Home ଓଡ଼ିଶା ଭୁବନେଶ୍ୱରରୁ ବିଜେପି ଏମପି ପାର୍ଥି ହେବେ ଅପରାଜିତା!

ଭୁବନେଶ୍ୱରରୁ ବିଜେପି ଏମପି ପାର୍ଥି ହେବେ ଅପରାଜିତା!

2384

ଭୁବନେଶ୍ୱର:୨୦୧୯ ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଅପରାଜିତା ଷଡ଼ଙ୍ଗୀ ବିଜେପି ପାର୍ଥି ହେବେ ନେଇ ରାଜନୀତି ମହଲରେ ଏବେ ଆଲୋଚନା ଜୋର ଧରିଛି।ଅପରାଜିତା ଷଡ଼ଙ୍ଗୀ ଭିଆରଏସ ପାଇଁ ଆବେଦନ କରିବା ପରଠାରୁ ସେ ରାଜନୀତିକୁ ଆସିବା ନେଇ ଆଲୋଚନା ହେଉଥିଲା।ଏବେ ଅପରାଜିତା ଷଡଙ୍ଗୀଙ୍କ ଭିଆରସ ଆବେଦନକୁ ଓଡ଼ିଶା ସରକାର ସବୁଜ ସଂକେତ ଦେଇଛନ୍ତି।ତାଙ୍କ ଭିଆରସ ଆବେଦନକୁ ମଞ୍ଜୁର କରିବାକୁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ତରଫରୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯାଇଛି।ଭିଆରଏସ ନେବା ପରେ ସେ ରାଜନୀତିରେ ପ୍ରବେଶ କରିପାରନ୍ତି ଏବଂ ୨୦୧୯ରେ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି।ଏହା ସହ ସେ ଭୁବନେଶ୍ୱରରୁ ବିଜେପି ଏମପି ପାର୍ଥି ହେବା ନେଇ ମଧ୍ୟ ଆଲୋଚନା ଜୋର ଧରିଛି।

ଗତ ସେପ୍ଟେମ୍ବର ମାସରେ ୧୯୯୪ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟସରକାରଙ୍କ ନିକଟରେ ଆବେଦନ କରିଥିଲେ।କେନ୍ଦ୍ରୀୟ ଡେପୁଟେସନ ଶେଷ ହେବା ପରେ ସେ ଗତ ଅକ୍ଟୋବର ମାସରେ ଓଡ଼ିଶା ଫେରିଯିବାର ଥିଲା।ରାଜ୍ୟରେ ଜଣେ ଦକ୍ଷ ଆଇଏଏସ ଅଧିକାରୀ ଭାବେ ସେ ବେଶ ଜଣାଶୁଣା।ସେ ରାଜ୍ୟ ଶିକ୍ଷା ବିଭାଗ ସଚିବ,ବିଏମସି କମିଶନର ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଭାବରେ ମଧ୍ୟ ନିଜର ଦକ୍ଷତା ପ୍ରତିପାଦନ କରିସାରିଛନ୍ତି।ଗତ ୨୦୧୩ରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ସେତେବେଳେ ସେ ରାଜ୍ୟ ବୟନଶିଳ୍ପ ସଚିବ ଥିଲେ।କେନ୍ଦ୍ରରେ ସେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ ଯୋଗଦେଇଥିଲେ।ଚଳିତ ମାସରେ ତାଙ୍କ କେନ୍ଦ୍ରୀୟ ଡେପୁଟେସନ ଶେଷ ହେବାର ଥିଲା।ଭୁବନେଶ୍ୱରରୁ ଅପରାଜିତା ବିଜେପି ଏମପି ପାର୍ଥି ହେବା ଆଲୋଚନାକୁ ନେଇ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଜେଡି ମହଲରେ ଚିନ୍ତା ବଢାଇଦେଇଛି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.