ଆନ୍ତର୍ଜାତୀୟ

Asian Games 2018: ବଜରଙ୍ଗ ପୁନିୟା ଭାରତକୁ ଦେଲେ ପ୍ରଥମ ସ୍ଵର୍ଣ୍ଣ ପଦକ

Asian Games ୨୦୧୮: ପହଲବାନ ବଜରଙ୍ଗ ପୁନିୟା ଭାରତ ପାଇଁ ୧୮ତମ ଏସିଆନ୍ ଗେମ୍ସରେ ପ୍ରଥମ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ସେ ୬୫ କିଲୋଗ୍ରାମ ଭାରବର୍ଗ ଫ୍ରୀଷ୍ଟାଇଲ ପ୍ରତିଯୋଗିତାର ଫାଇନାଲ୍ ରେ ଜାପାନ ପହଲବାନଙ୍କୁ ହରାଇଛନ୍ତି।

ନୂଆଦିଲ୍ଲୀ ୧୯-୮ (ଓଡ଼ିଆ ପୁଅ): ୧୮ତମ ଏସିଆନ୍ ଗେମ୍ସରେ ଅପୂର୍ବୀ ଚନ୍ଦେଲା ଏବଂ ରବି କୁମାରଙ୍କର ଜୋଡ଼ି ୧୦ ମିଟର ଏୟାର ରାଇଫଲ ମିକ୍ସ୍ଡ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିକରି ଭାରତର ଖାତା ଖୋଳିଥିଲେ। କିନ୍ତୁ ତା’ର ପରେ ପହଲବାନ ବଜରଙ୍ଗ ପୁନିୟା ପୁରୁଷଙ୍କର ୬୫ କିଲୋଗ୍ରାମ ଭାରବର୍ଗ ଫ୍ରୀଷ୍ଟାଇଲ ପ୍ରତିଯୋଗିତାର ଫାଇନାଲ୍ ରେ ଜାପାନୀ ପହଲବାନକୁ ହରାଇ ଦେଶକୁ ଜକାର୍ତା-ପାଲେମବାଙ୍ଗ ଏସିଆନ୍ ଗେମ୍ସରେ ପ୍ରଥମ ସ୍ଵର୍ଣ ପଦକ ଦେଇଛନ୍ତି। ଏହା ତାଙ୍କର ଏସିଆନ୍ ଗେମ୍ସ ଦ୍ୱିତୀୟ ପଦକ ଅଟେ। ଏହା ପୂର୍ବରୁ ସେ ବର୍ଷ ୨୦୧୪ ରେ ଦକ୍ଷିଣ କୋରିଆର ଇଞ୍ଚିୟୋନରେ ଆୟୋଜିତ ଖେଳରେ ରଜତ ପଦକ ଜିତିଥିଲେ। ଫାଇନାଲ୍ ରେ ପୁନିୟା ଜାପାନୀ ପହଲବାନକୁ ୧୦-୮ ରେ ହରାଇଛନ୍ତି।

ଏସିଆନ୍ ଗେମ୍ସର ପ୍ରଥମ ଦିନ ବଜରଙ୍ଗ ଉଜବେକିସ୍ତାନର ପହଲବାନ ସିରୋଜିଦ୍ଦୀନକୁ ୧୩-୩ ରେ ହରାଇ କ୍ଵାର୍ଟର ଫାଇନାଲ୍ ରେ ପ୍ରବେଶ କରିଥିଲେ। ତା’ ପରେ କ୍ଵାର୍ଟର ଫାଇନାଲ୍ ରେ ତଜାକିସ୍ତାନର ଫେୟଜୀବ ଅବଦୁଲକାସିମକୁ ୧୨-୨ ରେ ହରାଇ ପ୍ରଥମ ଦିନ ଦ୍ୱିତୀୟ କାଂସ୍ୟ ପଦକ ପକ୍କା କରିଥିଲେ। ତା’ ପରେ ସେମିଫାଇନାଲ୍ ରେ ମଙ୍ଗୋଲିୟାର ପହଲବାନ ବାଟମଗନାଈ ବୈଟଚୁଲୁନ କୁ ୧୦-୦ ରେ ହରାଇ ଧମାକେଦାର ଅନ୍ଦାଜରେ ଫାଇନାଲ୍ ରେ ଏଣ୍ଟ୍ରି କରିବା ସହିତ କାଂସ୍ୟ ପଦକକୁ ରଜତରେ ବଦଲାଇବାରେ ସକ୍ଷମ ହୋଇଥିଲେ।

୨୪ ବର୍ଷର ବଜରଙ୍ଗ ହରିୟାଣାର ଝଜ୍ଜର ଜିଲ୍ଲାର କୁନ୍ଦନ ଗ୍ରାମର ଅଟନ୍ତି। ୨୦୧୪ ରେ ୬୧ କିଗ୍ରା ଭାରବର୍ଗର ଫାଇନାଲ୍ ରେ ସେ ଇରାନ ପହଲବାନ ମସୂଦ ଙ୍କୁ ୩-୧ ର ଅନ୍ତରରେ ହରାଇଥିଲେ। ତାଙ୍କୁ ରଜତ ପଦକରେ ସନ୍ତୋଷ କରିବାକୁ ପଡ଼ିଥିଲା। ଚଳିତ ବର୍ଷ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ୬୫ କିଲୋଗ୍ରାମ ଭାରବର୍ଗ ଫ୍ରୀଷ୍ଟାଇଲ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ଉପରେ କବ୍ଜା କରିଥିଲେ। ସେ ଗ୍ଲାସ୍ଗୋରେ ବର୍ଷ ୨୦୧୪ ରେ ରଜତ ପଦକ ଜିତିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top