ad
ଓଡ଼ିଶା

ଆଲୋକ ବର୍ମାଙ୍କ ଦ୍ୱାରା କରାଯାଇଥିବା ଟ୍ରାନ୍ସଫର ଅର୍ଡ଼ରକୁ ରଦ୍ଦ କଲେ ନାଗେଶ୍ୱର ରାଓ

ନୂଆ ଦିଲ୍ଲୀ ୧୧-୧ (ଓଡ଼ିଆ ପୁଅ) ସିବିଆଇ ଅତିରିକ୍ତ ନିର୍ଦ୍ଦେଶକ ଏମ୍‌. ନାଗେଶ୍ୱର ରାଓଙ୍କୁ ସିବିଆଇର ନିର୍ଦ୍ଦେଶକଙ୍କର କାର୍ଯ୍ୟଭାର ଦିଆଯାଇଛି। ସିବିଆଇ ଡାଇରେକ୍ଟର ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ଗତକାଲି ହଟାଇ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଚାରପତି ସିକରୀ ଏବଂ ବିରୋଧି ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମଧ୍ୟରେ ହୋଇଥିବା ବୈଠକରେ ୨:୧ ର ବହୁମତରେ ଏହି ନିଷ୍ପତି ନିଆଯାଇଥିଲା। ଏଦି କାରଣରୁ ନୂତନ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ପର୍ଯ୍ୟନ୍ତ ସିବିଆଇର ନିର୍ଦ୍ଦେଶକ ଭାବେ ଦାୟିତ୍ତ୍ୱ ତୁଲାଇବେ ଓଡ଼ିଶା କ୍ୟାଡର ବରିଷ୍ଠ ଆଇପିଏସ୍‌ ଅଫିସର ଏମ୍‌. ନାଗେଶ୍ୱର ରାଓ। ସମାଚାର ଏଜେନ୍ସୀ ଏଏନ୍ଆଇର ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଦ୍ୱାରା ବୁଧବାର ଦିନ କରାଯାଇଥିବା ସମସ୍ତ ଟ୍ରାନ୍ସଫର ଅର୍ଡ଼ରକୁ ରଦ୍ଦ କରିଦେଛନ୍ତି।
ସୂଚନାଯୋଗ୍ୟଯେ, ସୁପ୍ରିମ କୋର୍ଟଙ୍କର ଆଦେଶ ପରେ ପୁନଃ ଚାର୍ଜ ନେବା ପରେ ବର୍ମା ବୁଧବାରଦିନ ଆଲୋକ ବର୍ମା ଦିନକ ପାଇଁ ଚାର୍ଜ ସମ୍ଭାଳିଥିଲେ। ନିଜର ନିକଟତର ଅଫିରମାନଙ୍କର ନାଗେଶ୍ୱର ରାଓଙ୍କ ଦ୍ୱାରା କରାଯାଇଥିବା ଟ୍ରାନ୍ସଫର ରଦ୍ଦ କରିଥିଲେ। ଆଲୋକ ବର୍ମା ରାକେଶ ଅସ୍ଥାନାଙ୍କର କେସର ଅଫିସର ମଧ୍ୟ ବଦଳାଇଦେଇଥିଲେ। ଏବେ ପୁଣି ସିବିଆଇ ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ୱର ରାଓ ପୁଣି ଆଲୋକ ବର୍ମାଙ୍କ ଦ୍ୱାରା ବୁଧବାର ଦିନ କରାଯାଇଥିବା ସମସ୍ତ ଟ୍ରାନ୍ସଫର ଅର୍ଡ଼ରକୁ କ୍ୟାନସଲ କରି ଜେଇଥିବା ଖବର ମିଳିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top