ଜମି ବିକ୍ରିରେ 420 , ବାପ ପୁଅ ଗିରଫ

ପାଟଣା,ତା୦୨/୦୯(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ସନ୍ନିକଟ ଗରାଣ୍ଡିଯୋଡି ଗ୍ରାମର ଘାସିଆ ନାଏକ(୬୭) ଓ ତାଙ୍କ ପୁଅ ଅନିରୁଦ୍ଧ ନାଏକ(୪୧)ଙ୍କୁ ଜମି ବିକ୍ରି ଠକେଇ ମାମଲାରେ ସାହାରପଡା ଫାଣ୍ଡି ଅଧିକାରୀ ଅଶୋକ କୁମାର ପହି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଅଭିଯୁକ୍ତ ବାପ ପୁଅ ୨୦୦୮ରେ ସାନ ଧନୁର୍ଜୟପୁର ଗ୍ରାମର କହ୍ନେଇ ନାଏକଙ୍କୁ ଗୋଟିଏ ଜମି ବିକ୍ରି କରିଥିବା ବେଳେ କହ୍ନେଇ ନାଏକଙ୍କୁ ଜମିର ପଟ୍ଟା ମିଳି ସାରିଥିବା ବେଳେ ପୁନଶ୍ଚ ଅଭିଯୁକ୍ତ ବାପ ପୁଅ ଏହି ଜମି ପ୍ଲଟ ନଂ ୧୩୨୯କୁ ବିଭିଷଣ ନାଏକ ନାମକ ଜଣେ ବ୍ୟକ୍ତଙ୍କୁ ୫ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ । ତେବେ…

"ଜମି ବିକ୍ରିରେ 420 , ବାପ ପୁଅ ଗିରଫ"

ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ଜିଲ୍ଲା ସ୍ତରୀୟ କର୍ମଶାଳା

ଢେଙ୍କିକୋଟ, ତା୦୧/୦୯(ଓଡ଼ିଆ ପୁଅ /ବିରେନ୍ଦ୍ର କୁମାର) କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଶ୍ରୀଗୁରୁକୁଳ ଶିଷ୍ୟା ପରିସରରେ ଆଜି ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡିଶା ପକ୍ଷରୁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ର ଆଚାର୍ଯ୍ୟ ଆଚାର୍ଯ୍ୟା ପରିଚାଳନା ସମିତି ସଭ୍ୟ ମାନଙ୍କୁ ନେଇ ଏକ ବିଶାଳ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ପ୍ରତିଷ୍ଠାତା ତଥା ସଂପାଦକ ଡକ୍ଟର କରୁଣାକର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ ଗୁରୁକୁଳ ନିର୍ଦ୍ଦେଶକ ଇଂ ସତ୍ୟବ୍ରତ ସାହୁ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷା ବିକାଶ ସଂସ୍ଥାନର ଉତ୍ତର ଓଡିଶା ନିରିକ୍ଷକ ଦେବେନ୍ଦ୍ର କୁମାର ମହାଳିକ ଙ୍କ ସଂଯୋଜନା…

"ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ଜିଲ୍ଲା ସ୍ତରୀୟ କର୍ମଶାଳା"

ପାଟଣା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ନିଲମ୍ବିତ

ପାଟଣା,ତା୦୧/୦୯(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ନାରାୟଣ ନାଏକ ଙ୍କୁ ନିଲମ୍ବନ କରାଯାଇଛି । ନିଜ କାର୍ଯ୍ୟ ରେ ଅବହେଳା ଓ ଅନିୟମିତତା ପାଇଁ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ଏହି ନିଲମ୍ବନ ଆଦେଶ ଦେଇଛନ୍ତି । ନାରାୟଣ ନାଏକ ଗତ ୨୦୧୩ ମସିହା ରୁ ପାଟଣା ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରି ଆସୁଥିଲେ ।

"ପାଟଣା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ନିଲମ୍ବିତ"

ପାଟଣା ବ୍ଲକରେ ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମ : ୧୦୪ଗୋଟି ପ୍ରକଳ୍ପ ପାଇଁ ୪କୋଟି ୮୦ଲକ୍ଷ

ପାଟଣା, ତା୨୮/୦୮(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଳକର ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ବ୍ଲକ ଅଞ୍ଚଳର ୧୦୪ ଗୋଟି ପ୍ରକଳ୍ପକୁ ମଞ୍ଜୁର ପ୍ରଦାନ କରିଛନ୍ତି। ଏଥିରେ ୪କୋଟି ୮୦ ଲକ୍ଷ ବ୍ୟୟ ବରାଦ କରାଯାଇଛି। ଆଜି ପୂର୍ବାହ୍ନରେ ପାଟଣା ମିନିଷ୍ଟାଡିଅମ ଠାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ପାଟଣା ବ୍ଲକର ୨୦ଟି ପଞ୍ଚାୟତ ରୁ ଅନ୍ୟୁନ ୧୦ହଜାରରୁ ଉର୍ଦ୍ଧ୍ବ ଲୋକ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏହା ଲୋକମାନଙ୍କର ଟଙ୍କା ଏବଂ ରାଜ୍ୟବାସୀଙ୍କ ଟଙ୍କା ବୋଲି କହିବା ସହିତ ଭଲ ଭାବରେ ବିଭିନ୍ନ ପ୍ରକଳ୍ପ…

"ପାଟଣା ବ୍ଲକରେ ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମ : ୧୦୪ଗୋଟି ପ୍ରକଳ୍ପ ପାଇଁ ୪କୋଟି ୮୦ଲକ୍ଷ"

କିରୋସିନି ତେଲ ପିଇ ଯୁବତୀ ଗୁରୁତର

ପାଟଣା, ତା୨୭/୦୮(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ବଡପାଟଣା ପଞ୍ଚାୟତ ମାଧପୁର ଗ୍ରାମରେ ଜଣେ ଯୁବତୀ କୌଣସି କାରଣରୁ କିରୋସିନି ପିଇ ଗୁରୁତର ହୋଇଛନ୍ତି। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଯୋଗେ ପ୍ରଥମେ ପାଟଣା ଓ ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ସଂନ୍ଧ୍ଯା ରେ ମାଧପୁର ଗ୍ରାମର ବିରେଇ ମୁଣ୍ଡାଙ୍କ ଝିଅ ନେତ୍ର ମୁଣ୍ଡା (୧୮) ଦୁଇ ଭଉଣୀ ଙ୍କ ମଧ୍ୟରେ କୌଣସି ଘରୋଇ କଥାକୁ ନେଇ ଝଗଡା ହୋଇଥିଲା ତେବେ ନେତ୍ର ନିଜର ମାନସିକ ଭାରସାମ୍ୟ ହରାଇ କିରୋସିନି ପିଇଦେଇଥିଲା। ନେତ୍ର ଙ୍କ ଅବସ୍ଥା ଉଦବେଗ ଜନକ ରହିଛି।

"କିରୋସିନି ତେଲ ପିଇ ଯୁବତୀ ଗୁରୁତର"

ପାଟଣା ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣି

ପାଟଣା,ତା୨୭/୦୮(ଓଡିଆ ପୁଅ/ଅଭିମନ୍ୟୁ)କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପାଟଣା ବ୍ଲକ ସଭା ଗୃହରେ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ , ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ଜୟନାରାୟଣ ପଙ୍କଜ ଆପତ୍ତି ଅଭିଯୋଗ ଶୁଣାଣି କରିଥିବା ବେଳେ କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନୃସିଂହ ଚରଣ ସ୍ବାଇଁ, ଜିଲ୍ଲା ମଙ୍ଗଳଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାଶ , ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର, ଏଡିଏମଓ ଡକ୍ଟର ସୁଧାଂଶୁ ଶେଖର ବଳ , ପାଟଣା ବିଡ଼ିଓ କୁଶଳ ଚନ୍ଦ୍ର ନାଏକ , ପାଟଣା ଗୋଷ୍ଠୀସ୍ବାସ୍ଥକେନ୍ଦ୍ର ମୂଖ୍ୟ…

"ପାଟଣା ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣି"

ଜନସମୃଦ୍ଧି ପାଟିରେ ମିଶିଲେ ଯମୁନାପଶି ସରପଞ୍ଚ

ପାଟଣା,ତା୨୫/୦୮(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଯମୁନାପଶି ପଞ୍ଚାୟତ ଗୋଡିପୋଖରୀ ଗ୍ରାମ ମିନିଷ୍ଟାଡିୟମଠାରେ ଅନୁଷ୍ଠିତ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ନେତୃତ୍ୱାଧୀନ ଜନସମୃଦ୍ଧି ପାର୍ଟିର ସଭ୍ୟ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବ୍ଲକ ସଭାପତି କାନ୍ତାମନକା ସିଂହ ସଭାପତିତ୍ୱ ରେ ଅନୁଷ୍ଠିତ ସଭ୍ୟ ସଂଗ୍ରହ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ରେ ଯମୁନାପଶି ପଞ୍ଚାୟତର ସରପଞ୍ଚ ମମତାମୟୀ ନାଏକ, ନାଏବ ସରପଞ୍ଚ ରଙ୍ଗଲତା ନାଏକ,ୱାର୍ଡ ମେମ୍ବର ମୀନା ନାଏକ, ତପସ୍ୱିନୀ ମହାନ୍ତ ଓ ଇନ୍ଦୁମତୀ ମହାନ୍ତ ପ୍ରମୁଖ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ଜନସମୃଦ୍ଧି ପାର୍ଟିରେ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମ ରେ ସଂଗଠକ ବଳଭଦ୍ର ମହାନ୍ତ, ତୁରୁମୁଙ୍ଗା ସମିତିସଭ୍ୟ ଗୌତମ ଚରଣ…

"ଜନସମୃଦ୍ଧି ପାଟିରେ ମିଶିଲେ ଯମୁନାପଶି ସରପଞ୍ଚ"

ପାଟଣା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ୪ଗିରଫ

ପାଟଣା,ତା୨୪/୦୮(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇଥିବା ବେଳେ ମୋଟ ୪ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଖିରେଇଟାଙ୍ଗିରୀ ଗ୍ରାମରୁ ସରସ୍ୱତୀ ନାଏକ (୪୦)ଙ୍କ ଠାରୁ ୧୧ଲିଟର ମହୁଲି ମଦ ଏବଂ ବୈଜୟନ୍ତ ନାଏକ(୪୫) ଙ୍କଠାରୁ ୧୨ଲିଟର ମହୁଲି ମଦ ଜବତ କରାଯାଇଥିବାବେଳେ କଣ୍ଟିଆପଡା ଗ୍ରାମରୁ କାଳିଆ ବେହେରା(୨୫) ଙ୍କଠାରୁ ୫ଲିଟର ମହୁଲି ମଦ ଓ ମଣ୍ଟୁ ବେହେରା(୨୫)ଙ୍କ ଠାରୁ ୬ଲିଟର ମହୁଲି ମଦ ଜବତ କରାଯାଇଛି । ଏହି ଚଢ଼ାଉରେ ପାଟଣା ଅବକାରୀ ସବ୍ଇନ୍ସପେକ୍ଟର ନରେନ୍ଦ୍ର କୁମାର ପ୍ରଧାନ ଓ କେନ୍ଦୁଝର ଅବକାରୀ ସବ୍ଇନ୍ସପେକ୍ଟର ସିଦ୍ଧେଶ୍ବର ବେସ୍ରା ଚଢ଼ାଉର ନେତୃତ୍ୱ…

"ପାଟଣା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ୪ଗିରଫ"

କୁଡୁମୀ ସେନାର ସଚେତନତା ଶିବିର ଓ ଗାଁକେ ଚାଲ ଅଭିଯାନ

ପାଟଣା,ତା୨୩/୦୮(ଓଡିଆ ପୁଅ/ଅଭିମନ୍ୟୁ) କୁଡୁମୀ ସେନା ଓଡିଶା ପକ୍ଷରୁ ବୁଧବାର କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଏରେଣ୍ଡାଇ ପଞ୍ଚାୟତ ବେଗୁନାଖମଣ ଗ୍ରାମରେ ଏକ ସଚେତନତା ଶିବିର ଓ ଗାଁକେ ଚାଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଉପସ୍ଥିତ କୁଡୁମୀ ସଂପ୍ରଦାୟ ଏକତା ପ୍ରଦର୍ଶନ କରିବା ସହ ଜାତିକୁ ଆଦିବାସୀ ମାନ୍ୟତା ଦାବିରେ ଆନ୍ଦୋଳନ ଚଳାଇବାକୁ ସଂପ୍ରଦାୟର ଭାଇଭଉଣୀଙ୍କୁ ଆହ୍ୱାନ ଜଣାଇଛନ୍ତି । ମୁଖ୍ୟ ଅତିଥି ଭାବେ କୁଡୁମୀସେନାର ରାଜ୍ୟ ସଭାପତି ଜୟମନୀ କୁମାର ମହାନ୍ତ , ଉପସଭାପତି ଦିବ୍ୟସିଂ ମହାନ୍ତ , ମୟୂରଭଞ୍ଜ ଜିଲ୍ଲା ସଭାପତି ଦୁର୍ଗା ଚରଣ ମହାନ୍ତ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ର ମହାନ୍ତ , ପାଟଣା ବ୍ଲକ ସଭାପତି…

"କୁଡୁମୀ ସେନାର ସଚେତନତା ଶିବିର ଓ ଗାଁକେ ଚାଲ ଅଭିଯାନ"

ଜନସମୃଦ୍ଧି ପାର୍ଟିର ସଭ୍ୟ ସଂଗ୍ରହ ଅଭିଯାନ

  ପାଟଣା,ତା୨୩/୦୮(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୂଳୀଠାରେ ବାଉଁଶୂଳୀ ସରପଞ୍ଚ କ୍ଷେତ୍ରବାସୀ ନାଏକଙ୍କ ଅଧ୍ୟକ୍ଷତାରେ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ନେତୃତ୍ୱାଧୀନ ଜନସମୃଦ୍ଧି ପାର୍ଟିର ସଭ୍ୟ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ପାର୍ଟିର ପାଟଣା ବ୍ଲକ ସଭାପତି କାନ୍ତମନକା ସିଂହ, ସଂପାଦକ ଟଙ୍କଧର ନାଏକ, ଗୌତମ ଚରଣ ପୃଷ୍ଟି, ପୂର୍ଣ୍ଣଚନ୍ଦ୍ର ନାଏକ ଓ ସୁଦାମ ଦାସ ପ୍ରମୁଖ ଉପସ୍ଥିତ ଥିବାବେଳେ ନିଜ ଦଳ ସମର୍ଥିତ ପାଟଣା ବ୍ଲକର ସମିତିସଭ୍ୟା ସୁରମାଲ ବେହେରାଙ୍କ ସହ ୫ଜଣ ନିର୍ବାଚିତ ସରପଞ୍ଚ ଓ ୫ଜଣ ସମିତିସଭ୍ୟାଙ୍କ ସହ ଶତାଧିକ ସମର୍ଥକ ଅଭିଯାନରେ ସାମିଲ ଥିଲେ । ଦଳୀୟ ନିଷ୍ପତ୍ତି ଅନୁଯାୟୀ ପୂର୍ବ ସ୍ଥିରୀକୃତ…

"ଜନସମୃଦ୍ଧି ପାର୍ଟିର ସଭ୍ୟ ସଂଗ୍ରହ ଅଭିଯାନ"