ତାଳଚେର ଥର୍ମାଲ ପକ୍ଷରୁ ବହୁଭାଷୀ କବି ସମ୍ମିଳନୀ

ତାଳଚେର, ୧୧/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି ତାଳଚେର ଥର୍ମାଲ ଠାରେ ଗତ ୧୦ତାରିଖରେ ବହୁଭାଷୀ କାବ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଗତ ୩ବର୍ଷ ଧରି ନିରବଚ୍ଛିନ୍ନ ଭାବେ ତାଳଚେର ଥର୍ମାଲ ତରଫରୁ ଏପରି ବହୁଭାଷୀ କାବ୍ୟ ସମ୍ମିଳନୀର ଆୟୋଜନ କରାଯାଉଥିବା ବେଳେ ଚଳିତ ଥର ମଧ୍ୟ ହିନ୍ଦୀ, ଓଡ଼ିଆ, ଇଂରାଜୀ ଆଦି ଭାଷାରେ ସ୍ଥାନୀୟ କବିମାନେ ସ୍ୱରଚିତ କବିତାମାନ ପାଠ କରିଥିଲେ। ଏହି ସମ୍ମିଳନୀରେ ଏନ୍.ଟି.ପି.ସି, ସି.ଆଇ.ଏସ.ଏଫ୍, ଡିଏଭି ସ୍କୁଲ ଏବଂ ସ୍ଥାନୀୟ ଅଂଚଳର କବି ପ୍ରତିଭାମାନେ ଅଂଶଗ୍ରହଣ କରିଥିଲେ। ଏହି ସମ୍ମିଳନୀ ଅବସରରେ ତାଳଚେର ଥର୍ମାଲ ପକ୍ଷରୁ ପ୍ରକାଶ ପାଉଥିବା ତୈମାସିକ ହିନ୍ଦୀ ଇ.ପତ୍ରିକା ‘ଉତ୍କଳ ଜ୍ୟୋତି’ର ଉନ୍ମୋଚନ କରା ଯାଇଥିଲା। ଏଥିରେ…

"ତାଳଚେର ଥର୍ମାଲ ପକ୍ଷରୁ ବହୁଭାଷୀ କବି ସମ୍ମିଳନୀ"

ତାଳଚେର ବସ ମାଲିକ ସଂଘ ପକ୍ଷରୁ କମ୍ବଳ ବିତରଣ

ତାଳଚେର, ୧୧/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବସ ମାଲିକ ସଂଘ ପକ୍ଷରୁ ଦରିଦ୍ର ଲୋକଙ୍କୁ କମ୍ବଳ ବିତରଣ କରାଯାଇଛି। ସଂଘ ତରଫରୁ ତାଳଚେର ବସଷ୍ଟାଣ୍ଡ ଠାରେ ଗତ ୮ତାରିଖରେ ତାଳଚେର ବସ ମାଲିକ ସଂଘର ସଭାପତି ଇଂ ଶ୍ରୀକାନ୍ତ କୁମାର ପାଣି, ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ମଦନ ମୋହନ ମହାନ୍ତି, ସମାଜସେବୀ ବାପି ମହାନ୍ତି ଏବଂ ଅନ୍ୟ ସହୃଦୟ ବ୍ୟକ୍ତିଗଣ ଗରିବ ତଥା ଅସହାୟ ଲୋକଙ୍କୁ କମ୍ବଳ ବିତରଣ କରିଥିଲେ। ବର୍ତମାନ ତାଳଚେରରେ ଅନୁଭୂତ ହେଉଥିବା ପ୍ରବଳ ଶୀତ ଦାଉରୁ ଦରିଦ୍ର ତଥା ଅସହାୟ ଲୋକଙ୍କୁ ରକ୍ଷା କରିବା ନିମନ୍ତେ ଏପରି ସଂଘର ଏପରି ଉଦ୍ୟମକୁ ଭୂୟସୀ ପ୍ରଂଶସା କରାଯାଇଛି।

"ତାଳଚେର ବସ ମାଲିକ ସଂଘ ପକ୍ଷରୁ କମ୍ବଳ ବିତରଣ"

୬ ଦଫା ଦାବିରେ ଲକେଇପଶି ଗ୍ରାମବାସୀଙ୍କ ଖଣି ବନ୍ଦ ଆନ୍ଦୋଳନ

ତାଳଚେର, ୧୦/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା)- ତାଳଚେର ବ୍ଲକ ଡଅଁରା ପଂଚାୟତ ଅନ୍ତର୍ଗତ ଲକେଇପଶି ଗ୍ରାମବାସୀଙ୍କ ପକ୍ଷରୁ ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣ ଆଦି ଛଅ ଦଫା ଦାବିରେ ଏମ୍ସିଏଲ୍ ଭରତପୁର କୋଇଲା ଖଣିରେ ବନ୍ଦ ଆନ୍ଦୋଳନ କରା ଯାଇଛି। ଗ୍ରାମର ଶତାଧିକ ଆନ୍ଦୋଳନକାରୀ ବୁଧବାର ସକାଳୁ ଭରତପୁର କୋଇଲା ଖଣିର ଟାଇମ ଅଫିସ, ସିଏଚ୍ପି, ରେଲୱେ ସାଇଡିଙ୍ଗ୍ରେ ବସି ରହି ଆନ୍ଦୋଳନ କରିବାରୁ କୋଇଲା ଉତ୍ପାଦନ ଓ ପରିବହନ ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଥିଲା। ସୂଚନାରୁ ପ୍ରକାଶ ଯେ- ଲକେଇପଶି ଗ୍ରାମର ସମସ୍ତ ଜମିବାଡି ଓ ଘରଦ୍ୱାର ଏମ୍ସିଏଲ ଦ୍ୱାରା ୨୨/୧୦/ ୨୦୧୧ ମସିହାରୁ ଫୋର-ୱାନ(୪-୧) କରାଯାଇଅଛି। ମାତ୍ର ଅଦ୍ୟାବଧି ଗ୍ରାମବାସୀମାନଙ୍କୁ ନିଯୁକ୍ତି ଓ…

"୬ ଦଫା ଦାବିରେ ଲକେଇପଶି ଗ୍ରାମବାସୀଙ୍କ ଖଣି ବନ୍ଦ ଆନ୍ଦୋଳନ"

ଭାରିଯାନ ଧକ୍କାରେ ଠିକା କର୍ମଚାରୀଙ୍କ ମୃତ୍ୟୁ ନେଇ ଉତେଜନା ଏନ୍.ଟି.ପି.ସି କଣିହାଁ ଅଧିକାରୀଙ୍କୁ ମାରପିଟ ଅଭିଯୋଗ

ଅନୁଗୋଳ, ୧୦/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ତାଳଚେର କଣିହାଁ ଏନ୍.ଟି.ପି.ସି ନିକଟସ୍ଥ ଆମ୍ବପାଳ ଗ୍ରାମ ନିକଟରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକଙ୍କ ନାମ ବନ୍ଦିଆ ପ୍ରଧାନ ବୋଲି ଜଣା ପଡ଼ିଛି। ସେ ଆରକେଡି ନାମକ କମ୍ପାନୀରେ ଠିକା କର୍ମଚାରୀଭାବେ କାର୍ଯ୍ୟ କରୁଥିଲେ। ବୁଧବାର ସକାଳ ପ୍ରାୟ ୮ଟା ବେଳେ ସେ ଆମ୍ବପାଳ ଗ୍ରାମ ନିକଟସ୍ଥ ରାସ୍ତାରେ ଜେ.ଆଇ.ଟି.ପି.ଏଲ କମ୍ପାନୀରେ କୋଇଲା ପରିବହନ ପାଇଁ ନିୟୋଜିତ ଏକ ଟ୍ରକ ଧକ୍କାରେ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣାର ଖବରପାଇଁ ଏନ୍.ଟି.ପି.ସି କଣିହାଁ ପ୍ରକଳ୍ପର ଡିଜିଏମ୍ (ଏଚ୍ ଆର) ଜାକିର ଖାନ୍, ରାଜେନ୍ଦ୍ର ସାହୁ ଏବଂ ସନ୍ତୋଷ…

"ଭାରିଯାନ ଧକ୍କାରେ ଠିକା କର୍ମଚାରୀଙ୍କ ମୃତ୍ୟୁ ନେଇ ଉତେଜନା ଏନ୍.ଟି.ପି.ସି କଣିହାଁ ଅଧିକାରୀଙ୍କୁ ମାରପିଟ ଅଭିଯୋଗ"

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ ଆନ୍ଦୋଳନ

ତାଳଚେର, ୧୦/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବାଇପାସ ରାସ୍ତାର ଲିଟିଲ ଆଞ୍ଜେଲ ସ୍କୁଲ ନିକଟରେ ଏକ ଭ୍ୟାନ୍ ଏବଂ ସ୍କୁଟି ମଧ୍ୟରେ ସାମ୍ନାସାମ୍ନି ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଏବଂ ସ୍କୁଟି ଚାଳକ ଗୁରୁତର ଆହତ ହେବା ଘଟଣାକୁ ନେଇ ବୁଧବାର ଦିନ ତମାମ ସ୍ଥାନୀୟ ଶର୍ମାଛକ ଏବଂ ଦୁର୍ଘଟଣାସ୍ଥଳରେ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା। ଫଳରେ ସହର ଦେଇ ଯାଇଥିବା ମୁଖ୍ୟ ରାସ୍ତା ଉପରେ ଯାତାୟତ ଦୀର୍ଘ ଘଂଟା ଧରି ବାଧାପ୍ରାପ୍ତ ହୋଇଥିଲା। ସୂଚନାରୁ ପ୍ରକାଶ, ବାଘୁଆବୋଲ ଅଂଚଳର ମନ୍ତ୍ରୀ ନାଏକ(୫୦) ନିଜ ସ୍କୁଟି (ଓଡି-୩୫-୮୧୭୧) ରେ ବିଷ୍ଣୁ ମାଲୀ (୫୫)ଙ୍କୁ ପଛରେ ବସାଇ ବୁଧବାର ପୂର୍ବାହ୍ନ ୧୦ସମୟରେ ହାଣ୍ଡିଧୂଆ ଅଭିମୂଖେ…

"ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ ଆନ୍ଦୋଳନ"

ବରିଷ୍ଠ ନାଗରିକ ତ୍ରିଲୋଚନ ପ୍ରଧାନଙ୍କ ବିୟୋଗ

ତାଳଚେର, ୯/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ କଳମଛୁଇଁ ଗ୍ରାମ ଅନ୍ତର୍ଗତ ମଝୀକା ଗ୍ରାମର ବରିଷ୍ଠ ନାଗରିକ ତ୍ରିଲୋଚନ ପ୍ରଧାନଙ୍କ ୯୦ ବର୍ଷ ବୟସରେ ପରଲୋକ ହୋଇଯାଇଛି।। କିଛିଦିନ ଧରି ସେ ବାର୍ଦ୍ଧକ୍ୟଜନିତ ବ୍ୟାଧିରେ ପୀଡିତ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତିନି ପୁତ୍ର ପ୍ରଭାକର ପ୍ରଧାନ, ହାଡିବନ୍ଧୁ ପ୍ରଧାନ, କାଳନ୍ଦୀ ପ୍ରଧାନ, ପୁତ୍ରବଧୂ, ଝିଅଜୋଇଁ ତଥା ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ଜଣେ ସରଳ, ଧାର୍ମିକ ତଥା ପରୋପକାରୀ ବ୍ୟକ୍ତି ଭାବରେ ସେ ଆଖପାଖ ଅଂଚଳରେ ବେଶ୍ ପରିଚିତ ଥିଲେ। ତାଙ୍କ ବିୟୋଗରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା। ଗ୍ରାମ ଶ୍ମଶାନରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା।

"ବରିଷ୍ଠ ନାଗରିକ ତ୍ରିଲୋଚନ ପ୍ରଧାନଙ୍କ ବିୟୋଗ"

କବି କୃଷ୍ଣ ବେହେରାଙ୍କ ବଂଶଜ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅନୁଗୋଳ, ୯/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସ୍ଥାନୀୟ ଅଙ୍ଗାରବନ୍ଧସ୍ଥିତ ମହିମା ଟୁଙ୍ଗିଠାରେ ଚଉଦ ଅକ୍ଷରି ଭାଗବତ ରଚୟିତା କବି ୰ କୃଷ୍ଣ ବେହେରାଙ୍କ ବଂଶଜ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଗତ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ବନ୍ଧୁ ମିଳନ ଅବସରରେ କବି ୰ କୃଷ୍ଣ ବେହେରାଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। କବିଙ୍କ ଜୀବନୀ ଓ ତାଙ୍କ କାବ୍ୟ କୃତି ଉପରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା। ଉକ୍ତ ସଭାରେ ମୁଖ୍ୟ ଅତିଥିିଭାବେ ଯୋଗ ଦେଇ ସ୍ତମ୍ବାକାର ଆଡଭୋକେଟ ଗୋପାଳ ଚନ୍ଦ୍ର ନାଥ କବି କୃଷ୍ଣ ବେହେରାଙ୍କ ଲିଖିତ ଚଉଦ ଅକ୍ଷରି ଭାଗବତକୁ ଉଦ୍ଧାର କରି ତାର ପୁନଃ ପ୍ରକାଶ ପାଇଁ…

"କବି କୃଷ୍ଣ ବେହେରାଙ୍କ ବଂଶଜ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ"

ହିଙ୍ଗୁଳା ଯାତ୍ରା ଏବଂ ଲୋକ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ତାଳଚେର, ୯/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଗୋପାଳପ୍ରସାଦସ୍ଥିତ ମା’ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଏବଂ ୧୬ତମ ଲୋକ ମହୋତ୍ସବ ନିମନ୍ତେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ମଙ୍ଗଳବାର ପୂର୍ବାହ୍ନରେ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ତାଳଚେର ଉପଜିଲ୍ଲାପାଳ ତଥା ମ୍ୟାନେଜିଂ ଟ୍ରଷ୍ଟି ହିଙ୍ଗୁଳା ଯାତ୍ରା ଓ ଲୋକ ମହୋତ୍ସବ ମାର୍ଚ୍ଚ ମାସ ୩୦ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୭ତାରିଖରେ ସମାପିତ ହେବ। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏବଂ ଅନ୍ୟାନ୍ୟ ସଦସ୍ୟ ଏଥିରେ ଯୋଗ ଦେଇ ଏହି ଯାତ୍ରାତ୍ସୋବକୁ ମହାସମାରୋହରେ ପାଳନ କରାଯିବ ସେ ସମ୍ପର୍କରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଚଳିତ ବର୍ଷ ଏମ୍.ସି.ଏଲ ଲିଙ୍ଗରାଜ କ୍ଷେତ୍ର ୧୦ ଫୁଟ ସାମନା ଓ…

"ହିଙ୍ଗୁଳା ଯାତ୍ରା ଏବଂ ଲୋକ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ"

ମା’ଦକ୍ଷିଣକାଳିକା ମନ୍ଦିରର ଅଷ୍ଟାଦଶ ବାର୍ଷିକ ଜନ୍ମୋତ୍ସବ ପାଳିତ

ତାଳଚେର, ୮/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଘଂଟପଡ଼ା ଗ୍ରାମସ୍ଥିତ ମା’ଦକ୍ଷିଣକାଳିକା ମନ୍ଦିରର ଅଷ୍ଟାଦଶ ବାର୍ଷିକ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଗତ ୫ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ପାଳିତ ଏହି ୩ ଦିନିଆ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଗତ ୪ତାରିଖରେ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁମାନେ ଗ୍ରାମ ପୁଷ୍କରିଣୀରୁ କଳସରେ ଜଳ ଆଣି ଦେବୀ ପୀଠରେ ସ୍ଥାପନ କରିଥିଲେ। ୫ତାରିଖରେ ଯଜ୍ଞାରମ୍ଭ ହୋଇଥିଲା। କ୍ଷୀରୋଦ ଚନ୍ଦ୍ର ପ୍ରଧାନ ଯଜ୍ଞକର୍ତା ଭାବେ ଯୋଗ ଦେଇଥିଲେ। ସନ୍ଧ୍ୟାକାଳରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୬ତାରିଖରେ ରୁଦ୍ରାଭିଷେକ ରୁଦ୍ର ଯଜ୍ଞ ଅନୁଷ୍ଠିତ ହେବାସହ ଶ୍ରୀ ଶନିଦେବ ଏବଂ ସାଇଦେବଙ୍କର ନୂତ ବିଗ୍ରହ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ଶେଷ ଦିବସରେ…

"ମା’ଦକ୍ଷିଣକାଳିକା ମନ୍ଦିରର ଅଷ୍ଟାଦଶ ବାର୍ଷିକ ଜନ୍ମୋତ୍ସବ ପାଳିତ"

ତାଳଚେରରେ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି

ତାଳଚେର, ୮/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ପଂଚାୟତ ସମିତି ସଭା ଗୃହଠାରେ ସୋମବାର ପୂର୍ବାହ୍ନରେ ଏକ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଶିବିରରେ ପଞ୍ଜିକୃତ ମୋଟ ୧୩୭ଟି ଅଭିଯୋଗ ମଧ୍ୟରୁ ୧୨୨ଟି ବ୍ୟକ୍ତିଗତ ସମସ୍ୟା ଏବଂ ୧୫ଟି ସାମୁହିକ ସମସ୍ୟା ସମ୍ପର୍କିତ ଥିଲା। ସେହିପରି ତାଳଚେର ବ୍ଲକ ଗୁରୁଜାଙ୍ଗୁଲି ଗ୍ରାମର ଯୋଗୀ ନାଏକଙ୍କ ପୁତ୍ର ଗଜେନ୍ଦ୍ର ନାଏକଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୩ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଅତିରିକ୍ତ ଜିଲ୍ଳାପାଳ ଶ୍ରୀନାବସ ବେହେରା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ, ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର…

"ତାଳଚେରରେ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି"