ଗାଁ କୁ ଆସି ପାରିଲା ନାହିଁ ଆମ୍ବୁଲାନ୍ସ :ଚେତା ଶୂନ୍ୟ ଅବସ୍ଥାରେ ୨ କିମି ରସ୍ତା କାନ୍ଧରେ ବୁହା ହେଲେ ରୋଗୀ

କେନ୍ଦୁଝର ତା ୧୩.୯.୧୭ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ଗାଁ କୁ ଖଣ୍ଡେ ଭଲ ରାସ୍ତା ନ ଥିବାରୁ ଗାଁ ଭିତର କୁ ଆସି ପାରିଲା ନାହିଁ ୧୦୮ ଆମ୍ବୁଲାନ୍ସ। ଚେତାଶୂନ୍ୟ ଅବସ୍ଥାରେ ଜଣେ ଗୁରୁତର ରୋଗୀଙ୍କୁ କାନ୍ଧରେ ବୋହି ବୋହି ୨ କିମି ରାସ୍ତା ଆଣିଲେ ପରିବାର ଲୋକେ। ଗ୍ରାମାଞ୍ଚଳର ଉନ୍ନତି ପାଇଁ ସରକାରଙ୍କର ରହିଛି ଅନେକ ଯୋଜନା ଓ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ହେଲେ ଆଜି ବି କେନ୍ଦୁଝର ଜିଲ୍ଲା ରେ ଏମିତି ଅନେକ ଗାଁ ରହିଛି ଯେଉଁ ଗାଁ କୁ ଯା ଆସ କରିବାକୁ ଖଣ୍ଡେ ଭଲ ରାସ୍ତା ନାହିଁ। ସେହି ପରି ଏକ ଗାଁ ହେଉଛି ପଟାଣା ବ୍ଲକ ର ହିରାପଶି ଗାଁ। ସ୍ୱାଧୀନତାର ୭୧ବର୍ଷ ପରେ ବି ଏହି ଗାଁ ଲୋକ ଙ୍କ ପାଇଁ ଭଲ ରାସ୍ତା ଖଣ୍ଡେ ସାତ ସପନ। ସେହା ଗାଁ ର ସନାତନ ମାଝି ଙ୍କର ସ୍ତ୍ରୀ ଜମୁନା ମାଝି ଗତ କିଛି ଦିନ ହେବା ଜ୍ୱର ରେ ପଡିତ ଥିଲେ। ହଠାତ ଆଜି ସକାଳେ ଜମୁନା ଙ୍କର ସ୍ୱାସ୍ଥ ଅବସ୍ଥା ଅଧିକ ଗୁରୁତର ହେବା ସହ ଚେତା ଶୂନ୍ୟ ହୋଇପଡଥିଲେ। ୧୦୮ ଆମ୍ବୁଲାନ୍ସ କୁ ଫୋନ କରାଗଲା। ଆମ୍ବୁଲାନ୍ସ ତୁରନ୍ତ ଆସି ପହଞ୍ଚିଲା ସତ , ହେଲେ ଗାଁ ଭିତର କୁ ଭଲ ରାସ୍ତା ଖଣ୍ଡେ ନଥିବାରୁ ଗାଁ ମୁଣ୍ଡରେ ଠିଆ ହୋଇ ରହିଲା। ପରିବାର ଲୋକେ ଅନ୍ୟୋପାୟ ହୋଇ ଜମୁନା ଙ୍କୁ ଚେତା ଶୂନ୍ୟ ଅବସ୍ଥା ରେ କାନ୍ଦରେ ବୋହି ବୋହି ପ୍ରାୟ ୨ କିମି ବାଟ ଆଣିବାପରେ ଆମ୍ବାଲାନ୍ସ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ଆଣିଥିଲେ। ଦେଶ ଏବେ ଡିଜିଟାଲାଇଜେସନ ର କଥା ଚିନ୍ତା କରୁଥିବା ବେଳେ ଭଲ ରାସ୍ତା ଖଣ୍ଡେ ନ ଥିବାରୁ ରୋଗୀ କିଲୋମିଟର କିଲୋମିଟର ଧରି କାନ୍ଧ ରେ ବୁହା ହେବା ଲଜ୍ଜ୍ୟା ଜନକ ଘଟଣା ନୁହେଁ ତ ଆଉକଣ?

Leave a Reply

Your email address will not be published. Required fields are marked *