ଓଡ଼ିଶା

ପ୍ରାକୃତିକ ଜଳ ସ୍ରୋତ ସତ୍ୱେ ଫ୍ଲୋରାଇଡ ମୁକ୍ତ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ କରାଇବାରେ ନବୀନ ସରାକାର ବିଫଳ : ଅମିତ ଶାହା

– ବଲାଙ୍ଗୀରର ଫ୍ଲୋରାଇଡ ପ୍ରଭାବିତ ଗାଁ ପରିଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା
– ବିଜେପି ଶାସନାଧୀନ ରାଜ୍ୟରେ ଯେଉଁଠି ପ୍ରାକୃତିକ ଜଳ ସ୍ରୋତ ନାହିଁ ସେଠାରେ ଯନ୍ତ୍ର ଲଗାଇ ଫ୍ଲୋରାଇଡ ମୁକ୍ତ ପାଣି ଉପଲବ୍ଧ କରା ଯାଉଛି
– ମୁଖ୍ୟମନ୍ତ୍ରୀ ଯଦି ଥରେ ପ୍ରଧାନମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅନୁରୋଧ କରିଥାନ୍ତେ ତେବେ ଏହାର ସମାଧାନ ହୋଇ ଯାଇଥାନ୍ତା
– ମୁଖ୍ୟମନ୍ତ୍ରୀ କରନ୍ତୁ ବା ନ କରନ୍ତୁ ବିଜେପିର ରାଜ୍ୟ ନେତା ମାନେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରନ୍ତୁ, ସମାଧାନ କରିବାକୁ ନେଇ ସେ ନିଶ୍ଚିତ
– ରାଜ୍ୟରେ ଲୋକ ମାନଙ୍କର ନବୀନ ସରକାର ପ୍ରତି ପ୍ରବଳ ଅସନ୍ତୋଷ ଦେଖା ଯାଉଛି, ୨୦୧୯ରେ ବଦଳିବ ସରକାର

ବଲାଙ୍ଗୀର/ଭୁବନେଶ୍ୱର, ତା ୦୫/୦୪ (ଓଡ଼ିଆ ପୁଅ) : ୧୮ ବର୍ଷର ଶାସନ ପରେ ମଧ୍ୟ ପ୍ରାକୃତିକ ଜଳ ସ୍ରୋତ ନିକଟରେ ଥିବା ଗାଁ ଗୁଡିକୁ ଫ୍ଲୋରାଇଡ ମୁକ୍ତ ବିଶୁଦ୍ଧ ପାନୀୟ ଦଳ ଉପଲବ୍ଧ କରାଇବାରେ ନବୀନ ସରକାର ବିଫଳ ହୋଇଛନ୍ତି। ଏହା ତାଙ୍କର ଘୋର ବିଫଳତା। ବଲାଙ୍ଗୀର ଜିଲ୍ଲାର ବେଣାବନ୍ଧର ସଇଁତଳା ଗାଁକୁ ଯାଇ ସେଠାରେ ଫ୍ଲୋରାଇଡ ପ୍ରଭାବିତ ଗ୍ରାମବାସୀଙ୍କୁ ଭେଟିବା ପରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତ୍ତା ବେଳେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଏହା କହିଛନ୍ତି।

ସେ କହିଛନ୍ତି ଗାଁରେ ବୁଲିବା ଓ ଲୋକ ମାନଙ୍କ ସହ ଆଲୋଚନା ବେଳେ ସେ ଦେଖିଲେ ଫ୍ଲୋରାଇଡ ପାଣି କାରଣରୁ ଯୁବକ ମାନେ କମ ବୟସରେ ବୁଢା ଭଳି ଦେଖାଯାଉଛନ୍ତି, କେଶ ପାଚି ଯାଉଛି, ହାଡ ବଙ୍କା ହୋଇ ଯାଉଛି ଓ ଦାନ୍ତ ଖରାପ ହୋଇ ଯାଉଛି। ଜଣେ ବ୍ୟକ୍ତି ଯାହାଙ୍କର ଟେଷ୍ଟ ରିପୋର୍ଟରେ ଫ୍ଲୋରାଇଡର ମାତ୍ରା ଅଧିକ ରହିଛି, ତାଙ୍କର ଝିଅ କାନ୍ଦୁଥିବାର ମଧ୍ୟ ସେ ଦେଖିଲେ।

ଶ୍ରୀ ଶାହ କହିଛନ୍ତି ଯେ ଫ୍ଲୋରାଇଡର ସମସ୍ୟା କେବଳ ଓଡିଶାରେ ହିଁ ନାହିଁ, ସମଗ୍ର ଦେଶରେ ରହିଛି। ଯେଉଁ ରାଜ୍ୟ ମାନଙ୍କରେ ବିଜେପିର ଶାସନର ଅଛି ଓ ପ୍ରାକୃତିକ ଜଳ ଉତ୍ସ ନାହିଁ ସେଠାରେ ଯନ୍ତ୍ର ଲଗାଇ ଫ୍ଲୋରାଇଡ ମୁକ୍ତ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ କରା ଯାଉଛି। ଏଠାରେ ପ୍ରାକୃତିକ ଜଳ ସ୍ରୋତ ନିକଟରେ ଥିବା କାରଣରୁ ଛୋଟ ଚେକ ଡ୍ୟାମ ନିର୍ମାଣ କରି ଏହି ସମସ୍ୟାର ସମାଧାନ କରା ଯାଇ ପାରିଥାନ୍ତା। କିନ୍ତୁ ୧୮ ବର୍ଷ ଧରି ଶାସନରେ ରହିବା ସତ୍ୱେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ପ୍ରଦାନ କରିବାକୁ ରାଜ୍ୟ ସରକାର ଏତିକି ବି କରି ପାରି ନାହାନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଦି ଏହି ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀଙ୍କୁ ଏହାର ସମାଧାନ ପାଇଁ ଅନୁରୋଧ କରିଥାନ୍ତେ ତେବେ ଏହାର ସମାଧାନ ହୋଇ ଯାଇଥାନ୍ତା। ସେ କରନ୍ତୁ କିମ୍ବା ନ କରନ୍ତୁ ବିଜେପିର ରାଜ୍ୟ ନେତୃତ୍ୱ ପ୍ରଧାନମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇଲେ ପ୍ରଧାନମନ୍ତ୍ରୀ ଏହାର ସମାଧାନ ବାହାର କରିବେ, ଏହାକୁ ନେଇ ସେ ନିଶ୍ଚିତ।

ସାମ୍ବାଦିକ ମାନଙ୍କର ପ୍ରଶ୍ନର ଉତରରେ ଶ୍ରୀ ଶାହା କହିଛନ୍ତି ଯେ ସେ ଅନେକ ରାଜ୍ୟ ବୁଲୁଛନ୍ତି। ଲୋକ ମାନଙ୍କର ମନର ଭାବକୁ ବୁଝୁଛନ୍ତି। ସେ ଦେଖୁଛନ୍ତି ଯେ ରାଜ୍ୟର ଲୋକ ମାନଙ୍କ ମଧ୍ୟରେ ସରକାର ପ୍ରତି ଖୁବ ଅସନ୍ତୋଷ ରହିଛି। ଆଗାମୀ ୨୦୧୯ ନିର୍ବାଚନରେ ପରିବର୍ତ୍ତନ ସୁନିଶ୍ଚିତ ହେବ ବୋଲି ଶ୍ରୀ ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top