ଆମ ପର୍ବ ପର୍ବାଣୀ

ଅକ୍ଷୟ ତୃତୀୟା ୨୦୧୮: କେଉଁ ରାଶି ଅନୁସାରେ କ’ଣ କିଣିଲେ ହେବ ଅକ୍ଷୟ ଲାଭ

ଅକ୍ଷୟ ତୃତୀୟାରେ ଲୋକମାନଙ୍କର ମନରେ ସାଧାରଣ ଧାରଣା ହୋଇଥାଏ କି ଏହି ଦିନ ସୁନାର ଗହଣା କିଣିବା ଆବଶ୍ୟକ। ଏମିତି ଜରୁରୀ ନୁହେଁ କି ଏହି ଦିନ ଆପଣ ସୁନା ହିଁ କିଣିବେ। ପ୍ରକୃତରେ ଅକ୍ଷୟର ଅର୍ଥ ହେଉଛି, ଯାହା କେବେହେଲେ ସରିବ ନାହିଁ। ଏଥିପାଇଁ ଏହି ଦିନ ଆପଣ ଯେ କୌଣସି ମଧ୍ୟ ବସ୍ତୁ କିଣନ୍ତି ତାହା ଈଶ୍ଵରଙ୍କର କୃପାରୁ ଅନେକ ଗୁଣ ବୃଦ୍ଧି ପାଇଥାଏ। ଆମେ ଆପଣଙ୍କୁ କହିପାରିବୁ କି ଏହି ଶୁଭ ମୁହୂର୍ତ୍ତରେ ଆପଣଙ୍କୁ ନିଜର ରାଶି ଅନୁସାରେ କ’ଣ କିଣିବା ଆବଶ୍ୟକ ଯାହାଫଳରେ ଆପଣଙ୍କୁ ମିଳିବ ଅକ୍ଷୟ ଲାଭ।

ମେଷ:
ମଙ୍ଗଳ ଆପଣଙ୍କ ରାଶିର ସ୍ଵାମୀ ଗ୍ରହ ଅଟନ୍ତି। ଏହି ଅକ୍ଷୟ ତୃତୀୟାରେ ତମ୍ବା ଏବଂ ସୁନାରେ ବନିଥିବା ବସ୍ତୁ କିଣିଲେ ଏବଂ ଧାରଣ କରିଲେ ସ୍ଵାସ୍ଥ୍ୟର ଉନ୍ନତି ହେବା ସହିତ ଏହା ଲାଭପ୍ରଦ ହେବ। ଅକ୍ଷୟ ତୃତୀୟାରେ ଅକ୍ଷୟ ଲାଭ ପାଇଁ ଆପଣ ଏହି ରାଶି ସମ୍ବନ୍ଧିତ ବସ୍ତୁ – ଗହମ ଦାନ କରିପାରନ୍ତି।

ବୃଷ:
ଆପଣଙ୍କ ରାଶିର ସ୍ଵାମୀ ଶୁକ୍ର। ଅକ୍ଷୟ ତୃତୀୟା ଅବସରରେ ରାଶି ଦ୍ୱାଦଶ ସ୍ଥାନରେ ହେବ। ଶୁକ୍ରଙ୍କର ଅନୁକୂଳତା ପାଇଁ ଆପଣଙ୍କୁ ଶୁକ୍ର ସମ୍ବନ୍ଧିତ ବସ୍ତୁ ଯଥା ରୂପା ମୁଦ୍ରା, ରୂପା ବାସନ, କିମ୍ବା ଚାନ୍ଦିର ଅନ୍ୟ କୌଣସି ବସ୍ତୁ କିଣିବା ଆବଶ୍ୟକ। କୌଣସି ବ୍ୟକ୍ତିକୁ ଚାଉଳ, ଚିନି ଏବଂ ବସ୍ତ୍ର ଦାନ କରିବା ଶୁଭ ରହିବ।

ମିଥୁନ:
ମିଥୁନ ରାଶିର ଜାତକପାଇଁ ଅକ୍ଷୟ ତୃତୀୟାର ଦିନ ଚାନ୍ଦୀର ଆଭୂଷଣ ଏବଂ ନୂଆ ବସ୍ତ୍ର କ୍ରୟ କରିବା ମଙ୍ଗଳକାରୀ ହେବ। ରାଶି ସ୍ଵାମୀ ବୁଧ ଏହି ଦିନ ଗୁରୁଙ୍କର ରାଶିରେ ରହିବେ ଏଥିପାଇଁ ଆପଣ ସୁବର୍ଣ୍ଣ ମଧ୍ୟ କ୍ରୟ କରି ପାରନ୍ତି। ଆପଣଙ୍କପାଇଁ ମୁଗ ଡାଲି ଏବଂ ବସ୍ତ୍ରର ଦାନ କରିବା ଶୁଭ।

କର୍କଟ:
ଆପଣଙ୍କ ରାଶିର ସ୍ଵାମୀ ଚନ୍ଦ୍ରମା ଅକ୍ଷୟ ତୃତୀୟାରେ କର୍କଟ ରାଶିରେ ହେବେ। ଆପଣ ଯଦି ଏହି ଦିନ କିଛି କିଣିବାକୁ ଚାହୁଁଛନ୍ତି ତେବେ ଚାନ୍ଦୀରେ ନିବେଶ କରିବା ଲାଭପ୍ରଦ ରହିବ। ଆପଣ ଚାନ୍ଦୀର ଗହଣା, ବାସନ କିମ୍ବା ଏହି ଧାତୁରେ ବନିଥିବା ଅନ୍ୟ କୌଣସି ଦ୍ରବ୍ୟ କିଣି ପାରିବେ। ଅକ୍ଷୟ ତୃତୀୟାରେ ଚାଉଳ, ଦୁଧ, ଚିନିର ଦାନ କରିବା ଶୁଭ ଅଟେ।

ସିଂହ:
ଏହି ବର୍ଷ ଅକ୍ଷୟ ତୃତୀୟାରେ ଆପଣଙ୍କ ରାଶିର ସ୍ଵାମୀ ସୂର୍ଯ୍ୟ ଏବଂ ଶୁକ୍ରଙ୍କର ସଂଯୋଗ ବନୁଛି। ଆପଣ ଯଦି ଚାହାଁନ୍ତି ତେବେ ସୁନା, ପିତଳ, ଚାନ୍ଦୀର ଦ୍ରବ୍ୟ କିଣି ପାରିବେ। ଗହମ ଏବଂ ଜଅ ଦାନ କରିପାରନ୍ତି।

କନ୍ୟା:
ଏହି ରାଶିର ବ୍ୟକ୍ତିମାନେ ଅକ୍ଷୟ ତୃତୀୟାରେ ଚାନ୍ଦୀର ମୁଦ୍ରା ଏବଂ ଷ୍ଟିଲର ବାସନ କିଣିବା ଆବଶ୍ୟକ। ଏହି ଦିନ ଦାନ ଆକାରରେ ଆପଣ ସବୁଜ ବସ୍ତ୍ର, ଶ୍ରୀଙ୍ଗାର ସାମଗ୍ରୀ, ଜଅ ଏବଂ ଛତୁଆ ଦାନ କରିପାରନ୍ତି। ଜଳ ଭରା ଘଡ଼ି ଦାନ କରିବା ମଧ୍ୟ ଲୋକ-ପରଲୋକ ଦ୍ୱୟ ପାଇଁ ଭଲ ରହିବ।

ତୁଳା:
ଏହି ରାଶିର ଲୋକେ ଚାନ୍ଦୀର ମୁଦ୍ରା କିଣି ପାରନ୍ତି। ଚଣା, ଚାଉଳ, ଚିନିର ଦାନ କରିବା ଶୁଭ ରହିବ। ଏହି ଦିନ କୌଣସି ଗରିବ ବ୍ୟକ୍ତିକୁ ପେଟପୂରା ଭୋଜନ କରାଇବା ମଧ୍ୟ ଶୁଭ ହେବ।

ବିଚ୍ଛା:
ଆପଣଙ୍କ ରାଶିର ସ୍ଵାମୀ ଶନି ମଙ୍ଗଳ ସହିତ ବସିଛନ୍ତି। ଆପଣଙ୍କୁ ଅକ୍ଷୟ ତୃତୀୟା ଅବସରରେ ତମ୍ବା ଏବଂ ସୁନାର ଦ୍ରବ୍ୟ କିଣିବା ଉଚିତ। ଗହମ, ଚଣା, ଜଅ, ଛତୁଆ ଆଦିର ଦାନ ଲାଭକାରୀ ହେବ।

ଧନୁ:
ଆପଣଙ୍କ ରାଶିରେ ଅକ୍ଷୟ ତୃତୀୟା ଦିନ ଶନି ୬ ମାସ ପାଇଁ ବକ୍ର ହେଉଛନ୍ତି। ଆପଣଙ୍କପାଇଁ ଏହି ଅବସରରେ ସୁନା କିଣିବା ଶୁଭ ରହିବ। ଚଣା ଡ଼ାଲି, ରାଶି, ଛତୁଆର ଦାନ ଆପଣଙ୍କ ପାଇଁ ଶୁଭ ଫଳଦାୟୀ ଅଟେ। ରାମଚରିତ ମାନସ ଏବଂ ବିଷ୍ଣୁ ସହସ୍ରନାମ ପାଠ କରିବା ଲୋକ-ପରଲୋକ ପାଇଁ ଭଲ।

ମକର:
ଆପଣ ଚାନ୍ଦୀ ଆଭୂଷଣ ଏବଂ ମୁଦ୍ରା କିଣି ପାରନ୍ତି। ଆପଣଙ୍କପାଇଁ ବାହନ କିଣିବା ମଧ୍ୟ ଶୁଭ ସମୟ ଅଟେ। ଆପଣ ଏହି ଦିନ କୌଣସି ଗରୀବ ବ୍ୟକ୍ତିକୁ ଲୁହାର କୌଣସି ଦ୍ରବ୍ୟ ଦାନ କରିପାରନ୍ତି। ଚଣା ଏବଂ ଛତୁଆ ଦାନ ଭଲ ରହିବ।

କୁମ୍ଭ:
ଅକ୍ଷୟ ତୃତୀୟାର ଶୁଭ ଅବସରରେ ସ୍ଵର୍ଣ୍ଣ ଧାତୁର ଦ୍ରବ୍ୟ କିଣି ପାରନ୍ତି। ବାହନ କିଣିବା କ୍ରେତାଙ୍କ ପାଇଁ ମଧ୍ୟ ଏହି ସମୟ ଶୁଭ ରହିବ। ଏହି ଦିନ ଆପଣ ଚଣା, ରାଶି, ଜଳରେ ଭରା ଘଡ଼ି, ମାଟିର ବର୍ତ୍ତନ ଦାନ କରିପାରନ୍ତି।

ମୀନ:
ମୀନ ରାଶିର ବ୍ୟକ୍ତି ଅକ୍ଷୟ ତୃତୀୟାର ଅବସରରେ ସ୍ଵବର୍ଣ୍ଣ ଆଭୂଷଣ କିଣି ପାରନ୍ତି। ଧାର୍ମିକ ପୁସ୍ତକ, ଚଣା, ଚଣାର ଛତୁଆ ଦାନ କରିବା ଲାଭପ୍ରଦ ହେବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top