କଳିଯୁଗର ପୁଅ ବୃଦ୍ଧ ମାତା-ପିତାଙ୍କୁ ଜୀଅନ୍ତା ଜାଳିଦେଲା

୧୧ ମଇର ଏହି ଘଟଣା ମୋତୀ ନଗରରେ ହୋଇଥିଲା ୭୦ ବର୍ଷର ଛେଦୀ ଲାଲ ଏବଂ ୬୨ ବର୍ଷର ତାଙ୍କ ପତ୍ନୀ ଲକ୍ଷ୍ମୀଙ୍କର ଜଳିବା ଘଟଣା ନୂଆ ଦିଲ୍ଲୀ ୧୩ ମଇ (ଓଡ଼ିଆ ପୁଅ) ପୁଲିସ ଏକ କଲଯୁଗର ପୁଅକୁ ଗିରଫ କରିଛି। ତାହାର ନାମ ସନ୍ତୋଷ (୪୦)। ଏହି ସନ୍ତୋଷ ଉପର ବୁଢ଼ା ମା’-ବାପାଙ୍କୁ ଘର ଭିତରେ ଜୀଅନ୍ତା ଜଳାଇ ଦେଇଥିବାର ଆରୋପ ଲାଗିଛି। ୧୧ ମଇରେ ଏହି ଘଟଣା ମୋତୀ ନଗର ନାମକ ଯାଗାରେ ହୋଇଥିଲା। ୭୦ ବର୍ଷର ଛେଦୀ ଲାଲ ଏବଂ ୬୨ ବର୍ଷର ତାଙ୍କ ପତ୍ନୀ ଲକ୍ଷ୍ମୀଙ୍କର ଜୀଅନ୍ତା ଜଳିଯିବାରୁ ମୃତ୍ୟୁ ହୋଇଯାଇଛି। ପ୍ରରମ୍ଭିକ ଜାଞ୍ଚରୁ ପୁଲିସକୁ ଲାଗିଲା ମୃତ୍ୟୁ…

"କଳିଯୁଗର ପୁଅ ବୃଦ୍ଧ ମାତା-ପିତାଙ୍କୁ ଜୀଅନ୍ତା ଜାଳିଦେଲା"

ଜେଡିଏସ ଫ୍ୟାକ୍ଟର ? ସିଦ୍ଧାରମୈୟା କହିଲେ, ଦଳିତ ପାଇଁ ମୁଖ୍ୟମନ୍ତ୍ରୀର ପଦ ଛାଡ଼ିବାକୁ ପ୍ରସ୍ତୁତ

ବାଙ୍ଗାଲୁରୁ ୧୩ ମଇ (ଓଡ଼ିଆ ପୁଅ) – କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ଆସିବାକୁ ଦୁଇ ଦିନ ବାକୀ ଅଛି, କିନ୍ତୁ ରାଜନୈତିକ ସମୀକରଣକୁ ଠିକ୍ ରେ ବସାଇବା ପାଇଁ ଗୁଣାଭାଗ ତେଜ ହୋଇଅଛି। ଚିଫ ମିନିଷ୍ଟର ସିଦ୍ଧାରମୈୟା ବଡ଼ ବୟାନ ଦେଇ କହିଛନ୍ତିଯେ, ଯଦି ହାଇକମାଣ୍ଡ କୌଣସି ଦଳିତ ନେତାକୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ଚାହୁଁଛନ୍ତି ତେବେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପ୍ରସ୍ତୁତ ଅଛନ୍ତି। ଏଥିରେ କଂଗ୍ରେସ ତରଫରୁ ଜେଡିଏସକୁ ମନାଇବା ପାଇଁ ଚେଷ୍ଟା କରାଯାଉଥିବା ନଜରରେ ଦେଖା ଯାଉଛି। ମାନା ଯାଉଛିଯେ, ସିଦ୍ଧାରମୈୟାଙ୍କର ନାମ ଉପରେ କଂଗ୍ରେସକୁ ସମର୍ଥନ ଦେବାକୁ ଡେଡ଼ିଏସ୍ ପ୍ରସ୍ତୁତ ହେବନାହିଁ। ‘ଟିଭି 9’ କନ୍ନଡ଼ର ରିପୋର୍ଟ ମୁତାବକ…

"ଜେଡିଏସ ଫ୍ୟାକ୍ଟର ? ସିଦ୍ଧାରମୈୟା କହିଲେ, ଦଳିତ ପାଇଁ ମୁଖ୍ୟମନ୍ତ୍ରୀର ପଦ ଛାଡ଼ିବାକୁ ପ୍ରସ୍ତୁତ"

ଆଫଗାନିସ୍ଥାନ: କାବୁଲରେ ତିନୋଟି ସ୍ଥାନରେ ବିଷ୍ପୋରଣ: ଧନ ଜୀବନ କ୍ଷତିର ଆଶଂକା

ନୂଆ ଦିଲ୍ଲୀ ୯ ମଇ (ଓଡ଼ିଆ ପୁଅ) ବୁଧବାର ଦିନ ସକାଳେ ଆଫଗାନିସ୍ଥାନର ରାଜଧାନୀ କାବୁଲରେ ୨୦ ମିନିଟ ସମୟ ବ୍ୟବଧାନରେ ତିନୋଟି ସ୍ଥାନରେ ବିଷ୍ପୋରଣ ଘଟିଛି। ବିଷ୍ପୋରଣ ପରେ ସୁରକ୍ଷାବଳ ସେଠାରେ ପହଁଚିଛନ୍ତି। କାବୁଲର ପିଡି୧୩ ଏବଂ କାଲା-ଏ-ଫାତୁଲ୍ଲା ସ୍ଥାନରେ ଏହି ବିଷ୍ପୋରଣ ଘଟିଛି। (ବିଶେଷ ଖବରକୁ ଅପେକ୍ଷା)

"ଆଫଗାନିସ୍ଥାନ: କାବୁଲରେ ତିନୋଟି ସ୍ଥାନରେ ବିଷ୍ପୋରଣ: ଧନ ଜୀବନ କ୍ଷତିର ଆଶଂକା"

୦୯ ଅପ୍ରେଲ ସୋମବାର: ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ (Aries): ବ୍ୟବସାୟିକ କ୍ଷେତ୍ରରେ ଅଧିକାରୀମାନଙ୍କ ସହିତ ଆବଶ୍ୟକ ବିଷୟଗୁଡ଼ିକ ଉପରେ ଚର୍ଚ୍ଚା ହେବ। ଆପଣଙ୍କ କୌଣସି ପରିଯୋଜନାକୁ ସରକାରୀ ଲାଭ ପ୍ରାପ୍ତି ହେବାର ସଂଭାବନା ଅଛି। କାର୍ଯ୍ୟାଳୟ ସଲଗ୍ନ କାର୍ଯ୍ୟ ପାଇଁ ଯାତ୍ରାର ମଧ୍ୟ ଯୋଗ ଅଛି। ପରିବାରରେ ଆନନ୍ଦର ବାତାବରଣ ରହିବ। ଘରର ସଜ୍ଜା ଏବଂ ଅନ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ କରି ଘରର ବାତାବରଣରେ ସକାରାତ୍ମକ ପରିବର୍ତ୍ତନ କରିବାର ପ୍ରୟାସ ଆଜି ଆପଣ କରିବେ। ପ୍ରତ୍ୟେକ କାର୍ଯ୍ୟର ନିର୍ଣ୍ଣୟ ତାହାକୁ ବ୍ୟବହାରିକ ରୂପରେ ବିଚାର କରିବା ପରେ ନିଅନ୍ତୁ। କାର୍ଯ୍ୟଭାର କାରଣରୁ ଶିଥିଳତା ଅନୁଭବ ହେବ। ମାତାଙ୍କର ସ୍ଵାସ୍ଥ୍ୟରେ ସୁଧାର ହେବ। ବୃଷ (Taurus): ଆଜିର ଦିନ ମିଶ୍ରିତ ଫଳଦାୟୀ ରହିବ। ବ୍ୟାପାରୀ…

"୦୯ ଅପ୍ରେଲ ସୋମବାର: ଜାଣନ୍ତୁ ଆପଣଙ୍କ ରାଶିଫଳ"

ଜଗନ୍ନାଥ ଧାମର ବିକାଶ ସଂପର୍କରେ ମୁଖ୍ୟମନ୍ତ୍ରୀ ଓ ଗଜପତିଙ୍କ ଆଲୋଚନା

ଭୁବନେଶ୍ୱର ୨୯-୩ (ଓଡ଼ିଆ ପୁଅ) ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପୁରୀଧାମ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସଂପର୍କରେ ଏକ ଉପସ୍ଥାପନା କରିଥିଲେ। ଏଥିରେ ଶ୍ରୀ ଜଗନ୍ନାଥ ମନ୍ଦିର ଚତୁପାର୍ଶୁର ବିକାଶ, ବଡଦାଣ୍ଡର ସୌନ୍ଦର୍ଯ୍ୟକରଣ, ଶ୍ରୀ ଗୁଣ୍ଡିଚା ମନ୍ଦିର, ଜଗନ୍ନାଥ ବଲ୍ଲଭ ମଠ ଓ ଅଠର ନଳାର ବିକାଶ ଓ ସୌନ୍ଦର୍ଯ୍ୟକରଣ ସଂପର୍କରେ ଗଜପତି ମୁଖ୍ୟତଃ ଆଲୋଚନା କରିଥିଲେ। ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରେ ଥିବା ଏମାର ମଠ, ଉତ୍ତରପାଶ୍ନ ମଠ ଓ ବାମପାର୍ଶ୍ଵ ମଠର ପୁନରୁଦ୍ଧାର ସହିତ ସେଠାରେ ଜଗନ୍ନାଥ ସଂସ୍କୃତି ଓ ବୈଦିକ ସଂସ୍କୃତିର ପ୍ରଚାର…

"ଜଗନ୍ନାଥ ଧାମର ବିକାଶ ସଂପର୍କରେ ମୁଖ୍ୟମନ୍ତ୍ରୀ ଓ ଗଜପତିଙ୍କ ଆଲୋଚନା"

ଭୁବନେଶ୍ୱର ଏସଡିଆଇ ହାଇଡ୍ରୋ କାର୍ବନ କ୍ଷେତ୍ରରେ ଦେଶରେ ପ୍ରଥମ ଦକ୍ଷତା ବିକାଶ ସଂସ୍ଥାନ ହେବ – ରାଷ୍ଟ୍ରପତି

ରାଷ୍ଟ୍ରପତିଙ୍କ କର କମଳରେ ହେଲା (ଆଇସିଟି) ମୁମ୍ବାଇ – ଇଣ୍ଡିଆନ ଅଏଲ କ୍ୟାମ୍ପସର ଶୁଭ ଉଦଘାଟନ ଓ ଏସଡିଆଇଭୁବନେଶ୍ୱରର ସ୍ଥାୟୀ କ୍ୟାମ୍ପର ଭିତିପ୍ରସ୍ତର ସ୍ଥାପନ – ଏହି ଦୁଇଟି ଅନୁଷ୍ଠାନ ଓଡିଆ ଯୁବ ପୀଢୀଙ୍କ ପାଇଁ ଉତମ ତାଲିମ ଆଧାରରେ ରୋଜଗାର ଓ ଉଦ୍ୟମୀ ହେବାର ବ୍ୟାପକ ସୁବିଧା ଉପଲବ୍ଧ କରାଇବ – ଧର୍ମେନ୍ଦ୍ର ପ୍ରଧାନ – ଏକ ଆକଳନ ଅନୁସାରେ ପୂର୍ବ ଭାରତରେ ଟେକ୍ସଟାଇଲ ଓ ପଲିମର କ୍ଲଷ୍ଟରର ବିକାଶରେ ୨୦୩୦ ମସିହା ସୁଦ୍ଧା ୩୦ ହଜାର କୋଟି ଟଙ୍କାର ପୁଂଜି ନିବେଶ ସହ ୨୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ – ପାରାଦୀପ ତୈଳ ବିଶୋଧନାଗାର କାରଣରୁ ପେଟ୍ରୋ କେମିକାଲ ଡାଉନଷ୍ଟ୍ରିମ…

"ଭୁବନେଶ୍ୱର ଏସଡିଆଇ ହାଇଡ୍ରୋ କାର୍ବନ କ୍ଷେତ୍ରରେ ଦେଶରେ ପ୍ରଥମ ଦକ୍ଷତା ବିକାଶ ସଂସ୍ଥାନ ହେବ – ରାଷ୍ଟ୍ରପତି"

କି ନୃସଂଶ କାଣ୍ଡ ! ମା’ର ମୁଣ୍ଡ କାଟି, କଟା ମୁଣ୍ଡକୁ ନେଇ ଥାନାକୁ ଆସିଲା ପୁଅ

ତାମିଲନାଡ଼ୁ ୧୮-୩ (ଓଡ଼ିଆ ପୁଅ) ତାମିଲନାଡ଼ୁର ପୁଡ଼ୁକୁଟାଇରେ ଘଟିଯାଇଛି ନୃସଂଶ କାଣ୍ଡ। ନିଜ ଘରେ, ଆଜି ସକାଳେ ସଂପତ୍ତି ବିବାଦ ଉପରେ ମା’ ପୁଅ ମଧ୍ୟରେ ଝଗଡ଼ା ଲାଗିଥିଲା। ଏହା ପରେ ୩୦ ବର୍ଷର ପୁଅ ଆନନ୍ଦ ଏକ ଧାରୁଆ ଅସ୍ତ୍ରରେ ମା’ର ମୁଣ୍ଡ କାଟି ଶରୀରରୁ ଅଲଗା କରିଦେଇଥିଲା। ଏହା ପରେ ସେ କଟା ମୁଣ୍ଡକୁ ନେଇ କରମ୍ବକୁଡ଼ୀ ପୁଲିସ ଷ୍ଟେସନକୁ ଯାଇ ଆତ୍ମସମର୍ପଣ କରିଥିବା ପୁଲିସ କହିଛି। ଖବର ଅନୁଯାୟୀ ୩୦ ବର୍ଷୀୟ ବ୍ୟକ୍ତି ଆନନ୍ଦ ଏବଂ ତା’ର ମା’ଙ୍କ ମଧ୍ୟରେ ସଂପତ୍ତିକୁ ନେଇ କ୍ରମାଗତଭାବେ ଝଗଡ଼ା ହେଉଥିଲା। କିନ୍ତୁ ଆଜି ସକାଳେ ଏହା ଏତେ ଭୟଙ୍କର ରୂପ ନେବ ତାହା କେହି…

"କି ନୃସଂଶ କାଣ୍ଡ ! ମା’ର ମୁଣ୍ଡ କାଟି, କଟା ମୁଣ୍ଡକୁ ନେଇ ଥାନାକୁ ଆସିଲା ପୁଅ"

ନିଦହାସ ଟି-20 : ଭାରତ-ବାଂଗ୍ଲାଦେଶ ଫାଇନଲ: ଟସ୍ ଜିତି ଭାରତ ବୋଲିଂ ନିଷ୍ପତି: ଟି-20ରେ ବାଂଗ୍ଲାଦେଶ ଠାରୁ କେବେ ହାରିନାହିଁ ଟିମ ଇଣ୍ଡିଆ

ଶ୍ରୀଲଙ୍କାରେ ଚାଲୁଥିବା ନିଦହାସ ଟି-20 ଟ୍ରଫିର ଫାଇନଲ ଆଜି କଲୋମ୍ବୋରେ ଖେଳାଯିବ। ପୂର୍ବ ସ୍କୋର ଭାରତର ବିଜୟ ଆଡ଼କୁ ଇଙ୍ଗିତ କରୁଛି କଲୋମ୍ବୋ ୧୮-୩ (ଓଡ଼ିଆ ପୁଅ) ଶ୍ରୀଲଙ୍କାରେ ଚାଲୁଥିବା ନିଦହାସ ଟି-20 ଟ୍ରଫିର ଫାଇନଲ ଏବେ କିଛି ସମୟ ପରେ କଲୋମ୍ବୋରେ ଆରମ୍ଭ ହେବ। ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତି ନେଇଛି। ଦୁଇ ଟିମର ଖେଳାଳି ଏବେ ବେସ୍ ଉତ୍ସାହରେ। ଟିମ ଇଣ୍ଡିଆ ଏହି ଟ୍ରଫିରେ କେବଳ ପ୍ରଥମ ମ୍ୟାଚ୍ ହାରି ଥିଲା। ତା’ ପରର ପାଞ୍ଚଟି ମ୍ୟାଚରେ ଜିତିଛି। ଅନ୍ୟ ପଟେ, ବାଂଗ୍ଲାଦେଶ ଅଛି। ଶୁକ୍ରବାର ରାତିରେ ଯେଉଁପରି ଭାବରେରେ ଶ୍ରୀଲଙ୍କାକୁ ହରାଇଥିଲା, ତାହା ନିଶ୍ଚିତ ଭାବରେ ପ୍ରଶଂସନୀୟ। ପୂର୍ବ…

"ନିଦହାସ ଟି-20 : ଭାରତ-ବାଂଗ୍ଲାଦେଶ ଫାଇନଲ: ଟସ୍ ଜିତି ଭାରତ ବୋଲିଂ ନିଷ୍ପତି: ଟି-20ରେ ବାଂଗ୍ଲାଦେଶ ଠାରୁ କେବେ ହାରିନାହିଁ ଟିମ ଇଣ୍ଡିଆ"

ବର୍ଷିୟାନ ଅଭିନେତ୍ରୀ ପାର୍ବତୀ ଘୋଷଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ

ଭୁବନେଶ୍ୱର ତା, ୧୨/୦୨ (ଓଡ଼ିଆ ପୁଅ) : ଜୟଦେବ ପୁରସ୍କାର ଓ ଜାତୀୟ ପୁରସ୍କାରରେ ସମ୍ମାନୀତ ହୋଇଥିବା ବର୍ଷିୟାନ ଅଭିନେତ୍ରୀ ପାର୍ବତୀ ଘୋଷଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା ଶ୍ରୀ କେ.ଭି ସିଂହଦେଓ ପ୍ରମୁଖ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି। ୭୫ ବର୍ଷ ବୟସରେ ପାର୍ବତୀ ଘୋଷଙ୍କ ପରଲୋକରେ ଓଡିଆ ସିନେମା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ପାର୍ବତୀ ଘୋଷ ୧୯୫୦ ମସିହାରେ ଶ୍ରୀ ଜଗନ୍ନାଥ ଚଳଚ୍ଚିତ୍ର କରି ଘରେ ଘରେ…

"ବର୍ଷିୟାନ ଅଭିନେତ୍ରୀ ପାର୍ବତୀ ଘୋଷଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ"

ବରିଷ୍ଠ ପ୍ରଶାସକ କାର୍ତ୍ତିକେୟନ ପାଣ୍ଡିୟାନଙ୍କ ବାସଭବନକୁ ଗୋବର ଫିଙ୍ଗା ଘଟଣା: ଏନ୍.ଜି.ଓ.ସି.ସି ନେତୃତ୍ୱରେ ୩୭ଟି ସଂଗଠନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଦାବି କଲେ

ଭୁବନେଶ୍ୱର, ତା ୧୨ା୨ (ଓଡ଼ିଆ ପୁଅ) : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କ ସରକାରୀ ବାସଭବନ ଉପରେ କେତେକ ରାଜନୈତିକ ଗୋଷ୍ଠୀ ଗୋବର ଫିଙ୍ଗା ଓ ଟେକାପଥର ଫୋପାଡ଼ିବା ଘଟଣାକୁ ନେଇ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି ସହ ସହବନ୍ଧିତ ୩୭ଗୋଟି ସଂଗଠନର ପ୍ରମୁଖ କର୍ମଚାରୀ ନେତୃମଣ୍ଡଳୀ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦୁର୍ବୁତମାନଙ୍କ ବିରୋଧରେ ଆଇନ୍ଗତ ଶୃଙ୍ଖଳାଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଗୋବରଫିଙ୍ଗା ଘଟଣାକୁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଆସାମୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ୩୭ଟି କର୍ମଚାରୀ ସଂଗଠନର ପ୍ରତିନିଧିମାନେ…

"ବରିଷ୍ଠ ପ୍ରଶାସକ କାର୍ତ୍ତିକେୟନ ପାଣ୍ଡିୟାନଙ୍କ ବାସଭବନକୁ ଗୋବର ଫିଙ୍ଗା ଘଟଣା: ଏନ୍.ଜି.ଓ.ସି.ସି ନେତୃତ୍ୱରେ ୩୭ଟି ସଂଗଠନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଦାବି କଲେ"