ମା’ହିଙ୍ଗୁଳା କ୍ରିକେଟ ଟୁର୍ଣ୍ଣାମେଂଟର ୪ର୍ଥ ଦିବସରେ ଏ.ସି.ସି, ଅନୁଗୋଳ ବିଜୟୀ

ତାଳଚେର, ୧୩/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଗୋପାଳପ୍ରସାଦଠାରେ ଚାଲିଥିବା ମା’ହିଙ୍ଗୁଳାକ୍ରିକେଟ ଟୁର୍ଣ୍ଣାମେଂଟର ୪ର୍ଥ ଦିବସରେ ମ୍ୟାଚ୍ ପାୟୋନିୟର କ୍ଲବ, ପୁରୀ ଏବଂ ଏ.ସି.ସି, ଅନୁଗୋଳ ମଧ୍ୟରେ ଖେଳାଯାଇଥିଲା। ଏ.ସି.ସି, ଅନୁଗୋଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୫ଓଭରରେ ୭ୱିକେଟ୍ ବିନିମୟରେ ୧୮୬ରନ୍ ସଂଗ୍ରହ କରିଥିଲା। ବିଷ୍ଣୁ ବେହେରାଙ୍କ ୫୨ ଏବଂ ସୁନିଲ ସାହୁଙ୍କ ୪୮ରନ୍ ର ଚିତାକର୍ଷକ ଇନିସିଂ ଖେଳିଥିଲେ। ଏହାର ଜବାବରେ ପାୟୋନିୟର କ୍ଲବ, ପୁରୀ ୨୨.୨ଓଭରରେ ୧୧୬ ରନ୍ କରି ସମସ୍ତ ୱିକେଟ ହରାଇଥିଲା। ଏହି ମ୍ୟାଚ୍ ରେ ଏ.ସି.ସି, ଅନୁଗୋଳ ବିଜୟୀ ହୋଇଥିଲା। ବିଷ୍ଣୁ ବେହେରା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଦୁର୍ଯ୍ୟୋଧନ ଗଡ଼ନାୟକ ଏବଂ…

"ମା’ହିଙ୍ଗୁଳା କ୍ରିକେଟ ଟୁର୍ଣ୍ଣାମେଂଟର ୪ର୍ଥ ଦିବସରେ ଏ.ସି.ସି, ଅନୁଗୋଳ ବିଜୟୀ"

ଗ୍ରାମବାସୀଙ୍କ ଦ୍ୱାରା ମରାମତି କାର୍ଯ୍ୟରେ ବାଧା ସୃଷ୍ଟି ବନ୍ଦ ହେବ ୩ହଜାର ମେଗାୱାଟ୍ ଏନ୍.ଟି.ପି.ସି କଣିହାଁ ବିଦ୍ୟୁତ କେନ୍ଦ୍ର !

ଅନୁଗୋଳ, ୧୩/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବାରମ୍ବାର କାର୍ଯ୍ୟ ବନ୍ଦ ଫଳରେ ଅନୁଗୋଳ ଜିଲ୍ଲା କଣିହାଁସ୍ଥିତ ୩ହଜାର ମେଗାୱାଟ ବିଶିଷ୍ଟ ଜାତୀୟ ତାପଜ ବିଦ୍ୟୁତ କେନ୍ଦ୍ର (ଏନ୍.ଟି.ପି.ସି)ପ୍ରକଳ୍ପ ବନ୍ଦ ହୋଇଯିବା ଅବସ୍ଥାରେ ପହଂଚିଛି। ଓଡ଼ିଶାର ସର୍ବବୃହତ ତଥା ଏନ୍.ଟି.ପି.ସି.ର ୨ୟ ବୃହତ ତାପଜ ବିଦ୍ୟୁତ କେନ୍ଦ୍ର, କଣିହାଁ ସ୍ଥାନୀୟ ଡେରେଙ୍ଗ ମଝି ସାହି ଗ୍ରାମର ଲୋକମାନଙ୍କ ଦ୍ୱାରା ଷ୍ଟେଜ-୨ ପାଉଁଶ ପୋଖରୀ ନିର୍ମାଣ ଏବଂ କାର୍ଯ୍ୟରେ ବାଧା, ଅବରୋଧ, ନିର୍ମାଣ କାର୍ଯ୍ୟ ଓ ମରାମତି କାର୍ଯ୍ୟ ବନ୍ଦ ଆଦି ଫଳରେ ଏନ୍.ଟି.ପି.ସି.ରୁ ବିଦ୍ୟୁତ ଶକ୍ତି ଉତ୍ପାଦନ ବନ୍ଦ ହେବା ଅବସ୍ଥାରେ ପହଂଚିଛି। ଗ୍ରାମବାସୀମାନେ ପାଉଁଶ ପୋଖରୀ ଭିତରକୁ ଅନଧିକୃତ ଭାବେ ପ୍ରବେଶ କରି ଗୁରୁତ୍ୱପୂର୍ଣ୍ଣ ମରାମତି…

"ଗ୍ରାମବାସୀଙ୍କ ଦ୍ୱାରା ମରାମତି କାର୍ଯ୍ୟରେ ବାଧା ସୃଷ୍ଟି ବନ୍ଦ ହେବ ୩ହଜାର ମେଗାୱାଟ୍ ଏନ୍.ଟି.ପି.ସି କଣିହାଁ ବିଦ୍ୟୁତ କେନ୍ଦ୍ର !"

କଳମଛୁଇଁ ଉପ୍ରା ସ୍କୁଲରେ ଚକ୍ଷୁ ପରୀକ୍ଷା ଶିବିର

ତାଳଚେର,୧୨/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚକ୍ଷୁ ପରୀକ୍ଷା ଓ ଚଷମା ବିତରଣ ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ନେତ୍ରଜ୍ୟୋତି ଅଭିଯାନ ଯୋଜନାରେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଏହି ଶିବିର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଅର୍ନ୍ତନିବେଶି ଶିକ୍ଷା ସଂଯୋଜକ ବିଜୟ କୁମାର ସାହୁ,ସମ୍ମାନୀତ ଅତିଥିଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତିଭା ବାରିକ,ସହ ଗୋଷ୍ଠୀ ଅଧିକାରୀ ଶ୍ରୀଧର ଉପାଧାୟ,ଗୋଷ୍ଠୀ ସାଧନ କର୍ମୀ ରଘୁନାଥ ବାରିକ ଓ ରେଣୁବାଳା ସାହୁ ପ୍ରମୁଖ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିଥିଲେ । ଏହି ଶିବିରରେ ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ,…

"କଳମଛୁଇଁ ଉପ୍ରା ସ୍କୁଲରେ ଚକ୍ଷୁ ପରୀକ୍ଷା ଶିବିର"

ବଡ଼ଯୋରଡାରେ ଶ୍ରୀରାମ ଚରିତ ମାନସ ପାରାୟଣ

ତାଳଚେର, ୧୨/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ବଡ଼ଯୋରଡା ଗ୍ରାମରେ ୨୨ତମ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୀତାରାମ ସେବାସଂଘର ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଚଳିତ ମାସ ୩ ତାରିଖରୁ ଆରମ୍ଭ ହୋଇ ୯ଦିନ ଧରି ଅନୁଷ୍ଠିତ ହୋଇଥିଲା। ପ୍ରତି ଦିନ ନିତ୍ୟ ପୂଜା ବିଧି, ମଙ୍ଗଳ ଆରତୀ, ଗୀତ ଗୋବିନ୍ଦ ପାଠ, ନାମ ସଂକୀର୍ତନ, ଯଜ୍ଞ କର୍ମ, ହନୁମାନ ଚାଳିଶା ପାଠ, ଶ୍ରୀରାମ ଚରିତ ମାନସ ପାରାୟଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଧୀରେନ୍ଦ୍ର କୁମାର ପତି ବ୍ୟାସ ରୂପେ ଅଧିଷ୍ଠିତ ହୋଇଥିବା ବେଳେ ନବଘନ ସାମନ୍ତ ପୂଜା ପାଠ ଓ ଆଚାର୍ଯ୍ୟ…

"ବଡ଼ଯୋରଡାରେ ଶ୍ରୀରାମ ଚରିତ ମାନସ ପାରାୟଣ"

ଯୁବ ସମାଜସେବୀ ସଙ୍ଗଠନ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ

ତାଳଚେର, ୧୨/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଯୁବ ସମାଜସେବୀ ସଙ୍ଗଠନ ପକ୍ଷରୁ ତାଳଚେର ପ୍ରେସ କ୍ଲବଠାରେ ଜାତୀୟ ଯୁବ ଦିବସ ପାଳନ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ତାଳଚେର କଲେଜର ପୂର୍ବତନ ଅଧ୍ୟାପକ ତୁଷାର ରଞ୍ଜନ ପାଲଟାସିଂ ଏବଂ ସଙ୍ଗଠନର ସଭାପତି ସ୍ୱାଧୀନ ଥମ୍ବ, ସଙ୍ଗଠନର ଆଇନ ପରାମର୍ଶଦାତା ତଥା ତାଳଚେର ଓକିଲ ସଂଘର ପୂର୍ବତନ ସଭାପତି ଦୟାସାଗର ମିଶ୍ର, ସଙ୍ଗଠନର ମୁଖ୍ୟ ଆବାହକ ଯଯାତୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ଜନ୍ନ ଜୟନ୍ତୀକୁ ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉ ଥିବାବେଳେ ଯୁବ ସମାଜସେବୀ ସଙ୍ଗଠନ, ତାଳଚେର ପକ୍ଷରୁ ଏହି ଦିବସକୁ ପାଳନ କରାଯିବା…

"ଯୁବ ସମାଜସେବୀ ସଙ୍ଗଠନ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ"

ତାଳଚେରରେ ଗଣ ଦୈାଡ଼ ନିମନ୍ତେ ପ୍ରସ୍ତୁତି ବୈଠକ

ତାଳଚେର, ୧୨/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରରେ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଏକ ଗଣ ଦୈାଡ଼ ଚଳିତ ମାସ ୨୫ତାରିଖରେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆୟୋଜିତ ହେବ। ଏହି ଗଣ ଦୈାଡ଼ର ସଫଳ ରୂପାୟନ ନିମନ୍ତେ ଏକ ବୈଠକ ତାଳଚେର ଉପଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ‘ଆମର ଲକ୍ଷ୍ୟ ପ୍ରଦୁଷଣମୁକ୍ତ ତାଳଚେର’ବୋଲି ଏହି ଗଣଦୈାଡ଼ର ବାର୍ତ୍ତା ରହିଛି। ଏଥିରେ ଭାଗ ନେବାକୁ ଚାହୁଁଥିବା ପ୍ରତିଭାଗୀମାନେ ଚଳିତ ମାସ ୨୨ତାରିଖ ସୁଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ନାମ ପଞ୍ଜିକୃତ କରିପାରିବେ। ୧ମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ୧୫ଶହ ଟଙ୍କା, ୨ୟ ଙ୍କୁ ୧ହଜାର, ୩ୟଙ୍କୁ ୭ଶହ ୫୦ଟଙ୍କା,…

"ତାଳଚେରରେ ଗଣ ଦୈାଡ଼ ନିମନ୍ତେ ପ୍ରସ୍ତୁତି ବୈଠକ"

ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉଦଯାପିତ

ତାଳଚେର, ୧୧/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ସାଉଥବଲଣ୍ଡାସ୍ଥିତ ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟର ୨୩ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ବୁଧବାର ଦିନ କଲେଜ ପରିସରରେ ଉଦଯାପିତ ହୋଇଯାଇଛି। ଗତ ୯ତାରିଖ ଦିନ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ତାଳଚେର ବିଧାୟକ ତଥା କଲେଜ ପରିଚାଳନା ସମିତିର ସଭାପତି ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କ୍ରୀଡ଼ା ଓ ଯୋଗର ମହତ୍ୱ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ୨ ଦିନ ଧରି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୋଟ ୨୪ଟି ବିଭାଗରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ବାଳକ ବିଭାଗରେ ଯୁକ୍ତ ୩ର ଛାତ୍ର ଚନ୍ଦନ ପ୍ରସାଦ ଓ ଯୁକ୍ତ୨ର ଛାତ୍ରୀ ସୁଭଦ୍ରା ବିଶ୍ୱାଳ ବାଳିକା ବିଭାଗରେ ଚାମ୍ପିୟାନ…

"ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉଦଯାପିତ"

ରାସ୍ତାରୁ ଅପରିପକ୍ୱ ଶିଶୁ ଭ୍ରୁଣ ଉଦ୍ଧାର

ଅନୁଗୋଳ, ୧୧/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା କଣିହାଁ ଥାନା ନିକଟସ୍ଥ ରାସ୍ତାରେ ଗୁରୁବାର ସକାଳେ ଏକ ପଲିଥିନରେ ଗୁଡ଼ା ଅପରିପକ୍ୱ ଶିଶୁ ଭ୍ରୁଣ ପଡ଼ିଥିବାର ଲକ୍ଷ୍ୟ କରାଯାଇଥିଲା। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଜାଣିବାପରେ କଣିହାଁ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ଭ୍ରୁଣଟିକୁ ଉଦ୍ଧାର କରିବାସହ ତାହା ଶିଶୁ ପୁତ୍ରର ଅବା କନ୍ୟା ଭ୍ରୁଣ ପରୀକ୍ଷା କରିବା ନିମନ୍ତେ ତାଳଚେର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। ତେବେ କେହି ଜଣେ ଗାଡ଼ିରେ ଗଲା ସମୟରେ ପଲିଥିନ ଗୁଡ଼ା ଉକ୍ତ ଅପରିପକ୍ୱ ଶିଶୁ ଭ୍ରୁଣଟିକୁ ଫିଙ୍ଗି ଦେଇଥିବାର ସ୍ଥାନୀୟ ଅଂଚଳରେ ଆଲୋଚନା ହେଉଛି। ଏହା କୁମାରୀ ମାତୃତ୍ୱ ଅବା ଅବୈଧ ସମ୍ପର୍କର ପରିଣାମ…

"ରାସ୍ତାରୁ ଅପରିପକ୍ୱ ଶିଶୁ ଭ୍ରୁଣ ଉଦ୍ଧାର"

ତାଳଚେର ଥର୍ମାଲ ପକ୍ଷରୁ ବହୁଭାଷୀ କବି ସମ୍ମିଳନୀ

ତାଳଚେର, ୧୧/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି ତାଳଚେର ଥର୍ମାଲ ଠାରେ ଗତ ୧୦ତାରିଖରେ ବହୁଭାଷୀ କାବ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଗତ ୩ବର୍ଷ ଧରି ନିରବଚ୍ଛିନ୍ନ ଭାବେ ତାଳଚେର ଥର୍ମାଲ ତରଫରୁ ଏପରି ବହୁଭାଷୀ କାବ୍ୟ ସମ୍ମିଳନୀର ଆୟୋଜନ କରାଯାଉଥିବା ବେଳେ ଚଳିତ ଥର ମଧ୍ୟ ହିନ୍ଦୀ, ଓଡ଼ିଆ, ଇଂରାଜୀ ଆଦି ଭାଷାରେ ସ୍ଥାନୀୟ କବିମାନେ ସ୍ୱରଚିତ କବିତାମାନ ପାଠ କରିଥିଲେ। ଏହି ସମ୍ମିଳନୀରେ ଏନ୍.ଟି.ପି.ସି, ସି.ଆଇ.ଏସ.ଏଫ୍, ଡିଏଭି ସ୍କୁଲ ଏବଂ ସ୍ଥାନୀୟ ଅଂଚଳର କବି ପ୍ରତିଭାମାନେ ଅଂଶଗ୍ରହଣ କରିଥିଲେ। ଏହି ସମ୍ମିଳନୀ ଅବସରରେ ତାଳଚେର ଥର୍ମାଲ ପକ୍ଷରୁ ପ୍ରକାଶ ପାଉଥିବା ତୈମାସିକ ହିନ୍ଦୀ ଇ.ପତ୍ରିକା ‘ଉତ୍କଳ ଜ୍ୟୋତି’ର ଉନ୍ମୋଚନ କରା ଯାଇଥିଲା। ଏଥିରେ…

"ତାଳଚେର ଥର୍ମାଲ ପକ୍ଷରୁ ବହୁଭାଷୀ କବି ସମ୍ମିଳନୀ"

ତାଳଚେର ବସ ମାଲିକ ସଂଘ ପକ୍ଷରୁ କମ୍ବଳ ବିତରଣ

ତାଳଚେର, ୧୧/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବସ ମାଲିକ ସଂଘ ପକ୍ଷରୁ ଦରିଦ୍ର ଲୋକଙ୍କୁ କମ୍ବଳ ବିତରଣ କରାଯାଇଛି। ସଂଘ ତରଫରୁ ତାଳଚେର ବସଷ୍ଟାଣ୍ଡ ଠାରେ ଗତ ୮ତାରିଖରେ ତାଳଚେର ବସ ମାଲିକ ସଂଘର ସଭାପତି ଇଂ ଶ୍ରୀକାନ୍ତ କୁମାର ପାଣି, ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ମଦନ ମୋହନ ମହାନ୍ତି, ସମାଜସେବୀ ବାପି ମହାନ୍ତି ଏବଂ ଅନ୍ୟ ସହୃଦୟ ବ୍ୟକ୍ତିଗଣ ଗରିବ ତଥା ଅସହାୟ ଲୋକଙ୍କୁ କମ୍ବଳ ବିତରଣ କରିଥିଲେ। ବର୍ତମାନ ତାଳଚେରରେ ଅନୁଭୂତ ହେଉଥିବା ପ୍ରବଳ ଶୀତ ଦାଉରୁ ଦରିଦ୍ର ତଥା ଅସହାୟ ଲୋକଙ୍କୁ ରକ୍ଷା କରିବା ନିମନ୍ତେ ଏପରି ସଂଘର ଏପରି ଉଦ୍ୟମକୁ ଭୂୟସୀ ପ୍ରଂଶସା କରାଯାଇଛି।

"ତାଳଚେର ବସ ମାଲିକ ସଂଘ ପକ୍ଷରୁ କମ୍ବଳ ବିତରଣ"