ଛାତ୍ରୀ ସହିତ ଅନୈତିକ ସମ୍ପର୍କ ଯୋଗୁଁ ଆନ୍ଧ୍ର ଵ୍ୟାଙ୍କ୍ କ୍ୟାସିୟରଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ
By
Posted on

ଆସିକା:୨୩/୦୧ (ଓଡ଼ିଆ ପୁଅ/ଲଡୁ କିଶୋର ଦାସ) ଆସିକା ନିକଟ ମୁଣ୍ଡମରାଇ ଆନ୍ଧ୍ର ଵ୍ୟାଙ୍କ୍ ରେ କାର୍ଯ୍ୟରତ କ୍ୟାସିୟର ବିନୟ କୁମାର ବେହେରା (୪୦) ଙ୍କୁ ପିଟି ପିଟି ହତ୍ୟା କରାଯାଇ ଅଭିଯୋଗ ହୋଇଛି। ମିଳିଥିବା ଖବର ଅନୁଯାଇ ଛତ୍ରପୁର ବାସିନ୍ଦା ବିନୟ ଭାରତୀୟ ସେନାରୁ ଅବସର ନେବା ପରେ ଦୀର୍ଘ ୩ ବର୍ଷ ହେବ ମୁଣ୍ଡମରାଇ ଆନ୍ଧ୍ର ଵ୍ୟାଙ୍କ୍ ରେ କ୍ୟାସିୟର ଭାବେ କାର୍ଯ୍ୟ କରୁଥିଲେ।
ତେବେ ବିନୟ କିଛି ଦିନ ହେବ ମୁଣ୍ଡମରାଇ ଗ୍ରାମର ଜଣେ ଦଶମ ଶ୍ରେଣୀରେ ପଢ଼ୁଥିବା ଏକ ଛାତ୍ରୀ ସହିତ ସମ୍ପର୍କ ସ୍ଥାପନ କରିଥିଲେ। ତେବେ ଗତକାଲି ବିନୟ ସେହି ଝିଅ ସହ ଅନୈତିକ ସମ୍ପର୍କ ରଖିଥିବା ସ୍ଥାନୀୟ କିଛି ଯୁବକ ଦେଖିଥିଲେ। ଏହା ପରେ ବିନୟକୁ ଏକ ପାହାଡ ପାଖକୁ ନେଇ ପିଟି ପିଟି ମାରି ଦେଇଥିବା ସୂଚନା ମିଳିଛି। ଏନେଇ ଧରାକୋଟ ଥାନା କେସ୍ ନଂ-୧୪/୨୦୧୯ ଏକ ଅପମୃତ ମାମଲା ରୁଜୁ ହୋଇଛି।

Loading...