ଜାଦୁ ତୋନା ସନ୍ଦେହରେ ଗୁଣିଆଙ୍କୁ ମାଡ଼ ମାରିଲେ ସ୍ଥାନୀୟ

ବାଲେଶ୍ୱର ୧-୧୦ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ଜଣେ ମହିଳାଙ୍କ ମୃତ୍ୟୁ ପରେ କଥିତ ଭାବରେ ଜାଦୁ-ତୋନା ଅଭ୍ୟାସ କରୁଥିବା ମଧୁସୂଦନ ନାୟକ ନାମକ ଜଣେ ପାରଂପରିକ ବୈଦ୍ୟଙ୍କୁ ଆଜି ସ୍ଥନୀୟ ଲୋକମାନେ ନକଲୀ ବୋଲି କହି ମାଡ଼ ମାରିଛନ୍ତି। ବାଲେଶ୍ୱର ଜିଲାର ମାଣିପୁର ପଞ୍ଚାୟତ ଅନ୍ତର୍ଗତ ସୋର ବ୍ଲକର ଗୁଲୁନିଆ ଗ୍ରାମରେ ଏହି ଘଟଣା ଘଟିଛି। ମଧୁସୂଦନ ନାୟକ ଠାକୁରମୁଣ୍ଡା ଗ୍ରାମର ଅଟନ୍ତି। ଖବର ଅନୁଯାୟୀ, ଗ୍ରାମର ସୁଶୀଳା ଖିଲାର ନାମକ ଜଣେ ମହିଳାଙ୍କୁ ଜ୍ୱର ହେବା ପରେ ମଧୁସୂଦନଙ୍କୁ ତାଙ୍କ ଶାଶୁ ଡାକି ପାରଂପରିକ ଭାବରେ ଔଷଧ ଦେବାପାଇଁ କହିଥିଲେ। ଯଦିଓ  ମହିଳା ସୁଶୀଳାଙ୍କ ଶରୀର ଏହି ଜଡ଼ିବୁଟି ଦ୍ୱାରା ଭଲ ହୋଇଯାଇଥିଲା କିନ୍ତୁ…

"ଜାଦୁ ତୋନା ସନ୍ଦେହରେ ଗୁଣିଆଙ୍କୁ ମାଡ଼ ମାରିଲେ ସ୍ଥାନୀୟ"

ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପୋଖରୀ ଖୋଳା କାର୍ଯ୍ୟାଦେଶ ପାଇଁ ନେଉଥିଲେ ୨୦ ହଜାର

ବାଲେଶ୍ୱର,୩୧/୭ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ଲାଞ୍ଚ ନେଉଥିବା ବେଳେ କଲ୍ୟାଣୀ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଅରୂପାନନ୍ଦ ରାଉଳଙ୍କୁ ଆଜି ଭିଜିଲାନ୍ସ ଟିମ୍ ଗିରଫ କରିଛି। ବାହାନଗା ବ୍ଲକ ଅନ୍ତର୍ଗତ କଲ୍ୟାଣୀ ପଞ୍ଚାୟତର ନରେନ୍ଦ୍ର ପାଲ୍ଙ୍କ ଅଭିଯୋଗ କ୍ରମେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା। ପ୍ରାପ୍ତ ସୂଚନା ଅନୁସାରେ କଲ୍ୟାଣୀ ଅଞ୍ଚଳର ଶ୍ରୀ ପାଲ୍ ଗୋଟିଏ ପୋଖରୀ ଖୋଳିବା ପାଇଁ ବିଭିନ୍ନ ସମୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ରାଉଳଙ୍କ ନିକଟକୁ ଦୌଡ଼ୁଥିଲେ। ମାତ୍ର କାର୍ଯ୍ୟାଦେଶ ବାବଦକୁ ଶ୍ରୀ ରାଉଳ ୨୦ ହଜାର ଟଙ୍କା ଲାଞ୍ଚ ମାଗି ଚାଲିଥିଲେ। ଲକ୍ଷେ ଟଙ୍କାର ପୋଖରୀ ପାଇଁ ଏତେ ଟଙ୍କା ଲାଞ୍ଚ ଦେବାକୁ ନରେନ୍ଦ୍ର ଅମଙ୍ଗ ଥିଲେ।…

"ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପୋଖରୀ ଖୋଳା କାର୍ଯ୍ୟାଦେଶ ପାଇଁ ନେଉଥିଲେ ୨୦ ହଜାର"

ଶିକ୍ଷକ ବଦଳି ଘୋଟାଲାରେ ଦୋଷ ଛଡ଼େଇବା ଉଦ୍ୟମ! ଦୁଇ କନିଷ୍ଠ କିରାଣୀ ହେଲେ ‘ବଳି କା ବକରା’

ବାଲେଶ୍ୱର,୩୧/୭ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ପୁନର୍ବିନ୍ୟାସ ଆଳରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ହୋଇଥିବା ବେଆଇନ୍ ଶିକ୍ଷକ ବଦଳିକୁ ନେଇ ବିଭିନ୍ନ ମହଲରୁ ପ୍ରତିବାଦର ସ୍ୱର ଉଠିବା ପରେ ଦୋଷ ଛଡ଼େଇବା ପାଇଁ ପ୍ରଶାସନ ପକ୍ଷରୁ ଦୁଇ କନିଷ୍ଠ କିରାଣୀଙ୍କୁ ବଳି ପକାଯାଇଥିବା ଏବେ ଚର୍ଚ୍ଚା ହେଉଛି। ସେମାନେ ହେଲେ ବାଲେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ନନୀଗୋପାଲ ଦେ ଏବଂ ସଦର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ଭାସ୍କର ପରିଡ଼ା। ବାଲେଶ୍ୱର ସଦର ବ୍ଲକ ଏବଂ ମ୍ୟୁନିସିପାଲିଟି ଅଂଚଳର ପ୍ରାଥମିକ ଶିକ୍ଷକ ବଦଳି ତାଲିକା ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗରେ ଉଭୟଙ୍କୁ ଜିଲ୍ଲାପାଳ ପ୍ରମୋଦ…

"ଶିକ୍ଷକ ବଦଳି ଘୋଟାଲାରେ ଦୋଷ ଛଡ଼େଇବା ଉଦ୍ୟମ! ଦୁଇ କନିଷ୍ଠ କିରାଣୀ ହେଲେ ‘ବଳି କା ବକରା’"

ରାସ୍ତାପାର୍ଶ୍ୱରୁ ଅସହାୟ ଦିବ୍ୟାଙ୍ଗ ଉଦ୍ଧାର – ଚିକିତ୍ସା ପାଇଁ ‘ଗାନ୍ଧୀ ଶାନ୍ତି ନିବାସ’କୁ ସ୍ଥାନାନ୍ତର

ବାଲେଶ୍ୱର,୩୧/୭ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ବାଲେଶ୍ୱର ସହରର ରାସ୍ତାରେ ଘୁସୁରି ଘୁସୁରି ଚାଲୁଥିବା ଜଣେ ଦିବ୍ୟାଙ୍ଗଙ୍କୁ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ଦବଙ୍ଗ ଦିବ୍ୟାଙ୍ଗ ୟୁନାଇଟେଡ୍’ ପକ୍ଷରୁ ଉଦ୍ଧାର ଚିକିତ୍ସା ପାଇଁ ଖୋର୍ଦ୍ଧାସ୍ଥିତ ଗାନ୍ଧୀ ଶାନ୍ତି ନିବାସକୁ ପଠାଯାଇଛି।ଏହି ଦିବ୍ୟାଙ୍ଗ ବ୍ୟକ୍ତି ଜଣକ ଦୀର୍ଘ ଦିନ ଧରି ସହରର ରାସ୍ତା ପଡ଼ି ରହିଥିଲେ ମଧ୍ୟ ଲୋକେ ଦେଖି ମଧ୍ୟ ଅଣଦେଖା କରି ଚାଲିଯାଉଥିଲେ। ତେବେ କିଛି ଦିନ ପୂର୍ବରୁ କେତେକ ଉତ୍ସାହୀ ଯୁବକ ସମ୍ପୃକ୍ତ ଦିବ୍ୟାଙ୍ଗଙ୍କର ପ୍ରାଥମିକ ଚିକିତ୍ସା କରାଇଥିଲେ ବି ତାଙ୍କର କୌଣସି ଆଶ୍ରୟ ସ୍ଥଳ ନଥିବାରୁ ସେ ପୁଣି ରାସ୍ତା ଉପରକୁ ଚାଲି ଆସିଥିଲେ। ଖରା ବର୍ଷା ପବନ ମଧ୍ୟରେ ଧୁଳି ଧୁସରିତ ଅବସ୍ଥାରେ…

"ରାସ୍ତାପାର୍ଶ୍ୱରୁ ଅସହାୟ ଦିବ୍ୟାଙ୍ଗ ଉଦ୍ଧାର – ଚିକିତ୍ସା ପାଇଁ ‘ଗାନ୍ଧୀ ଶାନ୍ତି ନିବାସ’କୁ ସ୍ଥାନାନ୍ତର"

ଗ୍ରାମୀଣ ଆବାସ ଯୋଜନାରେ ଅନିୟମିତତା ବ୍ଲକ ଆଗରେ ଓଡ଼ଙ୍ଗୀବାସୀଙ୍କ ଧାରଣା

ବାଲେଶ୍ୱର,୩୧/୭ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ଗ୍ରାମୀଣ ଆବାସ ଯୋଜନା କାର୍ଯ୍ୟକାରୀରେ ବ୍ୟାପକ ଅନିୟମିତାକୁ ନେଇ ଓଡ଼ଙ୍ଗୀ ପଞ୍ଚାୟତବାସୀ ଆଜି ସଦର ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ। ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜେଡିର ଅନ୍ୟତମ ଯୁବ ସଂଗଠକ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ଏହି ଧାରଣାରେ ଯୋଗ ଦେଇଥିଲେ। ପ୍ରକୃତ ହିତାଧିକାରୀଙ୍କୁ ବାଦ୍ ଦେଇ ପଞ୍ଚାୟତର ଜିଆରଏସ ଗୌତମ ସେଠୀ ତାଲିକା ପ୍ରସ୍ତୁତରେ ବ୍ୟାପକ ଅନିୟମିତା କରିଥିବା ସେମାନେ ଅଭିଯୋଗ ଉଠାଇଛନ୍ତି। ଏହାର ଉଚ୍ଚ ତଦନ୍ତ ସହ ଅଭିଯୁକ୍ତ ଶ୍ରୀ ସେଠୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଧାରଣାକାରୀମାନେ ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଧାରଣାକାରୀଙ୍କ ପକ୍ଷରୁ ଏକ…

"ଗ୍ରାମୀଣ ଆବାସ ଯୋଜନାରେ ଅନିୟମିତତା ବ୍ଲକ ଆଗରେ ଓଡ଼ଙ୍ଗୀବାସୀଙ୍କ ଧାରଣା"

ସଦର ହସପିଟାଲରେ ଘରୋଇ ଆମ୍ବୁଲାନ୍ସ ସେବା ଠପ୍

ବାଲେଶ୍ୱର,୩୧/୭ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ଦୁଇଦିନ ଧରି ଘରୋଇ ଆମ୍ବୁଲାନ୍ସ ସେବା ବନ୍ଦ ହେବା ଯୋଗୁଁ ନାହିଁ ନଥିବା ଅସୁବିଧା ଦେଖିବାକୁ ମିଳିଛି। ମେଡିକାଲ ପରିସରରେ ରହୁଥିବା ଆମ୍ବୁଲାନ୍ସଗୁଡ଼ିକୁ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ସିକ୍ୟୁରିଟି ଗାର୍ଡ଼ମାନେ ବାହାରକୁ କାଡ଼ି ଦେବା ଫଳରେ ସେମାନେ ଗତ ଦୁଇଦିନ ଧରି ସେବା ପ୍ରଦାନ ବନ୍ଦ ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ କଟକ ରେଫର ହେଉଥିବା ରୋଗୀଙ୍କୁ ପରିବାର ଲୋକେ ଅଧିକ ମୂଲ୍ୟ ଦେଇ ଟ୍ରାଭେଲ୍ସ କିମ୍ବା ଟେକ୍ସ ଷ୍ଟାଣ୍ଡରୁ ଗାଡ଼ିରେ ନେଉଥିବା କହିଛନ୍ତି। ସମ୍ପୃକ୍ତ ଗାଡ଼ିରେ ରୋଗୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନ ରହିବା ମୁଖ୍ୟ ସମସ୍ୟା ହୋଇଥିବା ପରିବାର ଲୋକେ ଆପତ୍ତି…

"ସଦର ହସପିଟାଲରେ ଘରୋଇ ଆମ୍ବୁଲାନ୍ସ ସେବା ଠପ୍"

ଅଙ୍ଗନୱାଡ଼ି କର୍ମୀଙ୍କୁ ଆକ୍ରମଣରେ ପୁଲିସର ନିଷ୍କ୍ରିୟତା ଆନ୍ଦୋଳନମୁଖୀ ‘ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ’

ବାଲେଶ୍ୱର,୩୧/୭ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ଅଙ୍ଗନୱାଡ଼ି କର୍ମୀଙ୍କ ଉପରେ ମଦ ବ୍ୟବସାୟୀ ଆକ୍ରମଣ ଘଟଣାରେ ପୁଲିସର ସନ୍ଦେହଯୁକ୍ତ ଆଚାରଣକୁ ନେଇ ଆନ୍ଦୋଳନମୁଖୀ ହୋଇଛି ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ। ଏହି ସମ୍ବେଦନଶୀଳ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ତଥା କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଂଘ। ସଂଗଠନର କର୍ମକର୍ତ୍ତାଙ୍କ ସମେତ ୨ଶହରୁ ଉଦ୍ଧ୍ୱର୍ କର୍ମୀ ଆଜି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚି ପ୍ରତୀକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରେମୁଣା ବ୍ଲକ୍ ଅନ୍ତର୍ଗତ ତୁଣ୍ଡୁରା ପଞ୍ଚାୟତର କଣ୍ଟଦା ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ ଗାୟତ୍ରୀ ମଣ୍ଡଳ ଓରଫ ଧଡ଼ା ଶ୍ରୀଜଙ୍ଗ ସେକ୍ଟର ବୈଠକରୁ ଫେରୁଥିବାବେଳେ ସ୍ଥାନୀୟ କେତେକ ମଦ ବ୍ୟବସାୟ ଓ ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ।…

"ଅଙ୍ଗନୱାଡ଼ି କର୍ମୀଙ୍କୁ ଆକ୍ରମଣରେ ପୁଲିସର ନିଷ୍କ୍ରିୟତା ଆନ୍ଦୋଳନମୁଖୀ ‘ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ’"

‘ଦକ୍ଷତା ବୃଦ୍ଧି ହିଁ ଆତ୍ମବିଶ୍ୱାସ ସୃଷ୍ଟିର ଅନୁପନ୍ଥୀ’ ବାଲେଶ୍ୱରରେ ଦକ୍ଷତା ବୃଦ୍ଧି ସଚେତନତା କାର୍ଯ୍ୟକ୍ରମ

ବାଲେଶ୍ୱର,୨୫ା୭ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଆନୁକୂଲ୍ୟରେ ସମଗ୍ର ରାଜ୍ୟରେ ପରିକ୍ରମା କରୁଥିବା ଦକ୍ଷତା ରଥ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବୁଲିବା ସହିତ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଯୁବଶକ୍ତି ବିକାଶରେ ଦକ୍ଷତା ବୃଦ୍ଧିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମ ଆୟୋଜନକୁ ନେଇ ସେ ସନ୍ତୋଷ ପ୍ରକାଶ ସହ ଆୟୋଜକ କମିଟିକୁ ଧନ୍ୟବାଦ ଦେଇଥିଲେ। ଦକ୍ଷତା ବୃଦ୍ଧିରେ ନୈରାଶ ଦୂର ହେବା ସହିତ ଯୁବପିଢ଼ିଙ୍କଠାରେ ଆତ୍ମ ବିଶ୍ୱାସ ବଢ଼ିବ ଏବଂ ଯୁବଶକ୍ତି ସକ୍ରୟ ହୋଇ ରାଷ୍ଟ୍ର…

"‘ଦକ୍ଷତା ବୃଦ୍ଧି ହିଁ ଆତ୍ମବିଶ୍ୱାସ ସୃଷ୍ଟିର ଅନୁପନ୍ଥୀ’ ବାଲେଶ୍ୱରରେ ଦକ୍ଷତା ବୃଦ୍ଧି ସଚେତନତା କାର୍ଯ୍ୟକ୍ରମ"

ଉପରମୁଣ୍ଡ ଜଳରେ ଜିଲ୍ଲାରେ ବନ୍ୟା ପରିସ୍ଥିତି – ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା-ଜଳକା – ଜଳବନ୍ଦୀରେ ବାଲିଆପାଳର ଏକାଧିକ ଗାଁ

ବାଲେଶ୍ୱର,୨୫/୭ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ଲଘୁଚାପ ଜନିତ ବର୍ଷା ସାଙ୍ଗକୁ ଉପରମୁଣ୍ଡ ପାଣିରେ ଜିଲ୍ଲାର ବିଭିନ୍ନ ନଦୀର ଜଳ ପତ୍ତନ ବୃଦ୍ଧି ପାଇବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୁଢ଼ାବଳଙ୍ଗ ନଦୀରେ ଜଳ ପତ୍ତନ ସଂଧ୍ୟା ସୁଦ୍ଧା ସତର୍କ ସୂଚନାଙ୍କ ୭.୨୦ ମିଟର ନିମ୍ନରେ ଅର୍ଥାତ  ୪.୫୮ ମିଟରରେ ପ୍ରବାହିତ ହେଉଥିବା ବେଳେ ଜଳକା ଓ ସୁବର୍ଣ୍ଣରେଖା ସ୍ଥିତି ଗମ୍ଭୀର ଥିବା ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁବର୍ଣ୍ଣରେଖା ନଦୀର ରାଜଘାଟସ୍ଥିତ ୱାଟର ରିଡିଂ ପଏଣ୍ଟରେ ବିପଦ ସୂଚନାଙ୍କ୧୦.୩୩ ମିଟର ଥିବା ବେଳେ ଆଜି ସଂଧ୍ୟା ସୁଦ୍ଧା ଜଳ ପତ୍ତନ ୧୧.୧୦ ମିଟରରେ ପହଞ୍ଚିଛି। ସେହିଭଳି ଜଳକା ନଦୀର ମଥାନୀ ରିଡିଂ…

"ଉପରମୁଣ୍ଡ ଜଳରେ ଜିଲ୍ଲାରେ ବନ୍ୟା ପରିସ୍ଥିତି – ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା-ଜଳକା – ଜଳବନ୍ଦୀରେ ବାଲିଆପାଳର ଏକାଧିକ ଗାଁ"

ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଆଧାର କାର୍ଡ଼ ଲିଙ୍କ୍ ପ୍ରସଙ୍ଗ ଚିନ୍ତାରେ ଜିଲ୍ଲା ଶିକ୍ଷା ବିଭାଗ

ବାଲେଶ୍ୱର,୨୩/୭ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ଅଗଷ୍ଟ ପହିଲାରୁ ବିନା ଆଧାର କାର୍ଡ଼ରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଆଉ ମଧ୍ୟାହ୍ନ ଭୋଜନ ନ ମିଳିବା ନେଇ ସରକାରୀ ଘୋଷଣାରେ ଚିନ୍ତା ବଢ଼ିଯାଇଛି ଜିଲ୍ଲା ଶିକ୍ଷା ବିଭାଗର। ଜୁଲାଇ ମାସ ୩୧ ତାରିଖସୁଦ୍ଧା ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ଡାଟା ସହ ଆଧାରକାର୍ଡ ଲିଙ୍କ୍ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବାପରେ ବାଲେଶ୍ୱର ସମେତ ରାଜ୍ୟର ସମସ୍ତ ଜିଲ୍ଲାରେ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଡାଟାଏଂଟ୍ରି କାର୍ଯ୍ୟକ୍ରମ। ଜିଲ୍ଲା ଶିକ୍ଷାଅଧିକାରୀଙ୍କ ସୂଚନା ଅନୁସାରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱରର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଡାଟା ସହ ଆଧାର ନମ୍ବରେ ଲିଙ୍କ୍ ପାଇଁ ଗତ ଏପ୍ରିଲ ମାସରେ ଷ୍ଟେଟ୍ ନୋଡାଲ ଅଫିସ୍ ପକ୍ଷରୁ ଚିଠି ଆସିଥିଲା।…

"ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଆଧାର କାର୍ଡ଼ ଲିଙ୍କ୍ ପ୍ରସଙ୍ଗ ଚିନ୍ତାରେ ଜିଲ୍ଲା ଶିକ୍ଷା ବିଭାଗ"