ଆନ୍ତର୍ଜାତୀୟ

Asian Games 2018 ରେ ଭାରତକୁ ମିଳିଲା ପ୍ରଥମ ପଦକ, ଅପୂର୍ବୀ ଚନ୍ଦେଲା ଏବଂ ରବି କୁମାରଙ୍କୁ କାଂସ୍ୟ ପଦକ

Asian Games 2018: ଅପୂର୍ବୀ ଚନ୍ଦେଲା ଏବଂ ରବି କୁମାରଙ୍କର ଜୋଡ଼ି ଭାରତକୁ ୧୮ତମ ଏସିଆନ୍ ଖେଳରେ ପ୍ରଥମ ପଦକ ଦେଇଛନ୍ତି। ସେ ଫାଇନାଲ୍ ରେ ୪୨୯.୯ ଅଙ୍କ ହାସଲ କରିଛନ୍ତି।

ଜାକର୍ତା ୧୮-୮ (ଓଡ଼ିଆ ପୁଅ) : ଭାରତ ଇଣ୍ଡୋନେସିଆରେ ଖେଳାଯାଉଥିବା ୧୮ତମ ଏସିଆନ୍ ଖେଳରେ ରବିବାରଦିନ ପ୍ରଥମ ମେଡାଲ ଜିତିଛି। ଭାରତୀୟ ସୁଟର ଅପୂର୍ବୀ ଚନ୍ଦେଲା ଏବଂ ରବି କୁମାରଙ୍କର ଜୋଡ଼ି ୧୦ ମିଟର ଏୟାର ରାଇଫଲ ମିଶ୍ରିତ ଟିମ ପ୍ରତିଯୋଗିତାରେ କାଂସ୍ୟ ପଦକ ଭାରତକୁ ଦେବାରେ ସକ୍ଷମ ହୋଇପାରିଛନ୍ତି। ଅପୂର୍ବୀ ଏବଂ ରବିଙ୍କର ଜୋଡ଼ି ଏହି ପ୍ରତିଯୋଗିତାରେ ଫାଇନାଲ୍ ରେ ୪୨୯.୯ ଅଙ୍କ ସହିତ ତୃତୀୟ ସ୍ଥାନ ହାସଲ କରିଛନ୍ତି ଏବଂ କାଂସ୍ୟ ପଦକ ନିଜର ନାମରେ କରିଛନ୍ତିଷ ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ତାଇୱାନର ଜୋଡ଼ି ୪୯୪.୧ ଅଙ୍କ ହାସଲ କରି ଜିତିଛନ୍ତି। ଅପରପକ୍ଷରେ, ରୌପ୍ୟ ପଦକ ଚୀନକୁ ୪୯୨.୫ ଅଙ୍କ ହାସଲ କରି ମିଳିଛି। ସୂଚନାଯୋଗ୍ୟଯେ, ଅପୂର୍ବୀ ଏବଂ ରବିଙ୍କର ଭାରତୀୟ ଟିମ ଏହି ପ୍ରତିଯୋଗିତାରେର କ୍ଵାଲିଫିକେଶନ ରାଉଣ୍ଡରେ ଦ୍ୱିତୀୟ ସ୍ଥାନ ହାସଲ କରି ଫାଇନାଲ୍ ରେ ପ୍ରବେଶ କରିଥିଲେ। ଏହି ସୂଚୀରେ ଶୀର୍ଷ-୫ ଟିମହିଁ ଫାଇନାଲ୍ ପାଇଁ କ୍ଵାଲିଫାଇ କରିଥାନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top