ତାଳଚେର ଥର୍ମାଲରେ ୭୨ତମ ସ୍ୱାଧୀନତା ଦିବସ ପାଳିତ

ତାଳଚେର,୧୫/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଥର୍ମାଲ ପାୱାର ଷ୍ଟେସନଠାରେ ୭୨ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦିପନାର ସହ ପାଳିତ ହୋଇଯାଇଛି । ତାଳଚେର ଥର୍ମାଲ ମହା ପ୍ରବନ୍ଧକ ମିଥିଲେଶ କୁମାର ସିଂ ଆୟୋଜିତ ଉତ୍ସବରେ ମୂଖ୍ୟ ଅତିଥିଭାବେ ଯୋଗ ଦେଇ ତ୍ରିରଙ୍ଗା ଉତୋଳନ କରିବାସହ ସମ୍ମିଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ଏହାପରେ ପ୍ରକଳ୍ପର କର୍ମଚାରୀଙ୍କୁ ନିଜ ଅଭିଭାଷଣରେ ସମସ୍ତଙ୍କୁ ଉକ୍ତ ଦିବସର ଶୁଭେଚ୍ଛା ଜଣାଇବାସହ ପ୍ରକଳ୍ପକୁ ସଫଳତାର ଶୀର୍ଷରେ ପହଂଚାଇ ଥିବାରୁ ଧନ୍ୟବାଦ ଜଣାଇଥିଲେ । ଆଗାମୀ ଦିନରେ ମଧ୍ୟ ଏପରି ସଫଳତା ବଜାୟ ରଖିବାକୁ ସେ କର୍ମଚାରୀଙ୍କୁ ଆହ୍ୱାନ କରିଥିଲେ । ଏନ୍.ଟି.ପି.ସି /ଟି.ଟି.ପି.ଏସ୍ ଏହାର କର୍ପୋରେଟ ସାମାଜିକ…

"ତାଳଚେର ଥର୍ମାଲରେ ୭୨ତମ ସ୍ୱାଧୀନତା ଦିବସ ପାଳିତ"

ତାଳଚେରରେ ଉପଖଣ୍ଡସ୍ତରୀୟ ସ୍ୱାଧିନତା ଦିବସ ପାଳିତ

ତାଳଚେର,୧୫/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରଠାରେ ଉପଖଣ୍ଡସ୍ତରୀୟ ସ୍ୱାଧିନତା ଦିବସ ଆଜି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ତାଳଚେର ସ୍ୱଂୟଶାସିତ ମହାବିଦ୍ୟାଳୟ ପଡ଼ିଆରେ ଆୟୋଜିତ ଉତ୍ସବରେ ତାଳଚେର ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକ ମୂଖ୍ୟ ଅତିଥିଭାବେ ଯୋଗ ଦେଇ ସକାଳ ୯.୧୫ମିନିଟ୍ ରେ ଜାତୀୟ ପତାକା ଉତୋଳନ କରିଥିଲେ । ବର୍ଷା ଏବଂ ବଜ୍ରପାତ ଜନିତ ଦୁର୍ଘଟଣାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏହି ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ କୈାଣସି ପରେଡ଼,କ୍ରୀଡ଼ାନୈପୁଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ନାହିଁ ବୋଲି ନିଦେ୍ର୍ଦଶନାମା ଜାରି କରାଯାଇଥିଲା । ଏଣୁ ଛାତ୍ରଛାତ୍ରୀମାନେ ଆଜି କୈାଣସି ପ୍ରକାରର ପରେଡ଼ ପ୍ରଦର୍ଶିତ କରିନଥିଲେ…

"ତାଳଚେରରେ ଉପଖଣ୍ଡସ୍ତରୀୟ ସ୍ୱାଧିନତା ଦିବସ ପାଳିତ"

ବେଲାଦୁଲାରେ ପଡ଼ୋଶୀ ଯୁବ ସଂସଦ କାର୍ଯ୍ୟକ୍ରମ

ଅନୁଗୋଳ, ୧୪/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଯୁବକ, ଯୁବତୀମାନଙ୍କର ନେତୃତ୍ୱରେ ବିକାଶ ତଥା ଭାରତ ନିର୍ମାଣରେ ସେମାନଙ୍କର ସକ୍ରିୟ ଭୂମିକା ଗ୍ରହଣର ମୂଳ ଉଦ୍ଦେଶ୍ୟ ନେଇ ଭାରତ ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ଯୋଜନା ପଡ଼ୋଶୀ ଯୁବ ସଂସଦର କାର୍ଯ୍ୟକ୍ରମ ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡ଼ା ପଂଚାୟତର ବେଲାଦୁଲା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ହାଟପଦାଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ମାଉଳୀ ଯୁବକ ସଂଘ ତଥା ନେହେରୁ ଯୁବ କେନ୍ଦ୍ର, ଅନୁଗୋଳର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିଗଣ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମାଁ ମାଉଲୀ ଯୁବକ ସଂଘର ଉପଦେଷ୍ଟା ପ୍ରତାପ ମେହେର ଏହି ପଡ଼ୋଶୀ…

"ବେଲାଦୁଲାରେ ପଡ଼ୋଶୀ ଯୁବ ସଂସଦ କାର୍ଯ୍ୟକ୍ରମ"

୭ ଦଫା ଦାବୀ ପୂରଣ ନିମନ୍ତେ ‘ଦ ନିୟୁ ହରାଇଜନ୍’ର ଆମରଣ ଅନଶନ

ତାଳଚେର,୧୪/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ‘ଦ ନିୟୁ ହରାଇଜନ୍’ ପକ୍ଷରୁ ପ୍ରଦତ ୭ ଦଫା ଦାବୀ ଚଳିତ ଅଗଷ୍ଟ ମାସ ୧୩ ତାରିଖ ମଧ୍ୟରେ ପୂରଣ କରିବାରେ ପ୍ରଶାସନ ବିଫଳ ହେବାରୁ ପୂର୍ବ ନିଷ୍ପତି ଅନୁଯାୟୀ ସଙ୍ଗଠନ ପକ୍ଷରୁ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯାଇଛି । ତାଳଚେରବାସୀଙ୍କ ହିତ ଉଦେ୍ଦଶ୍ୟରେ ଉକ୍ତ ୭ ଦଫା ଦାବୀ ପୂରଣ ନିମନ୍ତେ ସଙ୍ଗଠନ ତରଫରୁ ଗତ ତା୨୦/୦୭/୨୦୧୮ରିଖରେ ଅନୁଗୋଳ ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ତାଳଚେର ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକଙ୍କୁ ୭ଦଫା ସମ୍ବଳିତ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ତେବେ ଦୀର୍ଘ ସମୟ ବିତି ଯାଇଥିଲେ ସୁଦ୍ଧା…

"୭ ଦଫା ଦାବୀ ପୂରଣ ନିମନ୍ତେ ‘ଦ ନିୟୁ ହରାଇଜନ୍’ର ଆମରଣ ଅନଶନ"

କଣିହାଁ ବ୍ଲକର ସମିତି ସଭ୍ୟ/ସଭ୍ୟାକୁ ଅଣଦେଖା କରାଯାଉଥିବାର ଅଭିଯୋଗ

ତାଳଚେର,୧୪/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ ଅନ୍ତର୍ଗତ କଣିହାଁ ବ୍ଲକର ବିଭିନ୍ନ ପଂଚାୟତରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସ୍ଥାନୀୟ ସମିତି ସଭ୍ୟ/ସଭ୍ୟାମାନଙ୍କୁ ଅବଗତ କରାଯାଉନି କି ସେମାନଙ୍କର ପରାମର୍ଶ ଲୋଡ଼ା ଯାଉନି କିମ୍ବା ସେମାନଙ୍କର ପ୍ରସ୍ତାବ କରାଯାଉ ନାହିଁ ବୋଲି ଅଭିଯୋଗ ହୋଇଛି । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସେମାନଙ୍କୁ ଅଣଦେଖା କରାଯିବା ସହ ସରକାରୀ ନିୟମକୁ ସମ୍ପୂର୍ଣ୍ଣ ମାତ୍ରାରେ ଉଲ୍ଲଂଘନ କରାଯାଉଛି । ସେହିପରି ପ୍ରୋଜେକ୍ଟ ବାବଦରେ ପଂଚାୟତ ପ୍ରତିନିଧିମାନଙ୍କ ସହ ଆଲୋଚନା କରି ପ୍ରୋଜେକ୍ଟ ଦେବା ଏବଂ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ବିଭିନ୍ନ ପ୍ରକଳ୍ପ ପଂଚାୟତରେ ପାସ ହେବା ନିୟମ ଥିବାବେଳେ ସମିତି…

"କଣିହାଁ ବ୍ଲକର ସମିତି ସଭ୍ୟ/ସଭ୍ୟାକୁ ଅଣଦେଖା କରାଯାଉଥିବାର ଅଭିଯୋଗ"

ଶିକ୍ଷକଙ୍କ ଅଭାବ ଯୋଗୁଁ ଗତିକୃଷ୍ଣପୁର ପ୍ରକଳ୍ପ ଉ.ପ୍ରା ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ

ଅନୁଗୋଳ,୧୪/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଠେଲକନାଳୀ ପଂଚାୟତ ଅନ୍ତର୍ଗତ ଗତିକୃଷ୍ଣପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିବାର ଅଭିଯୋଗ ହୋଇଛି । ଉକ୍ତ ବିଦ୍ୟାଳୟରେ ବର୍ତମାନ ୧ମରୁ ୮ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୫୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ମାତ୍ର୨ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ବିଦ୍ୟାଳୟର ଯାବତୀୟ କାର୍ଯ୍ୟଭାର ସାଙ୍ଗକୁ ପାଠ ପଢ଼ାଇବା କାର୍ଯ୍ୟ ଉକ୍ତ ୨ଜଣ ଶିକ୍ଷକ ତୁଲାଉଥିବାରୁ ଛାତ୍ରଛାତ୍ରୀଙ୍କୁ କିପରି ଭାବେ ପାଠ ପଢ଼ା ଯାଉଥିବ ତାହା ସହଜରେ ଅନୁମେୟ ବୋଲି ବହୁ ଅଭିଭାବକ ଏବଂ ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି ।…

"ଶିକ୍ଷକଙ୍କ ଅଭାବ ଯୋଗୁଁ ଗତିକୃଷ୍ଣପୁର ପ୍ରକଳ୍ପ ଉ.ପ୍ରା ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ"

ଲାଂଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏନ୍.ଟି.ପି.ସି ଥାନା ଆଇ.ଆଇ.ସି

ତାଳଚେର୧୩/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲାର ଜନୈକ ପୋଲିସ ଅଧିକାରିଣୀ ସାଉଁଟିଛନ୍ତି ଲାଂଚୁଆ ଉପାଧି । ଅତ୍ୟନ୍ତ ଲଜ୍ଜାଜନକ ଭାବେ ଉତ୍କୋଚ ଗ୍ରହଣ କରୁଥିବା ବେଳେ ଧରାପଡ଼ିଛନ୍ତି ଆତ୍ମଘୋଷିତ ସଚ୍ଚୋଟ ପୋଲିସ ଅଧିକାରିଣୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ତାଳଚେର ଉପଖଣ୍ଡର କଣିହାଁ ବ୍ଲକସ୍ଥିତ ଏନ୍.ଟି.ପି.ସି ଟାଉନ ଥାନାରେ । ଏଠାରେ କାର୍ଯ୍ୟରତ ଅଫିସର ଇନ୍ଚାର୍ଜ ମହୋସ୍ମିତା ପଣ୍ଡା ୧୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଘଟଣାଟି ଘଟିଛି ଆଜି ମଧ୍ୟାହ୍ନ ପ୍ରାୟ ୧ଟା ସମୟରେ । ଏକ ମାଡ଼ପିଟ କେଶରେ ମାମଲା ରଫାଦଫା କରିବା ତଥା ଜାମିନ୍ କରାଇଦେବାର ପ୍ରତିଶ୍ରୁତି ଦେଇ…

"ଲାଂଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏନ୍.ଟି.ପି.ସି ଥାନା ଆଇ.ଆଇ.ସି"

ମିଶନ୍ ୧୨୦ ପାଇଁ ସବୁ ବୁଥ୍ ରେ ବିଜେପି ପକ୍ଷରୁ କାର୍ଯ୍ୟକ୍ରମ

ତାଳଚେର,୧୨/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ସାହାଙ୍କ ମିଶନ୍ ୧୨୦+ କୁ ନେଇ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକ୍ରମ ସାରା ରାଜ୍ୟରେ ୩୬ ହଜାର ବୁଥ୍ ରେ କାର୍ଯ୍ୟକ୍ରମର ଆୟୋଜନ କରୁଥିବାବେଳେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଏହି ପରିପ୍ରେକ୍ଷୀରେ ତାଳଚେର ବିଧାନସଭା କ୍ଷେତ୍ରର ସମସ୍ତ ୧୯୯ ଟି ବୁଥ୍ ରେ ପର୍ଯ୍ୟାୟ କ୍ରମେ କାର୍ଯ୍ୟକର୍ତା ସମ୍ମିଳନୀ କରୁଛନ୍ତି । ତାଳଚେର ପୌରମଣ୍ଡଳର ୨୧ଟି ୱାର୍ଡ଼ ତଥା ୨୭ଟି  ବୁଥ୍ ରେ ବିଜେପି କର୍ମକର୍ତାମାନେ କର୍ମୀ ସମ୍ମିଳନୀ କରୁଥିବାର ପରିଲକ୍ଷିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୱାର୍ଡ ନମ୍ବର ୧, ୩, ୧୧,୧୮, ୨୧ର ୬ଟି ବୁଥରେ ବୁଥସ୍ତରୀୟ କାର୍ଯ୍ୟକାରୀ ସମ୍ମିଳନୀ ଅନୁଷ୍ଠିତ…

"ମିଶନ୍ ୧୨୦ ପାଇଁ ସବୁ ବୁଥ୍ ରେ ବିଜେପି ପକ୍ଷରୁ କାର୍ଯ୍ୟକ୍ରମ"

ଏମ.ସି.ଏଲ ବଳରାମ କୋଇଲା ଖଣିରେ ଅଚଳାବସ୍ଥା ଲୋକାଲ ସେଲରେ ଉଚିତ ଲୋଡିଂ ଦାବିରେ ଟ୍ରକ ମାଲିକଙ୍କ ଆନ୍ଦୋଳନ

ତାଳଚେର, ୧୨/୮( ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଗତ ୪ ଦିନ ଧରି ଆନ୍ଦୋଳନ ଯୋଗୁଁ ତାଳଚେର ବଳରାମ ଓ ହିଙ୍ଗୁଳା କୋଇଲା ଖଣିରେ ଅଚଳାବସ୍ଥା। ଆସୋସିଏସନରେ ଲୋଡିଙ୍ଗ ସମସ୍ୟା ତୀବ୍ର, ପ୍ରଶାସନ ଅସହାୟ। ତାଳଚେର ବଳରାମ ସେକ୍ଟର ଟ୍ରକ ମାଲିକମାନେ ତିନିଦିନ ଧରି ଚଳାଇ ଆସିଥିବା ଆନ୍ଦୋଳନ ଏବଂ ଧାରଣା ଆହୁରି ତୀବ୍ର ହୋଇଛି। ଜିଲ୍ଲା ପ୍ରଶାସନ, ଏମ.ସି.ଏଲ, ଗ୍ରାମ କମିଟି ଓ ଗାଡିମାଲିକମାନଙ୍କୁ ନେଇ ଗୋପାଲପ୍ରସାଦ ଫାଣ୍ଡିରେ ଏକ ସମାଧାନୀ ବୈଠକ ବସିଥିଲା। ତାଳଚେର ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକ, ଏସ.ଡ଼ି.ପି.ଓ ହେମନ୍ତ କୁମାର ପଣ୍ଡା ଦୀର୍ଘ ସମୟ ଧରି ବୈଠକ କରିବା ସତ୍ୱେ କୌଣସି ଫଳାଫଳ ବାହାରି ପାରିଲାନାହିଁ।ପୁନର୍ବାର ଟ୍ରକ ମାଲିକମାନେ…

"ଏମ.ସି.ଏଲ ବଳରାମ କୋଇଲା ଖଣିରେ ଅଚଳାବସ୍ଥା ଲୋକାଲ ସେଲରେ ଉଚିତ ଲୋଡିଂ ଦାବିରେ ଟ୍ରକ ମାଲିକଙ୍କ ଆନ୍ଦୋଳନ"

ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିରହିଛି ଚୁଡ଼ାଖାଇ ଗ୍ରାମ୍ୟ ରାସ୍ତା

ଅନୁଗୋଳ, ୧୧/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ହିମିତିରା ଗ୍ରାମ ପଂଚାୟତ ଅନ୍ତର୍ଗତ ଚୁଡ଼ାଖାଇ ଗ୍ରାମ୍ୟ ରାସ୍ତା ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିରହିଛି। ବର୍ତମାନ ବର୍ଷା ଦିନ ହୋଇଥିବାରୁ ରାସ୍ତା ସମ୍ପୂର୍ଣ୍ଣ ଭାବେ କାଦୁଅରେ ପରିପୂର୍ଣ୍ଣ ହୋଇଯାଇଛି। ଫଳରେ ଗ୍ରାମବାସୀ ଏବଂ ସ୍ଥାନୀୟ ଛାତ୍ରଛାତ୍ରୀମାନେ ଯାତାୟତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ପଂଚାୟତ ସରପଂଚ ଏବଂ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇ ଥିଲେ ସୁଦ୍ଧା କୈାଣସି ସୁଫଳ ମିଳି ପାରିନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ସରକାର ପ୍ରତି ଗ୍ରାମକୁ କଂକ୍ରିଟ ରାସ୍ତା ନିର୍ମାଣ କରିବାର ଲକ୍ଷ୍ୟ ରଖିଥିଲେ ମଧ୍ୟ ଏପରି ଯୋଜନା ଚୁଡ଼ାଖାଇ ଗ୍ରାମ୍ୟ ରାସ୍ତାକୁ…

"ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିରହିଛି ଚୁଡ଼ାଖାଇ ଗ୍ରାମ୍ୟ ରାସ୍ତା"