ଭରତପୁର ୟୁକୋ ବ୍ୟାଙ୍କରେ ୭୫ତମ ପ୍ରତିଷ୍ଠା ଦିବସ ପାଳିତ

ତାଳଚେର, ୭/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଭରତପୁର ଶାଖା ପକ୍ଷରୁ ୟୁକୋ ବ୍ୟାଙ୍କର ୭୫ତମ ପ୍ରତିଷ୍ଠା ଦିବସ ଶନିବାର ଦିନ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କ ପରିସରରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା। ଏଥିରେ ବ୍ୟାଙ୍କ ଶାଖା ପରିଚାଳକ ବିଶ୍ୱନାଥ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ପ୍ରଖ୍ୟାତ ଶିଳ୍ପପତି ଘନଶ୍ୟାମ ଦାସ ବିର୍ଲା ୧୯୪୩ ମସିହା ଜାନୁୟାରୀ ମାସ ୬ ତାରିଖ ଦିନ ୟୁକୋ ବ୍ୟାଙ୍କ ପ୍ରତିଷ୍ଠା ପ୍ରଦାନ କରାଯାଇଆସୁଛି ବୋଲି ଏହି ଅବସରରେ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ। ଏଥିସହିତ ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କୁ କ୍ୟାସଲେସ୍ ଟ୍ରାଞ୍ଜାକସନ୍, ଇ-ବ୍ୟାଙ୍କିଙ୍ଗ୍, ନେଟ୍ ବ୍ୟାଙ୍କିଙ୍ଗ୍, ମୋବାଇଲ ବ୍ୟାଙ୍କିଙ୍ଗ୍ ପରି ଅତ୍ୟାଧୁନିକ ଡିଜିଟାଲ୍ ସେବାର ବହୁଳ…

"ଭରତପୁର ୟୁକୋ ବ୍ୟାଙ୍କରେ ୭୫ତମ ପ୍ରତିଷ୍ଠା ଦିବସ ପାଳିତ"

ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ

ଅନୁଗୋଳ, ୭/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଜିଲ୍ଲାର ଜନଜାତିମାନଙ୍କ ମଧ୍ୟରେ ଥିବା କ୍ରୀଡ଼ା ପ୍ରତିଭାର ଅନ୍ୱେଷଣ ଓ ଏହାର ବିକାଶ ନିମନ୍ତେ ଏକ ୨ଦିନିଆ ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଅନୁଗୋଳ ଷ୍ଟାଡିୟମଠାରେ ଶନିବାର ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି। ଜିଲ୍ଲାପାଳ ଅନିଲ କୁମାର ସାମଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଆନୁଷ୍ଠାନିକଭାବେ ଏହାକୁ ଉଦଘାଟନ କରିଥିଲେ। ଜଣେ ଲେଖାଏଁ ସଫଳ ଓ ବୃତିଗତ କ୍ରୀଡ଼ାବିତ ହୋଇ ଜର୍ଗର ସହ ବଂଚିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ପ୍ରତିଯୋଗୀ ମାନଙ୍କୁ ଆହ୍ୱାନ କରିଥିଲେ। ନିଜ ମଧ୍ୟରେ ଥିବା ଅନ୍ତର୍ନିହିତ ଶକ୍ତିର ପରିପ୍ରକାଶ କରି ଜଣେ ଭଲ କ୍ରୀଡ଼ାବିତ ଭାବେ ଜିଲ୍ଲାର ସୁନାମ ବଜାୟ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।…

"ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ"

ଚାଳଗଡ଼ ତାରିଣୀ ମନ୍ଦିରର ୧୫ତମ ବାର୍ଷିକ ଉତ୍ସବ ପାଳିତ

ତାଳଚେର, ୬ /୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଘଂଟପଡ଼ା ପଂଚାୟତ ଅନ୍ତର୍ଗତ ଚାଳଗଡ଼ ଗ୍ରାମର ମା’ତାରିଣୀ  ମନ୍ଦିରର ୧୫ତମ ଜନ୍ମ ବାର୍ଷିକ ଉତ୍ସବ ମହାସମାରୋହରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଊପଲକ୍ଷେ ଶନିବାର ପୂର୍ବାହ୍ନରେ   ୫ଶହରୁ ଉର୍ଦ୍ଧ୍ୱ  ପୁରୁଷ ଓ ମହିଳା ଏକ ଶୋଭାଯାତ୍ରାରେ ଶିବ ମନ୍ଦିର ନିକଟସ୍ଥ ପୁଷ୍କରିଣୀରୁ କଳସରେ ଜଳ ଆଣି ଗ୍ରାମ ପରିକ୍ରମା ପୂର୍ବକ ମନ୍ଦିରଠାରେ ସ୍ଥାପନ କରିଥିଲେ । ଏହାପରେ ଏକ ସ୍ୱତନ୍ତ୍ର ହୋମ କରାଯାଇ ମା’ଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ଗ୍ରାମର ବରିଷ୍ଠ    ନାଗରିକ ଯଜ୍ଞକର୍ତାଭାବେ ଯୋଗ ଦେଇଥିଲେ । ଏହି ଉତ୍ସବରେ ବହୁ ସଂଖ୍ୟାରେ ଶ୍ରଦ୍ଧାୁ ଯୋଗ ଦେଇ ମା’ଙ୍କର ଆରାଧନା କରିଥିଲେ…

"ଚାଳଗଡ଼ ତାରିଣୀ ମନ୍ଦିରର ୧୫ତମ ବାର୍ଷିକ ଉତ୍ସବ ପାଳିତ"

ଏମ୍.ସି.ଏଲ ଅଧିଗ୍ରୁହିତ ରଙ୍ଗମାଟିଆ ଓ ଏକଡାଳ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

ତାଳଚେର, ୬/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏମ୍.ସି.ଏଲ ଦ୍ୱାରା ଅଧିଗ୍ରୁହିତ ତାଳଚେର ବ୍ଲକର ଏକଡାଳ ଓ ରଙ୍ଗମାଟିଆ ଗ୍ରାମର କ୍ଷତିଗ୍ରସ୍ତ ପ୍ରଜାଙ୍କୁ ମିଳି ପାରୁନାହିଁ କ୍ଷତିପୂରଣ ଏବଂ କରାଯାଉନି ଥଇଥାନ ବ୍ୟବସ୍ଥା। ଏ କ୍ଷେତ୍ରରେ ଏମ୍.ସି.ଏଲ କର୍ତ୍ତୃପକ୍ଷ ଏବଂ ପ୍ରଶାସନିକସ୍ତରରେ ବାରମ୍ବାର ବୈଠକ ଏବଂ ଆଲୋଚନା ଅନୁଷ୍ଠିତ ହୋଇସାରିଛି। କିନ୍ତୁ ଦିଆଯାଉଥିବା ପ୍ରତିଶ୍ରୁତିଗୁଡ଼ିକ କାଗଜ, କଲମରେ ସୀମିତ ରହୁଛି କୈାଣସି ସୁଫଳ ମିଳିନାହିଁ। ଏଣୁ ଉକ୍ତ ୨ଗ୍ରାମର କ୍ଷତିଗ୍ରସ୍ତ ପ୍ରଜାମାନେ ଚଳିତ ମାସ ୧୦ତାରିଖରେ ଭୂବନେଶ୍ୱରୀ, ଅନନ୍ତ ଏବଂ ଜଗନ୍ନାଥ ଖୋଲାମୁହାଁ କୋଇଲାଖଣି କାର୍ଯ୍ୟାଳୟରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ପ୍ରକାଶ ଥାଉକି, ତାଳଚେର ବ୍ଲକର ପଦ୍ମାବତୀପୁର ପଂଚାୟତ ଅନ୍ତର୍ଗତ ଏକଡାଳ ଏବଂ ବ୍ରଜନାଥପୁର ପଂଚାୟତ…

"ଏମ୍.ସି.ଏଲ ଅଧିଗ୍ରୁହିତ ରଙ୍ଗମାଟିଆ ଓ ଏକଡାଳ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ"

ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ତାଳଚେର, ୬/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ସରସ, ସୁନ୍ଦରଭାବେ ପାଳନ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଶନିବାର ଅପରାହ୍ନରେ ପଂଚାୟତ ସଭାଘରଠାରେ ଅନୁଷ୍ଠିତ ହୋଇଯାଇଛି। ତାଳଚେର ଉପଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୈାରଭ ପ୍ରଧାନ ବିଗତ ବର୍ଷର ବିବରଣୀ ପାଠ କରିଥିଲେ। ଏହି ଦିବସ ପରିପ୍ରେକ୍ଷୀରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ନିଷ୍ପତି ହୋଇଥିଲା। ଜାନୁଆରୀ ୨୫ତାରିଖ ପୂର୍ବାହ୍ନରେ ଏକ ଗଣ ଦୈାଡ଼ ତାଳଚେର ଷ୍ଟାଡିୟମଠାରୁ ଆରମ୍ଭ ହୋଇ ସହର ପରିକ୍ରମା ପୂର୍ବକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶେଷ ହେବ। ‘ଆମର…

"ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ"

ବିଧାୟକଙ୍କ ଦ୍ୱାରା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟିତ

ତାଳଚେର, ୫/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଗ୍ରାମୀଣ ପାନୀୟଜଳ ଯୋଗାଣ ପ୍ରକଳ୍ପ ଅଧିନରେ ତାଳଚେର ଷ୍ଟେସନ ସନ୍ନିକଟ ଘଂଟପଡ଼ା ପଂଚାୟତର ୧୮ନଂ ୱାର୍ଡ଼କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦଘାଟନୀ ଉତ୍ସବ ଶୁକ୍ରବାର ପୂର୍ବାହ୍ନରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଧାୟକ ଶ୍ରୀ ପ୍ରଧାନ ରାଜାଲାଇନ୍ ନିକଟସ୍ଥ ଉଦଘାଟନୀ ସ୍ଥଳୀରେ ପହଂଚିବାପରେ ୱାର୍ଡ଼ବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହାପରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ପ୍ରଧାନ କାର୍ଯ୍ୟକ୍ରମସ୍ଥଳୀରେ ପହଂଚି ଘଂଟପଡ଼ା ପଂଚାୟତର ସରପଂଚ ମନୋଜ ବେହେରା, ୧୮ନଂ ୱାର୍ଡ଼ ସଭ୍ୟା ସୁବାସିନୀ ପାତ୍ର, ଆର.ଡବ୍ଲ୍ୟୁ.ଏସ୍.ଏସ୍.ର କନିଷ୍ଠ ଯନ୍ତ୍ରୀ ଗୋରାଚାନ୍ଦ ରଥ, ବନ୍ତୋଲ ସରପଂଚ…

"ବିଧାୟକଙ୍କ ଦ୍ୱାରା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟିତ"

ଗରିବ ମହିଳା ରୋଗୀଙ୍କୁ ସହଯୋଗର ହାତ ବଢ଼ାଇଲେ ସମାଜସେବୀ

ତାଳଚେର, ୪/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଯୁବ ସମାଜସେବୀ ବାପି ମହାନ୍ତି ଜନୈକ ଗରିବ ମହିଳା ରୋଗୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ସୂଚନାରୁ ପ୍ରକାଶ, ତାଳଚେର ପୌରପରିଷଦର ୧୦ନମ୍ବର ୱାର୍ଡ଼ର ଲିଲି ବେହେରା (୪୨) ଆଜକୁ ୨୦ବର୍ଷରୁ ଉର୍ଦ୍ଧ୍ୱ ହେବ ଅନୁଗୋଳ ଜିଲ୍ଲାର ବନ୍ତଳା ଅଂଚଳରେ ବୈଦିକ ରୀତିରେ ବିବାହ କରିଥିଲେ। ତାଙ୍କର ୨ଟି ଝିଅ ଓ ଗୋଟିଏ ପୁଅ ହେବା ପରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଥିଲା। ସେବେଠାରୁ ସେ ଦୁଃଖ, ଦୁର୍ଦ୍ଦଶାରେ କାଳ କାଟୁଥିଲେ। ମୃତ ସ୍ୱାମୀଙ୍କର ରୋଜଗାର ଆଗରୁ ସେପରି ସ୍ୱଚ୍ଛଳ ନଥିଲା। ସ୍ୱାମୀ ଆରପାରିକୁ ଚାଲିଯିବା ପରେ ଲିଲିର ଶ୍ୱଶୁରଘର ଲୋକେ ବିଭିନ୍ନ ପ୍ରକାରର ନିର୍ଯ୍ୟାତନା ଦେବାରୁ ସେ…

"ଗରିବ ମହିଳା ରୋଗୀଙ୍କୁ ସହଯୋଗର ହାତ ବଢ଼ାଇଲେ ସମାଜସେବୀ"

ସିଙ୍ଗରାନି କୋଲିୟରୀ କମ୍ପାନୀ ଲିଃ ର କୋଇଲା ବ୍ଲକ କାର୍ଯ୍ୟ ନିମନ୍ତେ ବୈଠକ

ଅନୁଗୋଳ, ୪/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଥଳିପଶି, କରଡ଼ାବାହାଳ, କଶିଡିହ ଓ ବ୍ରାହ୍ମଣବିଲ ଗ୍ରାମର ୨୨୫୫.୫୦ ଏକର ଜାଗାରେ ତେଲେଙ୍ଗାନା ଓ ଭାରତ ସରକାରଙ୍କର ମିଳିତ ସହଯୋଗରେ ସିଙ୍ଗରାନି କୋଲିୟରୀ କମ୍ପାନୀ ଲିଃ କୋଇଲା ଉତୋଳନ କରିବାର କାର୍ଯ୍ୟକ୍ରମ ରହିଛି। ଅଧିଗ୍ରହଣ ହେବାକୁ ଥିବା ପ୍ରକଳ୍ପ ଅଂଚଳର ୧୮୯୬.୯୭ ଏକର ଜଙ୍ଗଲ ଜମି ହୋଇ ଥିବାବେଳେ ୩୫୮ ଏକର ହେଉଛି ୪ଟି ଗ୍ରାମର ଜମି ଏବଂ ୬୫ ଏକର ସରକାରୀ ଜମି ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବୈଷୟିକ ତାଲିକାଭୁକ୍ତ ସଂସ୍ଥା ଦ୍ୱାରା ସାମାଜିକ, ଅର୍ଥନୈତିକ ସର୍ଭେ କରାଯିବ। କମ୍ପାନୀ ତରଫରୁ ଉକ୍ତ ଗ୍ରାମଗୁଡ଼ିକରେ ୯୨ଟି ସ୍ଥାନରେ…

"ସିଙ୍ଗରାନି କୋଲିୟରୀ କମ୍ପାନୀ ଲିଃ ର କୋଇଲା ବ୍ଲକ କାର୍ଯ୍ୟ ନିମନ୍ତେ ବୈଠକ"

ଏରିଆ ଖବର’ର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବ ପାଳିତ

ତାଳଚେର,୩/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରରୁ ପ୍ରକାଶିତ ପାକ୍ଷିକ ସମ୍ବାଦପତ୍ର ‘ଏରିଆ ଖବର’ର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବ ସ୍ଥାନୀୟ ଦିଘି ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୂଖ୍ୟ ଅତିଥିଭାବେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଗୋରାଚାନ୍ଦ ରଥ,ସମ୍ମାନୀତ ଅତିଥିଭାବେ ଆଇଡ୍ରୀମ ପରିଚାଳନା ମହାବିଦ୍ୟାଳୟର ଅଧ୍ୟକ୍ଷ ଦିପ୍ତୀରଞ୍ଜନ ବିଶ୍ୱାଳ, ସ୍ୱେଚ୍ଛାସେବୀ ପୁଲିନ୍ ବିହାରୀ ନାୟକ ଯୋଗ ଦେଇଥିଲେ । ଅତିଥିଗଣ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ । ଏହାପରେ ‘ଏରିଆ ଖବର’ର ବାର୍ଷିକ ଉତ୍ସବ ଉପଲକ୍ଷେ ଏକ ସ୍ୱତନ୍ତ୍ର ସଂଖ୍ୟାକୁ ଅତିଥିଗଣ ଉନ୍ମୋଚନ କରିଥିଲେ । ମୂଖ୍ୟ ଅତିଥି ଶ୍ରୀ ରଥ ନିଜ ଅଭିଭାଷଣରେ ‘ଏରିଆ ଖବର’ରେ…

"ଏରିଆ ଖବର’ର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବ ପାଳିତ"

ଅନୁଗୋଳରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର

ଅନୁଗୋଳ, ୩/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମ୍ ଠାରେ ଏକ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅନିଲ କୁମାର ସାମଲ ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ଯୋଗ ଦେଇଥିଲେ। ଶିବିରରେ ଦାଖଲ ହୋଇଥିବା ମୋଟ ୨୬ଟି ଅଭିଯୋଗରୁ ୨୪ଟି ବ୍ୟକ୍ତିଗତ ଓ ୨ଟି ଗ୍ରାମ୍ୟ ଭିତିକ ସମସ୍ୟା ସମ୍ପର୍କିତ ଅଭିଯୋଗର ଶୁଣାଣି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୨ଜଣଙ୍କୁ ୨ହଜାର ଟଙ୍କା ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩ଜଣଙ୍କୁ ୧୪ହଜାର ଟଙ୍କାର ଆର୍ଥିକ ସହାୟତା ଚିକିତ୍ସା ନିମନ୍ତେ…

"ଅନୁଗୋଳରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର"