ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ପୂଣ୍ୟ ତିଥି ପାଳିତ

ତାଳଚେର, ୧୩/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଓଡ଼ିଶାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ, ତାଳଚେର ଗଡ଼ଜାତ ଆନ୍ଦୋଳନର ମୁଖ୍ୟ ପୂରୋଧା ତଥା ମହାନ ବିପ୍ଲବୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ୩୧ତମ ପୂଣ୍ୟ ତିଥି ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବୁଧବାର ସକାଳେ ତାଳଚେର ବାଇପାସସ୍ଥିତ ପବିତ୍ର ମୋହନଙ୍କ ପ୍ରତିମୂର୍ତ୍ତୀରେ ପାଲଲହଡ଼ା ବିଧାୟକ ତଥା ଅନୁଗୋଳ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ମହେଶ ସାହୁ ଯୋଗ ଦେଇ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି ଭାଗ୍ୟରଥି ମହାପାତ୍ର, ପ୍ରଦୀପ ମହାରଣା, ସିତୀକାନ୍ତ ବାରିକ, ତପନ ମହାରଣା, ପ୍ରକାଶ ସାହୁ, ରବିନ୍ଦ୍ର ମହାରଣା, ଗବେଷକ ଡ.ମହେଶ୍ୱର ପ୍ରଧାନ, ଆଇନଜୀବୀ…

"ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ପୂଣ୍ୟ ତିଥି ପାଳିତ"

ଆଇନ୍ ସହାୟତା ସମିତି ପକ୍ଷରୁ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ

ତାଳଚେର,୧୩/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଉପଖଣ୍ଡସ୍ତରୀୟ ଆଇନ୍ ସହାୟତା ସମିତି ପକ୍ଷରୁ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ତାଳଚେର ପଂଚାୟତ ସମିତି ସଭାଘରଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଲୁନା ମହାନ୍ତି ଅଧ୍ୟକ୍ଷତା କରି ସଭାର ଉଦେ୍ଶ୍ୟ ଓ ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ । ଉକ୍ତ ସଭାରେ ଏସ୍.ଡି.ଜେ.ଏମ୍ ଜୀବନ ବଲ୍ଲଭ ପଟ୍ଟନାୟକ ଏବଂ ତାଳଚେର ଉପ-ଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ସହାୟତା ସମିତିର ସଭ୍ୟ ତଥା ବରିଷ୍ଠ ଆଇନ୍ଜୀବୀ ଅରୁଣ ଶଙ୍କର ମିଶ୍ର ଶିଶୁ ଶ୍ରମିକ ନିରୋଧ ଆଇନ୍ ର ସମୀକ୍ଷା କରି ଏହି…

"ଆଇନ୍ ସହାୟତା ସମିତି ପକ୍ଷରୁ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ"

ଏନ୍.ଟି.ପି.ସି କଣିହାଁ ପକ୍ଷରୁ ଅନ୍ତଃକ୍ଷେତ୍ରୀୟ କ୍ରୀଡ଼ା ପ୍ରତିଯୋଗିତା

ତାଳଚେର, ୧୩/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି କଣିହାଁ ଆନୁକୂଲ୍ୟରେ ପ୍ରଥମ ଅନ୍ତଃକ୍ଷେତ୍ରୀୟ କ୍ରୀଡ଼ା ପ୍ରତିଯୋଗିତା ସ୍ଥାନୀୟ ରିକ୍ରିଏସନ ସେଂଟରଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରତିଯୋଗିତାରେ ଏନ୍.ଟି.ପି.ସି ଲିଃ ପରିଚାଳିତ ପ୍ରକଳ୍ପ ବଙ୍ଗାଇଗାଓଁ, ଦର୍ଲିପାଲି, ତାଳଚେର ଥର୍ମାଲ ଏବଂ ଏନ୍.ଟି.ପି.ସି କଣିହାଁ ଆଦି ୪ଟି ଦଳ ଭାଗ ନେଇଥିଲେ। ଏନ୍.ଟି.ପି.ସି କଣିହାଁ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାମ କୁବେର ଏବଂ ତନଭି ସଙ୍ଗମର ଅଧ୍ୟକ୍ଷା ଦିପ୍ତୀ କୁବେର ସମସ୍ତ ସଦସ୍ୟାଙ୍କ ଉପସ୍ଥିତିରେ ଗତ ୭ତାରିଖରେ ଉକ୍ତ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗୀୟ ମହାପ୍ରବନ୍ଧକମାନେ ଏହି କାର୍ଯ୍ୟକମରେ ଯୋଗ ଦେଇଥିଲେ। ବ୍ୟକ୍ତିବିଶେଷଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ଜୀବନର…

"ଏନ୍.ଟି.ପି.ସି କଣିହାଁ ପକ୍ଷରୁ ଅନ୍ତଃକ୍ଷେତ୍ରୀୟ କ୍ରୀଡ଼ା ପ୍ରତିଯୋଗିତା"

ତାଳଚେର ଥର୍ମାଲ ଟେବୁଲ ଟେନିସ୍ ରେ ଚାମ୍ପିୟନ ଏବଂ ବ୍ୟାଡ଼ମିଂଟନରେ ରନର୍ସ ଅପ୍

ତାଳଚେର, ୧୨/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଚଳିତ ଜୁନ୍ ମାସ ୭ ଏବଂ ୮ ତାରିଖରେ ଏନ୍.ଟି.ପି.ସି କଣିହାଁରେ ଆୟୋଜିତ ଆନ୍ତଃକ୍ଷେତ୍ରୀୟ କ୍ରୀଡ଼ା ପ୍ରତିଯୋଗିତା-୨୦୧୮ରେ ତାଳଚେର ଥର୍ମାଲ ପାୱାର ଷ୍ଟେସନ ଅଂଶଗ୍ରହଣ କରି ଟେବୁଲ ଟେନିସ୍ ରେ ଚାମ୍ପିୟନ ଏବଂ ବ୍ୟାଡ଼ମିଂଟନ ଟିମ୍ ଇଭେଂଟରେ ରନର୍ସ ଅପ୍ ଆଖ୍ୟା ଅର୍ଜନ କରିଛି। ଏନ୍.ଟି.ପି.ସି ଲିଃର ପୂର୍ବାଂଚଳ-୨ର ପାୱାର ଷ୍ଟେସନଗୁଡ଼ିକ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ବଙ୍ଗାଇଗାଓଁ, ଦର୍ଲିପାର୍ଲି, ତାଳଚେର ଥର୍ମାଲ ଏବଂ ଏନ୍.ଟି.ପି.ସି କଣିହାଁ ଆଦି ୪ଟି ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଉପରୋକ୍ତ ଷ୍ଟେସନଗୁଡ଼ିକ ତରଫରୁ ଶ୍ରେଷ୍ଠ ଖେଳାଳୀମାନେ ଟେବୁଲ ଟେନିସ୍, ବ୍ୟାଡ଼ମିଂଟନ ଏବଂ କ୍ୟାରମ୍ ରେ ଖେଳରେ ଭାଗ ନେଇଥିଲେ। ସମସ୍ତ…

"ତାଳଚେର ଥର୍ମାଲ ଟେବୁଲ ଟେନିସ୍ ରେ ଚାମ୍ପିୟନ ଏବଂ ବ୍ୟାଡ଼ମିଂଟନରେ ରନର୍ସ ଅପ୍"

ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ

ତାଳଚେର, ୧୨/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ସ୍ୱେଚ୍ଛାସେବୀ ସଙ୍ଗଠନ ସୋସିଆଲ୍ ଡେଭେଲପ୍ମେଂଟ୍ ଫାଉଣ୍ଡେସନ୍, ବନ୍ତୋଲ ଗ୍ରାମ ପଂଚାୟତ ଏବଂ ଜିଲ୍ଲା ଶ୍ରମ ବିଭାଗ ତାଳଚେରର ମିଳିତ ଆନୁକୂଲ୍ୟରେ ବନ୍ତୋଲ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ-୨୦୧୮ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ତାଳଚେର ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିତ୍ୟାନନ୍ଦ ସାହୁ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବାସହ ଶିଶୁ ଶ୍ରମିକ ଉପରେ ଆଲୋକପାତ କରିଥିଲେ। ସେହିପରି ଅନ୍ୟତମ ଅତିଥିଭାବେ ଜିଲ୍ଲା ଶ୍ରମ ଅଧିକାରିଣୀ ଇତିଶ୍ରୀ ଗାଗରାଇ ଶିଶୁ ଶ୍ରମିକ ଆଇନ୍, ନିର୍ମାଣ ଶ୍ରମିକ ନିମନ୍ତେ ସୁବିଧା ସୁଯୋଗ ଉପରେ ଅଂଶଗ୍ରହଣକାରୀଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ। ବନ୍ତୋଲ ସରପଂଚ…

"ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ"

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ନବୀନ ସରକାରକୁ ଦାୟୀ କରି ଥାନାରେ ଏତଲା ଦେଲା ଆଠମଲ୍ଲିକ ବିଜେପି

ଅନୁଗୋଳ, ୧୨/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ର ତରଫରୁ ମଙ୍ଗଳବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା, ଏ ସମ୍ପର୍କରେ ରାଜ୍ୟ ସରକାରଙ୍କର ନିଷ୍କି୍ରୟତା ତଥା ଜଗନ୍ନାଥ ସଂସ୍କୃତି ପ୍ରତି କୁଠାରଘାତ ଓ ମହାପ୍ରଭୁଙ୍କ ଅମୂଲ୍ୟ ସମ୍ପତି ଲୁଟ ପ୍ରତିବାଦରେ ରାଜ୍ୟ ବ୍ୟାପି ହେଉଥିବା ଆନ୍ଦୋଳନକ୍ରମରେ ଆଠମଲ୍ଲିକ ଥାନା ଅଧିକାରୀଙ୍କୁ ଲିଖିତ ଏତଲା ଦିଆଯାଇଛି। ବିଜେପିର ଅଭିଯୋଗ ଅନୁସାରେ ଓଡ଼ିଶାର ଅନନ୍ୟ ପରିଚୟ ହେଉଛି ଜଗନ୍ନାଥ ଧାମ। କିନ୍ତୁ ବର୍ତମାନ ସରକାର ଏହି ସଂସ୍କୃତି, ଏହାର ସମ୍ପତି ତଥା ନବ କଳେବର ପରମ୍ପରାକୁ ଧ୍ୱଂସ କରି ଖୋଲାଖୋଲି ଭାବେ ସମ୍ପତି ଲୁଟ କରିବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କର ନିଦ ହଜେଇ…

"ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ନବୀନ ସରକାରକୁ ଦାୟୀ କରି ଥାନାରେ ଏତଲା ଦେଲା ଆଠମଲ୍ଲିକ ବିଜେପି"

ସାଉଥବଲଣ୍ଡା ସାହିତ୍ୟ ଘରର ଅଧିବେଶନ ଓ କବିତା ପାଠୋତ୍ସବ

ତାଳଚେର, ୧୧/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ସାଉଥବଲଣ୍ଡାସ୍ଥିତ ଜଗନ୍ନାଥ କଳାକେନ୍ଦ୍ର ପରିସରରେ ସମ୍ବାଦ ସାହିତ୍ୟ ଘର ସାଉଥବଲଣ୍ଡା ଶାଖାର ଚତୁର୍ଥ ବର୍ଷର ଷଷ୍ଠ ଅଧିବେଶନ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ସଂଯୋଜକ ରଙ୍ଗାଧର ନାୟକଙ୍କ ଆବାହକତ୍ୱରେ ସାହିତ୍ୟ ଘରର ସଭାପତି ବିଭୂତି ଭୂଷଣ ସାହୁ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ସାହିତ୍ୟ ଘର ଅଧିବେଶନରେ ସଦସ୍ୟମାନଙ୍କ ଉପସ୍ଥିତି କ୍ରମାଗତ ଭାବରେ ହ୍ରାସ ପାଉଥିବାରୁ ସଭାପତି ଶ୍ରୀ ସାହୁ ଚିନ୍ତାବ୍ୟକ୍ତ କରିଥିଲେ। ଏଥିସହିତ ବିଦ୍ୟାଳୟସ୍ତରରେ ପିଲାମାନଙ୍କ ମଧ୍ୟରେ ଓଡିଆ ଭାଷାରେ ଗଳ୍ପ, କବିତା ଲିଖନ ପାଇଁ କର୍ମଶାଳାମାନ ଆୟୋଜନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା। ସେହିପରି ପୂର୍ବ ବର୍ଷ ପରି ଚଳିତ ବର୍ଷ…

"ସାଉଥବଲଣ୍ଡା ସାହିତ୍ୟ ଘରର ଅଧିବେଶନ ଓ କବିତା ପାଠୋତ୍ସବ"

ତାଳଚେର ଥର୍ମାଲକୁ କଳିଙ୍ଗ ସିଏସ୍ଆର ଆୱାର୍ଡ଼ -୨୦୧୭

ତାଳଚେର, ୧୧/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ ଏଂଟରପ୍ରାଇଜେସ ସହଯୋଗରେ ଇନଷ୍ଟିଚ୍ୟୁଟ ଅଫ୍ କ୍ୱାଲିଟି ଆଣ୍ଡ ଏନଭାଇରନମେଂଟ ମ୍ୟାନେଜମେଂଟ ସର୍ଭିସେସ୍, ଭୁବନେଶ୍ୱର ଦ୍ୱାରା ଚଳିତ ମାସ ୯ତାରିଖରେ ଆୟୋଜିତ କଳିଙ୍ଗ ସିଏସଆର-୨୦୧୭ ରେ ଏନ୍.ଟି.ପି.ସି ତାଳଚେର ଥର୍ମାଲ ପାୱାର ଷ୍ଟେସନ ଭାଗ ନେଇ ପୁରସ୍କୃତ ହୋଇଛି। ୨୦୧୬-୧୭ ଆର୍ଥିକ ବର୍ଷରେ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଯୋଜନାରେ ଉଲ୍ଲେଖନୀୟ କାର୍ଯ୍ୟ କରିବା ସହ ନିରନ୍ତନ ବିକାଶ କରିଥିବାରୁ ଏନ୍.ଟି.ପି.ସି ତାଳଚେର ଥର୍ମାଲକୁ କଳିଙ୍ଗ ସିଏସଆର ଆୱାର୍ଡ଼ -୨୦୧୭ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଛି। ଏନ୍.ଟି.ପି.ସି ଇଷ୍ଟଣ୍ଡ ରିଜିୟନ-୨, ଭୁବନେଶ୍ୱରର ମହାପ୍ରବନ୍ଧକ(ଏଚ୍ ଆର)ଏସ୍.ଜୋସେଫ୍ ଏବଂ ଏନ୍.ଟି.ପି.ସି/ ଟି.ଟି.ପି.ଏସ୍.ର ଏଜିଏମ୍ (ଟି ଏସ)ଆଶୁତୋଷ ସତପଥୀ ଉକ୍ତ…

"ତାଳଚେର ଥର୍ମାଲକୁ କଳିଙ୍ଗ ସିଏସ୍ଆର ଆୱାର୍ଡ଼ -୨୦୧୭"

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ନେଇ ତାଳଚେରରେ ବିଜେପିର ଗଣବିକ୍ଷୋଭ

ତାଳଚେର, ୧୧/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପୂରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ତଥା ଜଗନ୍ନାଥ ସମ୍ପତିକୁ ଅସୁରକ୍ଷିତ କରିଥିବା ରାଜ୍ୟ ସରକାରଙ୍କ ବିରୋଧରେ ଗଣବିକ୍ଷୋଭ ଜରିଆରେ ତାଳଚେରରେ ଦୃଢ଼ ପ୍ରତିବାଦ ଜଣାଇଛି ଭାରତୀୟ ଜନତା ପାର୍ଟି। ପ୍ରଥମେ ଶୋଭାଯାତ୍ରା ଏବଂ ତାପରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ଏକ ପ୍ରତିବାଦ ସଭା ଜରିଆରେ ଶାସକ ଦଳର ଆଭିମୁଖ୍ୟକୁ ଦୃଢ଼ ନିନ୍ଦା କରି ଶେଷରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତାଳଚେର ଉପଜିଲ୍ଲାପାଳଙ୍କୁ ବିଜେପି ତରଫରୁ ଏକ ସ୍ମାରକପତ୍ର କରାଯାଇଛି। ଆଜି ପୂର୍ବାହ୍ନରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲଙ୍କ ନେତୃତ୍ୱରେ ବିଜେପିର କାର୍ଯ୍ୟକର୍ତା, ତାଳଚେର ପୌର କାଉନସିଲର, ଜିଲ୍ଲା ପରିଷଦ ସଦସ୍ୟା, ବିଜେପି ମହିଳା ମଣ୍ଡଳ, ପୌର…

"ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ନେଇ ତାଳଚେରରେ ବିଜେପିର ଗଣବିକ୍ଷୋଭ"

ତାଳଚେର କଂଗ୍ରେସ ପକ୍ଷରୁ ପିସିସି ସଭାପତିଙ୍କୁ କୃତଜ୍ଞତା

ତାଳଚେର, ୧୦/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଭାବେ ଘଂଟପଡା ଗ୍ରାମ ପଂଚାୟତ ରୋଢ଼ାସର ଗ୍ରାମର ସୁରେଶ ବେହେରା(ସୁରୀ)ଙ୍କୁ ମନୋନୀତ କରାଥିବାରୁ ତାଳଚେର ବ୍ଲକ କଂଗ୍ରେସ ପକ୍ଷରୁ ସ୍ୱାଗତ କରାଯାଇଛି। ଏହି ଅବସରରେ ବ୍ଲକ କଂଗ୍ରେସ ସଭାପତି ହାଡ଼ିବନ୍ଧୁ ବିଶ୍ୱାଳଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମାନେ ଶ୍ରୀ ବେହେରାଙ୍କୁ ଭେଟି ଫୁଲତୋଡ଼ା ଦେଇ ସ୍ୱାଗତ ତଥା ଶୁଭେଚ୍ଛା ଜଣାଇଛନ୍ତି। ଏଥିସହିତ ବିପ୍ଳବ ଜେନାଙ୍କୁ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ନୂତନ ଜିଲ୍ଲା ସଭାପତି ଭାବେ ମନୋନୀତ କରାଯାଇଥିବାରୁ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ତାଳଚେର କଂଗ୍ରେସ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। କଂଗ୍ରେସ ସଭ୍ୟ ସଂଗ୍ରାମ…

"ତାଳଚେର କଂଗ୍ରେସ ପକ୍ଷରୁ ପିସିସି ସଭାପତିଙ୍କୁ କୃତଜ୍ଞତା"