ଆଶା କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପୂଜା ଭେଟି: “ଆଶା କଲ୍ୟାଣ ଯୋଜନା”

ଭୁବନେଶ୍ୱର ୨୩-୯ (ଓଡ଼ିଆ ପୁଅ) ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନ୍ଫରେସିଂ ମାଧ୍ୟମରେ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଅଂଶ ଗ୍ରହଣ କ୍ରମେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓଡ଼ିଶାର କାର୍ଯ୍ୟକ୍ରମ ଗୁଡ଼ିକୁ ସମୀକ୍ଷା କରିଥିଲେ। ଜାତୀୟ ସ୍ୱାସ୍ଥ୍ୟ ଓ ରାଜ୍ୟ ବଜେଟ୍ ଅଧିନରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଯୋଗୁଁ ଶିଶୁ ମୃତ୍ୟୁ ହାର ଏବଂ ମାତୃ ମୃତ୍ୟୁହାରରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି। ଏହି ଅବସ୍ଥାରେ ଓଡ଼ିଶାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଅଧିକ ଉନ୍ନତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ବିଭିନ୍ନ ପହକ୍ଷେପ ନେଇଛନ୍ତି।

ଗ୍ରାମାଞ୍ଚଳରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ଓ ସ୍ବାସ୍ଥ୍ୟ ସଚେତନ କରିବାରେ ଆଶା କର୍ମୀ ମାନଙ୍କର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେମାନଙ୍କ କଲ୍ୟାଣ ପାଇଁ ଘୋଷଣା କରାଯାଇଥିବା ଆଶା କଲ୍ୟାଣ ଯୋଜନା ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନା ଦ୍ବାରା ଆଶା କର୍ମୀ ମାନେ ମାସିକ ସର୍ବନିମ୍ନ ୧୦୦୦ ଟଙ୍କା ପ୍ରୋତ୍ସାହନ ପାଇବେ। ତା ସହିତ କୌଣସି କାରଣରୁ ସେମାନଙ୍କର ମୃତ୍ୟୁ ଘଟିଲେ ବା ଅକ୍ଷମ ହେଲେ ଏକକାଳୀନ ୧ ଲକ୍ଷ ଟଙ୍କା ସହାୟତା ପାଇପାରିବେ। ସେହିପରି ୪୦ ରୁ ୬୦ ପ୍ରତିଶତ ସ୍ଥାୟୀ ଅକ୍ଷମତା ପାଇଁ ୨୫ ହଜାର ଟଙ୍କା, ୬୧ ରୁ ୮୦ ପ୍ରତିଶତ ଅକ୍ଷମତା ପାଇଁ ୫୦ ହଜାର ଟଙ୍କା ଏବଂ ୮୦ ପ୍ରତିଶତରୁ ଅଧିକ ଅକ୍ଷମତା କ୍ଷେତ୍ରରେ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବ। ୬୦ ବର୍ଷରେ ପହଞ୍ଚିବା ପରେ ଆଶା କର୍ମୀମାନେ ୧୦ ହଜାର ଟଙ୍କା honorarium ପାଇପାରିବେ। ଏତଦବ୍ୟତୀତ ଆଶା କର୍ମୀ ମାନେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ କରିବା ପାଇଁ State Institute of Open Schooling ରେ ବ୍ୟବସ୍ଥା କରାଯିବ। ଆଶା କଲ୍ୟାଣ ଯୋଜନାରେ ବାର୍ଷିକ ୫୬ କୋଟି ଟଙ୍କା ବ୍ୟୟ ହେବ ଏବଂ ୪୭ ହଜାରରୁ ଅଧିକ ଆଶା କର୍ମୀ ଏହାଦ୍ବାରା ଉପକୃତ ହେବେ।

Leave a Reply

Your email address will not be published. Required fields are marked *