ad
ଓଡ଼ିଶା

ଏବେ ମାଗଣାରେ ମିଳିବ ଏଲଇଡି ଲାଇଟ : ‘ଆମ ଘରେ ଏଲଇଡି’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ୧୧-୧ (ଓଡ଼ିଆ ପୁଅ) : “ଆମ ଘରେ ଏଲଇଡି” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସୂଚନାଯୋଗ୍ୟଯେ, ଏହି ଯୋଜନାରେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମାଗଣାରେ ମିଳିବ ଏଲଇଡି ଲାଇଟ ଏବଂ NFSA ଓ SFSS ହିତାଧିକାରୀଙ୍କୁ ମିଳିବ ମାଗଣା ଲାଇଟ ମିଳିବ। ପ୍ରତ୍ୟେକ ହିତାଧିକାରୀଙ୍କୁ ୯ ଓ୍ଵାଟର ୪ଟି ଏଲଇଡି ଲାଇଟ ଦିଆଯିବ। ୯୫ ଲକ୍ଷ ପରିବାର ଏଥିରେ ଉପକୃତ ହେବେ। ଆସନ୍ତା ଜାନୁୟାରୀ ଓ ଫେବୃଆରୀ ୧୫ରେ ଆଗାମୀ ପୀଠା କ୍ୟାମ୍ପରେ ଏହି ଲାଇଟ ବଣ୍ଟାଯିବ। ଏହି ଯୋଜନାରେ ଅନେକ ଲୋକ ଉପକୃତ ହେବେ। ପ୍ରତି ମାସ ୧୫ରୁ ୨୦ ତାରିଖ ମଧ୍ୟରେ ଏହି କ୍ୟାମ୍ପ ପ୍ରତି ଗ୍ରାମ ପଞ୍ଚାୟତ ସ୍ତରରେ କରାଯିବ। ଖାସକରି ଏହି କ୍ୟାମ୍ପରେ ଆମ ଏଲଇଡି, ମିଶନ ଶକ୍ତି, ମଧୁ ବାବୁ ପେନସନ ଯୋଜନା, କଳାକାର ଭତ୍ତା, ନିର୍ମାଣ ଶ୍ରମିକଙ୍କୁ ମିଳୁଥିବା ଯୋଜନା ବାବଦରେ ଆଲୋଚନା କରାଯିବା ସହ ପ୍ରକୃତ ହିତାଧିକାରୀଙ୍କ ପାଖରେ ଏହି ଯୋଜନା ଭଲରେ ପହଞ୍ଚାଇ ଦିଆଯିବ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top