କୁନ୍ଦୁଲୀ ପିଡୀତା ପରିବାରଙ୍କୁ ନ୍ୟାୟ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ୧୨ଘଣ୍ଟିଆ ବନ୍ଦ

ପାଟଣା, ତା୨୪/୦୧(ଓଡିଆ ପୁଅ/ଅଭିମନ୍ୟୁ/ବିରେନ୍ଦ୍ର)କୁନ୍ଦୁଲି ପିଡୀତାଙ୍କୁ ନ୍ୟାୟ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପି ଓ କଂଗ୍ରେସ ପକ୍ଷରୁ କେନ୍ଦୁଝର ଜିଲ୍ଲାର ପାଟଣା,  ଢେଙ୍କିକୋଟ, ତୁରୁମୁଙ୍ଗା,  ରାଜନଗର,  ଖିରେଇଟାଙ୍ଗିର ଆଦି ସ୍ଥାନରେ ରେ ଶାନ୍ତିପୂର୍ଣ୍ଣ ଭାବେ ୧୨ଘଂଟିଆ ଓଡିଶା ବନ୍ଦ ସଫଳ ହୋଇଛି। ସରକାରଙ୍କ ପକ୍ଷରୁ ସରକାରୀ ସ୍କୁଲ, କଲେଜ, ଅଫିସ ଛୁଟି ଘୋଷଣା କରାଯାଇଥିବା ବେଳେ ୨୨୦ ନମ୍ବର, ୪୯ ନମ୍ବର, ୨୦ ନମ୍ବର ଜାତୀୟ ରାଜପଥ ରେ ଶହଶହ ସଂଖ୍ୟାରେ ଗାଡି ଅଟକି ରହିଥିଲା। ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ଠାରେ ବିଜେପି ପକ୍ଷରୁ ମିତ୍ରଭାନୁ ମହାନ୍ତ,  ବ୍ରଜମୋହନ ସାହୁ, ଦର୍ଶନ ସିହୁ,  ଲଳିତ କୁମାର ସିଂହ,  ବରୁଣ କୁମାର ସାହୁ ପ୍ରମୁଖ…

"କୁନ୍ଦୁଲୀ ପିଡୀତା ପରିବାରଙ୍କୁ ନ୍ୟାୟ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ୧୨ଘଣ୍ଟିଆ ବନ୍ଦ"

ପାଟଣା ବ୍ଲକ ସ୍ତରୀୟ କୃଷକ ସମ୍ପର୍କ ମେଳା

ପାଟଣା,ତା୨୩/୦୧(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସ୍ତରିୟ କୃଷକ ସମ୍ପର୍କ ମେଳା ଚିନାବାଳିପଶି ଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ଜିଲ୍ଲା କୃଷି ଉପନିର୍ଦ୍ଦେଶକ ଚିତ୍ତରଞ୍ଜନ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୃଷକ ସମ୍ପର୍କ ମେଳା ଓ କୃଷି ଯନ୍ତ୍ରପାତି ପ୍ରଦର୍ଶନ କୁ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ହୃଷିକେଶ ନାଏକ ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ , ବିଜେଡ଼ି ବ୍ଲକ ସଭାପତି ମାଧବାନନ୍ଦ ପୃଷ୍ଟି , ଜିଲ୍ଲାପରିଷଦ ସଦସ୍ୟ ସୁରେଶ ଚନ୍ଦ୍ର ନାଏକ ,ଜିଲ୍ଲା ପରିଷଦ ସଦସ୍ୟା ଡଲି ପାତ୍ର ,ସୁରମାଲ…

"ପାଟଣା ବ୍ଲକ ସ୍ତରୀୟ କୃଷକ ସମ୍ପର୍କ ମେଳା"

କୂଅ ଭିତରୁ ଛେଳି ଚରାଳିର ମୃତ ଦେହ ଉଦ୍ଧାର

ପାଟଣା, ତା୨୨/୦୧(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସରାସକୋଲା ପଞ୍ଚାୟତ ବାଉଁଶଡିହା ମକାବନ୍ଧ ସାହିର ଏକ କୂଅରେ ପଡି ମଲିପଶି ଗ୍ରାମର ଫଉଦ ବେଣ୍ଟକାର(୫୦) ଙ୍କର ମୃତ୍ୟୁ ଘଟିଛି। ଫଉଦ ବେଣ୍ଟକାର ବାଉଁଶଡିହା ଗ୍ରାମର ଅଙ୍କୁର ପାତ୍ରଙ୍କ ଘରେ ଛେଳି ଚରାଳି ଭାବେ ରହିଥିଲେ। ସେ ଛେଳି ଚରାଇବାକୁ ଯାଇ ଦୁଇ ଦିନ ହେଲା ଘରକୁ ନ ଫେରିବାରୁ ବହୁ ଖୋଜାଖୋଜି ପରେ ଆଜି ଫଉଦ ର ମୃତ ଦେହ ଏକ କୂଅରେ ଭାସୁଥିବା ଦେଖି ପାଟଣା ଥାନାକୁ ଖବର ଦେବା ପରେ ପାଟଣା ଅଗ୍ନିଶମ ବିଭାଗ ଓ ପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ପାଟଣା…

"କୂଅ ଭିତରୁ ଛେଳି ଚରାଳିର ମୃତ ଦେହ ଉଦ୍ଧାର"

ସିନ୍ଦୁରଗୌରୀ ପୀଠରେ ମକର ମହୋତ୍ସବ ଉଦଯାପିତ

ପାଟଣା, ତା୧୭/୦୧(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମିରିଗିଖୋଜି ପଞ୍ଚାାୟତ ଅସନବାହାଳି ଗ୍ରାମରେ ସିନ୍ଦୁରଗୌରୀ କ୍ଲବ ପକ୍ଷରୁ ସିନ୍ଦୁରଗୌରୀ ସ୍ଥଳ ଓ ସ୍ୱୟଂଶମ୍ଭୁତା ମା’ ବନଦୂର୍ଗାଙ୍କ ପୀଠରେ ତିନିଦିନ ଧରି ମକର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମକରମେଳା ଦୋକାନ ବଜାର ସାଙ୍ଗକୁ ଟୁସୁ ପ୍ରତିଯୋଗିତାରେ ପାଟଣା ଓ ସାହାରପଡା ବ୍ଲକର ୯ଟି ଟୁସୁ ମେଢ ଅଂଶଗ୍ରହଣ କରିଥିଲେ। ଅନ୍ୟୁନ ୧୦ହଜାର ଶ୍ରଦ୍ଧାଳୁ ସିନ୍ଦୁରଗୌରୀ ପୀଠ ଓ ସ୍ୱୟଂଶମ୍ଭୁତା ବନଦୂର୍ଗାଙ୍କୁ ଏଠାରେ ପୂଜାର୍ଚ୍ଚନା କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ପୂଜକ ତ୍ରିଲୋଚନ କର ଓ ଦେହୁରୀ ଘାସିରାମ ମହାନ୍ତ ଓ ରଇଦାସ ମହାନ୍ତ ପୂଜା ପରିଚାଳନା କରିଥିଲେ। ଟୁସୁ ପ୍ରତିଯୋଗିତାରେ ଶିଆଳିଯୋଡାର…

"ସିନ୍ଦୁରଗୌରୀ ପୀଠରେ ମକର ମହୋତ୍ସବ ଉଦଯାପିତ"

ଟ୍ରକ ଧକ୍କାରେ ଶିଶୁ କନ୍ୟା ମୃତ – ୩ ଗୁରୁତର, ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଢେଙ୍କିକୋଟ, ତା୧୬/୦୧(ଓଡିଆ ପୁଅ/ବିରେନ୍ଦ୍ର କୁମାର) ଆଜି ସଂନ୍ଧ୍ୟା ସମୟରେ ୨୦ନମ୍ବର ଜାତୀୟ ରାଜପଥ ଢେଙ୍କିକୋଟ ଚକାଡୋଳା ପେଟ୍ରୋଲ ନିକଟରେ ଏକ ୧୨ଚକିଆ ଟ୍ରକ ବାଇକ୍ ଧକ୍କା ଦେବା ଫଳରେ ବାଇଟ୍ରେ ବସିଥିବା ଏକ ୯ବର୍ଷର ଶିଶୁ କନ୍ୟା ର ମୃତ୍ୟୁ ଘଟିଛି। ବାଇକରେ ବସିଥିବା ନୁଶୁରିପଶି ଝାଟିଆଳି ସାହି ସବିତା ମହାନ୍ତ ନାମ୍ନୀ ମହିଳା ସହ ତାଙ୍କର ଶିଶୁ କନ୍ୟା ଚିନ୍ମୟ ମହାନ୍ତ ବାଇକ୍ ରୁ ଛିଟିକି ଫଡିଥିଲେ ଫଳରେ ଶିଶୁ କନ୍ୟା ଉପରେ ଟ୍ରକ ଚଢି ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲା। ଘଟଣା କୁ ନେଇ ଲୋକେ ଅସମ୍ପୂର୍ଣ୍ଣ ରାସ୍ତା କୁ ଦାଇ କରିବା ସହ ରାସ୍ତା ରୋକ କରିବା ସହ କ୍ଷତିପୂରଣ ଦାବି…

"ଟ୍ରକ ଧକ୍କାରେ ଶିଶୁ କନ୍ୟା ମୃତ – ୩ ଗୁରୁତର, ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ"

ଭୀମକୁଣ୍ଡରେ ୫୦ହଜାର ଶ୍ରଦ୍ଧାଳୁଙ୍କ ସମାଗମ – ପୂଣ୍ୟତୋୟା ବୈତରଣୀ ରେ ବୁଡ ପକାଇଲେ

ପାଟଣା, ତା୧୪/୦୧(ଓଡିଆ ପୁଅ /ଅଭିମନ୍ୟୁ )କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ଘାଟ ବାଲିଯୋଡି ଗ୍ରାମ ଦେଇ ବୋହିଯାଇଛି ପୂଣ୍ୟତୋୟା ବୈତରଣୀ। ଏହି ପୌରାଣିକ ତଥା ଐତିହାସିକ ମାନ୍ୟତା ପାଇଥିବା ଭୀମକୁଣ୍ଡ ଠାରେ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଆଜି ଅନ୍ୟୁନ ୫୦ହଜାର ଶ୍ରଦ୍ଧାଳୁ ମକର ବୁଡ ପକାଇ ଏଠାରେ ଥିବା ଭୀମେଶ୍ବର,  ତୀର୍ଥେଶ୍ବର ଓ କୁଣ୍ଡେଶ୍ବର ମହାଦେବ ଙ୍କ ଦର୍ଶନ କରିଛନ୍ତି। ମକର ମେଳା ଉପଲକ୍ଷେ ଦୁଇ ଦିନିଆ ମହୋତ୍ସବ ରେ ନୃତ୍ୟ ସଙ୍ଗୀତ ର ଆୟୋଜନ କରାଯାଇଥିବା ବେଳେ ବିଭିନ୍ନ କିସମର ଭଳିକି ଭଳି ଦୋକାନ ଲାଗିଥିବା ବେଳେ ଏଠାରେ ମକର ସଂକ୍ରାନ୍ତି ଉପଲକ୍ଷେ ଭୀମକୁଣ୍ଡ ଶାନ୍ତିଶ୍ବର ମହାଦେବ ପ୍ରାଙ୍ଗଣରେ…

"ଭୀମକୁଣ୍ଡରେ ୫୦ହଜାର ଶ୍ରଦ୍ଧାଳୁଙ୍କ ସମାଗମ – ପୂଣ୍ୟତୋୟା ବୈତରଣୀ ରେ ବୁଡ ପକାଇଲେ"

ଗୋଡିପୋଖରୀ ଫୁଟବଲ ପ୍ରତିଯୋଗୀତାରେ ସାତକୋଶିଆ ଚମ୍ପିଆନ୍

ପାଟଣା,ତା୧୧/୦୧(ଓଡିଆ ପୁଅ/ଅଭିମନ୍ୟୁ)ପାଟଣା ବ୍ଲକ ଅନ୍ତର୍ଗତ ଯମୁନାପଶି ପଞ୍ଚାୟତ ଗୋଡିପୋଖରୀ ଗ୍ରାମର ମହାବୀରା ଠାକୁରାଣୀ ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଫୁଟବଲ ପ୍ରତିଯୋଗୀତାରେ କେନ୍ଦୁଝର ଏକାଦଶକୁ ୧-୦ ଗୋଲରେ ପରାସ୍ତ କରି ସାତକୋଶିଆ ଆନନ୍ଦପୁର ସାତକୋଶିଆ ହୋଇଛି । ପୁରସ୍କାର ବିତରଣ ଉସôବରେ ଯମୁନାପଶି ପଞ୍ଚାୟତ ସରପଞ୍ଚ ମମତାମୟୀ ନାଏକ ମୁଖ୍ୟ ଅତିଥି,ସମିତିସଭ୍ୟ ଗୌରହରୀ ନାଏକ, ନାଏବ ସରପଞ୍ଚ ରଙ୍ଗଲତା ମହାନ୍ତ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଚମ୍ପିଆନ୍ ଆନନ୍ଦପୁରର ସାତକୋଶିଆ ଦଳକୁ ନଗଦ ୨୦ହଜାର ଟଙ୍କାର ପୁରସ୍କାର ସହ ରନର୍ସଅପ୍ କେନ୍ଦୁଝର ଏକାଦଶକୁ ନଗଦ ୧୫ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ । ରେଫରୀ ଉକôଳମଣୀ ବେହେରା ଓ ବୁଲବୁଲ ଆପଟ୍ଟ ଧାରାବିବରଣୀ ପ୍ରଦାନ…

"ଗୋଡିପୋଖରୀ ଫୁଟବଲ ପ୍ରତିଯୋଗୀତାରେ ସାତକୋଶିଆ ଚମ୍ପିଆନ୍"

ଭୀମକୁଣ୍ଡ ଉନ୍ନୟନ ସମିତି ଗଠିତ – ମକର ଯାତ୍ରାରେ ଭୀମକୁଣ୍ଡ ମହୋତ୍ସବ

ପାଟଣା,ତା୦୭/୦୧(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲାପାଳ ଡକ୍ଟର ଏନ୍ ତିରୁମାଲା ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ପାଟଣା ବ୍ଲକ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ପାଟଣା ବିଡ଼ିଓ କୁଶାଲଚନ୍ଦ୍ର ନାଏକ ,ପାଟଣା ତହସିଲଦାର ଧନେଇ ଚରଣ ଟୁଡୁ ,ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ , ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାଏକ ପ୍ରମୁଖ ଙ୍କ ଉପସ୍ଥିତି ରେ ଭୀମକୁଣ୍ଡ ଉନ୍ନୟନ ସମିତି ଗଠିତ ହେବା ସହ ଆସନ୍ତା ମକର ଯାତ୍ରାରେ ଭୀମକୁଣ୍ଡ ମହୋତ୍ସବ କରାଯିବାକୁ ନିସ୍ପତି ନିଆଯାଇଛି । ଭୀମକୁଣ୍ଡ ଉନ୍ନୟନ ସମିତି ଗଠନରେ ଉନ୍ନୟନ ସମିତିର ଉପଦେଷ୍ଟା ଭାବେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ…

"ଭୀମକୁଣ୍ଡ ଉନ୍ନୟନ ସମିତି ଗଠିତ – ମକର ଯାତ୍ରାରେ ଭୀମକୁଣ୍ଡ ମହୋତ୍ସବ"

ଅବକାରୀ ବିଭାଗ ଢାଞ୍ଚାରେ ରାଜସ୍ୱ ବିଭାଗ – ମାଫିଆଙ୍କୁ ଛାଡ଼, ଗରିବ ହିତାଧିକାରୀଙ୍କୁ ମାଡ଼

ପାଟଣା, ତା୦୬/୦୧(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ଚୋରା ମଦର ବନ୍ୟା ହେଉଥିବା ବେଳେ ଅବକାରୀ ବିଭାଗ ଟାର୍ଗେଟରେ କେବଳ ଆଦିବାସୀ ଖୁଚୁରା ଚୋରା ମଦ ବିକ୍ରେତା ୩ଲିଟର, ୫ଲିଟର ମଦ ସହ ଗିରଫ ହେବା ଭଳି ପାଟଣା ରାଜସ୍ୱ ବିଭାଗ ମଧ୍ୟ ଅନୁରୂପ କାର୍ଯ୍ୟ ଆରମ୍ଭ କରି ଦେଇଥିବା ଅଭିଯୋଗ ହୋଇଛି। ଦୀର୍ଘବର୍ଷ ଧରି ପାଟଣା ତହସିଲ ଅଞ୍ଚଳରୁ ନାମମାତ୍ର ଟିପି ନେଇ ନିର୍ଦ୍ଧିଷ୍ଟ ଇଲାକାର ସୀମିତ ଉତ୍ତୋଳନ ପାଇଁ ଲିଜ୍ ନେଇ ମାଫିଆମାନେ ଲକ୍ଷ ଲକ୍ଷ ଟନ୍ ବାଲି ଉଠାଇ ବୈତରଣୀକୁ ବାଲିଶୂନ୍ୟ କରିବା, ବିରଳ ନଦୀକୁ ବାଲିଶୂନ୍ୟ କରିବା, ବିଭିନ୍ନ ନାଳକୁ ବାଲିଶୂନ୍ୟ କରି କୋଟି କୋଟି ଟଙ୍କାର…

"ଅବକାରୀ ବିଭାଗ ଢାଞ୍ଚାରେ ରାଜସ୍ୱ ବିଭାଗ – ମାଫିଆଙ୍କୁ ଛାଡ଼, ଗରିବ ହିତାଧିକାରୀଙ୍କୁ ମାଡ଼"

ଅସମ୍ପୂର୍ଣ୍ଣ ରାସ୍ତାରେ ଟୋଲ ଆଦାୟକୁ ବିରୋଧ କରି – ଢେଙ୍କିକାଟ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ୨୦ନମ୍ବର ଜାତୀୟ ରାଜପଥ ଅବରୋଧ

ଅସମ୍ପୂର୍ଣ୍ଣ ରାସ୍ତାରେ ଟୋଲ ଆଦାୟକୁ ବିରୋଧ କରି – ଢେଙ୍କିକାଟ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ୨୦ନମ୍ବର ଜାତୀୟ ରାଜପଥ ଅବରୋଧ ଢେଙ୍କିକୋଟ, ତା୦୫/୦୧(ଓଡ଼ିଆ ପୁଅ/ବିରେନ୍ଦ୍ର କୁମାର/ଅଭିମନ୍ୟୁ)ଜାତୀୟ ରାଜପଥ ୪ଲେନ୍ କାମ ପୂର୍ଣ୍ଣାଙ୍ଗ ନକରି ଅସମ୍ପୂର୍ଣ୍ଣ ଅଧପନ୍ତରିଆ ରାସ୍ତାରେ ଢେ଼ଙ୍କିକୋଟ ସଂଲଗ୍ନ ଖଣ୍ଟଘର ଠାରେ ଟୋଲଗେଟ ସ୍ଥାପନ କରି ଟୋଲ ଫି ଆଦାୟ କରାଯିବା ଘଟଣାକୁ ବିରୋଧ କରି ଢେ଼ଙ୍କିକୋଟ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଗତ ଡିସେମ୍ବର୨୨ତାରିଖ ଠାରୁ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଟୋଲଗେଟ୍ ନିକଟରେ ଧାରଣା ଦିଆଯାଇଥିବା ବେଳେ ଟୋଲ ଗେଟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିବାରୁ ଟୋଳ୍ ଗେଟ୍ ଠାରୁ ୧କିମି ଦୂର ଫକିରଛକ ଠାରେ ଢେ଼ଙ୍କିକୋଟ ଆଞ୍ଚଳିକ ବିକାଶ…

"ଅସମ୍ପୂର୍ଣ୍ଣ ରାସ୍ତାରେ ଟୋଲ ଆଦାୟକୁ ବିରୋଧ କରି – ଢେଙ୍କିକାଟ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ୨୦ନମ୍ବର ଜାତୀୟ ରାଜପଥ ଅବରୋଧ"