ଓଡ଼ିଶା

ଅଜ୍ଞାନ କବିଙ୍କ, ଅଲୋଡ଼ା ବାର୍ତ୍ତା !!

– ପଙ୍କଜ କୁମାର ପାଣିଗ୍ରାହୀ

କବିତା, ବନୀତା
ମଧୁ ପ୍ରୀତି ଛନ୍ଦା
ଉପମା ନାହିଁ ତାହାର !
ଶୂନ୍ୟ ହୃଦୟରୁ
ଅନ୍ତରୀକ୍ଷ ଯାଏ
ଭାବୁ ଥାଏ ନିରନ୍ତର I

ସତ୍ୟରୁ ସପନ
ଅବା ସେ ଗୋପନ
ମିଳେ ନାହିଁ ଥଳ କୁଳ !
ଲେଖୁ ଥିଲେ ତାକୁ
ଦେଖୁ ଥିଲେ ତାକୁ
ଜମା ଅଂଟେ ନାହିଁ ବେଳ I

ରୋଧ ପ୍ରତିରୋଧ
ଯେତେ ଆସୁ ଥାଉ
ତିଳେ ଡର ଭୟ ନାହିଁ !
ରସରେ ବାତୁଳ
ପ୍ରେମରେ ପାଗଳ
ନିଶା ଶକ୍ତ ଥାଏ ମୁହିଁ I

ଲେଖଇ କବିତା
ଦେଖଇ ସପନ
ସତ ହେଉ କିମ୍ବା ମିଥ୍ୟା !
ମରୁଭୂମି ଚରେ
ଅନୁଭବ କରେ
ଗନ୍ଧର୍ବ ମୋଆଗେ ବୃଥା I

ସତର ସାଗର
ଗିରି ନଦୀ ଝର
ସୂର୍ଯ୍ୟ ଚନ୍ଦ୍ର ତାରା ଗଣ !
ଏକାଗ୍ର ଚିତ୍ତରେ
ମିଳନ ହୁଅନ୍ତି
ବର୍ଣ୍ଣନା ରେ କ୍ଷଣ କ୍ଷଣ I

ଅନ୍ତର୍ଯ୍ୟାମୀ ମଧ୍ୟ
ବୁଝିନ ପାରିବେ
ମୋ ହୃଦ ଭାବନା ମାନ !
ଲେଖୁ ଥାଏ ନିତି
ଦେଖୁଥାଏ ସ୍ବପ୍ନ
ହେବ କେବେ ମୋର ପୂର୍ଣ୍ଣ ?

Social Forum India.
Bank Colony, Chatrapur,
Ganjam, Odisha-761020.
socialforum.org.in@gmail.com

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top