହିଳା ଜଣକ ସାମାଜିକ କର୍ମୀ ସସ୍ମିତା ଦାସଙ୍କ ସହ ତାଳଚେର କୋର୍ଟ ପରିସରରେ ପହଂଚିବା ପରେ ଗଣମାଧ୍ୟମର ପ୍ରତିନିଧିମାନେ ତାଙ୍କୁ ଘେରିଯାଇ ତାଳଚେରକୁ ପୁଣି ଆସିବାର କାରଣ ସମ୍ପର୍କରେ ପଚାରିଥିଲେ। ମହିଳା ଜଣକ ନିଜ ପ୍ରତିକ୍ରିୟାରେ ସେ ଗତଥର ତାଳଚେରରେ ପହଂଚି ବିଧାୟକଙ୍କ ବାସଭବନ ନିକଟକୁ ଯାଉଥିବାବେଳେ କେତେକ ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ତାଙ୍କ ପ୍ରତି ଏବଂ ତାଙ୍କ ଭଉଣୀଙ୍କ ପ୍ରତି…

"ତାଳଚେର ବିଧାୟକଙ୍କ ପତ୍ନୀ ଦାବୀ କରୁଥିବା ମହିଳା କୋର୍ଟ ପରିସରରେ"