କେନ୍ଦୁଝରରେ ଘରେ ପଶି ସ୍ୱାମୀ ଓ ସ୍ତ୍ରୀଙ୍କୁ ଆକ୍ରମଣ କରିବା ସହ ସ୍ତ୍ରୀଙ୍କ ସହ ଗଣ ଦୁଷ୍କର୍ମ ଅଭିଯୋଗ

କେନ୍ଦୁଝର ୨ ମଇ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ସାରା ଦେଶରେ ଏବେ ଦୁଷ୍କର୍ମର ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲା ମଧ୍ୟ ଏଥିରୁ ବାଦ ପଡି ନାହିଁ। କେନ୍ଦୁଝର ଜିଲ୍ଲାରେ ପୁଣି ଲଜ୍ଜା ଘରେ ପଶି ସ୍ୱାମୀ ଓ ସ୍ତ୍ରୀ ଙ୍କୁ ଆକ୍ରମଣ କରିବା ସହ ସ୍ତ୍ରୀ କୁ ଗମ ଦୁଷ୍କର୍ମ ଅଭିଯୋଗ। ପଣ୍ଡାପଡା ଥାନାର ଦଣ୍ଡସେନା ପଶି ଗାଁରେ ଗତ କାଲି ରାତିରେ ଘଟିଛି ଏପରି ଏକ ଲଜ୍ଜ୍ୟା ଜନକ ଘଟଣା। ଖୋଦ ଦୁଷ୍କର୍ମ ଶୀକାର ହୋଇଥିବା ମହିଳାଙ୍କର କହିବା କଥା ଅନୁସାରେ ଗତକାଲି ରାତିରେ ସ୍ୱାମୀ ସ୍ତ୍ରୀ ଉଭୟେ ଘରେ ବସି ଖାଉଥିବା ସମୟରେ ସେହି ଗାଁର ଅଭି ଓ ବିଜୁ ପ୍ରଧାନ ନାମକ ଦୁଇ ଜଣ ଲୋକ ତାଙ୍କ ଘରେ ପଶି ତାଙ୍କ ସ୍ୱାମୀଙ୍କୁ ଘରୁ ଟାଣି ନେଇ ଆକ୍ରମଣ କରି ଗୁରୁତର କରି ପକାଇବା ସହ ତାଙ୍କୁ ମଧ୍ୟ ଘର ଭତରେ ତଳେ ପକାଇ ଦେଇ ତାଙ୍କୁ ଦୁଷ୍କର୍ମ କରି ଛାଡି ପଳାଇଥିଲେ। ସ୍ୱାମୀ ସ୍ତ୍ରୀ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଏ ନେଇ ସେମାନେ ପଣ୍ଡାପଡା ଥାନାରେ ମଧ୍ୟ ଅଭିଯୋଗ କରିଥିବା କହିଛନ୍ତି। ହେଲେ ତାଙ୍କ ସ୍ୱାମୀ କିନ୍ତୁ ତାଙ୍କୁ କାହିଁକି ମାରିଲେ ତାହା ସେ ଜାଣି ନଥିବା କହିବା ସହ ସେ ମାଡ ଖାଇ ତଳେ ପଡି ଯାଇଥିଲେ ତାପରେ କଣ ହେଲା ସେ ଜାଣି ନଥିବା କଥା କହିଛନ୍ତି। ଅନ୍ୟପଟେ ସଦର ଏସ୍.ଡି.ପି.ଓ ଶ୍ରୀ ହର୍ଷ ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ପଣ୍ଡାପଡା ଥାନାରେ କୌଣସି କେଶ ହୋଇ ନାହଁି ଓ ସେ ଏ ସଂମ୍ପର୍କରେ କିଛି ମତାମତ ଦେବାକୁ ମନା କରି ଦେଇଛନ୍ତି।

Leave a Reply

Your email address will not be published. Required fields are marked *