ଚନ୍ଦ୍ର ପୃଷ୍ଠକୁ ଯାଇଥିବା ବିଶ୍ୱର ଚତୁର୍ଥ ବ୍ୟକ୍ତି ଆଲେନ ବିନଙ୍କର ୮୬ ବର୍ଷ ବୟସରେ ପରଲୋକ

ୱାସିଙ୍ଗଟନ/ନୂଆଦିଲ୍ଲୀ, ୨୭ ମଇ (ଓଡ଼ିଆ ପୁଅ) ଦୁଇଥର ଅନ୍ତରୀକ୍ଷ ଯାତ୍ରା କରିଥିବା ନାସାର ଅନ୍ତରୀକ୍ଷ ଯାତ୍ରୀ ଆଲେନ ବିନଙ୍କର ୮୬ ବର୍ଷ ବୟୟରେ ଆମେରିକାର ହ୍ୟୁଷ୍ଟନ ସହରରେ ପରଲୋକ ହୋଇଯାଇଛି। ସେ ୧୯୬୯ ରେ ‘ଆପୋଲୋ ୧୨’ ମିଶନରେ ଭାଗ ନେଇଥିଲେ ଏବଂ ଚନ୍ଦ୍ର ପୃଷ୍ଠକୁ ବିଶ୍ୱର ଚତୁର୍ଥ ବ୍ୟକ୍ତି ଥିଲେ। ଆପୋଲୋ-୧୨ ଅନ୍ତରୀକ୍ଷ ଯାନର ଲୁନାର ମଡ୍ୟୁଲ ପାଇଲଟ ବିନ ସେଠାରେ ୩୧ ଘଣ୍ଟା ବିତାଇଥିଲେ। ଅନ୍ତରୀକ୍ଷରେ ସର୍ବମୋଟ ୬୯ ଦିନ ବିତାଇଥିବା ବିନ ଭବିଷ୍ୟତର ଅନ୍ତରୀକ୍ଷ ଯାତ୍ରିମାନଙ୍କର ପ୍ରସ୍ତୁତି ପାଇଁ ମହତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲେ।

ନାସା ଶନିବାରଦିନ ରାତିରେ ତାଙ୍କର ନିଧନ ବିଷୟରେ ସୂଚନା ଦେଇଛି। ବିନଙ୍କର ଜନ୍ମ ୧୫ ମାର୍ଚ୍ଚ ୧୯୩୨ ରେ ଟେକ୍ସାସର ହ୍ୱିଲରରେ ହୋଇଥିଲା ଏବଂ ସେ ଫୋର୍ଟୱର୍ଥ ହାଇସ୍କୁଲରେ ପାଠପଢ଼ିଥିଲେ। ଏହା ପୂର୍ବରୁ ନୌସେନାରେ ପାଇଲଟ ଥିଲେ କିନ୍ତୁ ୧୯୬୩ ରେ ନାସାରେ ଯୋଗ ଦେଇଥିଲେ।

ନିଲ ଆର୍ମଷ୍ଟ୍ରଙ୍ଗଙ୍କର ନେତୃତ୍ଵରେ ‘ଅପୋଲୋ ୧୧’ ମିଶନରେ ଚନ୍ଦ୍ର ପୃଷ୍ଠରେ ପହଁଚିବାର ଚାରି ମାସ ପରେ ୧୪ ନଭେମ୍ବର ୧୯୬୯ ରେ ପ୍ରଥମ ଥର ଅନ୍ତରୀକ୍ଷ ଯାତ୍ରା କରିଥିଲେ ବିନ୍।

‘ଅପୋଲୋ ୧୨’ ରେ ବିନଙ୍କ ସହିତ ଦୁଇଜଣ ଅନ୍ତରୀକ୍ଷଯାତ୍ରୀ ଚାର୍ଲ୍ସ ପିଟ କନରେଡ ଜୁନିୟର ଏବଂ ରିଚାର୍ଡ ଏଫ.ଗାର୍ଡନ ଜୁନିୟର ଥିଲେ।

Leave a Reply

Your email address will not be published. Required fields are marked *