ଏମ୍.ସି.ଏଲ କର୍ମଚାରୀଙ୍କ ଆତ୍ମହତ୍ୟା

ତାଳଚେର, ୧୬/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ଏମ୍.ସି.ଏଲ୍ ଭରତପୁର କୋଇଲାଖଣିର ସାଇଲୋ ନିକଟରେ ଜନୈକ ଖଣି କର୍ମଚାରୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ କର୍ମଚାରୀଙ୍କ ନାମ ଦିଲ୍ଲୀପ କୁମାର ବିଶୋଇ(୫୪) ଏବଂ ସେ ଢେଙ୍କାନାଳ ଜିଲ୍ଲା ଭୂଷଣ ଥାନା ଅନ୍ତର୍ଗତ ବାଦୀବାହାଳ ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି। ତେବେ ସେ ଅନନ୍ତବିହାର କଲୋନୀସ୍ଥିତ କ୍ୱାର୍ଟରରେ ବାସ କରୁଥିଲେ। ସେ ଏମ୍.ସି.ଏଲ୍ ଅନନ୍ତ କୋଇଲା ଖଣିରେ ସେ ଫିଟର ଭାବରେ କାର୍ଯ୍ୟ କରୁଥିଲେ। କିଛି ଦିନ ପୂର୍ବେ ସେ ଡେପୁଟେସନରେ ଭରତପୁର ଖଣି ବଦଳି ହୋଇ ଆସିଥିଲେ। ମଙ୍ଗଳବାର ସକାଳେ ସେ ନିଜର ଉପସ୍ଥାନ ପକାଇ ନିଜ କର୍ମସ୍ଥଳୀକୁ ଯାଇଥିଲେ।…

"ଏମ୍.ସି.ଏଲ କର୍ମଚାରୀଙ୍କ ଆତ୍ମହତ୍ୟା"

ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ପ୍ରଦାନରେ ପ୍ରଶାସନିକ ଅବହେଳା

ତାଳଚେର, ୧୫/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସରକାର ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଜନହିତକାରୀ ଯୋଜନାରେ ସେମାନଙ୍କର ବିକାଶ ପାଇଁ ଉଦ୍ୟମ କରି ଆସୁଥିଲେ ମଧ୍ୟ କିଛି ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ତାହା ସମ୍ଭବ ହୋଇ ପାରୁନାହିଁ ବୋଲି ଅଭିଯୋଗ ହୋଇଛି। ତାଳଚେର ବ୍ଲକର ଗୁରୁଜାଙ୍ଗ ଗ୍ରାମର ୬ଜଣ ବୃଦ୍ଧବୃଦ୍ଧା ନିଜର ପରିଣତି ବୟସରେ ଭତା ପାଇବା ନିମନ୍ତେ ଆବଶ୍ୟକୀୟ ଆବେଦନ କରିବାପରେ ସେମାନଙ୍କ ଭତା ମଞ୍ଜୁର ହୋଇପାରିନାହିଁ। କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ି ନିରାଶ ହୋଇ ଗୁରୁଜାଙ୍ଗ ଗ୍ରାମର ଜଣେ ସହୃଦୟ ବ୍ୟକ୍ତି ନିରୋଦ ପାଣିଙ୍କ ସହାୟତାରେ ସେମାନଙ୍କର ଦୁଃଖଭରା ଅଭିଯୋଗ ଉପ-ଜିଲ୍ଲାପାଳଙ୍କ ଆଗରେ ପ୍ରକାଶ କରିଥିଲେ। ସେମାନଙ୍କ ମଧ୍ୟରୁ ଭିନ୍ନକ୍ଷମ ବ୍ୟକ୍ତି କେଳା…

"ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ପ୍ରଦାନରେ ପ୍ରଶାସନିକ ଅବହେଳା"

ସଂଗ୍ରାମ କେଶରୀ ପୃଷ୍ଟିଙ୍କୁ ‘ ତ୍ରିଧାରା ଶିଶୁ ସାହିତ୍ୟ’ ସମ୍ମାନ

ଅନୁଗୋଳ, ୧୫/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବିଶିଷ୍ଟ ଶିଶୁ ସାହିତ୍ୟିକ, ଫିଚର, ତଥା ସ୍ତମ୍ଭ ଲେଖକ ସଂଗ୍ରାମ କେଶରୀ ପୃଷ୍ଟିଙ୍କୁ ‘ ତ୍ରିଧାରା ଶିଶୁ ସାହିତ୍ୟ’ ସମ୍ମାନରେ ସମ୍ମାନିତ କରାଯାଇଛି। ଗତ ମକର ସଂକ୍ରାନ୍ତି ଉପଲକ୍ଷେ ଅନୁଗୋଳ ଜିଲ୍ଲା ବଇଣ୍ଡାସ୍ଥିତ ତ୍ରିଧାରା ସାହିତ୍ୟ ସଂସଦ ଓ ଜିଲ୍ଲା ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ସାମ୍ବତ୍ସରିକ ଉତ୍ସବରେ ଅନୁଗୋଳ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପଫେସର ଶାନ୍ତନୁ କୁମାର ସର ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ପୃଷ୍ଟିଙ୍କୁ ଉପଢୈାକନ, ଅଙ୍ଗବସ୍ତ୍ର ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ। ସଂସଦର ସଭାପତି ବିରଂଚି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ କବୟତ୍ରୀ ଡ.ଇନ୍ଦିରା ଦାଶ ଏବଂ କବି…

"ସଂଗ୍ରାମ କେଶରୀ ପୃଷ୍ଟିଙ୍କୁ ‘ ତ୍ରିଧାରା ଶିଶୁ ସାହିତ୍ୟ’ ସମ୍ମାନ"

ସମାଜସେବୀଙ୍କ ଦ୍ୱାରା ମୁର୍ମୁଷ ଯୁବକ ଉଦ୍ଧାର ଏବଂ ଡାକ୍ତରଖାନାରେ ଭର୍ତ୍ତି

ତାଳଚେର, ୧୫/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମୁର୍ମୂଷ ଅବସ୍ଥାରେ ରାସ୍ତା ପାଶ୍ୱର୍ରେ ପଡିଥିବା ଜନୈକ ଯୁବକଙ୍କୁ ସମାଜସେବୀ କ୍ଷୀରୋଦ ସାହୁ ଉଦ୍ଧାର କରି ତାଙ୍କୁ ତୁରନ୍ତ ୧୦୮ଆମ୍ବୁଲାନ୍ସରେ ତାଳଚେର ଡାକ୍ତରଖାନାରେ ଚିକିତ୍ସିତ କରାଇଛନ୍ତି। ସୂଚନାରୁ ପ୍ରକାଶ, ତାଳଚେର ନିକଟସ୍ଥ ସରାଙ୍ଗ ଆଇ.ଜି.ଆଇ.ଟି ସ୍ୱପ୍ନେଶ୍ୱର ମନ୍ଦିର ସମ୍ମୁଖସ୍ଥ ଜାତୀୟ ରାଜପଥ ୧୪୯ ପାଶ୍ୱର୍ରେ ପ୍ରାୟ ୩୦ବର୍ଷ ବୟସର ଜଣେ ଅଚିହ୍ନା ଯୁବକ ବୁଦୁବୁଦିଆ ଜଙ୍ଗଲରେ ପଡ଼ି ରହିଥିଲେ ଏବଂ ଯୁବକଙ୍କ ପାଖରେ ଏକ ସାଇକେଲ ମଧ୍ୟ ପଡିଥିଲା। ତେବେ ଉକ୍ତ ରାସ୍ତା ଦେଇ ସମାଜସେବୀ ଶ୍ରୀ ସାହୁ ପରଜଙ୍ଗ ଆଡକୁ ଯାଉଥିବା ବେଳେ ଏହା ଦେଖି ତୁରନ୍ତ ଅଚିହ୍ନା ବ୍ୟକ୍ତିକୁ ଉଦ୍ଧାର କରିବା ସହିତ ଏ ସମ୍ପର୍କରେ…

"ସମାଜସେବୀଙ୍କ ଦ୍ୱାରା ମୁର୍ମୁଷ ଯୁବକ ଉଦ୍ଧାର ଏବଂ ଡାକ୍ତରଖାନାରେ ଭର୍ତ୍ତି"

ସମଲ ମୁଣ୍ଡା ହଟିଂର ଶତାଧିକ ଶ୍ରମିକ ଲେବର କାର୍ଡ଼ରୁ ବଂଚିତ

ଅନୁଗୋଳ, ୧୫/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କଣିହାଁ ବ୍ଲକ ଅନ୍ତର୍ଗତ ସମଲ ମୁଣ୍ଡା ହଟିଂରେ ବାସ କରୁଥିବା ପ୍ରାୟ ୧୫୦ଜଣ ଖଟିଖିଆ ଶ୍ରମିକ ବାସ କରୁଥିବା ବେଳେ ସେମାନଙ୍କୁ ଅଦ୍ୟାବଧି ଲେବର କାର୍ଡ଼ ମିଳିପାରିନାହିଁ। ପ୍ରତ୍ୟେକ ଦିନ ସେମାନେ କଠିନ ପରିଶ୍ରମ କରି ପରିବାର ପ୍ରତିପୋଷଣ କରିଥାନ୍ତି। ସରକାରଙ୍କ ତରଫରୁ ବିଭିନ୍ନ ଶ୍ରମିକଙ୍କୁ ଜବ୍ ଲେବର କାର୍ଡ଼ ପ୍ରଦାନ କରାଯାଉଛି। ଲେବର କାର୍ଡ଼ ପାଇବା ନିମନ୍ତେ ଅନେକ ବାର ଶ୍ରମ କାର୍ଯ୍ୟାଳୟକୁ ଆସି ଆବେଦନ କରିଥିଲେ ସୁଦ୍ଧା କୈାଣସି ସୁଫଳ ମିଳିନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏଣୁ ଲେବର କାର୍ଡ଼ ମାଧ୍ୟମରେ ମିଳୁଥିବା ବିଭିନ୍ନ ସୁବିଧାରୁ ସେମାନେ ବଂଚିତ ହେଉଛନ୍ତି। ଶ୍ରମ କାର୍ଯ୍ୟାଳୟକୁ ଅନେକବାର…

"ସମଲ ମୁଣ୍ଡା ହଟିଂର ଶତାଧିକ ଶ୍ରମିକ ଲେବର କାର୍ଡ଼ରୁ ବଂଚିତ"

ପବିତ୍ର ମକର ସଂକ୍ରାନ୍ତିରେ ହିଙ୍ଗୁଳା ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ତାଳଚେର, ୧୪/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ତାଳଚେର ବ୍ଲକର ଗୋପାଳପ୍ରସାଦସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପୀଠରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ପରିଲକ୍ଷିତ ହୋଇଥିଲା। ଏହି ପବିତ୍ର ଦିବସ ଅବସରରେ ମା’ଙ୍କ ଦର୍ଶନ କରି ତାଙ୍କ କୃପା ଲାଭ କରିବା ନିମନ୍ତେ ରବିବାର ପ୍ରତ୍ୟୁଷରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇଥିଲେ। ଭକ୍ତମାନେ ଧାଡି ବାନ୍ଧି ଶୃଙ୍ଖଳାର ସହ ମା’ଙ୍କର ଏହି ଦୁର୍ଲ୍ଲଭ ଦର୍ଶନ କରିଥିଲେ। ଭକ୍ତମାନଙ୍କ ହରିବୋଲ, ହୁଳହୁଳି ଶବ୍ଦରେ ସମଗ୍ର ଅଂଚଳରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା। ଏହି ଉପଲକ୍ଷେ ମା’ଙ୍କ ପୀଠରେ ଏକ ଯଜ୍ଞର ଆୟୋଜନ କରାଯାଇଥିଲା। ଭକ୍ତମାନଙ୍କ ନିମନ୍ତେ ମନ୍ଦିର ପ୍ରଶାସନ ପକ୍ଷରୁ…

"ପବିତ୍ର ମକର ସଂକ୍ରାନ୍ତିରେ ହିଙ୍ଗୁଳା ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼"

ଗୋପବନ୍ଧୁ ଅନ୍ଧ କଲ୍ୟାଣ ସମିତି ପକ୍ଷରୁ ଭିନ୍ନକ୍ଷମଙ୍କୁ ଶୀତ ବସ୍ତ୍ର ବିତରଣ

ତାଳଚେର, ୧୪/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା):ପବିତ୍ର ମକର ସଂକ୍ରାନ୍ତି ଅବସରରେ ଉତ୍କଳମଣି ଗୋପବନ୍ଧୁ ଅନ୍ଧ କଲ୍ୟାଣ ସମିତି ପକ୍ଷରୁ ୩୭ତମ ଶୀତ ବସ୍ତ୍ର ବିତରଣ କାର୍ଯ୍ୟକ୍ରମ ତାଳଚେର ବ୍ଲକ କଳମଛୁଇଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ୍ ଦୈତାରୀ ସାହୁ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥିଭାବେ ଗୋପବନ୍ଧୁ ଦରିଦ୍ର କଲ୍ୟାଣ ସମିତିର ସଭାପତି ଚକ୍ରଧର ପ୍ରଧାନ, ମୁଖ୍ୟ ବକ୍ତାଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଦୁଃଖବନ୍ଧୁ ସାହୁ, ସମ୍ମାନୀତ ଅତିଥିଭାବେ କଳମଛୁଇଁ ସମିତି ସଭ୍ୟା କୁମୁଦିନୀ ସାହୁ, ଶିକ୍ଷାବିତ୍ ଦିବାକର ବାରିକ, କଳମଛୁଇଁ ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କୈଳାସିନୀ ପାନ୍ନା, ସମାଜସେବୀ ଜଗବନ୍ଧୁ ବାରିକ, ଫକୀର ମୋହନ…

"ଗୋପବନ୍ଧୁ ଅନ୍ଧ କଲ୍ୟାଣ ସମିତି ପକ୍ଷରୁ ଭିନ୍ନକ୍ଷମଙ୍କୁ ଶୀତ ବସ୍ତ୍ର ବିତରଣ"

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଏବଂ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ

ଅନୁଗୋଳ, ୧୪/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଗତ ୧୨ତାରିଖ ଦିନ ଜାତୀୟ ଯୁବ ଦିବସ ପାଳନ ଅବସରରେ ଆଠମଲ୍ଲିକ ସ୍ଥିତ ମାଁ ମାଉଳୀ ଯୁବକ ସଂଘ, ବେଲାଦୁଲା ଏବଂ ନେହେରୁ ଯୁବ କେନ୍ଦ୍ର, ଅନୁଗୋଳର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଏବଂ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଯାଇଛି। ବେଲାଦୁଲା ଉ.ପ୍ରା ସ୍କୁଲରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥିଭାବେ ଆଠମଲ୍ଲିକ, ଡି.ଏଫ୍.ଓ ସମ୍ୟକ ସାମନ୍ତରା ଯୋଗଦାନ କରିଥିଲେ। ମୁଖ୍ୟ ଅତିଥିଙ୍କ ସମେତ ମାଁ ମାଉଳୀ ଯୁବକ ସଂଘର ସଦସ୍ୟ, ବନ ବିଭାଗ କର୍ମଚାରୀ, ବେଲାଦୁଲା ଗ୍ରାମର ଯୁବଗୋଷ୍ଠୀ, ମହିଳା, ବାବା ସିଦ୍ଦେଶ୍ୱର କ୍ଲବ, ଗୈାତମପୁର, ବେଲାଦୁଲା ବିଦ୍ୟାଳୟ ଏବଂ ଅର୍ଜୁନ ବିଦ୍ୟାଳୟର ଶିକ୍ଷକମାନେ…

"ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଏବଂ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ"

ମା ହିଙ୍ଗୁଳା ପାଠାଗାର ପକ୍ଷରୁ ରଙ୍ଗୋଲି ପ୍ରତିଯୋଗିତା

ତାଳଚେର, ୧୩/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ କଳମଛୁଇଁ ପଂଚାୟତ ଅନ୍ତର୍ଗତ ମଝୀକାସ୍ଥିତ ମା ହିଙ୍ଗୁଳା ପାଠାଗାର ପକ୍ଷରୁ ଏକ ରଙ୍ଗୋଲି ପ୍ରତିଯୋଗିତା ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଆମ୍ବପାଳ ନତଡା ଉଚ୍ଚବିଦ୍ୟାଳୟ ପରିସରରେ ଆୟୋଜିତ ଏହି ପ୍ରତିଯୋଗିତାରେ ୨୫ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଚାରକ ଭାବରେ ପାଠାଗାରର ସଭାପତି ହାଡିବନ୍ଧୁ ପ୍ରଧାନ, ଶିକ୍ଷାବିତ୍ ଉମେଶ ସାହୁ ଓ ଅଖିଳ କୁମାର ସାହୁ ପ୍ରମୁଖ ଯୋଗ ଦେଇ କଳାକୃତିଗୁଡିକର ମୂଲ୍ୟାଙ୍କନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ନରେଶ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଏକ ପୁରସ୍କାର ବିତରଣୀ ସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥିଭାବରେ ହିଙ୍ଗୁଳା ନୋଡାଲ ହାଇସ୍କୁଲର ପ୍ରଧାନଶିକ୍ଷକ ଦୁଃଖବନ୍ଧୁ ସାହୁ,…

"ମା ହିଙ୍ଗୁଳା ପାଠାଗାର ପକ୍ଷରୁ ରଙ୍ଗୋଲି ପ୍ରତିଯୋଗିତା"

ମା’ହିଙ୍ଗୁଳା କ୍ରିକେଟ ଟୁର୍ଣ୍ଣାମେଂଟର ୪ର୍ଥ ଦିବସରେ ଏ.ସି.ସି, ଅନୁଗୋଳ ବିଜୟୀ

ତାଳଚେର, ୧୩/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଗୋପାଳପ୍ରସାଦଠାରେ ଚାଲିଥିବା ମା’ହିଙ୍ଗୁଳାକ୍ରିକେଟ ଟୁର୍ଣ୍ଣାମେଂଟର ୪ର୍ଥ ଦିବସରେ ମ୍ୟାଚ୍ ପାୟୋନିୟର କ୍ଲବ, ପୁରୀ ଏବଂ ଏ.ସି.ସି, ଅନୁଗୋଳ ମଧ୍ୟରେ ଖେଳାଯାଇଥିଲା। ଏ.ସି.ସି, ଅନୁଗୋଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୫ଓଭରରେ ୭ୱିକେଟ୍ ବିନିମୟରେ ୧୮୬ରନ୍ ସଂଗ୍ରହ କରିଥିଲା। ବିଷ୍ଣୁ ବେହେରାଙ୍କ ୫୨ ଏବଂ ସୁନିଲ ସାହୁଙ୍କ ୪୮ରନ୍ ର ଚିତାକର୍ଷକ ଇନିସିଂ ଖେଳିଥିଲେ। ଏହାର ଜବାବରେ ପାୟୋନିୟର କ୍ଲବ, ପୁରୀ ୨୨.୨ଓଭରରେ ୧୧୬ ରନ୍ କରି ସମସ୍ତ ୱିକେଟ ହରାଇଥିଲା। ଏହି ମ୍ୟାଚ୍ ରେ ଏ.ସି.ସି, ଅନୁଗୋଳ ବିଜୟୀ ହୋଇଥିଲା। ବିଷ୍ଣୁ ବେହେରା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଦୁର୍ଯ୍ୟୋଧନ ଗଡ଼ନାୟକ ଏବଂ…

"ମା’ହିଙ୍ଗୁଳା କ୍ରିକେଟ ଟୁର୍ଣ୍ଣାମେଂଟର ୪ର୍ଥ ଦିବସରେ ଏ.ସି.ସି, ଅନୁଗୋଳ ବିଜୟୀ"