ସିନ୍ଦୁରଗୌରୀ ପୀଠରେ ମକର ମହୋତ୍ସବ ଉଦଯାପିତ

ପାଟଣା, ତା୧୭/୦୧(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମିରିଗିଖୋଜି ପଞ୍ଚାାୟତ ଅସନବାହାଳି ଗ୍ରାମରେ ସିନ୍ଦୁରଗୌରୀ କ୍ଲବ ପକ୍ଷରୁ ସିନ୍ଦୁରଗୌରୀ ସ୍ଥଳ ଓ ସ୍ୱୟଂଶମ୍ଭୁତା ମା’ ବନଦୂର୍ଗାଙ୍କ ପୀଠରେ ତିନିଦିନ ଧରି ମକର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମକରମେଳା ଦୋକାନ ବଜାର ସାଙ୍ଗକୁ ଟୁସୁ ପ୍ରତିଯୋଗିତାରେ ପାଟଣା ଓ ସାହାରପଡା ବ୍ଲକର ୯ଟି ଟୁସୁ ମେଢ ଅଂଶଗ୍ରହଣ କରିଥିଲେ। ଅନ୍ୟୁନ ୧୦ହଜାର ଶ୍ରଦ୍ଧାଳୁ ସିନ୍ଦୁରଗୌରୀ ପୀଠ ଓ ସ୍ୱୟଂଶମ୍ଭୁତା ବନଦୂର୍ଗାଙ୍କୁ ଏଠାରେ ପୂଜାର୍ଚ୍ଚନା କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ପୂଜକ ତ୍ରିଲୋଚନ କର ଓ ଦେହୁରୀ ଘାସିରାମ ମହାନ୍ତ ଓ ରଇଦାସ ମହାନ୍ତ ପୂଜା ପରିଚାଳନା କରିଥିଲେ। ଟୁସୁ ପ୍ରତିଯୋଗିତାରେ ଶିଆଳିଯୋଡାର…

"ସିନ୍ଦୁରଗୌରୀ ପୀଠରେ ମକର ମହୋତ୍ସବ ଉଦଯାପିତ"

ଟ୍ରକ ଧକ୍କାରେ ଶିଶୁ କନ୍ୟା ମୃତ – ୩ ଗୁରୁତର, ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଢେଙ୍କିକୋଟ, ତା୧୬/୦୧(ଓଡିଆ ପୁଅ/ବିରେନ୍ଦ୍ର କୁମାର) ଆଜି ସଂନ୍ଧ୍ୟା ସମୟରେ ୨୦ନମ୍ବର ଜାତୀୟ ରାଜପଥ ଢେଙ୍କିକୋଟ ଚକାଡୋଳା ପେଟ୍ରୋଲ ନିକଟରେ ଏକ ୧୨ଚକିଆ ଟ୍ରକ ବାଇକ୍ ଧକ୍କା ଦେବା ଫଳରେ ବାଇଟ୍ରେ ବସିଥିବା ଏକ ୯ବର୍ଷର ଶିଶୁ କନ୍ୟା ର ମୃତ୍ୟୁ ଘଟିଛି। ବାଇକରେ ବସିଥିବା ନୁଶୁରିପଶି ଝାଟିଆଳି ସାହି ସବିତା ମହାନ୍ତ ନାମ୍ନୀ ମହିଳା ସହ ତାଙ୍କର ଶିଶୁ କନ୍ୟା ଚିନ୍ମୟ ମହାନ୍ତ ବାଇକ୍ ରୁ ଛିଟିକି ଫଡିଥିଲେ ଫଳରେ ଶିଶୁ କନ୍ୟା ଉପରେ ଟ୍ରକ ଚଢି ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲା। ଘଟଣା କୁ ନେଇ ଲୋକେ ଅସମ୍ପୂର୍ଣ୍ଣ ରାସ୍ତା କୁ ଦାଇ କରିବା ସହ ରାସ୍ତା ରୋକ କରିବା ସହ କ୍ଷତିପୂରଣ ଦାବି…

"ଟ୍ରକ ଧକ୍କାରେ ଶିଶୁ କନ୍ୟା ମୃତ – ୩ ଗୁରୁତର, ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ"

ଭୀମକୁଣ୍ଡରେ ୫୦ହଜାର ଶ୍ରଦ୍ଧାଳୁଙ୍କ ସମାଗମ – ପୂଣ୍ୟତୋୟା ବୈତରଣୀ ରେ ବୁଡ ପକାଇଲେ

ପାଟଣା, ତା୧୪/୦୧(ଓଡିଆ ପୁଅ /ଅଭିମନ୍ୟୁ )କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ଘାଟ ବାଲିଯୋଡି ଗ୍ରାମ ଦେଇ ବୋହିଯାଇଛି ପୂଣ୍ୟତୋୟା ବୈତରଣୀ। ଏହି ପୌରାଣିକ ତଥା ଐତିହାସିକ ମାନ୍ୟତା ପାଇଥିବା ଭୀମକୁଣ୍ଡ ଠାରେ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଆଜି ଅନ୍ୟୁନ ୫୦ହଜାର ଶ୍ରଦ୍ଧାଳୁ ମକର ବୁଡ ପକାଇ ଏଠାରେ ଥିବା ଭୀମେଶ୍ବର,  ତୀର୍ଥେଶ୍ବର ଓ କୁଣ୍ଡେଶ୍ବର ମହାଦେବ ଙ୍କ ଦର୍ଶନ କରିଛନ୍ତି। ମକର ମେଳା ଉପଲକ୍ଷେ ଦୁଇ ଦିନିଆ ମହୋତ୍ସବ ରେ ନୃତ୍ୟ ସଙ୍ଗୀତ ର ଆୟୋଜନ କରାଯାଇଥିବା ବେଳେ ବିଭିନ୍ନ କିସମର ଭଳିକି ଭଳି ଦୋକାନ ଲାଗିଥିବା ବେଳେ ଏଠାରେ ମକର ସଂକ୍ରାନ୍ତି ଉପଲକ୍ଷେ ଭୀମକୁଣ୍ଡ ଶାନ୍ତିଶ୍ବର ମହାଦେବ ପ୍ରାଙ୍ଗଣରେ…

"ଭୀମକୁଣ୍ଡରେ ୫୦ହଜାର ଶ୍ରଦ୍ଧାଳୁଙ୍କ ସମାଗମ – ପୂଣ୍ୟତୋୟା ବୈତରଣୀ ରେ ବୁଡ ପକାଇଲେ"

ଗୋଡିପୋଖରୀ ଫୁଟବଲ ପ୍ରତିଯୋଗୀତାରେ ସାତକୋଶିଆ ଚମ୍ପିଆନ୍

ପାଟଣା,ତା୧୧/୦୧(ଓଡିଆ ପୁଅ/ଅଭିମନ୍ୟୁ)ପାଟଣା ବ୍ଲକ ଅନ୍ତର୍ଗତ ଯମୁନାପଶି ପଞ୍ଚାୟତ ଗୋଡିପୋଖରୀ ଗ୍ରାମର ମହାବୀରା ଠାକୁରାଣୀ ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଫୁଟବଲ ପ୍ରତିଯୋଗୀତାରେ କେନ୍ଦୁଝର ଏକାଦଶକୁ ୧-୦ ଗୋଲରେ ପରାସ୍ତ କରି ସାତକୋଶିଆ ଆନନ୍ଦପୁର ସାତକୋଶିଆ ହୋଇଛି । ପୁରସ୍କାର ବିତରଣ ଉସôବରେ ଯମୁନାପଶି ପଞ୍ଚାୟତ ସରପଞ୍ଚ ମମତାମୟୀ ନାଏକ ମୁଖ୍ୟ ଅତିଥି,ସମିତିସଭ୍ୟ ଗୌରହରୀ ନାଏକ, ନାଏବ ସରପଞ୍ଚ ରଙ୍ଗଲତା ମହାନ୍ତ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଚମ୍ପିଆନ୍ ଆନନ୍ଦପୁରର ସାତକୋଶିଆ ଦଳକୁ ନଗଦ ୨୦ହଜାର ଟଙ୍କାର ପୁରସ୍କାର ସହ ରନର୍ସଅପ୍ କେନ୍ଦୁଝର ଏକାଦଶକୁ ନଗଦ ୧୫ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ । ରେଫରୀ ଉକôଳମଣୀ ବେହେରା ଓ ବୁଲବୁଲ ଆପଟ୍ଟ ଧାରାବିବରଣୀ ପ୍ରଦାନ…

"ଗୋଡିପୋଖରୀ ଫୁଟବଲ ପ୍ରତିଯୋଗୀତାରେ ସାତକୋଶିଆ ଚମ୍ପିଆନ୍"

ଭୀମକୁଣ୍ଡ ଉନ୍ନୟନ ସମିତି ଗଠିତ – ମକର ଯାତ୍ରାରେ ଭୀମକୁଣ୍ଡ ମହୋତ୍ସବ

ପାଟଣା,ତା୦୭/୦୧(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲାପାଳ ଡକ୍ଟର ଏନ୍ ତିରୁମାଲା ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ପାଟଣା ବ୍ଲକ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ପାଟଣା ବିଡ଼ିଓ କୁଶାଲଚନ୍ଦ୍ର ନାଏକ ,ପାଟଣା ତହସିଲଦାର ଧନେଇ ଚରଣ ଟୁଡୁ ,ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ , ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାଏକ ପ୍ରମୁଖ ଙ୍କ ଉପସ୍ଥିତି ରେ ଭୀମକୁଣ୍ଡ ଉନ୍ନୟନ ସମିତି ଗଠିତ ହେବା ସହ ଆସନ୍ତା ମକର ଯାତ୍ରାରେ ଭୀମକୁଣ୍ଡ ମହୋତ୍ସବ କରାଯିବାକୁ ନିସ୍ପତି ନିଆଯାଇଛି । ଭୀମକୁଣ୍ଡ ଉନ୍ନୟନ ସମିତି ଗଠନରେ ଉନ୍ନୟନ ସମିତିର ଉପଦେଷ୍ଟା ଭାବେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ…

"ଭୀମକୁଣ୍ଡ ଉନ୍ନୟନ ସମିତି ଗଠିତ – ମକର ଯାତ୍ରାରେ ଭୀମକୁଣ୍ଡ ମହୋତ୍ସବ"

ଅବକାରୀ ବିଭାଗ ଢାଞ୍ଚାରେ ରାଜସ୍ୱ ବିଭାଗ – ମାଫିଆଙ୍କୁ ଛାଡ଼, ଗରିବ ହିତାଧିକାରୀଙ୍କୁ ମାଡ଼

ପାଟଣା, ତା୦୬/୦୧(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ଚୋରା ମଦର ବନ୍ୟା ହେଉଥିବା ବେଳେ ଅବକାରୀ ବିଭାଗ ଟାର୍ଗେଟରେ କେବଳ ଆଦିବାସୀ ଖୁଚୁରା ଚୋରା ମଦ ବିକ୍ରେତା ୩ଲିଟର, ୫ଲିଟର ମଦ ସହ ଗିରଫ ହେବା ଭଳି ପାଟଣା ରାଜସ୍ୱ ବିଭାଗ ମଧ୍ୟ ଅନୁରୂପ କାର୍ଯ୍ୟ ଆରମ୍ଭ କରି ଦେଇଥିବା ଅଭିଯୋଗ ହୋଇଛି। ଦୀର୍ଘବର୍ଷ ଧରି ପାଟଣା ତହସିଲ ଅଞ୍ଚଳରୁ ନାମମାତ୍ର ଟିପି ନେଇ ନିର୍ଦ୍ଧିଷ୍ଟ ଇଲାକାର ସୀମିତ ଉତ୍ତୋଳନ ପାଇଁ ଲିଜ୍ ନେଇ ମାଫିଆମାନେ ଲକ୍ଷ ଲକ୍ଷ ଟନ୍ ବାଲି ଉଠାଇ ବୈତରଣୀକୁ ବାଲିଶୂନ୍ୟ କରିବା, ବିରଳ ନଦୀକୁ ବାଲିଶୂନ୍ୟ କରିବା, ବିଭିନ୍ନ ନାଳକୁ ବାଲିଶୂନ୍ୟ କରି କୋଟି କୋଟି ଟଙ୍କାର…

"ଅବକାରୀ ବିଭାଗ ଢାଞ୍ଚାରେ ରାଜସ୍ୱ ବିଭାଗ – ମାଫିଆଙ୍କୁ ଛାଡ଼, ଗରିବ ହିତାଧିକାରୀଙ୍କୁ ମାଡ଼"

ଅସମ୍ପୂର୍ଣ୍ଣ ରାସ୍ତାରେ ଟୋଲ ଆଦାୟକୁ ବିରୋଧ କରି – ଢେଙ୍କିକାଟ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ୨୦ନମ୍ବର ଜାତୀୟ ରାଜପଥ ଅବରୋଧ

ଅସମ୍ପୂର୍ଣ୍ଣ ରାସ୍ତାରେ ଟୋଲ ଆଦାୟକୁ ବିରୋଧ କରି – ଢେଙ୍କିକାଟ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ୨୦ନମ୍ବର ଜାତୀୟ ରାଜପଥ ଅବରୋଧ ଢେଙ୍କିକୋଟ, ତା୦୫/୦୧(ଓଡ଼ିଆ ପୁଅ/ବିରେନ୍ଦ୍ର କୁମାର/ଅଭିମନ୍ୟୁ)ଜାତୀୟ ରାଜପଥ ୪ଲେନ୍ କାମ ପୂର୍ଣ୍ଣାଙ୍ଗ ନକରି ଅସମ୍ପୂର୍ଣ୍ଣ ଅଧପନ୍ତରିଆ ରାସ୍ତାରେ ଢେ଼ଙ୍କିକୋଟ ସଂଲଗ୍ନ ଖଣ୍ଟଘର ଠାରେ ଟୋଲଗେଟ ସ୍ଥାପନ କରି ଟୋଲ ଫି ଆଦାୟ କରାଯିବା ଘଟଣାକୁ ବିରୋଧ କରି ଢେ଼ଙ୍କିକୋଟ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଗତ ଡିସେମ୍ବର୨୨ତାରିଖ ଠାରୁ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଟୋଲଗେଟ୍ ନିକଟରେ ଧାରଣା ଦିଆଯାଇଥିବା ବେଳେ ଟୋଲ ଗେଟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିବାରୁ ଟୋଳ୍ ଗେଟ୍ ଠାରୁ ୧କିମି ଦୂର ଫକିରଛକ ଠାରେ ଢେ଼ଙ୍କିକୋଟ ଆଞ୍ଚଳିକ ବିକାଶ…

"ଅସମ୍ପୂର୍ଣ୍ଣ ରାସ୍ତାରେ ଟୋଲ ଆଦାୟକୁ ବିରୋଧ କରି – ଢେଙ୍କିକାଟ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ୨୦ନମ୍ବର ଜାତୀୟ ରାଜପଥ ଅବରୋଧ"

ପଟଣା ବିଜୁ ଜନତା ଦଳର ନବବର୍ଷର ବନ୍ଧୁ ମିଳନ – ମନ ଫଟାଫଟି ଦୂର ପାଇଁ ଭୀମକୁଣ୍ଡ ଭୋଜିରେ ପ୍ୟାଚ୍ ପଡିଲା

ପାଟଣା, ତା୦୩/୦୧(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳରେ ଅନ୍ତରଦ୍ବନ୍ଦ ଲାଗିରହିଥିବା ବେଳେ ବୁଧବାର ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରିୟ ଏକ ବନ୍ଧୁମିଳନ ପର୍ଯ୍ୟଟନ ସ୍ଥଳୀ ଭିମକୁଣ୍ଡ ଠାରେ ଏକ ଭୋଜିର ଆୟୋଜନ କରାଯାଇ ନିର୍ବାଚନ ମଣ୍ଡଳୀ ସ୍ତରିୟ କିଛି ଦଳୀୟ ନେତା ଙ୍କୁ ବାଦ୍ ଦେଇ କିଛି ଛାମୁଆ ନେତା ଓ କର୍ମୀଙ୍କୁ ନେଇ ଆୟୋଜନ କରାଯାଇଥିଲା। ପାଟଣା ନିର୍ବାଚନ ମଣ୍ଡଳୀରେ ତଗାତର ଦୁଇଥର ବିଜୁଜନତା ଦଳ ର ବିଧାୟକ ହୋଇଥିବା ବେଳେ ବିଧାୟକ ଙ୍କ ପକ୍ଷରୁ ଏହା ପ୍ରଥମ ଥର ପାଇଁ ଭୀମକୁଣ୍ଡ ରେ ଆୟୋଜନ କରି ଦଳ ମଧ୍ୟରେ ଛାମୁଆ ନେତାଙ୍କ ମଧ୍ୟରେ ମନାନ୍ତର…

"ପଟଣା ବିଜୁ ଜନତା ଦଳର ନବବର୍ଷର ବନ୍ଧୁ ମିଳନ – ମନ ଫଟାଫଟି ଦୂର ପାଇଁ ଭୀମକୁଣ୍ଡ ଭୋଜିରେ ପ୍ୟାଚ୍ ପଡିଲା"

ନିର୍ମାଣଧିନ ପ୍ରଧାନମନ୍ତ୍ରୀ ଆବାସ ଘରର ତାଜିଆ ଖସି ହିତାଧିକାରୀଙ୍କ ମୃତ୍ୟୁ

ପାଟଣା, ତା୨୯/୧୨(ଓଡ଼ିଆ ପୁଅ/ଅଭିମନ୍ୟୁ)କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଏରେଣ୍ଡେଇ ପଞ୍ଚାୟତ ଏରେଣ୍ଡେଇ ଗ୍ରାମର ବଳଭଦ୍ର ସାହିରେ ଆଜି ସକାଳେ ନିର୍ମାଣଧିନ ପ୍ରଧାନମନ୍ତ୍ରୀ ଆବାସ ଗୃହ ଭୁଷୁଡି ଯିବାରୁ କଂକ୍ରିଟ ର ତାଜିଆ ରେ ଚାପି ହୋଇ ବାଇଧର ନାଏକ(୪୫)ନାମକ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ଘଟିଛି। ସକାଳ ୭ଟା ସମୟରେ ଏହି ଅଘଟଣ ଘଟିଥିବା ବେଳେ ବାଇଧର ଙ୍କୁ ଉଦ୍ଧାର କରି ୧୦୮ ଯୋଗେ ପାଟଣା ମେଡିକାଲ କୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏନେଇ ପାଟଣା ଥାନାଧିକାରିଣୀ ପ୍ରମୋଦିନୀ ସାହୁ ଘଟଣାର ତଦନ୍ତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପାଟଣାରେ ଶବବ୍ୟବଛେଦ କରାଇଛନ୍ତି।…

"ନିର୍ମାଣଧିନ ପ୍ରଧାନମନ୍ତ୍ରୀ ଆବାସ ଘରର ତାଜିଆ ଖସି ହିତାଧିକାରୀଙ୍କ ମୃତ୍ୟୁ"

ଆଠଟି ଶ୍ରେଣୀକୁ ୪ ଶିକ୍ଷକ କେମିତି ଚାଲିବ ଗୁଣାତ୍ମକ ଶିକ୍ଷାଦାନ

ପାଟଣା,ତା୨୪/୧୨(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡା ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ଏକ ଆଦର୍ଶ ବିଦ୍ୟାଳୟ ଭାବେ ପରିଗଣିତ ହୋଇଥିବା ବେଳେ ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀଯାଏ ଆଠଟି ଶ୍ରେଣୀ ପାଇଁ ପ୍ରଧାନଶିକ୍ଷକ କପିଳ ଚନ୍ଦ୍ର ଦାଶଙ୍କୁ ମିଶାଇ ମାତ୍ର ୪୬ ଜଣ ଶିକ୍ଷକ ଶିକ୍ଷାଦାନ ପାଇଁ ନିୟୋଜିତ ଥିବାରୁ ଏଠାରେ ଗୁଣାତ୍ମକ ଶିକ୍ଷାଦାନ ବ୍ୟବସ୍ଥା କେମିତି ଚାଲିଥିବ ସେନେଇ ପ୍ରଶ୍ନ ଉଠିଛି । ଏପରିକି ଏହି ବିଦ୍ୟାଳୟରେ ଏକ ସ୍ୱଳ୍ପବ୍ୟୟ ଛାତ୍ରାବାସରେ ୪୦ଜଣ ଆଦିବାସୀ ଛାତ୍ରଛାତ୍ରୀ ରହି ପାଠ ପଢୁଥିବାରୁ ଛାତ୍ରାବାସ ପରିଚାଳନା ସହ ଶିକ୍ଷାଦାନ, ମଧ୍ୟାହ୍ନ ଭୋଜନ ପରିଚାଳନା, ବିଭିନ୍ନ ତାଲିମ ପାଇଁ ଶିକ୍ଷକଙ୍କ ଅନୁପସ୍ଥିତି ଆଦି କାରଣରୁ…

"ଆଠଟି ଶ୍ରେଣୀକୁ ୪ ଶିକ୍ଷକ କେମିତି ଚାଲିବ ଗୁଣାତ୍ମକ ଶିକ୍ଷାଦାନ"