ପୁରୀ, ୩୧/୦୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଓଡିଶା ଲେଖିକା ସଂସଦ ପୁରୀ ଜିଲ୍ଳାଶାଖାର ବାର୍ଷିକଉତ୍ସବ ୟୁଥ୍ ହଷ୍ଟେଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ଏକାଡେମୀର ସଭାପତି ଡଃ.ହରିହର ମିଶ୍ର ଉତ୍ସବକୁ ଉଦ୍ଘାଟନ କରିଥିଲେ। ଓହିଶା ଲେଖିକା ସଂସଦର ରାଜ୍ୟସଭାପତି ବିଣାପାଣୀ ମହାନ୍ତି ମୁଖ୍ୟ ଅତିଥି।ସାଧାରଣ ସଂପାଦିକା ଶକୁନ୍ତଳା ବଳିଆର ସିଂ, ଉପଜିଲ୍ଳାପାଳ ମଧୁସୁଦନ ଦାଶ ପ୍ରମୁଖ ସମ୍ମାନୀତ ଅତିଥି ଓ ପ୍ରଫେସର ଅଦୈତ ଚରଣ ଧଳ ମୁଖ୍ୟବକ୍ତାଭାବେ ଯୋଗଦେଇଥିଲେ। ସଂସଦର ଯୁବ ସଭାପତି ସୁବାସିନୀ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଉଦ୍ଘାଟକ ଶ୍ରୀ ମିଶ୍ର କହିଲେ ଯେ ସଂପ୍ରତିକ ପରିସ୍ଥିତିରେ ମହିଳା ମାନଙ୍କ ବିଶେଷ ଭୂମିକା ରହିଛି। ଆଜି ବିଭିନ୍ନ କ୍ଷେତ୍ରରେ ମହିଳାମାନେ ପ୍ରତିଷ୍ଠା ଲାଭ କରିଛନ୍ତି। ସାହିତ୍ୟ ସୃଷ୍ଟି କ୍ଷେତ୍ରରେ ମଧ୍ୟ ମହିଳାଙ୍କ ଅବଦାନ ଅତୁଳନୀୟ।ଏକ ଶୃଙ୍ଗଳିତ ସମାଜ ଗଠନ ରେ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ବତ ଦେଇଥିଲେ। ଏହି ଅବସରରେ ସଂସଦର ମୁଖପତ୍ର ଦେବୀ ପ୍ରଭା ଲୋକାର୍ପିତ ହୋଇଥିଲା। ତତ୍ ସହିତ ଝରଣା ପଟ୍ଟନାୟକ, ଡଃ.ଇନ୍ଦିରା ପଟ୍ଟନାୟକ, ସୁକାନ୍ତି ସାହୁ, କ୍ରିଷ୍ଣା ମହାପାତ୍ର, ଅନ୍ନପୂର୍ଣ୍ଣା ଦେବୀ, ଛାରୁଲତା ମିଶ୍ର, ସୁରେଶ ମିଶ୍ର, ସ୍ୱର୍ଣ୍ଣଲତା ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ପରିପେକ୍ଷୀରେ ଏକ ରାଜ୍ୟ ସ୍ତରିୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।
