ତାଳଚେରରେ କେନ୍ଦ୍ର ମନ୍ତ୍ରୀ ବିଷ୍ନୁଦେବ ସାଇ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶ ପୁତଳିକା ଦାହ ୮ ଅଟକ

ତାଳଚେର ୧୨/୬ (ଓଡ଼ିଆ ପୁଅ/ଅଜିତ୍ ବେହେରା) କଂଗ୍ରେସ କର୍ମକର୍ତା ସୋମବାର ଅପରାହ୍ନରେ ତାଳଚେର ହାଟତୋଟାରେ ସବକା ସାଥ୍ ସବକା ବିକାଶ କାର୍ଯ୍ୟକ୍ରମରେ ଯୋଗଦେଉଥିବା ମନ୍ତ୍ରୀ ବିଷ୍ନୁଦେବ ସାଇ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶ ପୁତଳିକା ଦାହ କରିଥିଲେ। ଉକ୍ତ ସମୟରେ କାର୍ଯ୍ୟକ୍ରମରେ କୈାଣସି ବ୍ୟତିକ୍ରମ ଓ ଆଇନ୍ ଶୃଙ୍ଖଳା ପରିସ୍ଥିତି ଏଡାଇବାକୁ ପୋଲିସ୍ ଥାନାଧିକାରୀ ସୁପ୍ରସନ ମଲ୍ଲିକ,କଲିୟରୀ ଥାନାଥିକାରୀ ନିରଞ୍ଜନ ସେଠୀ, ବଲଣ୍ଡା ଫାଣ୍ଡି ଅଧିକାରୀ ପ୍ରସନ୍ନ ରାଉତ, ଏସଆଇ ପିକେ ଆଇଚ, ଲଲାଟେନ୍ଦୁ ନାଏକ ସଦଳବଳେ ପହଁଚି ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରୁ ୮ଜଣଙ୍କୁ ଗିରଫ କରି ଥାନାରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଟକ ରଖିଥିଲେ।

"ତାଳଚେରରେ କେନ୍ଦ୍ର ମନ୍ତ୍ରୀ ବିଷ୍ନୁଦେବ ସାଇ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶ ପୁତଳିକା ଦାହ ୮ ଅଟକ"

ଜୁଲାଇ ୧ ରୁ ୩୧ ପର୍ଯ୍ୟନ୍ତ ଭୋଟର ତାଲିକାରେ ନାମ ପଞ୍ଜିକରଣ ସ୍ୱତନ୍ତ୍ର ଅଭିଯାନ

ଅନୁଗୋଳ,୧୨/୬ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଭୋଟର ତାଲିକାରେ ନାମ ପଞ୍ଜିକରଣ କାର୍ଯ୍ୟ ଆଗାମୀ ଜୁଲାଇ ମାସ ୧ ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ଚାଲିବ। ୧୮ବର୍ଷରୁ ୨୧ବର୍ଷ ପର୍ଯ୍ୟନ୍ତ ସମସ୍ତ ନୂତନ ତଥା ବାଦ ପଡ଼ିଥିବା ମତଦାତାଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଯିବ। ଏହି ନୂତନ ତଥା ବାଦ ପଡ଼ିଥିବା ମତଦାତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସୋମବାର ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋର୍ଟ ରୁମ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀନିବାସ ବେହେରା ଯୋଗ ଦେଇ ସ୍ୱତନ୍ତ୍ର ଅଭିଯାନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।…

"ଜୁଲାଇ ୧ ରୁ ୩୧ ପର୍ଯ୍ୟନ୍ତ ଭୋଟର ତାଲିକାରେ ନାମ ପଞ୍ଜିକରଣ ସ୍ୱତନ୍ତ୍ର ଅଭିଯାନ"

ସରକାର ବିଫଳତା ଓ ବେକାରୀ ସମସ୍ୟାକୁ ନେଇ ଯୁବ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ତାଳଚେର,୧୨/୬ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସ୍ଥାନୀୟ ଯୁବକଙ୍କ ବେକାରୀ ସମସ୍ୟା ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସବୁକ୍ଷେତ୍ରରେ ବିଫଳତା ପ୍ରସଙ୍ଗକୁ ନେଇ ତାଳଚେର ଯୁବ କଂଗ୍ରେସ ପକ୍ଷରୁ ସୋମବାର ପୂର୍ବାହ୍ନରେ ତାଳଚେର ସାଉଥ ବଲଣ୍ଡାସ୍ଥିତ ଆଇଏନଟିୟୁସି ଶ୍ରମିକ ଭବନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିା। ତାଳଚେର ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଜିନେସ୍ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ବହୁ କର୍ମକର୍ତାଙ୍କ ସହ ରାଜ୍ୟ କଂଗ୍ରେସ ଦଳର ପଦାଧିକାରୀମାନେ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଇଂ ସସ୍ମିତା ବେହେରା ଯୋଗଦାନ କରି ରାଜ୍ୟ ସରକାରଙ୍କ ୧୭ବର୍ଷ…

"ସରକାର ବିଫଳତା ଓ ବେକାରୀ ସମସ୍ୟାକୁ ନେଇ ଯୁବ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ"

ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର

ତାଳଚେର,୧୧/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା):ତାଳଚେରସ୍ଥିତ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମୁ୍ୟନିସିପାଲିଟି ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଂଚଳରେ ଥାଲାସେମିଆ, ସିକ୍ଲିନ୍ ଓ ରକ୍ତ ହୀନତା ରୋଗୀଙ୍କ ପାଇଁ ରକ୍ତର ଅଭାବ ରହୁଥିବାରୁ ଅନୁଷ୍ଠାନ ପକ୍ଷରୁ ଏପରି ରକ୍ତ ଦାନ ଶିବରର ଆୟୋଜନ କରାଯାଇ ରୋଗୀ ମୁହଁରେ ହସ ଫୁଟାଇବା ଉଦ୍ୟମ କରାଯାଉଛି ବୋଲି ସମିତି ପକ୍ଷରୁ କୁହାଯାଇଛି । ଆୟୋଜିତ ଶିବିରକୁ ଆବାହକ କମଳ ଲୋଚନ ପତି ଶକ୍ତି କୁମାର ସାହୁ, ବିରଂଚି ନାରାୟଣ ଦାସ ସଂଗଠନ ସଂଯୋଜକ କିଶୋର ଚନ୍ଦ୍ର ସାମନ୍ତ, ଜିଲ୍ଲା ରେଡ୍କ୍ରସର ବରିଷ୍ଠ ସଦସ୍ୟ ବଳରାମ ପତି, ଅଧ୍ୟାପକ…

"ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର"

ଗ୍ରାମଦେବୀଙ୍କୁ ସ୍ଥାପନା,ନିଯୁକ୍ତି ଆଦି ଦାବୀରେ ଗୋପାଳପ୍ରସାଦବାସୀଙ୍କ ଧାରଣା

ତାଳଚେର,୧୧/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏମ୍.ସି.ଏଲ ଦ୍ୱାରା ଗୋପାଳପ୍ରସାଦ ଗ୍ରାମଦେବୀଙ୍କୁ କୋଇଲାଗଦାରେ ପୋତି ଦିଆଯିବା ପ୍ରତିବାଦରେ ତଥା ଖଣି କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ଏବଂ ଥଇଥାନ ଦାବୀରେ ଗୋପାଳ ପ୍ରସାଦ ଗ୍ରାମବାସୀଙ୍କ ପକ୍ଷରୁ ହିଙ୍ଗୁଳା କୋଇଲାଖଣି ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ୩ୟ ଦିନରେ ପହଂଚିଛି। ଦାବୀ ପୂରଣ ନେଇ ଗତ ୬ତାରିଖରୁ ଗ୍ରାମବାସୀଙ୍କ ପକ୍ଷରୁ ହିଙ୍ଗୁଳା ଖଣିବନ୍ଦ ଆନ୍ଦୋଳନ କରାଯାଇଥିବାବେଳେ ପ୍ରଶାସନର ଅନୁରୋଧ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ତେବେ କାର୍ଯ୍ୟାଳୟ ସମ୍ମୁଖରେ ଗତ ୯ତାରିଖରୁ ଶାନ୍ତିପୂର୍ଣ୍ଣଭାବେ ଏହି ଗଣଧାରଣା ଦିଆଯାଉଛି ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। ପ୍ରକାଶଯୋଗ୍ୟ,ଏମ୍.ସି.ଏଲ ଦ୍ୱାରା ଏହି ଗ୍ରାମର ଜମି ୩ଟି ପର୍ଯ୍ୟାୟରେ ଅଧିଗ୍ରୁହିତ ହୋଇଛି। ଗ୍ରାମର ପ୍ରାୟ…

"ଗ୍ରାମଦେବୀଙ୍କୁ ସ୍ଥାପନା,ନିଯୁକ୍ତି ଆଦି ଦାବୀରେ ଗୋପାଳପ୍ରସାଦବାସୀଙ୍କ ଧାରଣା"

ଜୁନ ୧୭ ଓ ୨୪ ତାରିଖରେ ୨ ଘଂଟା ପାଇଁ ହେବ ଅର୍ଥନୈତିକ ଅବରୋଧ

ତାଳଚେର,୧୦/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଗଣତନ୍ତ୍ର ରାଷ୍ଟ୍ରରେ ନିଜର ନ୍ୟାର୍ଯ୍ୟ ଦାବି ପାଇଁ ଆନ୍ଦୋଳନ କରିବା ଏକ ସାମାଜିକ ଅଧିକାର। ଏହି ପରିପ୍ରେକ୍ଷୀରେ ଏକ ଅର୍ଥନୈତିକ ଅବରୋଧର ଡାକରା ଦିଆଯାଇଛି। ଚଳିତ ମାସ ୧୭ ତାରିଖ ଓ ୨୪ତାରିଖରେ ଦୁଇ ଦିନ ଧରି ୨ ଘଂଟା ପାଇଁ ବିଭିନ୍ନ ସ୍ଥାନମାନଙ୍କରେ ଅର୍ଥନୈତିକ ଅବରୋଧ କରାଯିବ ବୋଲି ବିଜେଡି ନେତା ତଥା ପାଲଲହଡା ବିଧାୟକ ମହେଶ ସାହୁ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି। ବାର୍ଷିକ କୋଟି କୋଟି ଟଙ୍କା ତାଳଚେର ମାଟିରୁ ରୟାଲ୍ଟି ଆକାରରେ ନେଉଥିଲେ ମଧ୍ୟ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକ ତାଳଚେରବାସୀଙ୍କୁ ଅବହେଳା କରିଚାଲିଛି। ତାଳଚେର ଆଜି ପ୍ରଦୁଷଣରେ ଜର୍ଜରିତ ଏବଂ ଏହି ତାଳଚେର…

"ଜୁନ ୧୭ ଓ ୨୪ ତାରିଖରେ ୨ ଘଂଟା ପାଇଁ ହେବ ଅର୍ଥନୈତିକ ଅବରୋଧ"

ତାଳଚେରରେ “ସବକା ସାଥ ସବକା ବିକାଶ” ସମ୍ମିଳନୀ ଜୁନ୍ ୧୨ରେ

ତାଳଚେର,୧୦/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କେନ୍ଦ୍ର ସରକାରଙ୍କର ବିଗତ ୩ବର୍ଷର ସଫଳତାଗୁଡ଼ିକୁ ଲୋକଙ୍କ ନିକଟରେ ପହଂଚାଇବା ତଥା ଜନପ୍ରିୟ ବିକାଶମୁଖୀ ଯୋଜନା ଗୁଡ଼ିକୁ ପ୍ରଦର୍ଶିତ କରାଯିବା ଉଦ୍ଦେଶ୍ୟରେ  ରାଜ୍ୟର ବିଭିନ୍ନ ଅଂଚଳରେ “ସବ୍କା ସାଥ ସବ୍କା ବିକାଶ” ସମ୍ମିଳନୀ ମାନ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ତାଳଚେରରେ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି “ସବ୍କା ସାଥ ସବ୍କା ବିକାଶ” ସମ୍ମିଳନୀ। ଚଳିତ ଜୁନ୍ ମାସ ୧୨ତାରିଖ ଅପରାହ୍ନ ୪ଟାରେ ତାଳଚେର ହାଟତୋଟା ରୋଡ଼ର ବାଇପାସ ଛକ ନିକଟସ୍ଥ ପଡ଼ିଆଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏମ୍.ସି.ଏଲ .ର ସ୍ଥାନୀୟ ଜଗନ୍ନାଥ କ୍ଷେତ୍ର ସୈାଜନ୍ୟରେ ଆୟୋଜିତ ହେବାକୁ ଥିବା ଉକ୍ତ ବିକାଶ ସମ୍ମିଳନୀ ମାଧ୍ୟମରେ କୋଲ…

"ତାଳଚେରରେ “ସବକା ସାଥ ସବକା ବିକାଶ” ସମ୍ମିଳନୀ ଜୁନ୍ ୧୨ରେ"

ଶୈଳ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଲା ଦେବସ୍ନାନ ପୂର୍ଣ୍ଣିମା

ଅନୁଗୋଳ,୯/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଆଜି ଅନୁଷ୍ଠିତ ହୋଇଯାଇଛି । ସକାଳ ୭ଘଟିକା ସମୟରେ ତିନି ଠାକୁର ପ୍ରଭୁ ଜଗନ୍ନାଥ,ବଳଭଦ୍ର ଓ ଦେବୀ ସୁଭଦ୍ରା ଧାଡ଼ି ପହଣ୍ଡିରେ ଆସି ସ୍ନାନମଣ୍ଡପରେ ବିଜେ କରିଥିଲେ । ପହଣ୍ଡି ସେବକ,ଦଇତାପତି ଓ ମନ୍ଦିର ପୂଜକମାନଙ୍କ ଦ୍ୱାରା ବିଭିନ୍ନ ପୂଜାର୍ଚ୍ଚନା ପରେ ୧୦୮କଳସ ଜଳରେ ତିନି ଦିଅଁ ସ୍ନାନ କରିଥିଲେ । ଶଙ୍ଖ,ହରିବୋଲ,ହୁଳହୁଳି ଏବଂ ଏକ ମହାର୍ଘ୍ୟ ଭକ୍ତିପୂତ ପରିବେଶ ମଧ୍ୟରେ ଡି.ଆଇ,ଜି କବିତା ଜଲାନ ଜଳ ଓ ପୁଷ୍ପ ଛିଞ୍ଚନ କରିଥିବାବେଳେ ଜିଲ୍ଲାପାଳ ଅନିଲ କୁମାର ସାମଲ ଛେରାପହଁରା କାର୍ଯ୍ୟ କରିଥିଲେ । ପରେପରେ ୩ଠାକୁର ଗଜାନନ ବେଶରେ…

"ଶୈଳ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଲା ଦେବସ୍ନାନ ପୂର୍ଣ୍ଣିମା"

ବିଭିନ୍ନ ଦାବୀ ନେଇ କଣ୍ଢାଳବାସୀଙ୍କ ଦ୍ୱାରା ଖଣି ବନ୍ଦ ଆନ୍ଦୋଳନ

ତାଳଚେର,୮/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏମ୍.ସି.ଏଲ ଲିଙ୍ଗରାଜ ଏବଂ ଭୁବନେଶ୍ୱରୀ କୋଇଲାଖଣି ଦ୍ୱାରା କଣ୍ଢାଳ ଗ୍ରାମ ଆଂଶିକ ଅଧିଗ୍ରହଣ ଯୋଗୁଁ ଗ୍ରାମରେ ବିଭିନ୍ନ ସମସ୍ୟା ଦେଖାଯିବାସହ ଗ୍ରାମବାସୀଙ୍କ ଥଇଥାନ ଏବଂ ନିଯୁକ୍ତି ସମ୍ବନ୍ଧୀୟ ଦାବୀକୁ ଖଣି କର୍ତୃପକ୍ଷ ଅବହେଳା ପ୍ରଦର୍ଶନ କରିବା ଦାବୀରେ ଗୁରୁବାର ସକାଳୁ କଣ୍ଢାଳବାସୀଙ୍କ ଦ୍ୱାରା ଉଭୟ ଖଣିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଆରମ୍ଭ କରାଯିବା ସହ କୋଲ କୋରିଡର ରାସ୍ତାରେ କୋଇଲା ପରିବହନକୁ ସମ୍ପୂର୍ଣ୍ଣରୂପେ ବନ୍ଦ କରାଯାଇଛି। ଗ୍ରାମବାସୀଙ୍କୁ ନିଯୁକ୍ତି, ଉଚିତ କ୍ଷତିପୂରଣ ଓ ମୈାଳିକ ସମସ୍ୟା ପ୍ରତି ଖଣି କର୍ତୃପକ୍ଷ ଦୃଷ୍ଟି ଦେଉନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଆଜିକୁ ଦୀର୍ଘ ୨୦ବର୍ଷ ହେବ ଗ୍ରାମବାସୀଙ୍କ ତରଫରୁ ଏମ୍.ସି.ଏଲ…

"ବିଭିନ୍ନ ଦାବୀ ନେଇ କଣ୍ଢାଳବାସୀଙ୍କ ଦ୍ୱାରା ଖଣି ବନ୍ଦ ଆନ୍ଦୋଳନ"

ଛେଣ୍ଡିପଦା ହରିଡ଼ାଗୋଡ଼ାରେ ମାଓ ପୋଷ୍ଟର

ଅନୁଗୋଳ,୮/୬ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୁମ୍ଭିରାନାଳ ନିକଟସ୍ଥ ହରିଡ଼ାଗୋଡ଼ାଠାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଛେଣ୍ଡିପଦା ଥାନାଠାରୁ ମାତ୍ର ୨କି.ମି ଦୁରତ୍ୱରେ ହରିଡ଼ାଗୋଡ଼ାର ଏକ ଗଛରେ କଂଟା ସାହାଯ୍ୟରେ ଏହି ମାଓ ପୋଷ୍ଟର ଟଙ୍ଗା ଯାଇଥିବାର ଦେଖିବାକୁ ମିଳିଛି। ସମ୍ପ୍ରତି ଛେଣ୍ଡିପଦାରେ କୋଇଲାଖଣି ନିମନ୍ତେ ଜମି ଅଧିଗ୍ରହଣ ହେଉଥିବା ବେଳେ ଏହାକୁ ବିରୋଧ କରି ଏହି ପୋଷ୍ଟର ଲାଗିଥିବାର ଚର୍ଚ୍ଚା ହେଉଛି। ଏହି ପୋଷ୍ଟରରେ ଲାଲ ଅକ୍ଷରରେ ଲେଖାଯାଇଥିବା ଉକ୍ତିଗୁଡ଼ିକରେ ପ୍ରଥମେ ଲାଲ ସଲାମ ଲେଖାଯାଇ ନିଜ ମାଆ ମାଟିକୁ ବିକ୍ରୀ କରୁଥିବା ଲୋକଙ୍କୁ କ୍ଷମା ଦିଆଯିବ ନାହିଁ। ଯଦି ସରକାର,ପ୍ରଶାସନ କିମ୍ବା ପ୍ରଶାସନକୁ କେହି ସାହାଯ୍ୟ…

"ଛେଣ୍ଡିପଦା ହରିଡ଼ାଗୋଡ଼ାରେ ମାଓ ପୋଷ୍ଟର"