ଭାରତୀୟ ବାୟୁ ସେନାରେ ପାଞ୍ଚ ତାରକାରେ ସମ୍ମାନିତ ଅର୍ଜନ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ ୧୬-୯ (ଓଡ଼ିଆ ପୁଅ) ଭାରତ-ପାକିସ୍ତାନ ଯୁଦ୍ଧରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିବା ପୂର୍ବ ବାୟୁ ସେନା ପ୍ରମୁଖ ଅର୍ଜନ ସିଂହ ପରଲୋକ ଗମନ କରିଛନ୍ତି। ଶନିବାର ସକାଳେ ତାଙ୍କୁ ଆର୍ମୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୯୮ ବର୍ଷର ଅର୍ଜନ ସିଂହ ଭାରତୀୟ ବାୟୁ ସେନାର ଏକମାତ୍ର ଅଧିକାରୀ ଥିଲେ ଯାହାଙ୍କୁ ପାଞ୍ଚ ତାରକାରେ ସମ୍ମାନିତ କରାଯାଇଥିଲା।

ବିଭିନ୍ନ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରର କିଛି ଅଂଶ …
ଆରମ୍ଭରୁହିଁ ନୀଳ ଆକାଶରେ ଉଡୁଥିବା ଉଡା ଜହାଜ ଦେଖିକର ରୋମାଞ୍ଚିତ ହୋଇ ଉଠୁଥିଲା। ପ୍ରଥମ ଥର ନିଜର ଗାଁ ଲାୟଲପୁରର ଉପରେ ଉଡୁଥିବା ଦେଖିଥିଲି। ଲାହୌରରୁ କରାଚୀର ଉଡାଜାହାଜ ରୁଟରେ ଆମ ଗାଁ ଉପରେ ହୋଇକରି ଯାଉଥିଲା। ମୋତେ ଲାଗୁଥିଲା କି ଗୋଟେ ଦିନ ମୋତେ ମଧ୍ୟ ସେହି ଉଡାଜାହାଜକୁ ଉଡାଇବାକୁ ସୁଯୋଗ ମିଳନ୍ତାକି।

ଲାହୌରରେ ସରକାରୀ କଲେଜରେ ସାଢେ ତିନି ବର୍ଷ ପଢିବା ପରେ ୧୯୩୮ରେ ୧୯ବର୍ଷ ବର୍ଷ ବୟସରେ ମୋତେ ବ୍ରିଟେନର ରୟଲ କଲେଜ ଅଫ ଏଯରଫୋର୍ସ (ଆରଏଏଫ) ପାଇଁ ବଛାଗଲା।

ସେଠାରେ ଆମର ଟ୍ରେନିଙ୍ଗ ଦୁଇ ବର୍ଷ ପର୍ଯ୍ୟନ୍ତ ଚାଲିବାର ଥିଲା। କିନ୍ତୁ ଇତି ମଧ୍ୟରେ ୧୯୩୯ ସେପ୍ଟେମ୍ବରରେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ଆରମ୍ଭ ହୋଇଗଲା ଏବଂ ସେହି ବର୍ଷ ଡିସେମ୍ବରରେ ଆମକୁ ରୟଲ ଇଣ୍ଡିଆନ ଏଆରଫୋର୍ସରେ ନିଯୁକ୍ତି ମିଳିଗଲା।

ସେ ଦିନମାନଙ୍କରେ ବ୍ରିଟେନର ରୟଲ ଏୟରଫୋର୍ସରୁ ଆରମ୍ଭକରି ଭାରତୀୟ ବାୟୁ ସେନା ପର୍ଯ୍ୟନ୍ତ ସବୁ ଜାଗାରେ ପାୟଲଟଙ୍କର ଅଭାବ ଥିଲା ଏବଂ ଭାରୀମାତ୍ରାରେ ସ୍ଥାନ ଖାଲି ଥିଲା। ଭାରତୀୟ ବାୟୁ ସେନାରେ ସେତେବେଳେ ଅମ୍ବାଲାରେ କେବଳ ଏକ ସ୍କ୍ୱାଡ୍ରନ ଥିଲେ। ଜାନୁଆରୀ ୧୯୪୦ ରେ ମୁଁ ଏବଂ ପଟିଆଲା ରାଜବଂଶର ପୃଥୀପାଲ ସିଂହ ଏକ ସାଥିରେ ରୟଲ ଇଣ୍ଡିଆନ ଏୟରଫୋର୍ସ ଜଏନ କରିଥିଲୁ।

ଫ୍ରଣ୍ଟିଅର ପ୍ରୋୱିଂସର ଅନୁଭବ
ଅମ୍ବାଲାରେ ଜଏନ୍ କଲାପରେ ମୁଁ କରାଚୀ ଗଲି ଏବଂ ସେଠାରେ ନର୍ଥ ୱେଷ୍ଟ ଫ୍ରଣ୍ଟିଅର ପ୍ରୋୱିଂସରେ ପହଁଚିଲି ପଠାଣମାନଙ୍କର ସେହିଯାଗାରେ ଯୁଦ୍ଧ ଲଢିବା ବହୁତ କିଛି ଆଫଗାନିସ୍ତାନ ଲଢିବା ପରି ଥିଲା।

ଅଫଗାନିସ୍ତାନ ପରି ସେହି ଜାଗାରେ ନିଶାନା ବନାଇବା ପାଇଁ କୌଣସି ଟାରଗେଟ ନଜର ଆସୁନଥିଲା। କାରଣ ସେ ଖୋଲା କ୍ଷେତ୍ର ନହୋଇ ଗୁଫା ଏବଂ ଘାଟିରେ ଭରିଥିବା କ୍ଷେତ୍ର ଥିଲା।

ମୁଁ ମାନଯେ, ଯେଉଁ ପର୍ଯ୍ୟନ୍ତ କୌଣସି ବୁଲେଟ ଆପଣଙ୍କ ପାଖ ଦେଇ ଯାଇନାହିଁ  ଲାଗୁନଥିଲା ଆମେ ଯୁଦ୍ଧ କରୁଛୁ ବୋଲି। ଯୁଦ୍ଧ ଆରମ୍ଭରୁ ମୋତେ ମଧ୍ୟ ଡର ଲାଗୁଥିଲା। କିନ୍ତୁ ଧୀରେ-ଧୀରେ ସେ ଭୟ ଅପସରି ଗଲା। ୧୯୪୦ରେ ନର୍ଥ ୱେଷ୍ଟ ଫ୍ରଣ୍ଟିଅର ପ୍ରୋଭିନ୍ସ ମୋ ବିମାନକୁ ପଠାଣମାନେ ଆକ୍ରମଣକରିଥିଲେ। ଆମ ବିମାନଟି ଦୁଇଟି ପାହାଡର ମଧ୍ୟରେ ଏକ ଶୁଖିଲା ନଦୀରେ ପଡ଼ିଥିଲା।

ତୀନ ବର୍ଷରେ ଚାରୋଟି ପ୍ରମୋଶନ
ମୋତେ ୧୯୪୩ରେ ଜାପାନ ବିରୁଦ୍ଧରେ ମୋର୍ଚ୍ଚା ସଂଭାଳିବା ପାଇଁ ଇମ୍ଫାଲ ପଠାଗଲା। ସେ ପର୍ଯ୍ୟନ୍ତ ମୁଁ ଚାରି ରାଙ୍କର ପ୍ରମୋସନ ସହିତ ସ୍କ୍ୱାଡ୍ରନ ଲିଡର ବନିଯାଇଥିଲି।

ଜାପାନ ଇମ୍ଫାଲ ଘାଟୀକୁ ଚାରିପଟରୁ ଘେରିନେଇଥିଲେ ଏବଂ ଏକମାତ୍ର ସଡ଼କ ମାର୍ଗକୁ ମଧ୍ୟ ଅବରୂଦ୍ଧ କରି ଦେଇଥିଲା। ଏପରି ସ୍ଥିତିରେ ଆମେରିକା ଏଆର ଫୋର୍ସ ଆମକୁ ସାହାଯ୍ୟ କରିଥିଲା ଏବଂ ସପ୍ଲାଇ ଜାରି ରଖିଥିଲା।

ଏହି ଯୁଦ୍ଧ ପ୍ରମାଣିତ କରି ଦେଇଥିଲାଯେ ଭାରତୀୟ ବାୟୁସେନା ଦ୍ୱାରା ସ୍ଥାପିତ ବାୟୁସେନା ମଧ୍ୟ ଲଢିବାପାଇଁ ସକ୍ଷମ। ଏହି ଯୁଦ୍ଧ ପରେ ମୋତେ ବିଶିଷ୍ଟ ଫ୍ଲାଇଂଗ କ୍ରସ (ଡୀଏଫସୀ)ରେ ଭୁଷିତ କରାଗଲା। ଆମ ସ୍କ୍ୱାଡ୍ରନକୁ ମୋଟରେ ଆଠଟି ଡୀଏଫସୀ ମିଳିଲା ଯାହାକି ସେହି ସମୟରେ ବ୍ରିଟେନ ଏବଂ ଭାରତୀୟ ବାୟୁ ସେନାର କୌଣସି ସ୍କ୍ୱାଡ୍ରନ ପାଇଁ ଏକ ରେକର୍ଡ ଥିଲା।

ପାକିସ୍ତାନ ସହ ଯୁଦ୍ଧ
ପାକିସ୍ତାନ ୧୯୬୫ରେ ଯୁଦ୍ଧର ଆରମ୍ଭ କରିଥିଲା। ତାଙ୍କର ସେନା କଶ୍ମୀରରେ ପ୍ରବେଶ କଲା। ଏବଂ ଚଂବ-ଜୌରିୟାଂ ସେକ୍ଟରରେ ଆକ୍ରମଣ କରିଥିଲା। ଜନରଲ ଜେଏନ ଚୌଧରୀ ମୋତେ କହିଲେ କି ଏହି ଆକ୍ରମଣକୁ ରୋକିବା ପାଇଁ ଭାରତୀୟ ସେନାକୁ କଷ୍ଟହେଉଛି। ତେଣୁ ଆମେ ଦୁଇଜଣ ରକ୍ଷା ମନ୍ତ୍ରୀ ୱାଇ.ବି. ଚହ୍ୱାଣଙ୍କ ପାଖକୁ ଯାଇଥିଲୁ। ସେ ସେହିକ୍ଷଣି ଆକାଶ ମାର୍ଗରୁ ଆକ୍ରମଣର ଅନୁମତି ଦେଇଥିଲେ ଏବଂ ଦେଖୁଦେଖୁ ଆମେ ପାକିସ୍ତାନକୁ ଧୂଳି ଚଟାଇ ଅଖନୂର ବ୍ରିଜକୁ କବ୍ଜାକରିବା ସେମାନଙ୍କର ସ୍ୱପ୍ନ ପୂରା କରିବାକୁ ଦେଲୁନାହିଁ।

ଦ୍ୱିତୀୟ ବିଶ୍ୱ ଯୁଦ୍ଧର ଅନୁଭବ ବହୁତ କାମରେ ଆସିଥିଲା। କିନ୍ତୁ ଏହି ଯୁଦ୍ଧ ବହୁତ ଶିଘ୍ର ସରିଯାଇଥିଲା। ଆମେ ଯେଉଁଠାରେ ପାକିସ୍ତାନର ପ୍ରତ୍ୟେକ ସହର ଉପର ଆକ୍ରମଣ କରୁଥିଲୁ କିନ୍ତୁ ତାଙ୍କର ବିମାନ ଅମ୍ବାଲାରୁ ଆଗକୁ ବଢି ପାରିନଥିଲା। ସେମାନେ ଦିଲ୍ଲୀକୁ ମଧ୍ୟ ନିଶାନା ବନେଇ ପାରିନଥିଲେ ମୁମ୍ବାଇ ଏବଂ ଅହମଦାବାଦ ତ ବହୁତ ଦୂର ଥିଲା।
(ବିଭିନ୍ନ ସାକ୍ଷାତକାରରୁ କିଛି ଅଂଶ)

Leave a Reply

Your email address will not be published. Required fields are marked *