Home ଜିଲ୍ଲା ପରିକ୍ରମା ଆଜି ୭୬ଟି କେନ୍ଦ୍ରରେ ୧୪ହଜାର ୭ଶହ ୬୧ ପିଲା ମାଟ୍ରିକ ପରୀକ୍ଷା ଦେବେ

ଆଜି ୭୬ଟି କେନ୍ଦ୍ରରେ ୧୪ହଜାର ୭ଶହ ୬୧ ପିଲା ମାଟ୍ରିକ ପରୀକ୍ଷା ଦେବେ

110

ନୟାଗଡ଼,୨୨ା୨: (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ ଜିଲ୍ଲାରେ ଆସନ୍ତାକାଲି ୭୬ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଶୁକ୍ରବାର ପରୀକ୍ଷା ଅନୁଷ୍ଠିତ ହେବ । ୨୩ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ତାରିଖ ପର୍ଯ୍ୟନ୍ତ  ଚାଲିବାକୁ ଥିବାବେଳେ ସକାଳ ୯ଟାରୁ ୧୧ଟା ୩୦ରେ ଶେଷ ହେବ ଓ କେବଳ ଗଣିତ ପରୀକ୍ଷା ୧୧ଟା ୪୫ରେ ଶେଷ ହେବ  ।  ଜିଲ୍ଳାରେ ୧୪ହଜାର ୭ଶହ ୬୧ ପରୀକ୍ଷାର୍ଥୀ ଦେବାକୁ ଥିଲାବେଳେ ଏଥିମଧ୍ୟରୁ ୧୪ହଜାର ୩୪୨ ଛାତ୍ରଛାତ୍ରୀ ରେଗୁଲାର ଓ ୪୧୯ଜଣ ଛାତ୍ରଛାତ୍ରୀ ଏକ୍ସରେଗୁଲାର ଅଛନ୍ତି । ପରୀକ୍ଷାର୍ଥୀମାନେ ସକାଳ ୭ଟା ୩୦ରେ ଗେଟ୍ ରେ ପ୍ରବେଶ କରିବେ ଓ ଅନ୍ୟଦିନ ମାନଙ୍କରେ ସକାଳ ୮ଟାରେ ପ୍ରବେଶ କରିବାପାଇଁ ନିଦେ୍ର୍ଦଶ ରହିଛି । ପ୍ରଶ୍ନପତ୍ର ରଖିବାପାଇଁ ୬ଟି ନୋଡ଼ାଲ ସେଂଟର  କରାଯାଇଛି । ନୋଡ଼ାଲ ସେଂଟରର ସୁରକ୍ଷା ପାଇଁ ବ୍ୟାପକ ଫୋର୍ସ ମୃତୟନ ସହ ପୁଲିସ ପାଟ୍ରୋଲିଂ କରାଯାଇଛି । ଜିଲ୍ଳା ପ୍ରଶାସନ ପକ୍ଷରୁ ୮ଟି ବ୍ଳକ ପାଇଁ ୮ଜଣ ମାଜିଷ୍ଟ୍ରେଟଙ୍କୁ  ପରୀକ୍ଷା ଦାୟିତ୍ୱରେ ରଖାଯାଇଥିବା ଜଣାପଡ଼ିଛି । କକ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.