ଦାମୋଦର ରାଉତ ଭଗବାନ: କୋରପୁଟରେ ସିପିଆଇ ଚାଷୀ ମୁଳିଆ ଆଦିବାସୀ ସଂଘର ବ୍ୟାନର

କୋରପୁଟ:୯/୧/୧୮(ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରପୁଟ ଜିଲ୍ଲାର ନାରାୟଣ ପାଟଣା ଅଞ୍ଚଳରେ ବିଭିନ୍ନ କାନ୍ତବାଡ଼ରେ ସିପିଆଇ ଚାଷୀ ମୁଳିଆ ଆଦିବାସୀ ସଂଘ ନାମରେ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ଆଦିବାସୀ ସଂଘ ରାୟଗଡ଼ା ଓ କୋରପୁଟ, ନାଗାବୀ ଡିଭିଜନ ପକ୍ଷରୁ ଲାଗିଥିବା ଉଲେଖ ରହିଥିବାବେଳେ, ସିପିଆଇ ପୂର୍ବତନ ମନ୍ତ୍ରୀ ଡ଼ାକ୍ତର ଦାମୋଦର ରାଉତଙ୍କୁ ଆଦିବାସୀଙ୍କ ଭଗବାନ ବୋଲି ଦର୍ଶାଯାଇଛି। ତାଙ୍କର ପୁନଃ ବିଚାର କରିବାକୁ ପୋଷ୍ଟର ମାଧ୍ୟମରେ ଦାବିକରିଥିବା ଦେଖିବାକୁ ମିଳୁଛି। ଏହା ବ୍ୟତୀତ ତିନିଜଣ ନେତାଙ୍କୁ ଚିଟିପଣ୍ଡ ଠକେଇ ମାମଲାରେ ପଦକ୍ଷେପ ନେବା ପାଇଁ ଗତ ସପ୍ତାହରେ ରାୟଗଡ଼ା ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଲାଗିଥିବା ବ୍ୟାନରରେ ସରକାର ଓ ଗଣମାଧ୍ୟମ ମଜା କରୁଥିବା ଉଲ୍ଲେଖ ରହିଛି।

"ଦାମୋଦର ରାଉତ ଭଗବାନ: କୋରପୁଟରେ ସିପିଆଇ ଚାଷୀ ମୁଳିଆ ଆଦିବାସୀ ସଂଘର ବ୍ୟାନର"

ଚାଲୁଚାଲୁ କାର ଜଳିଗଲା! ମୁତ୍ୟୁ ମୁଖରୁ ବର୍ତ୍ତିଲେ ଚାରିଜଣ

କୋରାପୁଟ ୧୯/୧୨/୨୦୧୭ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ଜିଲ୍ଲାର ପଟାଙ୍ଗୀ ବ୍ଲକର ସୁଙ୍କି ଘାଟି ନିକଟରେ ଏକ ଚଳନ୍ତା କାରରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ଗାଡ଼ି ଭିତରେ ବସିଥିବା ଚାଳକଙ୍କ ସହ ଚାରିଜଣ କାଚ ଭାଙ୍ଗି ବାହାରି ଥିବା ଖବରୁ ଜଣାପଡିଛି। ସୂଚନା ଅନୁଯାଇ ଗତକାଲି ରାତି ୯ ଘଣ୍ଟା ସମୟରରେ ଆନ୍ଧ୍ର ଓଡ଼ିଶା ସୀମାନ୍ତ ସୁଙ୍କି ଘାଟି ନିକଟରେ କାର ଇଂଜିନରୁ ନିଆଁ ବାହାରି ସମୂର୍ଣ୍ଣ କାରଟି ଜଳି ଯାଉଥିବାବେଳେ କାର ବସି ଥିବା ଚାରି ଜଣ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା ଜଣାପଡିଛି।

"ଚାଲୁଚାଲୁ କାର ଜଳିଗଲା! ମୁତ୍ୟୁ ମୁଖରୁ ବର୍ତ୍ତିଲେ ଚାରିଜଣ"

କୋରାପୁଟ ନରେନ୍ଦ୍ର ସରୋବରରେ ବୁଡ଼ି ତିନିଜଣ ଶିଶୁଙ୍କ ମୃତ୍ୟୁ

କୋରପୁଟ:୨୪/୧୧/୨୦୧୭ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ଶବର ଶ୍ରୀ କ୍ଷେତ୍ରର ନରେନ୍ଦ୍ର ପୋଖରୀରେ ବୁଡ଼ି ତିନି ଜଣ ଶିଶୁଙ୍କର ମୁତ୍ୟୁ ହୋଇଥିବା ଖବର ମିଳିଛି। ଖବର ଅନୁଯାଇ କୋରାପୁଟ ସ୍ଥିତ ସାଇ ମନ୍ଦିରରେ କୌଣସି ଶୁଭ କାର୍ଯ୍ୟକ୍ରମରେ ଗୁଣୁପୁର ଓ ରାୟଗଡା ଆସିଥିବା ବେଳେ ତିନି ଜଣ ଶିଶୁ ନରେନ୍ଦ୍ର ସରୋବରରେ ଗାଧୋଉଥଇବା ସମୟରେ ବୁଡ଼ି ଯାଇଥିଲେ। ସେମାନଙ୍କ ବୟସ ୧୦ ରୁ୧୪ ବର୍ଷ ବୋଲି ଜଣାପଡିଛି। ମୃତ ନାବାଳକ ମାନେ କେ.ମଣିକାନ୍ତ. ଟି. ଭାରତ ଓ ମଣିକାନ୍ତ ଜାମି ବୋଲି ଜଣା ପଡ଼ିଛି। ଖବର ମିଳିବା ପରେ କୋରପୁଟରେ ଶୋକର ବାତାବରଣ ଦେଖା ଦେଇଛି।

"କୋରାପୁଟ ନରେନ୍ଦ୍ର ସରୋବରରେ ବୁଡ଼ି ତିନିଜଣ ଶିଶୁଙ୍କ ମୃତ୍ୟୁ"

ସାପ କାମୁଡ଼ାରେ, ଯୁବତୀର ମୁତ୍ୟୁ

କୋରାପୁଟ:୨୭/୧୦/୧୭(ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ପାତଲୁଙ୍ଗୁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏଲମପେଟ, ସୁକପାଲି ଗ୍ରାମର ଯୁବତୀ ନାଗ ସାପ କାମୁଡ଼ାରେ ମୁତ୍ୟୁବରଣ କରିଥିବାର ଜଣାପଡିଛି। ଖବର ଅନୁଯାୟୀ ଏଲମପେଟ ପାଖ ସୁକପାଲି ଗ୍ରାମର ରମ୍ଭା ହାନ୍ତାଳ(୩୬)ଗତକାଲି ସନ୍ଧ୍ୟାରେ ପୂଜା କରିବା ସମୟରେ ବିଷଧର ନାଗ ସାପ କାମୁଡି ଦେବରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଏ ସମ୍ପର୍କରେ ଗ୍ରାମବାସୀଙ୍କ ସହାୟତାରେ ପଟଳୁଙ୍ଗ ସରପଞ୍ଚ ଧବୁଲୁ ପାଙ୍ଗି ସହ ଯୋଗାଯୋଗ କରି ପଡୁଆ ପୋଲିସକୁ ଖବର ଦିଆଯାଇ ଥିଲା। ପୋଲିସ ପହଁଞ୍ଚି ମୃତ ଦେହକୁ ଜବତ କରି ଶବ ବ୍ୟବଛେଦ କରିସାରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏସମର୍କରେ ପଡୁଆ ଥାନାରେ…

"ସାପ କାମୁଡ଼ାରେ, ଯୁବତୀର ମୁତ୍ୟୁ"

କୂଅରେ ପଡ଼ିଲେ ଦୁଇଟି ଭାଲୁ ! – ଗୋଟିଏ ଉଦ୍ଧାର କରାଗଲା ଏବଂ ଅନ୍ୟର ମୃତ୍ୟୁ

କୋରାପୁଟ:୨୬/୧୦/୧୭(ଓଡ଼ିଆ ପୁଅ/ଅଭିନାଶ ଜାନାମ)କୋରାପୁଟ ଜିଲ୍ଲାର କରାପୁଟ ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ପଞ୍ଚାୟତର ବଡ଼ଦେଉଲା ଗ୍ରାମର କୂଅ ଭିତରେ ଦୁଇଗୋଟି ଭାଲୁ ଖସି ପଡ଼ିଥିଲେ। ସକାଳ ପାହାନ୍ତିଆରେ ଲୋକ ମାନଙ୍କ ନଜରକୁ ଆସିଥିଲା ଏହି ଖବର। ଗ୍ରାମବାସୀ କୋରପୁଟ ବନାଞ୍ଚଳକୁ ଖବର ଦେବାରୁ। ସୂଚନା ପାଇ ଓଡ୍ରାଫ ଦଳ, ଓ ବନ କର୍ମଚାରୀ ପଶୁ ଚିକିତ୍ସା କର୍ମଚାରୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଥିଲେ। ଦୁଇଟି ଭାଲୁଙ୍କ ମଧ୍ୟରୁ ଗୋଟିଏ ଭାଲୁକୁ ବଞ୍ଚାଯାଇପାରିଲା ନାହିଁ।  ଅନ୍ୟ ଗୋଟିଏ ଭାଲୁକୁ ଉଦ୍ଧାର କରି ବନ ବିଭାଗର କର୍ମଚାରୀ ମାନେ କୋରାପୁଟ ବନଖଣ୍ଡ ନେଇଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି।

"କୂଅରେ ପଡ଼ିଲେ ଦୁଇଟି ଭାଲୁ ! – ଗୋଟିଏ ଉଦ୍ଧାର କରାଗଲା ଏବଂ ଅନ୍ୟର ମୃତ୍ୟୁ"

ପଲିଥିନ ବର୍ଜନ ଶୋଭା ଯାତ୍ରା।

ପଲିଥିନ ବର୍ଜନ ଶୋଭା ଯାତ୍ରା। କୋରାପୁଟ:୨୫/୧୦/୧୭(ଓଡ଼ିଆପୁଅ/ଅଭିନାଶ ଜାନାମ)ଜିଲ୍ଲାର ନନ୍ଦପୁର ବ୍ଲକର ବାଲଡା ବନାଞ୍ଚଳତରପରୁ ପଲିଥିନ ବର୍ଜନଶୋଭା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଉକ୍ତ ଶୋଭାଯାତ୍ରା ରେ ବନାଞ୍ଚଳଅଧିକାରୀ ଶ୍ରୀ ହେମନ୍ତକୁମାରପ୍ରଧାନ, ଓ ଉପ ବନାଞ୍ଚଳ ଅଧିକାରୀ ଶ୍ରୀ ଶିଖୁନ ଗୁଣ୍ଟ।,ବରିଷ୍ଠ ବନପାଳ ଶ୍ରୀଅକ୍ଷୟ ଷଡଙ୍ଗୀ, ବନପାଳ, ଶ୍ରୀନିରଞ୍ଜନ ଶତପତି,ବନପାଳ ଶ୍ରୀ ଗୋପୀନାଥ ପାଙ୍ଗି,ବରିଷ୍ଠ ବନରକ୍ଷୀ ମଧୁସୂଦନ ଗୋଲରୀ, ଅନୁସାୟ ଗୋଲରି, ଶଙ୍କର୍ଷଣ ଦଳେଇ, କାର୍ତିକ ମୁଦୁଲି, ସମନାଥ ଖରା, ବାଲଡା ଗ୍ରାମରଏସ,ଏଚ,ଜୀ, ଗ୍ରୁପ ର ମହିଳା ମାନେସମାଜ ସେବୀ ଗ୍ରାମବାସୀଉପସ୍ଥିତ ରହି।ପଲିଥିନପରିବେଶ ପ୍ରଦୂଷଣ ହେଉଥିବା ଜମିରେ ପଡିଲେ ଜମି ନଷ୍ଟ ହେଉଥିବା।ବ୍ୟବସାଇମାନଙ୍କମଧ୍ୟ ପଲିଥିନ ବର୍ଜନ କରିବାକୁ ଆହ୍ୱାନ ଦେଇଥିଲେ।ପଲିଥିନ ପରିବେଶ କୁ ନଷ୍ଟ କରୁଛି।ସଚେତନ ହେବା ପାଇଁ…

"ପଲିଥିନ ବର୍ଜନ ଶୋଭା ଯାତ୍ରା।"

ପ୍ରଧାନ ଶିକ୍ଷକଙ୍କ ନବମ ଶ୍ରେଣୀ ଛାତ୍ରୀଙ୍କ ସହ କୁକର୍ମ ପରେ ଶିକ୍ଷକ ବଦଳି ପ୍ରତିବାଦରେ, ବାଲଡା କନ୍ୟାଶ୍ରମ ଛାତ୍ରୀଙ୍କ ଶୋଭାଯାତ୍ରା

କୋରାପୁଟ, ୨୧/୧୭(ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ବାଲଡା ଗ୍ରାମର କନ୍ୟାଶ୍ରମ ଛାତ୍ରୀମାନେ ୪ ଜଣ ଶିକ୍ଷକ ବଦଳି ପ୍ରତିବାଦରେ ପ୍ଲାକାର୍ଡ ଧରି ଆମର ଦାବି ପୂରଣ ହେଉ ବୋଲି ଶୋଭାଯାତ୍ରାରେ ବାହାରି ଥିଲେ। କୌଣସି ସୂତ୍ରରୁ ଖବର ପାଇ ନନ୍ଦପୁର ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ରାମେଶ୍ୱର ପ୍ରଧାନ ଓଡବ୍ଲ୍ୟୁ ଭେଜା ଗ୍ରାମ ପଂଚାୟତର ତାଇନ୍ତର ଛକ ନିକଟରେ ପହଁଚି ଛାତ୍ରୀଙ୍କୁ ବୁଜାସୁଜା କରି ବାଲଡା କନ୍ୟାଶ୍ରମକୁ ଆଣି ଥିଲେ। ଛାତ୍ରୀମାନଙ୍କଠାରୁ ଖବର ନେବାରୁ ଜଣାପଡିଛି ଯେ କନ୍ୟାଶ୍ରମରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟତ୍ରୀ ଓମେଟରଣ ଦିଦିଙ୍କ ସଂପୃକ୍ତି ଥିବା ନେଇ ପ୍ରକାଶ କରିଛନ୍ତି। ଗତମାସ ୨ ତାରିଖ ଦିନ ବାଲଡା…

"ପ୍ରଧାନ ଶିକ୍ଷକଙ୍କ ନବମ ଶ୍ରେଣୀ ଛାତ୍ରୀଙ୍କ ସହ କୁକର୍ମ ପରେ ଶିକ୍ଷକ ବଦଳି ପ୍ରତିବାଦରେ, ବାଲଡା କନ୍ୟାଶ୍ରମ ଛାତ୍ରୀଙ୍କ ଶୋଭାଯାତ୍ରା"

ଉଜ୍ୱଳା ଯୋଜନାରେ ମିଳିଥିବା ଗ୍ୟାସ ଲିକ୍ ହୋଇ ସମ୍ପୂର୍ଣ୍ଣ ପରିବାର ଜଳିଗଲେ – ଆସବାବ ପତ୍ର ସବୁ ଜଳି ଗଲା

କୋରାପୁଟ ୬-୧୦ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ଭାରତ ସରକାର ଉଜ୍ଜ୍ୱଳା ଯୋଜନାରେ ଗରିବ ଲୋକଙ୍କୁ ଗ୍ୟାସ ବାଣ୍ଟୁଛନ୍ତି। କିନ୍ତୁ ଯଦି ଗରିବଙ୍କୁ ଉପଯୁକ୍ତ ଭାବରେ ଗ୍ୟାସ ବ୍ୟବହାର କରିବା ପାଇଁ ଜ୍ଞାନ ତଥା ଟ୍ରେନିଂ ଦିଆ ନଯାଏ ତେବେ ଏହାର ପରିଣତି ଭୟଙ୍କର ହୋଇଥିବାର ଅନେକ ନଜିର ଅଛି। ସେହିପରି ଆଜି ସକାଳ ପ୍ରାୟ ୧୦ଟା ସମୟରେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ବଲଡ଼ା ଗ୍ରାମରେ ଏହିପରି ଏକ ଦୁଃଖଦ ଘଟଣା ଘଟିଥିବା ଆମକୁ ଖବର ମିଳିଛି। ଘଟଣାଟି ଏହିପରିଯେ, ବଲଡ଼ା ଗ୍ରାମର ରାମାରାଓ ଖିଲଙ୍କ ଘରେ ଗ୍ୟାସ ଲିକ ହେବା ଯୋଗୁଁ ଘରେ ନିଆଁ ଲାଗିଯାଇଥିଲା। ପ୍ରାଥମିକ ସୂଚନାରୁ ଜଣାପଡ଼ିଛିଯେ, ରାମାରାଓ ଖିଲଙ୍କୁ ଉଜ୍ଜ୍ୱଳା…

"ଉଜ୍ୱଳା ଯୋଜନାରେ ମିଳିଥିବା ଗ୍ୟାସ ଲିକ୍ ହୋଇ ସମ୍ପୂର୍ଣ୍ଣ ପରିବାର ଜଳିଗଲେ – ଆସବାବ ପତ୍ର ସବୁ ଜଳି ଗଲା"

ମାଓବାଦୀଙ୍କ ବର୍ବର କାଣ୍ଡ, ସରପଞ୍ଚଙ୍କୁ ଗଳା କାଟି ହତ୍ୟା

କୋରାପୁଟ ୮/୮/୧୭ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ନନ୍ଦପୁର ବ୍ଲକର ପଡୁଆ ଥାନା ଅନ୍ତର୍ଗତ ହାତିବରି ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଜଗନ୍ନାଥ ଖରାଙ୍କୁ ରାତ୍ର ପ୍ରାୟ ୯.୩୦ ମିନିଟ ସମୟରେ ଶହେରୁ ଉର୍ଦ୍ଧ୍ୱ ମାଓବାଦୀ ଆସି ଘରୁ ଡ଼ାକି ନେଇ ଘର ନିକଟରେ ଗଳା କାଟି ଦେଇଥିବା ଦେଖିବାକୁ ମିଲିଛି। ଏହା ସହିତ ଜଗନ୍ନାଥ ଖରାଙ୍କ ଘର ସାମନାରେ ରଖିଥିବା କମାଣ୍ଡର, ମୋଟର ସାଇକେଲ, କାର ଓ ଟ୍ରାକ୍ଟରକୁ କିରାସିନି ଢାଳି ପୋଡ଼ି ଦେଇଛନ୍ତି। ଏହାସହିତ ଘରର ଜିନିଷ ପତ୍ର ସବୁ ନଷ୍ଟ କରି ଦେଇଛନ୍ତି। ଛାଡି ଯାଇଥିବା ହାତଲେଖା ଚିଠିରେ ପୋଲିସ ଇନଫରମର ସାଜି ଆଶ୍ରମପୁଟଠାରେ ପୋଲିସର ଜନ ସମର୍କ ଶିବିରକୁ ସମର୍ଥନ କରୁଥିବା ବେଳେ…

"ମାଓବାଦୀଙ୍କ ବର୍ବର କାଣ୍ଡ, ସରପଞ୍ଚଙ୍କୁ ଗଳା କାଟି ହତ୍ୟା"

ଗଞ୍ଜେଇ ଚୋରା ଚାଲାଣ, କରୁଥିବା ବଲେରୋ ସହିତ ପାଞ୍ଚ ଗଞ୍ଜେଇ ବ୍ୟବସାୟୀ ଗିରଫ

କୋରାପୁଟ ୨୬/୭ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ନନ୍ଦପୁର ପୋଲିସ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଖବର ପାଇ ନନ୍ଦପୁର ପୁଲିସ ରାତି ଅଧିଆ ଛଢ଼ଉ କରି ପାଞ୍ଚ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକମାନେ ଉତ୍ତର ପ୍ରଦେଶର ଝାନ୍ସି ଜିଲ୍ଲାର ଚିରଗାଁ ଗ୍ରାମର ବୋଲି ଜଣା ପଡ଼ିଛି। ସୋମବାର ରାତି ପ୍ରାୟ ୧୨ଘଣ୍ଟା ସମୟରେ ଏକ ବୋଲେରୋ ଗାଡ଼ିରେ ପାଞ୍ଚ ଜଣ ଯୁବକ ଗାଡ଼ିର ସିଟ ଭିତରେ ଚୋରା ଚାଲାଣ କରୁଥିବା ସମୟରେ ନନ୍ଦପୁର ପୁଲିସ ସେମାନଙ୍କୁ ଗିରଫ କରିଥିଲେ। ସେମାନଙ୍କଠାରୁ ୩୮ କିଲୋ ଗଞ୍ଜେଇ ଜବତ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ଏହି ଛଢ଼ଉରେ ଏସ.ଆଇ କରୁଣାକର ଗୌଡ଼, ଏସଆଇ ଜିତେନ୍ଦ୍ର ପ୍ରଧାନ, ହାବିଳଦାର…

"ଗଞ୍ଜେଇ ଚୋରା ଚାଲାଣ, କରୁଥିବା ବଲେରୋ ସହିତ ପାଞ୍ଚ ଗଞ୍ଜେଇ ବ୍ୟବସାୟୀ ଗିରଫ"