ad
ଓଡ଼ିଶା

ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମା ଇସ୍ତପା ଦେଲେ

ନୂଆ ଦିଲ୍ଲୀ ୧୧-୧ (ଓଡ଼ିଆ ପୁଅ) ସିବିଆଇର ପୂର୍ବତନ ଡାଇରେକ୍ଟର ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ଗୁରୁବାରଦିନ ହଟାଇଦିଆଯାଇଥିଲା। CBIରୁ ହଟାଯିବା ପରେ ଆଲୋକ ବର୍ମାଙ୍କୁ ଫାୟାର ସର୍ଭିସେଜ୍ (DG Fire Services) ଏବଂ ହୋମ ଗାର୍ଡଙ୍କର ମହାନିର୍ଦେଶକ (DG)ଭାବେ ନିଯୁକ୍ତି ମିଳିଥିଲା। କିନ୍ତୁ ଏହି ପଦବୀକୁ ସେ ଗ୍ରହଣ ନକରି ଚାକିରିରୁ ଇସ୍ତପା ଦୋଇଛନ୍ତି ବୋଲି ଜଣାପଡ଼ିଛି। ସେ କହିଛନ୍ତିଯେ, ନ୍ୟାୟକୁ ଏଠାରେ ଶେଷ କରି ଦିଆଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟଯେ, ସୁପ୍ରିମ କୋର୍ଟଙ୍କର ଆଦେଶ ପରେ ପୁନଃ ଚାର୍ଜ ନେବା ପରେ ବର୍ମା ବୁଧବାରଦିନ ଚାର୍ଜ ସମ୍ଭାଳିଥିଲେ। କିନ୍ତୁ ଗୁରୁବାରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ, ବିଚାରପତି ସିକରୀ ଏବଂ ବିରୋଧି ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମଧ୍ୟରେ ହୋଇଥିବା ବୈଠକରେ ୨:୧ ର ବହୁମତ ଆଧାରରେ ତାଙ୍କୁ ସିବିଆଇ ପଦରୁ ହଟାଇବାର ନିଷ୍ପତି ନିଆଯାଇଥିଲା।

ହାଇପାୱାର ସିଲେକ୍ସନ କମିଟି ଦ୍ୱାରା ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଇଦିଆଯିବା ପରେ ସେ ଗୁରୁବାର ଦିନ ଏହି ବିଷୟରେ ମୁହଁ ଖୋଲିଥିଲେ। ସେ କହିଥିଲେଯେ, ମୁଁ CBI ର ପ୍ରତିଷ୍ଠା ଅକ୍ଷୂର୍ଣ୍ଣ ରଖିବାକୁ ଚେଷ୍ଟା କରୁଥିଲି, ମିଥ୍ୟା ଆରୋପ ଆଧାରରେ ମୋତେ ହଟାଇଦିଆଗଲା। ମିଥ୍ୟା, ଅପ୍ରମାଣିତ ଏବଂ ଅତ୍ୟନ୍ତ ହାଲୁକା ଆରୋପକୁ ଆଧାର କରି ତାଙ୍କୁ ଟ୍ରାନ୍ସଫର କରାଯାଇଛି ବୋଲି ସେ କହିଥିଲେ। ସେ ପୁଣି କହିଥିଲେ କି ଏହି ସବୁ ଆରୋପ ସେହି ବ୍ୟକ୍ତି ଲଗାଇଛନ୍ତି ଯିଏକି ତାଙ୍କ ସହିତ ବିରୋଧି ଭାବ ରଖିଛନ୍ତି। କୁହାଯାଇପାରେଯେ, ସିବିଆଇ ଅର୍ଥାତ୍ କେନ୍ଦ୍ରୀୟ ଜାଞ୍ଚ ବ୍ୟୁରୋ ନିର୍ଦେଶକ ପଦରୁ ହଟାଯିବା ପରେ ଆଲୋକ ବର୍ମାଙ୍କୁ ଅଗ୍ନିଶମ ସେବା, ନାଗରିକ ସୁରକ୍ଷା ଏବଂ ହୋମ ଗାର୍ଡର ମହାନିର୍ଦେଶକ ଭାବେ ନୂତନ ଦାୟିତ୍ତ୍ୱ ଦିଆଯାଇଥିଲା କିନ୍ତୁ ତାହା ସେ ଗ୍ରହଣ ନକରି ଇସ୍ତପା ଦେଇଥିବାର ଖବର ମିଳିଛି।

ଏଠାରେ ଉଲ୍ଲେଖ କରାଯାଇପାରେଯେ, ଗତ ଅକ୍ଟୋବର ୨୩ ତାରିଖରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ଅବସାନ ଘଟାଇ ମୋଦୀ ସରକାର ଉଭୟଙ୍କୁ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ମୋଦୀ ସରକାରଙ୍କ ଏହି ନିଷ୍ପତ୍ତି ବିରୁଦ୍ଧରେ ଆଲୋକ ବର୍ମା ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ବିରୁଦ୍ଧରେ ମଙ୍ଗଳବାର ଦିନ ରାୟ ଦେଇଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top