ଓଡ଼ିଶା

AMMK ହେବ ଦିନାକରନଙ୍କର ନୂଆ ରାଜନୈତିକ ପାର୍ଟି, ତାମିଲନାଡୁର ରାଜନୀତିରେ ଯୋଡ଼ିହେଲା ନୂଆ ନାମ

ଚେନ୍ନାଇ ୧୫-୩ (ଓଡ଼ିଆ ପୁଅ) ତାମିଲନାଡୁର ରାଜନୀତିରେ ଗୋଟିଏ ନୂଆ ପାର୍ଟିର ନାମ ସାମିଲ ହେଲା। AIADMK ର ବାଗୀ ଏବଂ ଆରକେନଗରର ନିର୍ଦଳୀୟ ବିଧାୟକ ଟିଟିବି ଦିନାକରନ ନିଜର ନୂଆ ପାର୍ଟିର ନାମ ଘୋଷଣା କରିଛନ୍ତି। ଦିନାକରନଙ୍କର ନୂଆ ପାର୍ଟିର ନାମ ଅମ୍ମା ମକ୍କଲ ମୁନ୍ନେତ୍ର କଡ଼ଗମ ପାର୍ଟି (AMMK) ହେବ।

ଏହି ମୌକାରେରେ ଦିନାକରନ କହିଲେକି ଆମେ ନିଜର ନୂଆ ପାର୍ଟି ର ଦଳୀୟ ପତାକା ଏବଂ ନାମର ପ୍ରଯୋଗ କରି ଆସନ୍ତା ସମସ୍ତ ନିର୍ବାଚନରେ ବିଜୟ ଲାଭ କରିବୁ। ସେ କହିଲେ କି ସେ ପାର୍ଟିର ଦୁଇଟି ପତ୍ର ବାଲା ଚିହ୍ନକୁ ପୁନର୍ବାର ପ୍ରାପ୍ତ କରିବାକୁ ଚେଷ୍ଟା କରିବେ। ଯେତେବେଳ ପର୍ଯ୍ୟନ୍ତ ପତ୍ର ବାଲା ଚିହ୍ନ ମିଳିବ ନାହିଁ, ପାର୍ଟି ‘କୁକର’ କୁ ଚିହ୍ନ ମାନିକରି ନିର୍ବାଚନ ଲଢ଼ିବ।

ଆପଣଙ୍କୁ କୁହାଯାଇପାରେଯେ, କି ତାମିଲନାଡୁ ର ଆରକେନଗର ବିଧାନସଭା ଉପନିର୍ବାଚନରେ ଶଶିକଳାଙ୍କର ପୁତୁରା ଟିଟିବି ଦିନାକରନ ବିଜୟ ହାସଲ କରିଥିଲେ। ଦିନାକରନଙ୍କର ଏହି ବିଜୟ ପରେ ତାମିଲନାଡୁର ରାଜନୈତିକ ସ୍ଥିତିରେ ଅନିଶ୍ଚିତତାର ସମୟ ଆରମ୍ଭ ହେବା ନିଶ୍ଚିତ ଥିଲା। ଦିନାକରନ ଗୋଟିଏ ତୀରରେ ଦୁଇଟି ଶିକାର କରିଥିଲେ।

ପୂର୍ବରୁ ଦିନାକରନ ଏହା ସୁନିଶ୍ଚିତ କରିଥିଲେ କି ଅନ୍ନାଦ୍ରମୁକଙ୍କର ନିର୍ବାଚନ ଚିହ୍ନ ଦୁଇଟି ପତ୍ରକୁ ନେଇକରି ପନ୍ନୀରସେଲଭମ ଏବଂ ପଲାନୀସ୍ଵାମୀ ଗୁଟର ପ୍ରଚାର ମିଥ୍ୟା ଅଟେ। ଟିଟିବି ଦିନାକରନଙ୍କର ନୂଆ ନିର୍ବାଚନ ଚିହ୍ନ ପ୍ରେଶର କୁକରର ସାମନାରେ ଅନ୍ନାଦ୍ରମୁକର ପ୍ରାର୍ଥୀ ଠିଆ ହୋଇପାରିନଥିଲେ। ଦ୍ୱିତୀୟ ଶିକାର ମୁଖ୍ୟ ବିପକ୍ଷ ପାର୍ଟି ଦ୍ରମୁକଙ୍କର କରିଥିଲେ, ଯିଏ କି ଏହି ଉପନିର୍ବାଚନରେ ଜମାନତ ମଧ୍ୟ ବଞ୍ଚେଇପାରିନଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top